ନିଶୀଥଶୋଭା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୨
- ସ୍ଥିତି
- ସାର୍ବଜନୀନ (Public domain)
ଶାନ୍ତି−ପୂର୍ଣ୍ଣ ଜନପଦ ନିଦ୍ରାନିମଗନ,ମୃଦୁମନ୍ଦ ବହିଆସେ ଦକ୍ଷିଣା ପବନ ।କଳ କଳ ଢଳ ଢଳ ସରିତଜୀବନ,ମରମର ପତ ପତ ତରୁପତ୍ରଗଣ ।ପ୍ରଶାନ୍ତି କୌମୁଦୀସ୍ନାତ ନିଖିଳ ଭୁବନ,ତାରକା−ଖଚିତ ନୀଳ ନିର୍ମଳ ଗଗନ ।ଉଭା ମୌନେ ମୁକବତ ଗ୍ରାମେ ଗୃହପନ୍ତି,ମିଞ୍ଜି ମିଞ୍ଜି ତାରା ତହିଁ ନେତ୍ର ନିବେଶନ୍ତି ।ସୁଷୁପ୍ତିସମୟେ କିବା ଦେବତା−ନୟନନିଃସହାୟ ମାନବକୁ କରେ ସଂରକ୍ଷଣ ।ସହଜ ସରଳ ମନେ ଏ ଶୋଭା ନିରେଖି,ଯୋଗମଗ୍ନ ଋଷି ତୁଲ୍ୟ ପ୍ରକୃତିକୁ ଦେଖିବଦ୍ଧକରେ ବନ୍ଦିଲି ମୁଁ ‘‘ନମୋ ଦିଗମ୍ୱର,ନମସ୍ତେ ପବିତ୍ର ଶିବ ନମସ୍ତେ ସୁନ୍ଦର ।ତାରକାଖଚିତ ନୀଳ ନିର୍ମଳ ଆକାଶେଶୁଭ୍ର ସୁମଧୁର ସ୍ନିଗ୍ଧ କୌମୁଦୀ ପ୍ରକାଶେ,ଶାନ୍ତିଦାନକାରୀ ମୃଦୁ ମଳୟ ପବନେ,ସୁପ୍ରସନ୍ନ ସୁନିର୍ମଳ ସରିତ−ଜୀବନେ,ପଲ୍ଲବ କୁସୁମଶୋଭୀ ଉଦ୍ଭିଦ−ଆହ୍ଲାଦେ,ସୁପ୍ତ ମୌନ ଜନପଦ−ନୀରବ−ପ୍ରସାଦେଯେ ଦେବତା ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ସମ୍ପଦେବିରାଜୁଛ, ନମୋ ନମଃ ତବ ପୂତପଦେ ।”
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ