ନାରୀଶିକ୍ଷା
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୭
- ସ୍ଥିତି
- ସାର୍ବଜନୀନ (Public domain)
ପୁରୁଷ–ସହଧର୍ମିଣୀ ଅର୍ଦ୍ଧାଙ୍ଗ ଅଙ୍ଗନାଆହା କି ଘୋର ଅଜ୍ଞାନ–ତିମିରେ ଆଚ୍ଛନ୍ନା ।ନର ଉଚ୍ଚଶିକ୍ଷାପ୍ରାପ୍ତ ଉଚ୍ଚଚିନ୍ତାରତ,ନାରୀ ନିରକ୍ଷରା କ୍ଷୁଦ୍ର ବିଷୟେ ଆସକ୍ତ ।ବିଜ୍ଞାନ ଦର୍ଶନେ ନର ସତତ ମୋହିତ,ନାରୀ ପ୍ରତିବେଶୀ ସହ କଳହରେ ଲିପ୍ତ ।ଜ୍ଞାନ ପ୍ରେମ କର୍ମ କ୍ରୟେ ଆଦାନ ପ୍ରଦାନମାନବ ମାନବୀ ମଧ୍ୟେ ମିତ୍ରତାନିଦାନ ।ସତ୍ୟ, ନର ନାରୀ କର୍ମ କ୍ଷେତ୍ର ଅଟେ ଭିନ୍ନ,ମାନସୀ ଶକ୍ତିରେ କିନ୍ତୁ ବେନିଏ ଅଭିନ୍ନ ।ନର କାର୍ଯ୍ୟକ୍ଷେତ୍ର ଅଟେ କଠୋର ସଂସାର,ନାରୀ କର୍ମଭୂମି ମଧୁମୟ ପରିବାର ।ଜ୍ଞାନ କିନ୍ତୁ ବେନିଙ୍କର ସମ ଆବଶ୍ୟକ,ଦୁହିଁଙ୍କୁ ଦୁଶପେଦ୍ୟସଖ୍ୟବନ୍ଧନକାରକ ।କି କୁକ୍ଷଣେ କେଉଁ ଭୀରୁ କରିଲା ପ୍ରଚାର—ନାରୀଶିକ୍ଷା ଅଟେ ମହା–ଅଶୁଭ–ଆଶାର ।ଏ ଉତ୍କଳେ ଥିଲା ଯାହା ସନାତନ ପ୍ରଥାକେଉଁ କାପୁରୁଶ ତାର ଭାଙ୍ଗି ଦେଲା ମଥା ।ନାରୀଶିକ୍ଷା ଅଟେ ମହାମଙ୍ଗଳ–ନିଦାନ,‘ପାରିଜାତମାଳା’ ତାର ଜ୍ୱଳନ୍ତ ପ୍ରମାଣ ।ଉତ୍କଳ ତନୟା କବି ‘ମାଳତୀ’ ରମଣୀବୈଦେଶିକ ବଙ୍ଗଭାଷେ ଥିଲେ କାବ୍ୟ ଭଣି ।କ୍ଷତ୍ରିୟ–କରଣ–ଗୃହେ ଅଦ୍ୟାପି ଅଛନ୍ତିକାବ୍ୟ–କୁଞ୍ଜ–ବିହାରିଣୀ ସୀମାନ୍ତିନୀ ସତୀ ।ଏହା ଦେଖି କେଉଁ ଅନ୍ଧ କରେ ଆସ୍ଫାଳନ—ନାରୀଶିକ୍ଷା ଅସତୀତ୍ୱ–ବୈଧବ୍ୟ–କାରଣକିନ୍ତୁ ନୀତି–ଧର୍ମ–ହୀନ ନିରୀଶ୍ୱର ଜ୍ଞାନଅଟଇ ବିପଦ–ପାପ ଦୁଃଖର ନିଦାନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ