ତୃତୀୟ ଛାନ୍ଦ — ନଳଚରିତ — ମଧୁସୂଦନ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଛାନ୍ଦ
ଦିଶ-କେଦାର । (ଚକ୍ରକେଳୀ ବାଣୀ)ରାମ ମାରକଣ୍ଡଙ୍କ ପାଦ ଧରି ।ଅତି ଆକୁଳ ହୋଇଣ ପଚାରି ।।୧।ନଳ-ଚରିତ କହ ମହାଜ୍ଞାତା ।ଶୁଣି ଛାଡ଼ିବ ମୋର ମନବ୍ୟଥା ।।୨।ରାମ ଛାମୁରେ ମାରକଣ୍ଡ କହେ ।ନଳ-ଚରିତ ଏହୁ ପୁଣ୍ୟମୟେ ।।୩।ଯେହୁ ଶୁଣନ୍ତି ଏକମନ ହୋଇ ।ତାର ଦୁଷ୍କୃତ ସବୁ ନାଶ ଯାଇ ।।୪।ଏବେ ଶୁଣ ଏକ ଅପୂର୍ବ ରସ ।ନଳରାଜା ଜୁତେ ହୋୟେ ଆବେଶ ।।୫।ସର୍ବ ଭଣ୍ଡାର ରାଜା ଯେ ହାରିଲା ।ରଥ ଗଜ ଅଶ୍ୱ ସେ ପୀଢ଼ କଲା ।।୬।କିଛି ଦିନ ପରେ ସବୁ ସାରିଲା ।ରାଜ୍ୟ ମଧ୍ୟ କରି ସେହୁ ହାରିଲା ।।୭।କେତେବେଳେ ପୁଷ୍କର ବୋଲେ ବାଣୀ ।କିଛି ଅଛି ତୁ ପୀଢ଼ କର ଆଣି ।।୮।ନଳ ବୋଇଲେ ଏବେ ଆତ୍ମା ମୋର ।ତୁ ହୋ ପୁଷ୍କର ବେଗେ କାଠି ପାର ।।୯।ୟେତେ ବୋଲିଣ ସେ ପୀଢ଼େ ଖେଳିଲେ ।ରାଜା ବିପତ୍ତି ଜାଣି ନ ପାରିଲେ ।।୧୦।କଳି ଦ୍ୱାପର କପଟେ ପଡ଼ିଲେ ।ନଳ ରାଜା ସେ ପୀଢ଼ରେ ହାରିଲେ ।।୧୧।ବୋଲେ ପୁଷ୍କର ନଳ ତୁମ୍ଭେ ଶୁଣ ।କିସ ଅଛି ତା ତୁମ୍ଭେ ବେଗେ ଆଣ ।।୧୨।ନଳ ବୋଲନ୍ତି ମୋର କିଛି ନାହିଁ ।ୟେହା ଶୁଣିଣ ପୃଷ୍କର କହଇ ।।୧୩।ତୋତେ ଧର୍ମଶୀଳ ବୋଲି ବୋଲନ୍ତି ।ସେହୁ ପଣ୍ଡିତେ କିଛି ନ ଜାଣନ୍ତି ।।୧୪।ତୁହୋ ବଡ଼ ମାୟାବୀ ନଳରାୟେ ।ଏଡ଼େ ମିଛ ତୁ କହୁଛୁ ସଭାୟେ ।।୧୫।ଦମୟନ୍ତୀକି ଆଣି ପୀଢ଼ କର ।ସେହୁ ଦ୍ରବ୍ୟ ତ ଅଟଇ ତୋହର ।।୧୬।ନଳ ମଉନେ ଶୁଣୁଥିଲେ ପୁଣି ।କହେ ପୁଷ୍କର ଶୁଣ ମୋର ବାଣୀ ।।୧୭।ମୁହିଁ ଆତ୍ମା ଯେବେ ହାରି ନ ଥାନ୍ତି ।ତେବେ ଦମୟନ୍ତୀ ପୀଢ଼େ ଆଣନ୍ତି ।।୧୮।
ଏବେ ଦମୟନ୍ତୀ ଉପରେ ମୁଁ କିସ ।
ଆମ୍ଭେ ଧାର୍ମିକ ହୋଇଲୁ ତୋ ଦାସ ।
।୧୯।
ସେହୁ ବଚନ ଶୁଣି ସେ ପୁଷ୍କର ।
କ୍ରୋଧେ ପହଇ ବଡ଼ ପରଖର ।
।୨୦।
ତୋର ସବୁ ଧର୍ମ ୟେ ବୁଡ଼ାଇଲୁ ।
ଯେଣୁ ଏଡ଼େ ମାୟା ମିଛ କହିଲୁ ।
।୨୧।
ଏବେ ଆସ୍ଥାନୁ ଉଠସି ମୋହର ।
ବେଗେ ହୋଅ ତୁ ରାଜ୍ୟରୁ ବାହାର ।
।୨୨।
ନୋହୁ ମୁଖ ଚାହିଁବାକୁ ଭାର୍ଜନ ।
ସର୍ବ ଅଳଙ୍କାର ହୋ ବେଗେ ଘେନ ।
।୨୩।
ଆଜ୍ଞା ପାଇ ଚାରଗଣେ ଉଠିଲେ ।
ବେଗେ ଅଳଙ୍କାର ସେହୁ ଘେନିଲେ ।
।୨୪।
ପୁଣ ପୁଷ୍କର ବେଗେ ଆଜ୍ଞା ଦେଇ ।
ନଗ୍ରେ ଘୋଷଣ ଦିଅ ବେଗେ ଯାଇଁ ।
।୨୫।
ଯାହା ଦୁଆରେ ନଳ ଥିବ ରହି ।
ମୋର ଦୋରେହା ତହୁଁ ଆନ ନାହିଁ ।
।୨୬।
ଏହା ଶୁଣି ଚାରମାନେ ଧାଇଁଲେ ।
ନଗ୍ରେ ଡିଣ୍ଡିମ ଘୋଷ ଦିଆଇଲେ ।
।୨୭।
ଏଥୁ ଶୁଣିବା ଆନ ବିପରୀତ ।
ନଳ ସଭାରୁ ଉଠିଲେ ତୁରିତ ।
।୨୮।
ଶିରୀ ନବରୁ ବାହାର ହୋଇଲେ ।
ଏହୁ ବାରତା ଦମନ୍ତୀ ପାଇଲେ ।
।୨୯।
ସବୁ ବାହାର କଲେ ଅଳଙ୍କାର ।
ୟେକା ବସ୍ତ୍ରତେ ହୋଇଲେ ବାହାର ।
।୩୦।
ପଥ ଅନୁସରି ସେ ବେଗେ ଯାଇ ।
ରାଜା ଚରଣ ଦର୍ଶନ କରଇ ।
।୩୧।
ନଳ ଦେଖି ବଡ଼ ଚିନ୍ତା ପାଇଲେ ।
ଶୋକେ ଭାଷା ସେ କହି ନ ପାରିଲେ ।
।୩୨।
କିଛି ବେଳ ତୁନି ହୋଇ ରହିଲେ ।
ଦମୟନ୍ତୀକି ସେହୁ ଆଜ୍ଞା ଦେଲେ ।
।୩୩।
ତୁ ସେ ପିତା ଘରକୁ ବେଗେ ଯାଅ ।
କିଛି ଦିବସ ସେହିଠାରେ ଥାଅ ।
।୩୪।
ଏହା ଶୁଣି ଦମନ୍ତୀ ଶୋକ କରି ।
ତୁମ୍ଭ ସଙ୍ଗେ ମୋ ପିତା ନହେ ସରି ।
।୩୫।
ତାଙ୍କ ପୁରେ ମୋହର କିସ କାର୍ଯ୍ୟ ।
ମୁହିଁ ସଙ୍ଗତେ ଯିବି ମହାକାଳ ।
।୩୬।
ଏତେ ବୋଲି ବେନି ହୋଏ ବାହାର ।
ଚଳି ଯାଉଛନ୍ତି ଦାଣ୍ଡ ମଧ୍ୟର ।
।୩୭।
ନଗ୍ର ଲୋକମାନେ ଯେ ଦେଖୁଛନ୍ତି ।
ୟେକ ଆରେକ ସବୁ ବିଚାରନ୍ତି ।
।୩୮।
ବଡ଼ ଧାର୍ମିକ ବୀରସେନ ସୂତ ।
କଉଁ ବିଧାତା ଖେଳାଇଲା ଜୁତ ।
।୩୯।
ୟେବେ ଯାଉଅଛନ୍ତି ଅରଣ୍ୟକୁ ।
ବିହି କଷ୍ଟ ଥୋଇଅଛି ୟେହାଙ୍କୁ ।
।୪୦।
ୟେହୁ କଥା କହନ୍ତେ ପୁରଜନ ।
ତେଣେ ଶୁଭିଲା ରାଜାର ଘୋଷଣ ।
।୪୧।
ୟେହା ଶୁଣିଣ ସେହୁ ପୁରଲୋକେ ।
ଅତି ବ୍ୟାକୁଳ ହୋନ୍ତି ମହାଶୋକେ ।
।୪୨।
ନଳ ନଗ୍ରରୁ ବାହାର ହୋଇଲେ ।
ଦମୟନ୍ତୀ ସଙ୍ଗତେଣ ଅଇଲେ ।
।୪୩।
ଯାଇ ଅରଣ୍ୟେ ହୋଇଲେ ପ୍ରବେଶ ।
ଭୀମ ରାଜା ଦୂତ କହେ ସନ୍ଦେଶ ।
।୪୪।
କୁଣ୍ଡୀ ନଗ୍ରକୁ ପ୍ରଭୁ ବିଜେକର ।
ସେହି ରାଜ୍ୟରେ ହୋଇବ ଠାକୁର ।
।୪୫।
ରାଜା ଆମ୍ଭକୁ ପଠିଆଇଛନ୍ତି ।
ଶୁଭେ ବିଜେ କର ଘେନି ଦମନ୍ତୀ ।
।୪୬।
ନଳ ରାଜାର ଆୟତ୍ତ ନୋହଇ ।
କଳିଯୁଗ ଆୟତେ କହୁଥାଇ ।
।୪୭।
ଚାରମାନଙ୍କ ବଚନ ଶୁଣିଲେ ।
ଆମ୍ଭେ ନ ଯିବୁଁ ବୋଲି ଆଜ୍ଞାଦେଲେ ।
।୪୮।
ଦୂତମାନେ ପାଏ ପଡ଼ି ଶୋଇଲେ ।
କିସ କହିବୁ ବୋଲି ଜଣାଇଲେ ।
।୪୯।
ନଳ ଆଜ୍ଞାଦେଲେ ହୋ ବେଗେ ଯାଅ ।
ଯାହା ଦେଖିଲ ଛାମୁରେ ଜଣାଅ ।
।୫୦।
ଚାର ଲେଉଟି କିଛି ଦିନେ ଗଲେ ।
କୁଣ୍ଡୀ କଟକେ ପ୍ରବେଶ ହୋଇଲେ ।
।୫୧।
ଭୀମ ରାଜାଙ୍କ ପାଦେ ପଡ଼ି ହୋଇ ।
ଯଥା ଯୁଗତି ଛାମୁରେ ଜଣାଇ ।
।୫୨।
ଶୁଣି ରାଜା ଭ୍ରମ ହୋଇ ପଡ଼ିଲେ ।
ମୁଖେ ସୁବାସିତ ନୀର ସିଞ୍ଚିଲେ ।
।୫୩।
କିଛି ବେଳରେ ରାଜା ଜ୍ଞାନ ପାଇ
‘ନଳ’ ବୋଲି ଶୋକଭରେ କହଇ ।
।୫୪।
ରାଜା କେବେହେଁ ଶୋକ ନ ଛାଡ଼ିଲେ ।
ପୁଣି କ୍ରୋଧ କରି କ୍ଷିତି ପଡ଼ିଲେ ।
।୫୫।
ପାତ୍ର ସାମନ୍ତମାନେ ଆଗସରି ।
ଯେ ଯାହାରେ ଜଣାନ୍ତି ଅନୁସରି ।
।୫୬।
ଶୋକ ଛାଡ଼ି ମାଜଣା ବେଗେ ହୋଅ ।
ଚାରି ଦିଗକୁ ଦୂତ ବରଗାଅ ।
।୫୭।
ଯହିଁ ନଳ ଦମନ୍ତୀ ଥିବେ ରହି ।
ଖୋଜି ଆଣନ୍ତୁ ଚାରମାନେ ଯାଇ ।
।୫୮।
ରାଜା ଶୁଣିଣ ପ୍ରବୋଧ ହୋଇଲେ ।
ଦଶ ସହସ୍ର ବିପ୍ର ଆସୁ ବୋଲେ ।
।୫୯।
ପୁଣି ଆଜ୍ଞା ଦେଲେ ରାଜା ପାତ୍ରକୁ ।
ତୁମ୍ଭେ ଚଳ ହୋ ଭଣ୍ଡାର ଘରକୁ ।
।୬୦।
ଅୟୁତେକ ସୁବର୍ଣ୍ଣ କ୍ଷଣକରେ ।
ବେଗେ ମେଲାଣି ଦିଅ ଦ୍ୱିଜବରେ ।
।୬୧।
ଆଜ୍ଞା ପାଇ ପାତ୍ର ହୋୟେ ବାହାର ।
ଧନ ଲେଖିଣ ସେ ଦେଲେ ଛାମୁର ।
।୬୨।
ସବୁ ବିପ୍ରଙ୍କୁ ନମସ୍କାର କରି ।
ପାତ୍ର ବିନୋଇ କହେ ଆଗସରି ।
।୬୩।
ତୁମ୍ଭେ ଚାରି ଦିଗକୁ ବେଗେ ଯାଅ ।
ଶୁଭେ ନଳ ରାଜାକୁ ଭେଟ ପାଅ ।
।୬୪।
ଏତେ କହି ମେଲାଣି କରିଦେଲା ।
ତାଙ୍କ ଅଗ୍ରତେ ସବୁ ଜଣାଇଲା ।
।୬୫।
ଶୁଣ ନଳ ଚରିତ ଦିବ୍ୟ ରସ ।
ଯାହା ଶୁଣନ୍ତେ ପାପ ହୋଏ ନାଶ ।
।୬୬।
ଶ୍ୱେତପଦ୍ମ-ଡୋଳାକୁ ଲୟେ କର ।
କଳା ଶ୍ରୀମୁଖ ଶ୍ରୀରଙ୍ଗା ଅଧର ।
।୬୭।
ଯେହୁ ହେଳା କରି ଏହା ଭାବିବ ।
ଶିଶୁପାଳ ଭଗତି ସେ ପାଇବ ।
।୬୮।
ପୁରୁଷୋତ୍ତମ କ୍ଷେତ୍ରବର ଯିବ ।
ଯାଇ କୈବଲ୍ୟ ଦାତାକୁ ଭେଟିବ ।
।୬୯।
ତାଙ୍କ ପଦ୍ମଚରଣ ତଳେ ଥାଇ ।
ମଧୁସୂଦନ ଏ ଗୀତ ଭାବଇ ।
।୭୦।
ଚତୁର୍ଥ ଛାନ୍ଦ
ରାଗ-ଚୋଖି(ସପନ ଚେତିୟା ବାଣୀ)ରାମ ପଚାରନ୍ତି ପୁଣ ମାରକଣ୍ଡ ଋଷି ଶୁଣକଇକୟା ଆଈ ମୋତେ ଏ ଦୁଃଖ ଦେଲା ।ଅରଣ୍ୟେ ଅଇଲି ମୁହିଁ ପିତା ମୋର ହତ ହୋଇସୀତୟା ସୁମୁଖୀ ମୋର ରାବଣ ନେଲା ।ବିହି ଯାହା ଲିହିଛି କର୍ମେଅଭିଷେକ ଛାଡ଼ି ମୁହିଁ ଅଇଲି ବନେ ॥
ପିତା ଦଶରଥ ମୋର ବସିଥିବେ ସ୍ୱର୍ଗପୁରରାଜାମାନେ ଉପହାସ କରିବେ ଦେଖି ।ବୋଲିବେ ସେ ଭଲ ପୁତ୍ର ଜାତ କଲେ ଦଶରଥଆପଣା ଭାରିଯାକୁ ନ ପାରିଲେ ରଖି ।କହ ମୁନି ନଳର କଥାହୃଦରୁ ଛାଡ଼ିବ ମୋର ସୀତୟା ବ୍ୟଥା ॥
ଏଥୁ ଅନନ୍ତରେ ତହିଁ ମାରକଣ୍ଡ ଋଷି କହିଶୁଣିମା ଶ୍ରୀରାମ ତୁମ୍ଭେ ନଳଚରିତ ।ନଳ ଦମୟନ୍ତୀ ଯାଇ ଅରଣ୍ୟ ଭିତରେ ହୋଇକ୍ଷୁଧା ପିପାସାରେ ହୋଇ ବଡ଼ ଦୁଃଖିତ ।ବିଧାତାର ଯୋଗ ଏସନନଳ ବଡ଼ ଦୁଃଖୀ ହୋଇ କହେ ବଚନ ॥
ଦମୟନ୍ତୀ ଶୁଣ ବାଣୀ ଅତି କ୍ଷୁଧା କଲା ଆଣିଆହାର ନୋହିଲେ ଆଉ ନ ପାରେ ଯାଇ ।ଏସନ ସମୟେ ତହିଁ ଦ୍ୱାପର କପଟ ହୋଇକପୋତ ପକ୍ଷୀ ଗୁଡ଼ାଏ ଚରୁ ଅଛଇଁ ।ଅଷ୍ଟରତ୍ନେ ଜଡ଼ି ସୁବର୍ଣ୍ଣଦେଖିଲା ତ ନାହିଁ ପୂର୍ବ ପକ୍ଷୀ ଏସନ ॥
ରାଜା ଦେଖି ଲୋଭ କରି କେମେନ୍ତେ ଏହାକୁ ଧରିୟେତେ ବୋଲି ଆପଣାର ବସ୍ତ୍ର ଫେଇଲା ।ଅତି ତର ତର ହୋଇ ବସ୍ତ୍ର ଘୋଡ଼ାଇ ପକାଇବିଧାତାର ବଶୁଁ ବସ୍ତ୍ର ଘେନି ଉଡ଼ିଲା ।ଉଲଗ୍ନେ ସେ ରାଜା ରହିଲାଦମନ୍ତୀ ଶାଢ଼ୀରୁ ଆଣି ପଣନ୍ତ ଦେଲା ॥
ଏକବସ୍ତ୍ର ଦୁଇଜଣ ପିନ୍ଧି ଗମନ କରିଣକିଛି ଦୂରେ ମଣ୍ଡୋପେକ ଦେଖିଲେ ଯାଇଁ ।ଚତୁର୍ଦ୍ଦିଗେ ଦାଣ୍ଡ ଚାରି ଦ୍ୱାପର କପଟ କରିମଧ୍ୟରେ ମଣ୍ଡୋପ ସେହୁ ଅଛଇ ହୋଇ ।ରାଜା ଦେଖି ମନେ ହରଷଅତି ସୁଖେ ମଣ୍ଡୋପେଣ ହୋୟେ ପ୍ରବେଶ ॥
କିଛି ବେଳ ସୁସ୍ଥେ ରହି ନଳ ଦମନ୍ତୀକି କହିଯେଉଁ ଦାଣ୍ଡେ ଗଲେ ଯେଉଁ ରାଜ୍ୟରେ ହୋଇ ।ଦକ୍ଷିଣ ଦାଣ୍ଡେ ଦେଖାଇ ରାଜା ସେ ପୁଣ ବୋଲଇତୁମ୍ଭ ପିତା କଟକକୁ ୟେ ଦାଣ୍ଡେ ଯାଇ ।ଶୁଣି ଶୋକ କରେ ଦମନ୍ତୀମତେ ଛାଡ଼ି ପଳାଇବା ମନ କରନ୍ତି ॥
ୟେହା ଶୁଣି ନଳରାୟେ ଅତି ଶୋକଭରେ କହେମୋହର ଆୟତ୍ତ ଆଉ ନୋହଇ କେହୁ ।ବିଧାତା ଯାହା କରିବ କେ ତାହା ଜାଣି ପାରିବମହୋର କଥାକୁ ତୁମ୍ଭେ ନ ଭାଲ ଆଉ ।କିସ ଭ୍ରମ ବିଧାତା କଲାକେଉଁ ପାତକକୁ ୟେତେ କଷ୍ଟ ବିହିଲା ॥
ୟେମନ୍ତେ ସେହୁ ଦିବସ ତପନ ହୋଇଲା ଶେଷଶର୍ବରୀ ଆସିଣ ପୁଣ ପ୍ରବେଶ ହୋଇ ।ଜାଗ୍ରତ ଛାଡ଼ି ରାଜନ ବେନି ଯେ କଲେ ଶୟନକଳି ଉଦବେଗେ ରାଜା ନିଦ ଭାଙ୍ଗଇ ।ବିଚାରଇ ନଳ ରାଜନକିସ ଘେନି ୟେହୁ ବସ୍ତ୍ର କରିବି ଭିନ୍ନ ॥
ୟେହା ବିଚାରନ୍ତେ ରାୟେ ପାରୁଶେ କଲେ ତଲୟେକିଛି ଦୂରେ ଅସିପତ୍ର ପଡ଼ିଣ ଥିଲା ।ଦ୍ୱାପର କପଟ ହୋଇ ଖଣ୍ଡା ହୋଇଥିଲା ତହିଁନଳ ମନେ ହୃଷ୍ଟ ହୋଇ କରେ ଧଇଲା ।ପାଟଶାଢ଼ୀ ଦିଭାଗ କଲାଦମନ୍ତୀର ଅଞ୍ଚଳେ ସଙ୍କେତ ଲିହିଲା ॥
ସତ୍ୱରେ କଲେ ଗମନ କିଛି ଦୂରେ ନିଜ ଜ୍ଞାନଦମନ୍ତୀକି ଅରଣ୍ୟରେ ୟେକା ଛାଡ଼ଇ ।ପୁଣି ଲେଉଟିଲେ ରାୟେ ମଣ୍ଡୋପ ସନ୍ନିଧେ ହୋୟେଅଜ୍ଞାନ ମୋହରେ ପୁଣ ଲେଉଟି ଯାଇ ।ୟେହି ଭାବେ ଶର୍ବରୀ ଶେଷକଳିର ଆୟତ୍ତେ ରାଜା କଲେ ନିବାସ ॥
ଦମନ୍ତୀ ନିଦ୍ରା ଭାଜିଲା ଶଯ୍ୟାରୁ ଉଠି ବସିଲାସନ୍ନିଧେ ଦେଖିଲା ନଳ ରାଜନ ନାହିଁ ।ଧଡ଼ସ ହୋଇ ଉଠିଲା ମୂର୍ଚ୍ଛା ସେ ଯାଇ ପଡ଼ିଲାଅତି ଶୋକଭର ହୋଇ ବାଳୀ ଖୋଜଇ ।ପୁଣି ସେହୁ ଉଠିଲା ରାମାକେତେ ପରିହାସ କର ବୋଲଇ ବାମା ॥
ମଣ୍ଡୋପ ତଳକୁ ଯାଇ ବୃକ୍ଷ ଉହାଡ଼େ ଖୋଜଇମିଛେହେଁ ବୋଲଇ ତୋତେ ମୁହିଁ ଦେଖିଲି ।ପୁଣି ଶୋକଭରେ ରହି ବେଗେ ଦେଖା ଦିଅ ତୁହିନୋହିଲେ ମରିବି ମୁହିଁ ନିଶ୍ଚେ କହିଲି ।ସେହି ରୂପେ ପହଡ଼େ ହୋଇୟେମନ୍ତରେ ବାମା ବସ୍ତ୍ର ଦେଖି ପଢ଼ଇ ॥
ଲେଖିଛି ପୁରୁଷମଣି, ଶୁଣ ରେ ପ୍ରାଣମିତଣି !ମୋହୋ ଘେନି ଅତି କଷ୍ଟ ପାଇଲୁ ତୁହି ।ମୋହର ଆୟତ ନାହିଁ ତୋତେ ତ ଅଛଇ କହିବିଧାତା ବଶରେ ସଖି ! ୟେମନ୍ତ ହୋଇ ।ତୁ ଏବେ ଏମନ୍ତ କରିବୁପଥ ଅନୁସରି ପିତା ରାଜ୍ୟକୁ ଯିବୁ ॥
ବିଧାତା ଯେବେ କରିବ ସୁଦଶା ଯେବେ ହୋଇବପୁଣି ଅବା କାହିଁ ବିହି ଭେଟ କରିବ ।କେତେ ଦିନ ଯାଏ ସହି ! ନିଜ ପିତା ପୁରେ ରହିପୁଣି କର୍ମାକର୍ମ ଫଳମାନ ଭୁଞ୍ଜିବ ।ରାଜାଘରେ ଜନମ ହେଲୁରାଜା ହାତ ଧରି ୟେତେ କଷ୍ଟ ପାଇଲୁ ॥
ଚିନ୍ତା ମନେ ନ କରିବୁ ବାଳୁତ ବୃଦ୍ଧ ନୋହିବୁଅମ୍ୱିକାକୁ ଚିନ୍ତା ୟେକା କରୁଣ ଥିବୁ ।ସ୍ତିରୀଙ୍କ ଆୟତ୍ତ ସେହୁ ନ ପାରନ୍ତି ସହି ଯହୁଁୟେ ବିଚ୍ଛଦୁଁ ଜାଣିଥିବୁ ପାରି ହୋଇବୁ ।ତୋହୋ ସଙ୍ଗ ଛାଡ଼ିଲି ମୁହିଁସୁମନା ମନରେ ୟେକା ଥିବୁ ଚିତୋଇ ॥
ସଙ୍କେତ ତହୁଁ ପାଇଲା ମୂର୍ଚ୍ଛା ସେ ଯାଇଁ ପଡ଼ିଲାଶୋକଭରେ ଉଚ୍ଚସ୍ୱରେ ରୋଦିଉଠିଲା ।ଅରଣ୍ୟ ଭିତରେ ଯାଇ ସିଂହ ଆଗରେ ଗଡ଼ଇମତ୍ତହସ୍ତୀ ଆଗରେ ସେ ଯାଇ ପଡ଼ିଲା ।ଶୋକ ତାର କେ ଅବା କହୁ ।ଅତି ଗଭୀର ଜଳରେ ପଡ଼ଇ ସେହୁ ॥
ଦିନ ଦୁଇ ଚାରି ଗଲା ଅଜଗରକୁ ଭେଟିଲାତାହାର ସମ୍ମୁଖେ ବାମା ପଡ଼ିଲା ଯାଇଁଅଜ୍ଞାନେ ନ ଜାଣ କିଛି ଦମନ୍ତୀକି ଗିଳୁଅଛିଉଚ୍ଚସ୍ୱରେ ନଳ ମୋତେ ରଖ ବୋଲଇ ।କିରାତି ଯେ ଶୁଣି ଅଇଲାଅଜଗର ଗିଳୁଅଛି ଆସି ଦେଖିଲା ॥
ଫାରସା ଘେନି ଛେଦିଲା ମନୁଷ୍ୟ ବାହାର କଲାଦେଖିଲାକ ଅତିଅନ୍ତ ସୁନ୍ଦରୀ ବାମା ।ଲୋଭ କରିଣ କିରାତ ବେଗେ ଧରିଲା ତା ହାତଧର୍ମକୁ ସୁମରି କ୍ରୋଧେ ଚାହିଁଲା ରାମା ।ଭସ୍ମ ହୋଇ କିରାତ ଗଲାପୁଣି ନଳ ସୁମରିଣ ରୋଦି ଉଠିଲା ॥
ତହୁଁ କିଛିଦୁର ଯାଇ ଅରଣ୍ୟ ଭିତରେ ହୋଇଦେଖିଲା ପୁଷ୍କରଣୀରେ ପଦ୍ମ ଫୁଟିଛି ।ଉତ୍ତମ ସୁବାସ ନୀର ତୃଷାରେ କଲା ଆହାରସେଠାବକୁ ମନୁଷ୍ୟଙ୍କ ଗୋଳ ଶୁଭୁଛି ।ଚଳିଲା ସେ ରାଜକୁମାରୀମନରେ ଅନବରତେ ନଳ ସୁମରି ॥
ତହୁଁ ଚଳି ଯାଉଥିଲା ଖଣ୍ଡେକ ଦୂରେ ଦେଖିଲାବହୁତ ସେ ବଣିଜାରେ ଅଛନ୍ତି ରହି ।ପାରୁଶେ ହୋଇଲା ଯାଇ ବାରତା ତାଙ୍କୁ ପୁଚ୍ଛଇକେବଣ ଦେଶକୁ ତୁମ୍ଭେ ଯିବ ହୋ ଭାଇ ।ଦେଖିଣ ଉପହାସ ସେ କଲେଅରଣ୍ୟର ଦେବୀ ଏହୁ ବୋଲି ବୋଲାଇଲେ ॥
ଯେହୁ ଭଲ ଲୋକେ ଥିଲେ ଦୁଷ୍ଟକୁ ନିବର୍ତ୍ତାଇଲେକହିଲେ ସୁବାହୁ ନାମେ ଏକ ରାଜନ ।ଭଣ୍ଡାର ଆମ୍ଭଙ୍କୁ ଦେଇ ବଣିଜକୁ ପଠିଆଇଭାଗ ଲେଖିକରି ସେହୁ ଦିଅନ୍ତି ଧନ ।ଆମ୍ଭେ ତାଙ୍କ ରାଜ୍ୟକୁ ଯିବୁ ।ଆଜକ ଏହି ଠାବରେ ସୁସ୍ଥେ ରହିବୁ ॥
ଶୁଣି ଦମନ୍ତୀ ବୋଲଇ ତୁମ୍ଭର ବୋଇଲେ ମୁହିଁସେହି କଟକକୁ ତୁମ୍ଭ ସଙ୍ଗତେ ଯିବି ।ଭଲ ଲୋକ ଦେଖି କରି ମୋହର ସୁକୃତ ସାରିଯେଉଁ ଆଡ଼ତି ପାରିବି ସେବା କରିବି ।ହେଉ ବୋଲି ସେହୁ ବୋଇଲେରାତ୍ରକ ସେ ତାହାଙ୍କର ସଙ୍ଗେ ରହିଲେ ॥
ବିଧାତା ଆୟତ୍ତ ପୁଣ ମହାନିଶି ଭାଗରେଣମତ୍ତ ହସ୍ତି ଯୂଥ ପୁଷ୍କରିଣୀ ଅଇଲେ ।ବହୁତ ଥାଟ ଦେଖିଲେ ଅନେକ ଲୋକ ମାଇଲେଯେ ଯାହାରେ ପ୍ରାଣ ଘେନି ପଳାଇ ଗଲେ ।ଦମନ୍ତୀ ସେ ମନେ ଭାଳଇମୋହ ରହିଲାକୁ ଏଥି ବିପତ୍ତି ହୋଇ ॥
ରାତ୍ର ଯେ ଶେଷ ହୋଇଲା ପୂର୍ବେ ସୂର୍ଯ୍ୟ ପ୍ରକାଶିଲାସମସ୍ତେହିଁ ଏକଠୁଳ ହୋଇଲେ ।ଯେତେ ଦ୍ରବ୍ୟମାନ ଥିଲା ଯେ ଯାହାର ସେ ଘେନିଲାପଥ ଅନୁସରି ସେହୁ ରାଜ୍ୟକୁ ଗଲେ ।ସେହି ସଙ୍ଗେ ଦମନ୍ତୀ ଯାଇକିଛିଦିନ କଟକରେ ପ୍ରବେଶ ହୋଇ ॥
ରାଜାକୁ ଭେଟି ସେମାନେ ଗଲେ ଯେ ଯାହା ଭୁବନେକଟକ ଦାଣ୍ଡରେ ଦମୟନ୍ତୀ ରହିଲେ ।କେବଣ ଠାବକୁ ଯିବି କାହାର ଘରେ ରହିବିୟେମନ୍ତେ ବୋଲିଣ ମନେ ବିଚାର କଲେ ।ୟେସନେକ ହୁରିଆ ଠୁଳବାଈ ଯାଉଅଛି ବୋଲି କଲେ ସେ ଗୋଳ ॥
ପଛେ ହୁରିଆ ଗୋଡ଼ାଇ କେ କେତେ ମାଡ଼ ମାରଇବିଧାତା ନିଷ୍ଠୁର ପଣ କହିବି କେତେ ।ଗୋଳ କରି ଦାଣ୍ଡେ ଯାଉ ଜଗତୀ ଉପରେ ଚାହୁଁରାଜମାତା ଦେଖିଲେ ତା ଦଇବକୃତେ ।ଆଜ୍ଞା ଦେଲେ ଏକ ଦାସୀକିଏହାକୁ ଲୋ ହାଙ୍କି ଆଣ ମୋର କତିକି ॥
ବେଗ ହୋଇ ଦାସୀ ଯାଇ ନବରୁ ବାହାର ହୋଇଦମନ୍ତୀ ସନ୍ନିଧରେ ସେ ଯାଇ ହୋଇଲା ।ହୁରିଆ ଘଉଡ଼ି ଦେଇ ଦମନ୍ତୀ ଆଗରେ ହୋଇରାଜମାତା ଡାକୁଛନ୍ତି ବୋଲି ବୋଇଲାଶୁଣି ତାର ସଙ୍ଗତେ ଗଲେରାଜମାତାଙ୍କ ଛାମୁରେ ଦର୍ଶନ କଲେ ॥
ଆଜ୍ଞା ଦେଲେ ଠାକୁରାଣୀ କାହୁ ତୁ ଅଇଲୁଁ ପୁଣିକିସ କାର୍ଯ୍ୟେ ଏହୁ ଦାଣ୍ଡେ ଯାଉ ବୋଇଲେ ।ଦମନ୍ତୀ ବୋଇଲେ ଶୁଣ ଦୁଃଖୀ ମୁଁ ଅଟଇ ଜାଣସେବା କରି ରହିବଇଁ ବୋଲି ବୋଇଲେ ।କିସ ସେବା କରିବୁ ଜାଣିସଇନ୍ଧ୍ରୀର ସେବା ମୁହିଁ କରିବି ପୁଣି ॥
ଏହା ଶୁଣି ଠାକୁରାଣୀ ସୁପ୍ରଭାର ହସ୍ତ ଆଣିବୋଇଲେ ତୋହର ସଖୀ ଦୁହିତା ମୋର ।ଦୁହେଁ ଏକ ଠାବେ ଥିବ ଏକ ଶର୍ଯ୍ୟାରେ ଶୋଇବଆଝୁଁ ତୁମ୍ଭେ ଦୁହେଁ ମୋତେ ସମାନ ପର ।ସେହିଦିନୁ ତହିଁ ରହିଲେ ।ମନରେ ଦୁଃଖ ବାହାରେ ଦମ୍ଭ ଧରିଲେ ॥
ୟେମନ୍ତେ ବହୁତ ଦିନ ଦମନ୍ତୀ ଥିଲେକ ପୁଣୟେକଦିନେ ୟେସନେକ କଥା ହୋଇଲା ।ଭୀମରାଜା ଦୂତମାନେ ବୁଲୁଥାନ୍ତି ସର୍ବସ୍ଥାନେକେହୁଣି ଠାବରେ ଆଉ ଭେଟ ନୋହିଲା ।ସୁଦେବ ସେ ବୋଲି ବ୍ରାହ୍ମଣସୁବାହୁ କଟକେ ଆସି ପ୍ରବେଶ ପୁଣ ॥
ନଗ୍ରଯାକ ସେ ଖୋଜିଲା କାହିଁ ଭେଟ ନ ପାଇଲାରାଜା ନବର ଭିତର ଦେଖିବା ପାଇଁରାଜମାତାଙ୍କୁ ଭେଟିଲା ଦାନ ଘେନିବାରେ ଗଲାନଗର ଭିତରେ ଯାଇ ପ୍ରବେଶ ହୋଇଠାକୁରାଣୀ ସନ୍ତୋଷ ହୋଇଦାନ ବିଧିମାନ ସେ ଯତନେ ଭିଆଇ ॥
ସ୍ନାହାନ ଶଉଚ ହୋଇ ବିପ୍ରବରକୁ ଡକାଇବୋଲନ୍ତି ହେ ବିପ୍ରବର ଘେନ ମୋ ଦାନ ।ବହୁତ ହୋଇବ ପୁଣ୍ୟ କୁଶଳ ଥିବେ ରାଜନଧନ୍ୟ ହୋଇଥିବେ ଆମ୍ଭ ପରଜାମାନ ।ଶୁଣି ଦ୍ୱିଜ ଦାନ ଘେନିଲେଦାନଠାରେ ସେହୁ ଦମନ୍ତୀକି ଦେଖିଲେ ।୩୧।ସୁଦେବ ଦୋଚିହ୍ନା କରି ପୁଣ ପୁଣ ଅନୁସରିପଚାରିଲେ ମାୟେ କିସ ନାମ ତୁମ୍ଭର ।ଦମନ୍ତୀ ତାକୁ ଚିହ୍ନିଲେ ଶୋକଭରେଣ କାନ୍ଦିଲେସୁଦେବ ଉଠିଣ ବେଗେ ଧରେ କ୍ରୋଡ଼ର ।ଆଜ ବଡ଼ ଭାଗ୍ୟ ମୋହରବହୁତ ଖୋଜାଉଛନ୍ତି ମାୟେ ତୁମ୍ଭର ॥
ଏହା ଶୁଣି ଠାକୁରାଣୀ ବିପ୍ରକୁ ପୁଚ୍ଛଇ ବାଣୀଏହାକୁ ଜାଣ କି ବିପ୍ରବର ଗୋସାଇଁ ।ସୁଦେବ ବୋଲଇ ପୁଣ ଭୀମରାଜା ବୋଲି ଜାଣତାହାଙ୍କ ଦୁହିତା ଦମୟନ୍ତୀ ଅଟଇ ।ନଳରାଜା ପାଟମହିଷୀଏହାକୁ ଖଟନ୍ତି ନିତି କୋଟିଏ ଦାସୀ ॥
ଠାକୁରାଣୀ ଆଜ୍ଞା କଲେ ବ୍ରାହ୍ମଣଙ୍କୁ ପଚାରିଲେୟେ ଯେବେ ଦମନ୍ତୀ ଏହା ସ୍ୱରୂପ କାହିଁ ।ଦମନ୍ତୀକି ପାଶେ ଆଣି ଦେଖିଲେ ଯେ ଠାକୁରାଣୀକପାଳେ ତିଳକ ଧାଡ଼ି ସାତ ଅଛଇ ।କୋଳେ ଆଣି ବେଗେ ଧଇଲେମୋହର ଭ୍ରାତା ଦୁହିତା ବୋଲି ବୋଇଲେ ॥
ସୁବାହୁ ରାଜାଙ୍କୁ ଯାଇ ବେଗେ ଦାସୀଗଣେ କହିମାତୁଳ ଦୁହିତା ତୁମ୍ଭ ଭଗ୍ନୀ ଦମନ୍ତୀ ।ଥିଲେ ନବର ଭିତରେ କହିଦେଲେ ବିପ୍ରବରେଠାକୁରାଣୀ ଚିହ୍ନିଲେ ସେ ନିଶ୍ଚେ ଅଟନ୍ତି ।ଶୁଣି ରାୟେ ବେଗେ ଉଠିଲେମାତାଙ୍କର ନବରେ ସେ ପ୍ରବେଶ ହୋଇଲେ ॥
ମାତାଙ୍କର ଶ୍ରୀପୟରେ ପ୍ରଳମ୍ୱିତ ବେଗେ କରେପଚାରିଲେ ଏହୁ କଥା କହ ବେଗେଣ ।ସବୁ ଦେଖି ପରିମାଣି ବୁଝାଇଲେ ଠାକୁରାଣୀଶୁଣି ରାୟେ ଦମନ୍ତୀର ଧରେ ଚରଣ ।ଉଠି ବିପ୍ରମୁଖକୁ ଚାହିଁ ।ନମସ୍କାର କରି ବଡ଼ ବିନୟ ହୋଇ ॥
ସୁବାହୁ କହେ ବଚନ ମୋହର ଭାଗ୍ୟ ୟେସନଦମନ୍ତୀ ଆସିଣ ମୋର ପୁରରେ ଥିଲେ ।ଆଜହୁଁ ମୋର ନବର ପବିତ୍ର ହୋଇଲା ପୁରଅଧିକ ମୁଁ କିସ କହିବଇଁ ବୋଇଲେ ।ଶୁଣି ବିପ୍ର ବେଗେ ଜଣାଇ ।ଦମନ୍ତୀକି ପଠିଆଅ ବୋଲିଣ କହି ॥
ସୁବାହୁ କରି ବିଜୟେ ଆସ୍ଥାନ ଉପରେ ହୋୟେଶ୍ରୀପଲଙ୍କ ସେହୁ ବେଗେ ସଜ କରାଇ ।ଚନ୍ଦ୍ର ସୂର୍ଯ୍ୟର ଓହାଡ଼ି ବହୁତ ଚାମର ପଡ଼ିଭୋଡ଼ଙ୍ଗିଆମାନେ ତହିଁ ଜଗିଆ ଦେଇ ।ରାଜବିଧି ଯେତେ ବେଭାର ।ଚଲାଣ ପରୀକ୍ଷା ବଳ ଘେନି ସଙ୍ଗର ॥
ଭିତର ପୁରୁ ଦମନ୍ତୀ ବିଜୟେ କରି ଆସନ୍ତିଶ୍ରୀପଲଙ୍କପରେ ଆସି ବିଜୟ କଲେ ।ସୁବାହୁ ପାଛୋଟି ଯାଇ ବହୁତ ଅକ୍ଷତ ଦେଇନମସ୍କାର କରି ସେ ବାହୁଡ଼ି ଅଇଲେ ।ପଥ ଅନୁସରି ସେ ଗଲେକିଛିଦିନେ କଟକରେ ପ୍ରବେଶ ହେଲେ ॥
କୁଣ୍ଡୀ ନଗ୍ରେ ଯେତେ ଲୋକ ପାଇଥିଲେ ବଡ଼ ଶୋକଦମନ୍ତୀ ବିଜୟ ଯହୁଁ କର୍ଣ୍ଣେ ଶୁଣିଲେ ।ବହୁତ ହରଷ ହୋଇ ଯେ ଯାହାର ବେଗେ ଧାଇଁଚକ୍ଷୁ ପୂରୋଇଣ ସମସ୍ତେ ହିଁ ଦେଖିଲେ ।ବେଗେ ଡଗରାଏ ଧାଇଁଲେ ।ଆସ୍ଥାନ ତଳରେ ପାୟେ ପଡ଼ି ଶୋଇଲେ ॥
ଶୁଣିଲୁ କର୍ଣ୍ଣାଟେଶ୍ୱର କୁଣ୍ଡୀ ନଗ୍ରର ଭିତରଦମନ୍ତୀ ବିଜୟେ କରି ଆସୁଅଛନ୍ତି ।ସୁଦେବ ବୋଲି ବ୍ରାହ୍ମଣେ ଯାଇଥିଲେ ଦୂତିପଣେସୁବାହୁ କଟକୁଁ ସେହୁ ଘେନି ଆସନ୍ତି ।ଶୁଣି ରାୟେ ହରଷ ହୋନ୍ତି ।ଶ୍ରୀଅଙ୍ଗ ବଡ଼ ତଡ଼ାଉ ଯାଚି ଦିଅନ୍ତି ॥
ଭୀମରାଜା ଉଠି ବେଗେ ପାତ୍ର ଅମନାତ୍ୟ ସଙ୍ଗେପାଛୋଟି ଯାନ୍ତେଣ ସିଂହଦ୍ୱାରେ ଦେଖିଲେ ।ଶ୍ରୀପଲଙ୍କୁ ଓହ୍ଲାଇଲେ ଚରଣତଳେ ପଡ଼ିଲେଦୁହିତାଙ୍କୁ ବେଗେ ରାଜା ତୋଳି ଧଇଲେ ।ରାଜା ବଡ଼ ଉଲ୍ଲାସ ହୋଇ ।ରୋମ ପୁଲକିତ ଚକ୍ଷୁ ଲୋତକ ବହି ॥
ଜନ୍ମ ଅନ୍ଧ ଯେହ୍ନେ ଥାଇ ସେହିକ୍ଷଣି ଚକ୍ଷୁ ପାଇଯେସନେ ଦରିଦ୍ରେ ଧନ ପ୍ରାପାତ ହୋଇ ।ଅପୁତ୍ରକର ଯେସନ ପୁତ୍ର ଜାତ ହେଲେ ମନରାଜ୍ୟଭ୍ରଷ୍ଟ ରାଜା ତାର ରାଜ୍ୟକୁ ପାଇ ।ଭୀମ ରାଜା ତେଡ଼େ ହରଷ ।ସଙ୍ଗତେ ଦୁହିତା ଘେନି ପୁରେ ପ୍ରବେଶ ॥
ସିଂହାସନେ ବିଜେ କରି ଦମନ୍ତୀକି କୋଳେ ଧରିନଳ ରାଜା କିସ କଲେ ବୋଲି ପଚାରି ।ଦମନ୍ତୀ ବିନୟ ହୋଇ ଛାମୁରେ ସବୁ ଜଣାଇଚାର ବରଗିବାକୁ ସେ ବିଚାର କରି ।ସେହିକ୍ଷଣି ବିପ୍ରେ ବହୁତ ।ଅନେକ ସେ ଧନ ଦେଲେ ରାୟେ ତୁରିତ ॥
ଧାଈ ମୃଦୁସୁଲୀ ପୁଣି ସୁତ ଦୁହିତାକୁ ଆଣିଏମନ୍ତ ସମୟେ ତାଙ୍କ କ୍ରୋଡ଼ରେ ଦେଲେ ।ହରଷେ ଘେନି ଦମନ୍ତୀ ପୁତ୍ରଙ୍କ ଶିର ଚୁମ୍ବନ୍ତିଭିତର ପୁରକୁ ବିଜୟ କଲେ ।ମାତାଙ୍କର ଚରଣ ଧରି ।ବଡ଼ ଶୋକ କଲେ ତହିଁ ନଳ ସୁମରି ॥
ମାୟେ ତୋଳି ଭୁଜେ ଧରି କହନ୍ତି ସେ ବୋଧ କରିବିଧାତା ଏସନ ତୋତେ ଭିଆଇ ଥିଲା ।ଏବେହେଁ କିସ ହୋଇବ ନଳ କି ଶୁଭେ ଆସିବତେବେହେଁ ବୋଲିବା ସିନା ଭଲ ହୋଇଲା ।ମାୟେ ମୋର ଶୋକ ନ କର ।ନିରନ୍ତରେ ମହାଦେବ ନାମ ସୁମର ॥
ଏହୁ ନଳର ଆଖ୍ୟାନ ଶୁଣନ୍ତି ଯେବଣ ଜନମହାଘୋର ବିପତ୍ତି ତାଙ୍କର ଫିଟଇ ।କହେ ମାରକଣ୍ଡ ଋଷି ରାମଙ୍କ ଅଗ୍ରତେ ବସିମଧୁସୂଦନ ୟେ ରସ ଗୀତେ ଗାଅଇ ।ଚକ୍ରଧର ଦୁଃଖ ନାଶିବେ ।ମନଚିନ୍ତା ସର୍ବ ଜଗନ୍ନାଥ ଫେଡ଼ିବେ ॥