ନବଯୁଗ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୩
- ସ୍ଥିତି
- ସାର୍ବଜନୀନ (Public domain)
ନବଯୁଗେ ନବ ସାଜେ ସାଜି ବୀରବେଶେନବଧ୍ୱଜା ଧରି କରେ ଉନ୍ନତି ଉଦ୍ଦେଶେସର୍ବ ଧରା ଅଧିବାସୀ ନବ ତାନେ ଗାଇନବୀନ ଉତ୍ସାହେ ମାତି ଦେଖ ଯାନ୍ତି ଧାଇଁହେ ଉତ୍କଳ ! କିପାଁ ତୁହି ଧୂଳି−ଧୂସରିତ,ନବୀନ ପ୍ରଭାତେ କିପାଁ ମୁକବତ ସ୍ଥିତ ?ନାହିଁ କିଛି ନବଗୀତି କଣ୍ଠେ ହେ ପତିତି !ନବ ଜ୍ୟୋତି ହେଉନାହିଁ ନେତ୍ରେ ଉଦ୍ଭାସିତ ?ତୋ ଚରଣ ଚୁମ୍ବି ଗାଏ ଅସୀମ ସାଗରକଳ କଳ ତାନେ ନଦୀ ବହେ ତୋ ବକ୍ଷର,ଲତାଦୋଳାସନେ ବସି ବନଦେବୀଗଣଗିରିବନେ ଗାଆନ୍ତି ରେ ବିଚିତ୍ର ଗାୟନ,ଦେଖୁନାହୁଁ ହା ନାସ୍ତିକ ! ସୁନ୍ଦର ମହାନତେଣୁ ତୋ ନୀରବ କଣ୍ଠୁନ ଉଠଇ ତାନ ।ସର୍ବ ସୃଷ୍ଟି ପ୍ରାଣରୂପୀ ଯେଉଁ ଭଗବାନଖଣ୍ଡ ଖଣ୍ଡ କରି ତାଙ୍କୁ ଦେଖୁ ଆନ ଆନ,ନୀତିରୁ ଧର୍ମକୁ କରି ବିଚ୍ଛିନ୍ନ ବିଭିନ୍ନବୃଥା ବାହ୍ୟ କ୍ରିୟାକାଣ୍ଡେ ରତ ନିଶିଦିନ ।ମାନବ ଆତ୍ମାର ସାର ସ୍ୱାଧୀନତା ଧନଗୁରୁ ପୁରୋହିତ କରିଅଛନ୍ତି ହରଣ,ସହସ୍ର ବର୍ଷର କୁସଂସ୍କାର ଏକତ୍ରିତହୋଇ ଶିରେ, କରେ ତୋତେ ନତ, ଭୂଲୁଣ୍ଠିତ ।ଲମ୍ପଟତା, କପଟତା, ମିଥ୍ୟା, ଲୋକଭୟଅନ୍ତଃସାର କରିଅଛି ତୋହର ହୃଦୟ ।ପ୍ରକୃତି, ସମାଜ ପୁଣି ମାନବର ଆତ୍ମାମଧ୍ୟେ ପ୍ରକାଶିତ ଏକ ଅଖଣ୍ଡ ପରାତ୍ମା ।ଜାତିଭେଦ ଜଡ଼ପୂଜା କର୍ତ୍ତବ୍ୟହୀନତାଅପଭୟ ତେଜି, ପୂଜ ମହାନ ଦେବତା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ