ମେଘାଲୋକେ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୯
- ସ୍ଥିତି
- ସାର୍ବଜନୀନ (Public domain)
ଝିପି ଝିପି ଝିପି ବରଷେ ମେଘ,ବତାସର ଆଜି ତୀବ୍ର ବେଗ,କଂପେ ଛାତି,ନାହିଁ ପଶେ ମୋର ପରାଣ ସାଥି ।୧।‘‘ରାମଗିରି’’ ମୋର ଭଗ୍ନ କୁଟୀ,ଦଇବ ନେଇଛି ହର୍ଷ ଲୁଟି,ଦୁଃଖେ ଆଜି,ମନବଳ ମୋର ଯାଇଛି ଭାଜି ।୨।ଅଳକାପତି ସେ କୁବେର ଶାପେଯକ୍ଷ ଯେସନ ଦିବସ ଯାପେ,କର୍ମ ଯୋଗେ,ବର୍ଷକ ଲାଗି ବିରହ ଭୋଗେ ।୩।ବନ୍ଦୀ ସମ ମୁଁ ଏକାକୀ ଗୃହେ,ସିକ୍ତ ଗଣ୍ଡ ଉଷ୍ଣ ଲୁହେ,ଦୃଷ୍ଟି ଢାଳି,ଚାହିଁଛି ଊର୍ଦ୍ଧ୍ୱେ ପ୍ରିୟାରେ ଭାଳି ।୪।ଆଠୋଟି ମାସର ଅନ୍ତେ ପୁଣି,ଜଳଦମନ୍ଦ୍ର ଶବ୍ଦ ଶୁଣି,ଅଙ୍କେ ତା’ରଦେଖି ଏ ଚପଳା ବାରମ୍ବାର ।୫।ମନେ ପଡ଼େ ମୋର ଅତୀତ କଥା,ଘୂରି ଉଠେ ପୁଣି ଏ ମୋର ମଥା,ପତ୍ନୀ ଲାଗି,ଅନ୍ତରେ ଉଠେ ବେଦନା ଜାଗି ।୬।ମେଘକୋଳେ ଯଥା ବିଜୁଳି ଶୋହେ,ଦର୍ଶନେ ଜନ ଚିତ୍ତ ମୋହେ,ତାହାରି ସମ,ରାଜେ ବିପରୀତେ କାନ୍ତା ମମ ।୭।ଲଜ୍ଜା, ହର୍ଷ ଉଭୟ ସାଥେ,ପୁରୁଷାୟିତରେ ପ୍ରିୟା ମୋ ମାତେ,ବର୍ଷା ସମ,ଶାନ୍ତ କରାଏ ଚିତ୍ତ ମମ ।୮।ଉତ୍କଣ୍ଠାର ତଟିନୀ ଗ୍ରାସେ,ଦମ୍ଭ-ପାଦପ ସହସା ଭାସେ,କ୍ଷଣକୁ କ୍ଷଣ,ପୁଲକିତ ହୁଏ ମୋ ଅପଘନ ।୯।ନବକଦମ୍ବ ପୁଷ୍ପ ପରି,ପୁଲକେ ଶରୀର ଉଠଇ ଥରି,ବାରଂବାର,ଜଳଦରେ ! ନାହିଁ ଉପମା ତା’ର ।୧୦।ନୃତ୍ୟନିପୁଣା ମୟୁରୀ ସମ,ପ୍ରିୟା ମଥାବେଣୀ କି ଅନୁପମ,ଛନ୍ଦ ତୋଳି,ନର୍ତ୍ତନ ଛଳେ ଖେଳଇ ଦୋଳି ।୧୧।କାମକେଳିରତ କାଳେ ମୋ ବାଳା;ଦୋହଲେ ବକ୍ଷେ ମୁକ୍ତାମାଳା,ଛିଡ଼ଇ ତାହା,ବକପନ୍ତିର ଦୃଶ୍ୟ ଆହା ।୧୨।କଟି ମେଖଳାର ଶବ୍ଦ ଯାହା,ପିନ୍ଧିଥାଏ ମୋ ପ୍ରେୟସୀ ଆହା,ଭେକର ସ୍ୱନ,ସମାନ ସେ ହରି ନିଏ ମୋ ମନ ।୧୩।ଉନ୍ନତ ତାର ଉରଜ ଦୁଇ,ମନ ଭରି ଯେବେ ମର୍ଦ୍ଦେ ମୁହିଁ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର