ମେଘ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
ଏକାଧାରେ ଧରୁ ଘନ, ଜଳ ବଜ୍ରାନଳ,ଭୀଷଣତା ଲାଳିତ୍ୟର ଅଟୁ ସାମ୍ୟ ସ୍ଥଳ ।ବିଧାତା ଅନନ୍ତ ଭୂମା କେଜାଣି କିପାଇଁ,ରଖନ୍ତି ଦୁର୍ଲଭ ଦ୍ରବ୍ୟେ ଭୀତି ବିଜଡ଼ାଇ ।ସର୍ପ ଶିରେ ବିଷ ମଧ୍ୟ୍ୟେ ଅବସ୍ଥିତ ମଣି,ଚନ୍ଦନରେ ଜଡ଼ିଥାନ୍ତି ସଦା କାଳଫଣୀ ।ପାଳୁ ତୁହି ସୃଷ୍ଟି ଦେଇ ଯଥାକାଳେ ନୀର,ସାର୍ଥ କରୁ ଶସ୍ୟଶ୍ୟାମା ନାମ ଧରଣୀର ।ହେଉନ୍ତୁ ପଛକେ ରାଜା ନାମେ ନରପାଳ,ମାତ୍ର ତୁହି ସର୍ବପାଳ ନିଶ୍ଚେ ଖତମାଳ ।କାମରୂପୀ ତୁହି ଉଠି କରଭ ପ୍ରମାଣମୁହୂର୍ତ୍ତକେ ଘୋଟିଯାଉ ସମଗ୍ର ବିମାନେ ।ଗିରିବନେ ଥାଇ ତୋତେ ଅନମ୍ବରେ ଦେଖି,ପ୍ରେମେ ନାଚେ କେକୀ କ୍ଷୁଧା ପିପାସା ଉପେକ୍ଷି ।ପ୍ରାଣେ ସେ ଯେପରି ତୋତେ ଭଲପାଏ ଘନ,ତୁ ତାହାକୁ ସ୍ନେହ ନେତ୍ରେ ଦେଖୁ କି ତେସନ ?ନୋହୁ ତୁ ଅଭ୍ୟସ୍ତ ଯେବେ ପ୍ରତିଦାନ ପାଇଁ,ବିଶୁଦ୍ଧ ବନ୍ଧୁତା ତୋତେ କିଛି ଜଣା ନାହିଁ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ