ମଞ୍ଚେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୧
- ସ୍ଥିତି
- ସାର୍ବଜନୀନ (Public domain)
ନଦୀ ପାରିହୋଇ ଗଲେ,ମଞ୍ଚେଶ୍ୱର ପୀଠ ଭଲେ ।ହୁଏ ନୟନଗୋଚର,ପବିତ୍ର ଗିରିଶିଖର ହେ ।୧।କୁଟୀରଘର ନିର୍ମାଣି,ଗିରିତଳେ କେତେ ପ୍ରାଣୀ ।ରହିଛନ୍ତି ସୁଖମନେ,ମଞ୍ଚେଶ୍ୱର ଆରାଧନେ ହେ ।୨।ଦେବବିଧି ଅଛି ଯେତେ,ଏଥି ହୁଏ ସବୁ ତେତେ ।ମୋ ଦଶା କର ଖଣ୍ଡନ,ମଞ୍ଚେଶ୍ୱର ପଞ୍ଚାନନ ହେ ।୩।