ମଣିକାଞ୍ଚନ
କୁନ୍ତଳା କୁମାରୀ ସାବତ · ଭାଗ ୫ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ଝର ଝର ଝର ଭରା ବଉଦରୁଝରି ପଡ଼ୁଥିଲା ଧାର,ଥର ଥର ଥର ଥରି ଉଠୁଥିଲାତନୁ ତରୁ ଲତିକାର ।ସର ସର ବହେ ସମୀରମରମର କଥା- ମରମେ ଉଲ୍ଲସିଉଠେ କି ସାବିତ୍ରୀ ଶରୀର ।ଜର ଜର ପ୍ରେମ-ପାଣିରେଝର ଝର ଆଖି ଯୋଡ଼ିକ ନିରେଖିକହିଲା ଚପଳା ଠାଣିରେ,ତରଳ ଗଳାରେ ମାଳତୀ,ଗରଳ ପିଇଲୁ ଏତେଦିନେ ସଖୀଜଳାଇଲୁ ପ୍ରେମ ଆଳତୀ ।ଛନ ଛନ ମନ କିମ୍ପା ଲୋ ତୋହରଛାର ବନବାସୀ ପାଇଁ କି?ଛପନ କୋଟିରେ ଗୋଟିଏ ନୃପତି-ନନ୍ଦନ ମିଳିବେ ନାହିଁ କି ?ଛତ୍ର ଧରିଥିବେ ଶିରେ,ଛତ୍ରିଶ ପାଟକ, ଚରଣ ପୂଜାରେଥିବେ ନିତି ସବିଧିରେ ।ଛାମୁରେ ବଢ଼ାଇ ଖଟଣିଛଣା ପୀୟୂଷକୁ ବଳି ସୁଖ ତୋରହୋଇବ ଲୋ ଜେମାମଣି ।ଛଟକ ବିଜୁଳିହାସୀ,ଛି ଛି ଭୁଲ ତାହା କଥା ଲୋ ସୁନ୍ଦରୀ,ସେ ଦରିଦ୍ର ବନବାସୀ ।ସବୁ ସଖୀଯାକ ମାଳତୀ କଥାରେମଥା ନୁଆଁଇଲେ ହସି,ଶର ସବ ସାବି ମରମେ ବାଜିଲାଧୈର୍ଯ୍ୟ ତା’ ପଡ଼ିଲା ଖସି ।ସରୋଷେ ଚାହିଁଣ ସଖୀଙ୍କିସୁଗମ୍ଭୀର ସ୍ୱରେ ସଂଯତେ ଭାଷିଲାଲାଜ ତୁମର ନାହିଁକି ?ସମାନ ସବୁରି ବୁଦ୍ଧି,ସତ୍ୟ ସାର ହେଳି, ବଳାଅ ମୋ ମନଭଜିବା ପାଇଁକି ରୁଦ୍ଧି,ସହୀ ଏକି ସଙ୍ଗ ଫଳ ?ଶ୍ରବଣେ ଶୁଣିଲି ଏ ପାପ ବଚନ,ନ ପିଇଲି ହଳାହଳ !ବନବାସୀ ବୋଲି ଅନାଦର ଯା’ରେକରୁଛି ତୁମରି ମନ,ବହୁ ତପସ୍ୟାର ଫଳ ମୁଁ ଭାବିଛିତା’ର ତିଳେ ଦରଶନ ।ବିମଳ ବଦନ ଜ୍ୟୋତିରେବସୁମାତୀ ମାତା ପୂତ ହୋଇଲେ କିଭାଳେ ମନେ ଦିନରାତିରେ ।ବାରିଜ ରଜ ଶ୍ରୀପଦରବାରେ ଲଭିଲେ ମୋ ଜୀବ ଭଜିବ ଲୋ,ଚତୁବର୍ଗ ଫଳ ଜନ୍ମର,ବୀଣାଜିରା ବାଣୀ କଣ୍ଠରବାରେ ଶୁଣିଲେ ଏ ଶରୀର ତରିବତ୍ରିତାପ ଜ୍ୱାଳାରୁ ଭବର ।କହିଲା ମାଧବୀ, ବାନ୍ଧବୀ ନ ଧରରୋଷ ଆମ କଥା ଛଳରେ,କରୁଣା କୋମଳ ମନଟି ତୋହରଚିରକାଳ ଜାଣୁ ଭଲରେ ।କପଟ ନ କର ସଖୀଙ୍କିକି ଗୁଣ ଦେଖି ତୁ ଭୁଲିଲୁ କମଳା,ଅରପିଲୁ ପ୍ରାଣ କାହିଁକି ?କନ୍ଦରପ ରୂପ ଦରପେକଳାକର ଜିତ- ବଦନା କହ ନାକିମ୍ପା ଭୁଲିଗଲୁ ଅଳପେ ?କଳେ କଉଶଳେ କେହି ତକେବେ ପାରି ନାହିଁ, ମନ କିଣି ତୋର,ଦୂରୁ ଦେଖି ହେଲୁ ମୋହିତ ?ନୟନେ ନୟନ ପଡ଼ିଲା ମାତରେଛାତି ଧଡ଼ ଧଡ଼ ତୋହରି,ନ ଶୁଣିଲୁ କାହା ବିନୟ ବଚନଆଶ୍ରମେ ନ ଗଲୁ ସୁନ୍ଦରୀ ।ଚୋରିକ କଲା ଲୋକ ପରାଏଚଞ୍ଚଳ ଚରଣେ ବାହୁଡ଼ି ଅଇଲୁକି କଥା କହନି ଭଲା ଏ ?କିଏ ଜାଣିଥିଲା ତୋ ମନ ?କୁଣ୍ଠିତ ହେଲୁ ତୁ ଆଶ୍ରମ ଦର୍ଶନେଆସି ଏ ସୁଦୂର କାନନ ।ଆସିଥିଲୁ ଯାହା ପାଇଁକିଆନନ୍ଦରେ ଥରେ ଦେଖି ନେଇଥିଲେକିଏ କହିଥାନ୍ତା ନାହିଁ କି ?କହିଲା ସାବିତ୍ରୀ ଆଶ୍ରମ ବାସ ତଅଛି ମୋ କପାଳେ ଦିନେକିପାଁ ପରିଚୟ କରିଥାନ୍ତି ଆଗୁଁଦୁଃଖ ଦେଇ ଧନହୀନେରାଜକୁମାରୀର ବେଶେସୁରଙ୍ଗ ରାଜୀବ- ଚରଣ ଭେଟିବାବ୍ୟଥା ଦେବ ସବିଶେଷେ ।ଯେ ଦିନେ ବନବାସିନୀ–ବେଶେ ସୁବିଧିରେ ବସିବି ପୟରେଆସେ ସେଦିନ ସଙ୍ଗିନୀ ।ଓହ୍ଲାଇବି ଅଳଙ୍କାରେ,ସାଜିବି ଶରୀର ତରୁ ବଳକଳେପିନ୍ଧି ସଜ ଫୁଲହାର ।ନୀରବ ନୟନେ ନଳିନ – ନୟନାବଦନେ ଚାହିଁଲେ ଧୀରେ,ଅତି ସୁକୁମାରୀ କୁମାରୀ ପଣରେବୁଡ଼ିଲେ କି ଭାଳେଣିରେ ।ଏ କଷ୍ଟ ଦେବ ଦଇବକୁଶାଙ୍କୁର ପ୍ରାସ ପଙ୍କଜ ପୟରକହ କିପରି ସହିବ ?କର୍କଶ ବଳ୍କଳେ ପୁଣିଝୀନ କଉଷେୟ ବସନ ଧନୀରକ୍ଳେଶ ରାଶି ହେଲେ ଗୁଣି ;ଏ କି ଅଦ୍ଭୁତ କଥା,କିଛି କହିବାକୁ ନୋହିଲା ସାହସଦେଖି ସଖୀର ଦୃଢ଼ତା ।ସ୍ୱଭାବେ ଗମ୍ଭୀରା, ସଖୀଙ୍କି ସାବିତ୍ରୀନ କହିଲେ ଆତ୍ମ କଥା,ଦୂର ଗଗନକୁ ଚାହିଁ ନିବାରିଲେନୟନ ମନର ବ୍ୟଥା ।ଫେରୁଛନ୍ତି ନିଜ ଘରସ୍ୱୟଂବର କଥା ଶୁଣି କି ଭାବିବେବତ୍ସଳ ମାତା ପିଅର ।ବରିଲା ବନବାସୀ କିଅନୁମତି ପରା ଦେଇଥିଲେ ପିତାଦେବେ ଦୋଷ ସେ କାହିଁକି ?ଗୁଣବାନ ସତ୍ୟବାନଧର୍ମ-ଧୀର-ମତି ବୀର ପ୍ରାଜ୍ଞ ଯତିଆଦର୍ଶ କ୍ଷତ୍ର ସନ୍ତାନ ।ମାତାର ମୁଖଟି ମନେ ପଡ଼ୁଥାଏବଢ଼ୁଥାଏ ବ୍ୟାକୁଳତା,ମରମେ କାନ୍ଦିବେ ଶେଷେ ସ୍ନେହମୟୀଭାଳି ଦୁହିତାର ବ୍ୟଥା ।ବନବାସ କ୍ଳେଶ-ରାଶିମିଳିଲା କପାଳେ ମହାନିଧି ଆହାଅବଧି ଦେଲା ବିନାଶି ।ଅମା ନିଶି ଯଥା ଶଶୀକି,ମିଳିନ୍ଦ ମାଗଇ ମକରନ୍ଦ ପାନକମଳ କୋଳରେ ପଶିକି ?ପୀୟୂଷ ପାତ୍ରରେ ବିନ୍ଦୁଟିବିଷ ପରଶିଲା ବିହି କି ବିଚାରେଲୁଣି କଲା ନୀଳ ସିନ୍ଧୁଟି ।ସୁଖ ଦୁଃଖ ବେନି ଘେନି ଏ ଅବନୀଏଡ଼େ ମାୟାମୟ ମରତେ,ସୁଖ ଖୋଜି ଖୋଜି ଶୋକରେ ସଢ଼ନ୍ତିସୁଖ ଆଶାଟି ତ ବରତେ ;ପୂରୁ କି ନ ପୂରୁ କାମନାସମ୍ପତ୍ତି ସନ୍ତତି ସବୁରି ବାସନାସହି ପଛେ ଶତ ଯାତନାକି ମାୟା ଅଞ୍ଜନ ନୟନେ-ସାର ତେଜି ଗଳା- ହାର କରିଛନ୍ତିଯା ଲାଗି ମରନ୍ତି ଜୀବନେ ।ରାଜ୍ୟ ସିଂହାସନ ନ ଥାଇସତ୍ୟବାନ କେଉଁ ଗୁଣେ ଊଣା କିନ୍ତୁକେହି ନ କରେ ତା’ ବଡ଼ାଇ ।ବଡ଼ ଜଗତରେ ପଦ ଗଉରବସୁନା ରୁପା ମାଟି ବିକାର,ବଡ଼ ଜଗତରେ କନକ ଆସନରାଜଛତ୍ର ସୈନ୍ୟ ସମ୍ଭାର;ଗୁଣମଣି ଚିହ୍ନେ ବଣିଆବାହାର ଝଟକ ପରଖି ନେବାରଏକା ସେ ମଣିଷ-ପଣିଆକିପାଁ ମନ ଏଡ଼େ ବିରସ ?ବରିଲି କାନନ- ଚାରି କୁମାରକୁକଣ୍ଟକିତ ଫୁଲ ସରସ ।କଣ୍ଟକିତ କିଆ କେତକୀବନେ ଫୁଟି ବନେ ମଉଳେ ବୋଲି କିନ ରସିବି ବନମଲ୍ଲୀ କି ?କି ତେଜ-ପୁଞ୍ଜରେ ଝଲସାଇ ଆଖିଉଭା ହୋଇଥିଲେ ସେଦିନ,ରୂପ ଗରିମାରେ ନୃପକୁମାରୀ ମୁଁନିଜକୁ ମଣିଲି କି ହୀନ ।ସହଚର ବେନି ମଝିରେପର୍ବ-ଶର୍ବରୀଶ ପରାଏ ଶୋଭିଲେଜବା କି ଯୁଥିକା କତିରେ ?ଆହା ସେଦିନର ଠାଣିକିଭୁଲିପାରିବ କି ଏ ନୟନ ମୋରପିଇଛି ଯେ ସୁଧା ଛାଣି ଟି ?କି ଥିଲି କି ହେଲି ନିମିଷେ,ନବ ନୀରଧର ନୀଳ ଇନ୍ଦୀବରଶୋଭା ଚାହିଁ ମରେ କୁଳିଶେ ।ପ୍ରେମ ପୁଲକରେ ନ ପଡ଼େ ପଲକଅକଳଙ୍କ ବାମା ନୟନେ,ଶ୍ରାବଣର ଧାରା ବାଜେ ଘନ ଘନସରମ-ସରସ ମରମେ ।ସ୍ୱଭାବେ ତ ବନ ଭୂଇଁବରଷା ସକାଶେ ଆଶା ଘେନିଥିଲେପଡ଼ିଥିଲା ମହୀ ଛୁଇଁ ।ଯହିଁ ଗହନ ଓହଳବିଶାଳ ବଟର, କୁଟୀର ରଚନାକରିଥିଲେ ସଙ୍ଗୀ ଦଳ ।ଫେରୁଥିଲେ ଦେଶେ ପରା ?ସେନାପତି ସାତ- ବାହନ ପୁରୁଷୋତ୍ତମମନ୍ତ୍ରୀ ଅତି ତ୍ୱରା ।ଜାଣି ନେଇଥିଲେ ସରବେ ସାବିତ୍ରୀସତ୍ୟବାନର ବରଣ,କିଛି ନ କହିଲେ ସଚିବ ପ୍ରାଚୀନଭଳି ନରେଶ ବାରଣ ।କିନ୍ତୁ ସେନାପତି ସଙ୍ଗରେକହିଲେ ଗୋପନେ, ବନବାସ କେଳିକିପରି ବହିବେ ଅଙ୍ଗରେ ?ସୁକୁମାରୀ ରାଜକୁମାରୀ,କହେ ସପ୍ତରଥୀ ସପତ-ବାହନମନରେ ଦେଖ ହେ ବିଚାରି ।ଏକମାତ୍ର ସୁତ ପିତାରଗୃହ ଜାମାତାର ପଦରେ କରିବେନାହିଁ ତହିଁ କ୍ଷୋଭ ଧିକ୍କାର ।