ମଣିକାଞ୍ଚନ
କୁନ୍ତଳା କୁମାରୀ ସାବତ · ଭାଗ ୪ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ନୀରବ ନିଶ୍ଚଳ ଦିବା ଦ୍ୱିପ୍ରହରରୌଦ୍ର ହେଲା ଖରତର,ପତ୍ର ଅନ୍ତରାଳେ ନୀରବ ପତତ୍ରୀ,ଶୁଭେ ମାତ୍ର ବାତ ସ୍ୱର,ଏହି କାଳେ ତରୁ ତଳେବସନ୍ତ ସୁରଥ ସହ ସତ୍ୟବାନଶଯ୍ୟା ରଚି ଦୂର୍ବାଦଳେଭାବନ୍ତି ସେ କେତେ କଥା,ରହି ରହି ତହିଁ ଉଛୁଳି ପଡ଼େ କିଅନ୍ତର ଅବ୍ୟକ୍ତ ବ୍ୟଥା !ସୁବିସ୍ତାର ବଟ- ବିଟପୀ ଛାୟାରେଶାୟିତ ସୁରଭିକୁଳଚରା ଛାଡ଼ି ମୃଗୀ ଶାବକ ସହିତେଆଶ୍ରିଛନ୍ତି ଦ୍ରୁମ ମୂଳ,ଚମ୍ପା ଚୂତ ବେନି ଯହିଁଭୂଜ ଛନ୍ଦାଛନ୍ଦି ଡାଳ ବନ୍ଧାବନ୍ଧିଫୁଲେ ପଡ଼ିଛନ୍ତି ନଇଁ,ନବୀନ ମୁକୁଳ ମାଳେ,ଆଲିଙ୍ଗନ ଛଳେ ଚାହାନ୍ତି ବେନିଏ;ନିରେଖି ସତ୍ୟ କି ଭାଳେ ?ବେନି ମନ ରସି ପିକ ସୁରସିକହେଲେ ତହି ପଞ୍ଚ ସ୍ୱର,ଆକୁଳେ ଦକ୍ଷିଣା ପବନ ପରଶେଚମ୍ପା କି ବଢ଼ାଏ କର !ଚମ୍ପା ଚହଟ ସୁଷମାଦେଖିଥିଲା ଆଖି ରହିଥିଲା ଲାଖିବୁଡ଼ି ତ ଥିଲା ଚେତନା;ଶୁଭ ପ୍ରଭାତେ ନବୀନାକାହିଁ ହଜିଗଲା, କାହିଁ ଲୁଚିଗଲାକିପାଁ କରିଗଲା ଦୀନାକୋକିଳର କୁହୁ ପ୍ରାଣେ ବାଜି ତା’ରଉଲ୍ଲସି ଉଠଇ ଶ୍ରୁତି,ଛାତି ଚମକଇ ରକ୍ତ ଥମକଇଲହସି ପଡ଼ଇ ଧୃତି ।ଏ ତ ଅଧୀର ଅଶାନ୍ତ ଯୌବନତାପସ ସଂଯମେ ଋଷିର ଆଶ୍ରମେକରିଛି ସିନା ଶାସନତଥାପି ମନ କି ମାନେ ?ରହି ରହି ତା’ର ରୂପ-ରାଜୀବଟିଫୁଟି ତ ଉଠୁଛି ପ୍ରାଣେ ।ଫୁଲେ ଫୁଲେ ଆଜି ଝରେ ନବ ଶୋଭାନବ ଶ୍ୟାମ ଶଷ୍ପଦଳେ,କାହାକୁ ନିରେଖେ ଆକୁଳ ପରାଣେନୀଳ ନଭେ, ଜଳେ, ସ୍ଥଳେ;କିଏ ତା’ର ଗଳା ହାର ?ମନୋମରୁ ଶୀତ ମନ୍ଦାକିନୀ ଧାରାମରତ ମାଧୁରି ସାର ।କିପାଁ କରିଗଲା ପରଧାରକରା ଛୁରି ଗଳାରେ ଦେଇ ସେଚାଲିଗଲା ନିଜ ଘର ।କାହାକୁ କହିବ ଏ ବ୍ୟଥା ତରୁଣସାଥୀ ବେନି ମିତ୍ର ବିନା,କ୍ଷତ ଗଭୀରତା ନ ବୁଝି ସେହି ତପରାସେ ହସିବେ ସିନାସାବିତ୍ରୀ କିଏ ସେ ତା’ର ?କାହା ପାଇଁ ସେହି ମଉନେ ଝୁରଇଗୋପନେ ଲୋତକ ଧାରବହଇ ନୟନୁ ନିତି ?ଉଷ୍ଣ ହୃଦଶ୍ୱାସେ ଶ୍ୱାସ ମିଶାନ୍ତି କିଫୁଲଝରା ତରୁବୀଥି ।କେ କାହାର ଭାବେ କେ ଜାଣଇ ଲବେତଥାପି ତା’ ବିନା ମନ,ସରଗ ସମ୍ପଦ ଏଡ଼ିପାରେ ହେଳେତା’ ବିନା ଶୂନ୍ୟ ଭୁବନ;(ତା’) ପାଦ ପରଶ କୋମଳଛାଡ଼ି କରତିଲା, ରକ୍ତ ତରପଣେମରଇ ପଳକୁ ପଳ ।ବନବାସୀ ରାଜକୁମରନାମ ଜପାମାଳି ସାର ସିନା ଲାଭଆଶା ମାତ୍ର ବାତୁଳର ।କି ଥିଲା କି ହେଲା ଏହି କେତେଦିନସତ୍ୟବାନ ଜ୍ଞାନୀ ଧୀରଛି ଛି ! ଛାର ପ୍ରାଣ, ଛାର ବିଦ୍ୟା ବୁଦ୍ଧିନୁଆଁଇଲା ଯାହା ଶିର;ସାମାନ୍ୟ ବାଳା ଚରଣେ,ଏ ଦୁଃଖ କିପରି ଘୁଞ୍ଚିବରେ କହପାପିଷ୍ଠ ବିନା ତୋ ମରଣେ !କାହିଁ ତୋର ସୁଖ ଶାନ୍ତିଗାୟତ୍ରୀ ଜପିଲା ଭଳି ସାବିତ୍ରୀକୁଜପୁ ନିତି ଏ କି ଭ୍ରାନ୍ତି !ସତେ ସେ ତୋହରି ପାଇଁ ଝୁରିମରେଶତ ରାଜସୁତ ଥାଉଁ,ନ ହେଲା କଥାକୁ କୋଟିନିଧି କରିବୃଥା ଆକାଶେ ଅନାଉ ।ଆକାଶ କୁସୁମ ମାଳାରେବରଣ କରିଛୁ କି ସେ ରୂପସୀକୁମରିବୁ ତା’ ବିଷ ଜ୍ୱାଳାରେ;ଆହା ସେ ପବିତ୍ର ସୁନ୍ଦରସାକ୍ଷାତ ଶଙ୍କରୀ, ଦେବୀ କ୍ଷେମଙ୍କରୀକରୁଣାନିଳୟ ଶ୍ରୀକର ।ଚିର ବ୍ରହ୍ମଚାରୀ ରହିବ କି ସତ୍ୟତା’ ଶୁଭ୍ର ସୁଷମା ଧ୍ୟାନେ,ଚିର ଯୋଗୀ ହୋଇ ବୁଲିବ କି ବନେନିତି ନାମ ସ୍ତବ ଗାନେ ?ଲାଜେ ମରୁଛି ମରମେ,କାହା ଆଗେ ବ୍ୟଥା କହିବ ସରାଗେଜିହ୍ୱା ଜଡ଼ିତ ସରମେ,ପୁଣି, ନ କହିଲେ ଫାଟେ ଛାତିପର ପାଦେ ପ୍ରାଣ ଅରପଣ ହେତୁଏ କି ଅହେତୁକ ଶାସ୍ତି ?ସତୀ ସିନା ପତି ପାଦପଦ୍ମ ଧ୍ୟାୟେସତୀରୁ ବଳିଛି ସତ୍ୟ,ନାମେ କର୍ମେ ଏକ ଧର୍ମ ରଖି ଟେକମନରେ ଧରିଛି ତଥ୍ୟ;ପ୍ରେମେ ସମ ନର ନାରୀଥରେ ଯାରେ ଗଳା- ମାଳା ମଣି ସୁଖେଘେନିଅଛି ବନଚାରୀ ।ହେବ ତା’ ପାଇଁ ବୈରାଗୀତଥାପି ତାହାର ସ୍ମୃତି ଫିଙ୍ଗିବାରହେଲେ ନ ପାରିବ ତ୍ୟାଗୀ ।ବଚନ ସାଧୁର ନ ଟଳଇ ଚିରପଶ୍ଚିମେ ଉଇଁଲେ ରବି,ଥରେ ହୃଦ-ସରେ ଫୁଟିଛି ରାଗରେଯାହାର ରାଜୀବ ଛବି;ରୁଚିର ସେ ବରରୁଚି,ବରବରଣୀକି ନ ପାଇଲେ ନିକିମନୁ କି ଯିବ ତା’ ଘୁଞ୍ଚି !ହୀରାରେ କଟିଛି କାଚଗାର ତା’ ଅମର ନୁହେଁ ଲିଭିବାରଅଯୋଗ୍ୟତା ପଛେ ବାଛ ।ନୁହେଁ ସରି ସିନା ସଂସାର ସଂପଦେପ୍ରେମିକ ପଦେ କି ଊଣା,ଚନ୍ଦନ ସୁବାସ ନାହିଁ ବୋଲି କାହିଁଲୋକେ କି ଫିଙ୍ଗନ୍ତି ଝୁଣା !କୋକିଳୁଁ ବଳେ ତ ସାରୀବନେ ବନେ ବୁଲି ଗୀତ ସେ ଗାଇବମନ ଦୁଃଖ ମନେ ମାରି ।ଚିର ଜୀବନ-ଯାମିନୀନ ହେଉ ପ୍ରଭାତ ନ ଉଦୁଁ ତପନନ ଫୁଟୁ ଫୁଲ କାମିନୀ ।ନାରୀର ଏକା କି ଲୋଡ଼ା ସତୀଧର୍ମପୁରୁଷ କି ସ୍ୱେଚ୍ଛାଚାରୀ !ଥରେ ହୃଦ ଯଦି ଫିଙ୍ଗି ଦେଇଛି ସେଆଉ ନୁହଇ କାହାରି ।ଜପିବ ଜୀବନ ସାରା,ଚିର ନିଦାଘେ ସେ ଜଳିପୋଡ଼ି ମରୁନ ବରଷୁ ପ୍ରେମ ଧାରା;ନ ଫୁଟୁ ଜୀବନ ଫୁଲପତର କୋଣରେ ମରିବ ମଉଳିନ ଗାଆନ୍ତୁ ଅଳିକୁଳ ।ତାହାରି ନାମରେ ବୀଣା ସେ ବାଇବନ ଶୁଣୁ ପଛେ ତା’ କାନ,ତାହାରି ସ୍ୱରୂପ ମାନସେ ଧ୍ୟାଇବନ ବୁଝୁ ପଛେ ତା’ ପ୍ରାଣ ।ନ ପଡ଼ୁ ତାହାର ଆଖି,ହୃଦ କଟା କ୍ଷତେ ନିତ୍ୟ ରହୁଥାଉନୈରାଶ୍ୟ ଲବଣ ଲାଖି;ସେ ପରା ଭାରତ ସୁତକଥା କର୍ମ ଯାର ସତ୍ୟର ଆଧାରଧରମ ଆଦର୍ଶପୂତ ।ନିଜର ବୀରତ୍ୱେ ନିଜେ ବୀର ସେହିଧୀର ଶାନ୍ତ ସ୍ନେହମୟ,ସାନ ଶିଶୁ କାଳୁଁ ସଂଯମ ସାଧନାଶିଖିଛି କାମନା ଜୟ ।ଆକୁଳ ଉନ୍ମତ୍ତ ଚିତ୍ତେଯଶୋମାନ ତେଜି ନ ଯିବ ସେ ଖୋଜିକର୍ମେ ନ ଲଭିବା ବିତ୍ତେ ।ସାଧନାରେ ସର୍ବ ସିଦ୍ଧିଆତ୍ମଜୟୀ ଶୂର ଦେବତା ବୋଲାଏଚିର ପୁରାଣ ପ୍ରସିଦ୍ଧି ।ଧ୍ରୁବତାରା ଚାହିଁ ଆକୁଳ ଅର୍ଣ୍ଣବେକର୍ଣ୍ଣ ଧରେ ତରଣୀର,ତରଙ୍ଗ ତାଡ଼ିତ ମନେ ନୋହି ଭୀତଯେସନେ ନାବିକ ଧୀରପ୍ରେମ ଧ୍ରୁବତାରା ଚାହିଁତେସନେ ତାହାର ସରିବ ସଂସାରକ୍ଷୋଭ ତହିଁ କାହିଁପାଇଁ ?ବୃଥା ନ ଯିବ ଜୀବନଜନକ ଜନନୀ ପଦ ଅରଚନାମଣିବ ବ୍ରତ ପରମ ।ଦିବୁଁ ବଡ଼ ପିତା ପୃଥିବୀଠୁଁ ମାତା,ଇଷ୍ଟଦେବତା ଯୁଗଳ,ଆତ୍ମା ପ୍ରାଣ ଢାଳି ସେବିବ ତପସ୍ୱୀପୂତ ପୟର କମଳ ।ଲଭି ଚତୁବର୍ଗ ଫଳତରିବ ତୁରନ୍ତେ ତ୍ରିତାପ ତାପିତସଂସାର ସିନ୍ଧୁ ଗରଳ ।କିବା ଛାର ମାଟି ଦେହଚଉଷଠୀ ରୋଗ ଭୋଗ ଯା ମନ୍ଦିରତହିଁରେ କିପାଁ ଏ ସ୍ନେହ ?ଶତ ଶାସ୍ତ୍ର ପାଠେ ବହିଯିବ ଦିନପ୍ରାତଃ ସନ୍ଧ୍ୟା ବେଦଗାନେ,ଦେବତା ବେଦୀରେ ନଇବେଦ୍ୟ ସମଦୁଃଖ ସେ ଅର୍ପିବ ଧ୍ୟାନେ ।ଆଚରି ନିଷ୍କାମ ବ୍ରତ,କରି ଚରଣ ତା’ ଜଗତର ହିତେଲାଗିଥିବ ଅନୁବ୍ରତ ।କିବା ସୁଖ କିବା ଦୁଃଖଏକ ଧର୍ମେ ଜାଣି ବେନି ବାଣୀ ନିଜମନକୁ କରିବ ମୂକ ।ଅନନ୍ତ ଆକାଶ ଅନାଇ ଅନାଇଅରୁଣ ନୟନ କୋଣେ,ଅଶ୍ରୁ ବିନ୍ଦୁଟିଏ ସଞ୍ଚିଥିଲା ତାହାପଡ଼ିଗଲା କି କୁକ୍ଷଣେସୁପ୍ତ ସୁରଥ ବକ୍ଷରେ;ତପତ ଲୋତକ ପରଶି ତାହାରନିଦ୍ରା ଭାଙ୍ଗିଲା ସତ୍ୱରେ ।ଛାଇ ଛାଇ ନିଦ ପରାଦିହି ପହରିଆ ମଧୁର ତାତିରେଆଖି ଢୁଳିପଡ଼େ ତ୍ୱରା ।ଅଳପ ହସିଲା ଚାହିଁ ସତ୍ୟବାନେମର୍ମ୍ମ କଥା ନେଲା ଜାଣି,କ୍ଷୀର ନୀର ମିଶା ପାଣିରୁ ମରାଳକ୍ଷୀର ଯଥା ନିଏ ଛାଣି ।ରଙ୍ଗ ଲୋଚନ ନିରେଖିଛଳି କହିଲା ସେ ଚପଳ ତରୁଣସତ୍ୟର ବ୍ୟଥା ଉପେକ୍ଷି;ରମଣୀ ପରାୟେ କାନ୍ଦକି ଛଳେ ଛଳନା- ମୟୀ ପାତି ଦେଲାତୁମ ପଦତଳେ ଫାନ୍ଦ !କି ଧୀର କି ବୀର କି ତେଜି ତରୁଣକେତୋଟି ଦିନରେ ଆହା,ପ୍ରେମ ପାଗଳଙ୍କ ଭଳି ହତାଶ୍ୱାସେକାନ୍ଦି ବୁଲୁଅଛ ରାହା !ଏ କଥା ତୁମକୁ ସାଜେଅତି ଉଥଳିତ ବ୍ୟଥାରେ ଶେଷକୁସରବଟି ଲୋକ ଲାଜେସାବିତ୍ରୀ କି ମନ୍ତ୍ର ଜାଣେ,ହୃଦତନ୍ତ୍ରୀ ତବ ବାଜେ ଆଜିକାଲିକେବଳ ତା’ ସ୍ତୁତି-ଗାନେ ।ସଖା ଛଳ କଥା ସହି ନ ପାରିଣସତ୍ୟବାନ କହେ ଧୀରେ,କିପାଁ ଏ ଅଦ୍ଭୁତ ଅପୂର୍ବ କଳ୍ପନାପଶିଅଛି ତବ ଶିରେ ?ନୁହେଁ ମୁଁ ଚଞ୍ଚଳମତି,ପ୍ରୀତି-ତଟିନୀରେ ବୁଡ଼ି ମରିବାରନୁହଇ ମୋ’ ଶେଷ ଗତି ।ପ୍ରୀତି କି ଜାଣେ ତାପସ ?ଚିର ବନଚାରୀ ନୁହେଁ ସ୍ୱେଚ୍ଛାଚାରୀନ ଦିଅ ଏ ଅପଯଶ ।ପୂଜା ମୁଁ କରଇ ତା’ର,ଦେବୀ ରତନର ଯତନେ ଅର୍ଚ୍ଚନାଅଛି ତହିଁ ଅଧିକାର ।ଥରେ ଯଦି ହୃଦେ ଆଙ୍କିଛି ସେ ରୂପଥରେ ଯଦି ଦେଲି ପ୍ରାଣ,ଆଉ ଥରେ ତାହା ଫେରାଇ ପାରେ କିସତ୍ୟଭାଷୀ ସତ୍ୟବାନ ?କେତେ ତ ବୁଝାଅ ମୋତେ,ଆକୁଳ ଅଧୀର ନୁହେଁ କିନ୍ତୁ ଭାଇନ ଭାସଇ ଆଶା-ପୋତେକର୍ତ୍ତବ୍ୟଟି ବଡ଼ ମୋରଆସୁ ପଛେ ଅମା ଅନ୍ଧାର ଯାମିନୀବହୁପଛେ ଝଞ୍ଜା ଘୋର ।ପୁରୁଷ-କେଶରୀ ସରି ସିନା ତା’ରଧର୍ମ ତେଜ ବଳିଆର,କଥା ଆନ ଆନ ଯାହାର ସେ ମର୍ତ୍ତ୍ୟେଅତି ହୀନ ଅତି ଛାର ।ଜାଣିବ ଚିର ମୋ ଧର୍ମ୍ମ,ସାବିତ୍ରୀ ଧିଆନେ ସତ୍ୟବାନ ତା’ରକରିବ କର୍ତ୍ତବ୍ୟ କର୍ମ ।ନ ଶୁଣିବ କେବେ କର୍ଣ୍ଣେ,ପାଳିନାହିଁ ମୋର ପୁଣ୍ୟ ପ୍ରତିଶ୍ରୁତିଚିରଦିନ ବର୍ଣ୍ଣେ ବର୍ଣ୍ଣେ ।କର ଲେଉଟାଇ ଭାସିଲା ବସନ୍ତନିଦ୍ରା ହୋଇଥିଲା ଦୂର,ସ୍ୱଭାବେ ସୁରଥ ବିପରୀତ ସେହିପ୍ରକୃତି ଅତି ମଧୁର ।ଧୀରେ ଚିନ୍ତେ ସବୁ କଥା,ତେଣୁ ମନେମନେ ନେଇଥିଲା କଳିସାଥି ସତ୍ୟ ଚିତ୍ତ ବ୍ୟଥାଆଦର ମୁନିକୁମାରଶାସ୍ତ୍ର ଆଲୋଚନେ ବିଦ୍ୟା ଉପାର୍ଜନେନ ଥିଲା ତା’ ଅହଂକାର ।ସତ୍ୟ ନାମ ବହି- ନାହିଁ ମିଛେ ସଖାସତ୍ୟର ମୁରତି ସେହି,କଥା କର୍ମେ ପ୍ରେମେ ଧର୍ମେ ଧର୍ମେ ଚିରସତ୍ୟ ଅନୁଗତ ସ୍ନେହୀ;ଦ୍ୟୁମତ୍ସେନ ଯୋଗ୍ୟ ସୁତଆଶ୍ରମେ ଆସିଲା ଦିନୁ ଏ ଆଶ୍ରମହୋଇଅଛି ଶାନ୍ତିପୂତ ।ଭାଷିଲା ସତ୍ୟ ଉତ୍ତରବୃଥା କିପାଁ କର ପ୍ରଂଶସା ମୋହରମୁଁ ଅଯୋଗ୍ୟ ସହଚର ।ଲଭି ତବ ସଙ୍ଗ ଅଙ୍ଗ ମୋ ପବିତ୍ରଚିତ୍ତଶୁଦ୍ଧି ହେଲା ଜାଣ,ଚିତ୍ରାଶ୍ୱ ନାମରୁ ନିସ୍ତାର ଲଭିଲିବୋଲାଇଲି ସତ୍ୟବାନ;ମନେପଡ଼େ ପୂର୍ବକଥା,ରାଜ୍ୟ ବିତାଡ଼ିତ ହୋଇ ଯେଉଁଦିନଲାଜେ ନୋଇଁଥିଲା ମଥା ।ସେ ଦିନ ପରମ ସ୍ନେହେବେନି ସାଥି ମୋତେ କର ଆପଣାର(ଆଜି) ଏକ ଆତ୍ମା ତିନି ଦେହେ ।‘‘ଜାଣୁ ସବୁ ଭାଇ,’’ ଭାଷିଲା ବସନ୍ତ,‘‘ଭାଳେ ମୁଁ ଦୃଢ଼ ବିଶ୍ୱାସେ’’ତୁମରି ଗଳାରେ ବରମାଳା ଦେବସାବିତ୍ରୀ ଶେଷେ ଉଲ୍ଲାସେ ।କି ଜାଣି କାହିଁକି ମୋରସବୁବେଳେ ମନେ ବାଜେ ଘନେ ଘନେସାବିତ୍ରୀର ମନଚୋର,ହୋଇଛ ନିଶ୍ଚୟ ଭାଇ,ନୋହିଲେ କିପାଁ ସେ ତବ ମୁଖ ପ୍ରତିକୁଟିଳେ ଥିଲା ଅନାଇ ।ମଞ୍ଜୁ ମଞ୍ଚଆତୀ ଫୁଲ ତୋଳୁଥିଲେସଖୀଦଳ ହସି ହସି,ତୁମକୁ ନିରେଖି ଦୁରୁ କିପାଁ ତା’ରବଦନ ଗଲା ଉଲ୍ଲସି !କହିଥିଲା ଯେଉଁ ବାଣୀମରମ ତାହାର କରିଛି ବାହାରକେତେ କଥା ମନେ ଆଣିମନେ ଅଛି ତ ସୁରଥ ?ତୁମ୍ଭ ଆଗେ ପରା କହିଥିଲୁ ଆସିମନେ ହେଜ ସେହି ତଥ୍ୟ ।‘‘ନମସ୍କାର ମୋର ଜଣାଅ ତୁମରସଖା ପାଦପଦ୍ମ ତଳେ,ସରବ ସଦ୍ଗୁଣ- ଖଣି, ସେ ପଣ୍ଡିତପୂଜିତ ମହୀମଣ୍ଡଳେ ।ତୁଚ୍ଛ ରାଜ ସିଂହାସନ,ପ୍ରଭାତେ ସ୍ମରଣ କରୁଥିବୁ ନିତିସେ ପରା ସାଧୁ ସୁଜନ ।ମନେ ରଖିଥିବେ ଚିର’’,‘‘ଏଥିରେ ଆଉ କି ସନ୍ଦେହ ହେ ସଖା,ଏ ନୁହେଁ କି ପ୍ରେମଗିର ?’’ଚପଳାଇ ଚିତ୍ତ ଚପଳା ଲୀଳାରକ୍ଷଣ ମାଧୁରୀ ବିକାଶ,ଏତ ନୁହେଁ ଏହା ପରତ କୋଣରେକେତକୀ ମଧୁର ବାସ !ଲାଜ କଣ୍ଟା ଆବରଣଦିନେ ଶ୍ରୀଚରଣେ ହେବ ନିବେଦିତତେଜ ଚିନ୍ତା ଅକାରଣ ।ଧନହୀନ ଭାବ ଭାଇ‘‘ଚରିତ୍ର ତୁଳନେ ତୁଚ୍ଛ ଧନ’’ ସେ ତକହିଛି ମନରେ ନାହିଁ ।ଦୀର୍ଘଶ୍ୱାସ ତେଜି କହେ ସତ୍ୟବାନ‘‘ଗୁଣଧରୀ ବିଦ୍ୟାଧାରୀ’’କି ଗୁଣେ ଚରଣେ ଏ ଅକିଞ୍ଚନ ହେ,ସାହସେ ହୋଇବ ସରି !‘‘ତୁମେ ପରା କ୍ଷତ୍ର-ସୁତ,କହଇ ସୁରଥ କ୍ଷତ୍ରିୟ ସନ୍ତାନବାକ୍ୟ ଏକ ଉପଯୁକ୍ତ,ବଳେ ଯେ ହରଇ ନାରୀ,‘‘ଛି ଛି ନ କୁହ ତା’ ମୋ କାନେ ସଙ୍ଗାତନୁହେ ମୁଁ ନୀଚ ଆଚାରୀ ।ଛଳେ ବଳେ କଉ- ଶଳେ ନାରୀ ଚୋରିନୁହେଁ ତା’ ମୋହର କର୍ମ,ଗୁଣବତୀ ସତୀ ଚରଣ ପୂଜା ମୋ,ହସୁ ପଛେ, ମହା ଧର୍ମ ।ସୁରଥ- ନାରୀକୁ ପୂଜିବ ଭାଇ,ସ୍ତ୍ରୈଣ ବୋଲି ସର୍ବେ ହସିବେ ସଂସାରେକହିବେ ତା’ ଲଜ୍ଜା ନାହିଁ ।କହିଲା ବସନ୍ତ ଧୀରେ,ଯହିଁ ନାରୀ ପୂଜା ରାଜନ୍ତି ଦେବତାଶୁଣିଛକି ଶାସ୍ତ୍ର-ଗିରେ ।’’ଆର୍ଯ୍ୟଭୂମି ଚୁମ୍ୱି ହିମାନୀ ଉଜ୍ଜ୍ୱଳବିରାଜିବ ଯେତେଦିନ,ନଗ ରାଜ, ଆର୍ଯ୍ୟ ନ ଭୁଲିବେ କେବେହେଲେ ହେଁ ଉଦେ ସୁଦିନ ।ନାରୀ ପୂଜା ମହାମନ୍ତ୍ର,ଆଦ୍ୟାଶକ୍ତି ରୂପେ ଅରୂପ ମୋହିନୀସର୍ବ ସିଦ୍ଧ ସାର ତନ୍ତ୍ରଲକ୍ଷ୍ମୀ ସତୀ, ଭଗବତୀଦେବୀ ନାମେ ନାରୀ ପୂଜା ପ୍ରଚଳିତନାରୀ ତ ନରର ଗତି ।ହୀନ ଅର୍ଥେ ମିତ୍ର ନ ଘେନ ମୋ କଥାଅଛି ସୁଗଭୀର ତତ୍ତ୍ୱ,ସାରା ଚରାଚରେ ଯୁଗଳ ମିଳନେଶୋଭେ ସୁନ୍ଦର ଜଗତ ।ତେଣୁ ଆର୍ଯ୍ୟ ଶାସ୍ତ୍ରକାରବ୍ୟବସ୍ଥା ବିହିଲା ଚାରି ଆଶ୍ରମରେଗୃହସ୍ଥ ଆଶ୍ରମ ସାର ।ଶିକ୍ଷାସ୍ଥଳୀ ତପୋବନବ୍ରାହ୍ମଣ ତନୟ ହେଲେ ହେଁ ଆମରଅଛି ତ ଗୃହସ୍ଥାଶ୍ରମ ।କହିଲା ସୁରଥ, ‘‘ଆମର ନିୟମଆମରି ସମାଜ ପାଇଁ,କ୍ଷତ୍ରିୟ ସମାଜେ, ବାହୁ ବଳେ ଲାଜକହେ କେ କରଇ କାହିଁ ?‘‘ଥାଉ ଥାଉ ତବ କଥା,’’କହି ସତ୍ୟବାନ ଉଠିଲା ଆସନୁଦୀର୍ଘଶ୍ୱାସେ ସୂଚି ବ୍ୟଥା ।ମରମଚିରା କ୍ଷତରତର୍କ ଅସ୍ତ୍ରାଘାତେ ବଢ଼େ ସିନା ତାହାବହେ ରକ୍ତେ ଝର ଝର ।ଅନୁ କରି ସତ୍ୟେ ସଖା ବେନି ଗଲେଦିନାନ୍ତେ ଆଶ୍ରମ ପୁରେ,ଅନ୍ଧ ପିତା ସେବା ଶୁଶ୍ରୂଷା କରଣେସତ୍ୟବାନ ଗଲେ ଦୂରେ ।ମାତା ମାଳବିକା ବସିଶାଳ ମୂଳେ ଯହିଁ ଇଙ୍ଗୁଦୀ ତଇଳପଦେ ଦେଉଥିଲେ ଘଷି ।ପ୍ରଣମିଲେ ପଦ ତଳେ,ଆଶୀର୍ବାଦ ଶତ ଅବ୍ୟକ୍ତେ ଉଚ୍ଚାରିଚାହିଁଲେ ନୟନ-ଜଳେ ।ବିମଳ ବଦନେ ନବୀନ ବୟସୀରାଜକୁମାର ମଣିର,କି ପାପେ ଜନମି ଥିଲା ଏ ରତନଗରଭେ ଅଭାଗିନୀର !ଦିନେ ନ ଜାଣିଲା ସୁଖ,ଶତ ଦାସଦାସୀ ହାତେ ବଢ଼ିଥିଲାଭୁଞ୍ଜିବାକୁ ଏତେ ଦୁଃଖ ?ନିତି ଆସେ କାଠ ହାଣି,ପାଦେ ଫୁଟେ କୁଶ- କଣ୍ଟା, ପୀଡ଼ା ପାଏପଦ୍ମ ସୁକୋମଳ ପାଣି ।ଏହା ବି କପାଳେ ଲିହିଲା ଦଇବରହିବ ଚିରକୁମାର,ଯୁବକ ଜୀବନେ ଏ ଶୋକ ମାତାରବଢ଼ିଲା ହୃଦୟ ଭାର ।କଳା କୁବଳ ଲୋଚନୁଁସୁପାଣି ସାରସେ ନିବାରି ଅସାରବିଷାଦ ବରଜି ମନୁଁ ।କହିଲେ ବାବୁରେ, ନିତିବୁଲୁ କିମ୍ପା ଏତେ ଖରାରେ ବନରେଝାଳେ ତ ଯାଇଛୁ ତିନ୍ତି ।ନାହିଁ ମା’, ମୋର କି କଷ୍ଟ, ମୁଁ ସବନକାମ ନ କରିବି କିପାଁ ?ସାରା ଦିନେ ଆଜି ସପ୍ତାହର କାର୍ଯ୍ୟସାରି ଅଛି ଘର ଲିପା;ନୀବାର ଆଣିଛି ଭରି,ବଡ଼ ବଡ଼ ପାତ୍ରେ, କୁଶ ସମିଧରଚିନ୍ତା ନଥିବ ତୋହରି ।ଦୁହିଁଛି ଗୋରୁ ଯେତେକଦୂରବନୁଁ ଆଜି ସକାଳେ ଆଣିଛୁସୁପକ୍ୱ ଫଳ ଅନେକତିନି ବନ୍ଧୁ ଆମେ ଆନନ୍ଦେ କାଟିଲୁଦ୍ୱିପ୍ରହର ତରୁ ତଳେ,ମିଷ୍ଟ ଫଳ ଭୁଞ୍ଜି ନିବାରିଲୁ ତୃଷାଝରଣାର ସ୍ନିଗ୍ଧ ଜଳେ ।ତୁ କିପାଁ ଭାବୁ ମୋ ପାଇଁସୁରଥ, ବସନ୍ତ, ଜନକ ଜନନୀନ ଭାବନ୍ତି ଦୂରେ ଥାଇ ।ଅଛି ତ ପାଶେ ତୋହରଦିନେ ନ ଭାବନ୍ତି ଆତ୍ମୀୟ ତାଙ୍କରକେଉଁ ଦୂର ଦେଶେ ଘର ।ଦ୍ୟୁମତ୍ସେନ ତହିଁ ଯୋଗଦେଇ ସ୍ନେହେକହିଲେ, ‘‘କୁମରମଣି,ଏ କାର୍ଯ୍ୟ ତୋହର କୁଳର ନୁହେଁ ତତୁ ପରା ମୋ ଆଶା-ଖଣିଚାରୁ ସିଂହାସନ ପତି !ରୂପେ କେବେ ପୂଜା ପାଇବୁ ମୋ ଧନ,କେବେ ଫେଡ଼ିବେ ଶ୍ରୀବତି !କଷ୍ଟ ତୋହର ଦାରୁଣପିତା ଦୀର୍ଘଶ୍ୱାସ ବ୍ୟଥା ଲଭି ଚିତ୍ତେକହିଲା ଶାନ୍ତ ତରୁଣ ।କିବା ପ୍ରୟୋଜନ ରାଜ୍ୟେ ପିତୃଦେବତବ ଶ୍ରୀପୟର ପୂତ,ରାଜସିଂହାସନ ମଣେ ମୁଁ ମାନସେସତତ ସେବା ନିଯୁକ୍ତ ।ଥିଲେ ମୋର ମହା ଶାନ୍ତିତୁଚ୍ଛ ସୁଖୈଶ୍ଚର୍ଯ୍ୟ ଏ ମାୟା ସଂସାରେଅଳୀକ ଅସାର ଭ୍ରାନ୍ତି ।କହିଛ ତ ବାରମ୍ୱାର,ଶ୍ରୀଚରଣ ପୁଣ୍ୟ କମଳ ପୂଜାରଦିଅ ଚିର ଅଧିକାର ।ନବ ଯୁବକର ଏ ରୁଚିର ଗିରଶୁଣି ଅନ୍ଧରାଜ ମୁନି,ଉପଯୁକ୍ତ ପୁତ୍ର ପବିତ୍ର ଗୁଣରେହରଷେ ହୋଇଲେ ତୁନି ।ତୋଳି ଜ୍ୟୋତିହୀନ ଆଖି,ଦରଶନ ଲାଗି ଚାରୁ ଚନ୍ଦ୍ରମୁଖଦେହଟା ଦେଲେ କି ଝାଙ୍କି ?ବିଫଳ ପ୍ରୟାସେ ଆହା,ମରମେ ମରମେ ଅନୁଭବୁ ଥିଲେନେତ୍ରେ ନ ଦେଖିଲେ ଯାହା ।ଟାଣି ବସାଇଲେ ପ୍ରେମପୂତ କୋଳେଚୁମ୍ୱିଲେ କମଳାନନ,ପିତୃସ୍ନେହ ତୁଳା କାହିଁରେ ଜଗତେକି ମହାନ କି ମୋହନ !ଅଞ୍ଚଳେ ପୋଛିଲେ ଦେହଜନନୀ ଆଦରେ ଶ୍ରୀକର-କଞ୍ଚୁଳିଝରିପଡ଼ୁଥିଲା ସ୍ନେହ !ସ୍ୱର୍ଗାଦପି ଗରୀୟସୀଜନନୀ ବାତ୍ସଲ୍ୟ- ବର୍ଣ୍ଣନେ ମୋହରହାରିଛି ଲେଖନୀ ମସି ।ବିବାହର କଥା ମନେ ଘନେ ଘନେପଡ଼ୁଥାଏ ଜନନୀର,ରାଜ୍ୟହୀନ ସୁତେ କେ ଦେବ ଦୁହିତାତେଣୁ ଝରେ ଆଖିନୀର ।କି ବୁଝିବ ଆହା ସତ୍ୟ,ସାନ ପିଲା ପରି ଖେଳେ ଧୂଳିଖେଳକି ବୁଝେ ଜଗତ ତତ୍ତ୍ୱ ?ନାହିଁ ଯହିଁ ଆଶା ଆଉ,ସନ୍ତାନ ମନରେ ମାତା ହୋଇ କିପାଁଜାଳିବେ ସେ ଅଗ୍ନି ଦାଉ !ନୀରବେ ଭାବିଲେ ଶତ ଶତ କଥାମନ ଦୁଃଖ ମନେ ମାରିସାନ୍ଧ୍ୟ ସ୍ତୁତି ଲାଗି କ୍ଷଣ ଅନ୍ତେ ତହୁଁକୁମାର ଗଲା ବାହାରି ।ଦୂରୁ ଶୁଣିଲେ ତା’ ସ୍ୱର,କି ମଧୁର କଣ୍ଠେ ଗାଏ ସାମ-ଗାଥାବାଣୀ ଜିଣି କୋକିଳର ।ସମାଳି ନ ପାରି ରାଣୀଦୀର୍ଘଶ୍ୱାସ ତେଜି କହିଲେ ରାଜାଙ୍କୁକାହୁଁ କନ୍ୟାଦେବା ଆଣି ?ଚିର ବ୍ରହ୍ମଚାରୀ ଥିବ କି ମୋ ସୁତ ?ମୋ’ ଶ୍ୱଶୁରକୁଳ ବତୀ,ଜୀବ ଧରି ଦେହେ ଥାଉଁ ଥାଉଁ ଆମ୍ଭେଲଭିବା କିହେ ତୃପତିକପିଧ୍ୱଜେ ରାଇ ପାଶେ,ପରାମର୍ଶ କରି ପଚାର ହେ ରାଜା,ସତ୍ୟ ବିବାହ ସକାଶେ,ନ କର ବିଳମ୍ୱ ଆଉ,ଦୀନ କନ୍ୟା ଏକ ହେଉ ପଛେ ବୋହୂପୁଅଟି ମୋ ସୁଖେ ଥାଉ ।ସବୁ ତ କରିବେ ଶ୍ରୀହରି ମୋ’ ପାଇଁଅରପିଛ ସବୁ ଭାର,କିପାଁ ହରବର ହୁଅ ରାଣୀ କ୍ଷଣେତେଜ ନିଜର ବିଚାର ।ସାହା ଆମର ଶ୍ରୀପତି,ତାଙ୍କ ପୁଣ୍ୟାଦେଶ ନ ଲଭିଲେ ମୁହିଁକାହିଁରେ ନ ଦେବି ମତି ।ଧରିଛୁ ତ ଆଶ୍ରା ଏକ,କାଳେ କାଳେ ଭକ୍ତ-ବତ୍ସଳ ନିଜରନାମର ରଖିବେ ଟେକ ।ନୀରବିଲେ ରାଜା ନୀରବରେ ରାଣୀଅନାଇଲେ ସନ୍ଧ୍ୟାକାଶେ,ଦଳେ ଦଳେ ଉଡ଼ି ଯାଆନ୍ତି ବାହୁଡ଼ିକାକ, ବକ ନିଜ ବାସେ ।କେ ଫେରଇ ଚରା ସାରି,କେ ବାହାରେ ଖୋଜି ତରୁଫଳ ରାଜି,ଚିନ୍ତା ନାହିଁ ତ କାହାରି ।ନିୟନ୍ତା ନିୟମେ ବନ୍ଧା,ସରବେ ସଂସାରେ ସୁଖୀ ନିଜ କାର୍ଯ୍ୟକିପାଁ ତାଙ୍କର ଏ ଧନ୍ଦା !ମାଡ଼ି ମାଡ଼ି ଆସେ ନିଶା ତମୋରାଶିଛାଡ଼ି ଛାଡ଼ି ଆସେ ଦିନ,ଗୋଟି ଗୋଟି ତାରା ଫୁଟି ଫୁଟି ନଭ-ସରେ ନବୀନ ନଳିନ-ଶ୍ରେଣୀ ନୀଳ ନୀର-ବେଣୀରେଶୋଭିଲେ ସୁଆଗେ, ଚାହିଁଲେ ସରାଗେ,ରାଣୀମଣି ଭାଳେଣିରେ ।ଥିଲା ଦିନ ଏହିପରିଜଗତୀ ଉପରେ ସୁପାତି ଶୟନେସେବିକା ଶତ କିଙ୍କରୀ ।କରଙ୍କେ ଶ୍ରୀକରେ କେତକୀ-ବାସିତତାମ୍ୱୁଳ ଯୋଗାଏ ଆଣିକିଙ୍କରୀ କାଞ୍ଚନା, କମଳ ରଚନାଫୁଲମାଳା ମାଳି ଆଣି ।ସେବତୀ ସତ୍ୟର ଦାସୀସୁବର୍ଣ୍ଣ ଶଯ୍ୟାରେ ଦୋଳାଇ ଶିଶୁକୁଶୁଥାଏ ସଙ୍ଗୀତ ଭାଷିକେତେ ମଧୁର ଛନ୍ଦରେ ।ବାରଟି ବରଷ ବିତିଲାଣି ଆସି,ବୁଡ଼ିଛି ପୂର୍ଣ୍ଣିମା ଚାନ୍ଦରେ ।ସେନାପତି କୂଟ- ଚକ୍ରାନ୍ତେ ଆଜି ସେରାଜ୍ୟହୀନା ଦେଶାନ୍ତରୀ,ହରିନେଲେ ପୁଣି ନୟନ ବେନି ଯା’ରାଜାର ପାଷଣ୍ଡ ଅରି ।ଦଇବ ଧରମ-ଦଣ୍ଡେଉଚ୍ଚାସନେ ବସେ ଚୋର ନରହନ୍ତାଶାସଇ ଧରଣୀ ଖଣ୍ଡେ ।ଏକି କୂଟ ଅବିଚାର !ଭାବୁଁ ଭାବୁଁ ଯୁଗ- ନୟନ-କୋଣରୁବହିଗଲା ଅଶ୍ରୁଧାର ।ରୋଦନ ଶବଦେ ଅଧୀରେ କହିଲେଅନ୍ଧ ରାଜଋଷି ରାଣୀଏହି କି ତୁମର କର୍ତ୍ତବ୍ୟ ବିଚାରନେତ୍ରୁ ବୁହାଉଛ ପାଣି !ହରି ହରି ନେଲେ ସବୁଜଗତର ମାନ ଧନ ପରିବର୍ତ୍ତେନିଜକୁ ଦେଲେ ସେ ପ୍ରଭୁମୋ ସମ୍ପଦ ପୁଣ୍ୟ ପଦକିଣା କିଙ୍କର ମୁଁ ତାଙ୍କରି ପୟରେକାହିଁ ମୋର ଦୁଃଖ ବିପଦ !ସୁବିଶାଳ ଶାଳ ତରୁ ତଳେ ବସିନିର୍ବାସିତ ରାଜାରାଣୀ,ପ୍ରଭୁଙ୍କ ପୟରେ ପୁଣି ଅରପିଲେକ୍ଳେଶ କଷ୍ଟ ଦୁଃଖ ଗ୍ଳାନି ।କ୍ଷଣକେ ତୁଟିଲା ତମବିରାଜିଲା ରାଣୀ- ମାନସେ ମୋହନନନ୍ଦନ ଶାନ୍ତି ସୁମନ ।ଗଳାରେ ଅଞ୍ଚଳ ଦେଇପ୍ରଣମି ଉଦ୍ଦେଶ୍ୟେ ଇଷ୍ଟ ଦେବତାରଭକ୍ତିରେ ବୁଡ଼ିଲେ ସେହି ।ପତି-ପଦ ସାର ଧରମ ଆଧାରଥିଲା ଯେଉଁ ରମଣୀରବନବାସ କ୍ଳେଶେ ସହାସେ ବରିଲେକେବଳ କୋଳନିଧିର ।ଭାବି ଜୀବନ ଭାବନାକରିଥିଲା ଏତେ ବ୍ୟାକୁଳ ବିମର୍ଷବିଷାଦ-ଭାରେ ବିମନା ।ଆଜି ହରି ପଦେ ଥୋଇସତ୍ୟବାନ ସୁତ ଚିନ୍ତା, ଚିତ୍ତମଳଅଶ୍ରୁ-ଜଳେ ଦେଲେ ଧୋଇ ।ଆଶ୍ରମ ବାସିନୀ ସୁହାସିନୀ ମୁନିକୁମାରୀବୃନ୍ଦ ନନ୍ଦିକା,ଫୁଲ୍ଲ ତାରା ଦଳ ଶୋଭିତ ନିଶୀଥଶରଦ ଶୀତ ଚନ୍ଦ୍ରିକା ।ଥିଲେ ଅତି ନିଷ୍ଠାବତୀ,ବିଦୁଷୀ ଧର୍ମ୍ମିଷ୍ଠା ଶୁଚି ସତ୍ୟପ୍ରିୟାସୁକୋମଳ ସ୍ନେହମତି;ପତି ସହ ସନ୍ୟାସିନୀପୁତ୍ର ସୁକୁମାର ଚିନ୍ତାରେ ସତତଥିଲେ ଅତି ବିଷାଦିନୀ ।କୁପୁତ୍ର କୋଟିରେ କୁମାତା ଗୋଟିଏସହଜେ ନ ମିଳେ ଭବେ,ସନ୍ତାନ ଚିନ୍ତାରେ ପିତୃ ମାତୃ-ପ୍ରାଣନିବେଦିତ ଲବେ ଲବେ ।ମର୍ମଝରା ରକ୍ତଧାରଢାଳି ପାରେ ମାତା ସୁଖେ ହସି ହସିକାହିଁ ତୁଳନା ତାହାର ?ନିଃସ୍ୱାର୍ଥ ନୀରବ ପ୍ରେମ,ପ୍ରେମ ସାର ଯଥା ଧାତୁ ରାଜ୍ୟେ ସାରଶୁଦ୍ଧ ସୁନିର୍ମଳ ହେମ ।ମାଳବିକା ଗଳା- ମାଳିକା ମଣିରମଙ୍ଗଳ କାମନା କରିଧୀରେ ଧୀରେ ଉଠି ଗଲେ ଆଶ୍ରମକୁନାବାରାନ୍ନ ଦୁଗ୍ଧ ଭରି ।କୋମଳ ରସାଳ ଫଳପାତ୍ରେ ହୁତ ପତି ପୁତ୍ରେ ପରଶିଲେଚିତ୍ତ ସ୍ନେହର ସମ୍ୱଳ ।ଏ ବେନି ପ୍ରାଣ ତାଙ୍କରଆଦର ପ୍ରତ୍ୟାଶି ପ୍ରେମ ସେବା ଆଶାଭାଳି ପୂରିଲା ଅନ୍ତର ।ଏହି ତ ଜଗତ ମାୟାରେ ମାନବମାୟା କି ମନୋମୋହନ,ମୋହର ମୋହର ବୋଲି ମୁଁ ମରୁଛିମୋର ନୁହେଁ ମୋ ଜୀବନକର୍ମ୍ମ ପଥେ ବୁଲୁଥାଇ,ଲକ୍ଷ ଜନମରେ ଲକ୍ଷ୍ୟ ନ ମିଳଇମିଳନ୍ତି କୁଟୁମ୍ୱ ଭାଇ ।ପିତା ମାତା ଜାୟା ପତିସନ୍ତାନ ସନ୍ତତି ଧନ ଦରବରେପୂରେ ମୋ ମାଟି ବସତି ।