ମଙ୍କଳ (୧)
୧୮୬୭–୧୯୪୩
- ସଂକଳନ: କୈବଲ୍ୟ-କଣିକା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୨
- ସ୍ଥିତି
- ସାର୍ବଜନୀନ (Public domain)
କୈବଲ୍ୟ -କାରଣ ହରିଏ ମୋ ନିବେଦନ,ଅନ୍ତେ ଯେହ୍ନେ ଲଭେଁପ୍ରଭୁତବ ଶ୍ରୀଚରଣ । ୧ ।ଯେଠାବେ ଯେ ଭାବେପଛେ ହେଉ ହେ ମରଣଯଥାକାଳେ ମିଳୁ ତବପୁଣ୍ୟ ଦରଶନ । ୨ ।ନ କରେଁ ବିପଦେ ଯେବେତୁମ୍ଭଙ୍କୁ ସ୍ମରଣ,ସ୍ୱଗୁଣେ ଶରଣ ଦେବବିପଦ-ବାରଣ । ୩ ।ତେଜିବେ ନିଶ୍ଚୟ ଜାଣେଆତ୍ମୀୟ ସ୍ୱଜନମାତ୍ର ତୁମ୍ଭେ ନ ତେଜିବ ଏମୋ ନିବେଦନ । ୪ ।କଳହଂସ କେଦାର (୨)ଆସିଥିଲୁ ରେ ମନବଡ଼ ଆଶାରେ,ଆସିବା ମାତ୍ର ସାରହେଲା ସଂସାରେ,ମୁଦ୍ରିତ ପଦ୍ମ କୋଳେଭ୍ରମର ପରିଭବ-କାରାରେ ଗଲୁଆତ୍ମ ବିସ୍ମରି । ୧ ।ମଧୁର ଆମ୍ର ଭ୍ରମେଭୁଞ୍ଜି କୋଚିଳା,ତିକ୍ତ ମୁଖରେ ରହିଆୟୁ ସରିଲା,ସଙ୍କଳ୍ପେ ହେଲା ସିନାଆମ୍ର ଭକ୍ଷଣ,ଭକ୍ଷଣ ଥାଉ ନ ଘଟିଲାଚକ୍ଷଣ । ୨ ।କି ଖେଳ ଖେଳିବାକୁଆସିଲୁ ଧାଇଁ,କିନ୍ତୁ ଖେଳିଲୁ କିସଭାଳିଲୁ ନାହିଁ,ଗାଭୀ ପହ୍ନା ସଂଲଗ୍ନଟିଙ୍କ ସମାନ,ଗୋକ୍ଷୀର ତେଜି କଲୁରୁଧିର ପାନ । ୩ ।ମାୟାର ଖେଳେ ଯାହାହେବାର ହେଲା,ଆଉ ରେ ମୂଢ଼ ମନନ କର ହେଳା,ହେଲାଣି ସନ୍ଧ୍ୟା ଏବେହେବ ଅନ୍ଧାର,ଚଞ୍ଚଳେ ଫେରି ଚାଲନିଜ ଅଗାର । ୪ ।ବଙ୍ଗଳାଶ୍ରୀ (୩)କର୍ମକ୍ଷେତ୍ରେ ଆସି ଅକର୍ମ ସେବାରେକଟାଇଲି ବୃଥା ଦିନ,ସୁଖର ଜାଗ୍ରତ- ସ୍ୱପ୍ନ-ପାରାବାରେସୁଖାଶା ହେଲା ବିଲୀନ । ୧ ।ତବ ପାଶୁଁ ପ୍ରଭୁ ଆସିବା ସମୟେଥିଲି ମୁହିଁ ନିଷ୍କଳଙ୍କ,ହେଲି କଳୁଷିତ ବୋଳି ଦେହେ ସିନାବିଷୟ ଦୁର୍ଗନ୍ଧ-ପଙ୍କ । ୨ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର