ଆତ୍ମସମର୍ପଣ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିଏ ପ୍ରାଣବୀଜର ଅଟ ହେ ସବିତା,ତୁମ୍ଭ ପ୍ରେମାଲୋକେ ସିନା,ହେବ ଅଙ୍କୁରିତ ପୁଷ୍ପିତ ଫଳିତ,କାହିଁ ଗତି ତୁମ୍ଭ ବିନା ।ମନ–ଲୋଚନର ଜ୍ଞାନାଲୋକ ତୁମ୍ଭେସର୍ବ ଦର୍ଶନନିଦାନ,ତୁମ୍ଭେ ପରିପୂର୍ଣ୍ଣ ଆନନ୍ଦ ସ୍ୱରୂପମୁଁ ଯେ ଆନନ୍ଦ-ସନ୍ତାନ ।ମୁହିଁ କ୍ଷୁଦ୍ର ଉର୍ମି, ତୁମ୍ଭେ ମହାସିନ୍ଧୁ,ଉର୍ମି ସିନ୍ଧୁ ଏକାକାର,ଅନନ୍ତ ମଙ୍ଗଳ- ସଂକଳ୍ପ-ସମ୍ଭୂତମୁହିଁ ତୁମ୍ଭ ମହିମାର ।ବିହଙ୍ଗମ ମୁହିଁ, ଅନ୍ତରୀକ୍ଷ ତୁମ୍ଭେ,ତୁମ୍ଭ ବିନା କାହିଁ ପ୍ରାଣ,ତୁମ୍ଭରି ସ୍ୱରୂପେ କରିବି ବିହାରଗାଇ ତବ ଜୟଗାନ ।ମୁଁ ତ କ୍ଷୁଦ୍ର ଶିଶୁ, ତୁ ପ୍ରାଣଜନନୀଅଚ୍ଛେଦ୍ୟ ନାଡ଼ୀବନ୍ଧନ,ତୋ ପ୍ରେମନୟନ ନିରୁପମ ସ୍ନେହେଅନାଇଛି ଅନୁକ୍ଷଣ ।ଏ କ୍ଷୁଦ୍ର ପ୍ରାଣର ପ୍ରେମ ପ୍ରତିଦାନପାଦପଦ୍ମେ ପ୍ରାଣ-ବଳି,ଅର୍ପଇ ଆନନ୍ଦେ, ଘେନ ମହାପ୍ରଭୁ,ଘେନ ଏ ଦୁଃଖୀର ଅଳି ।ଭାରତ-ଭାବନା
(୧)
ଏହି କି ସେ ପୁଣ୍ୟ-ଭୂମି ଭୁବନ-ବିଦିତ,ସୁବିସ୍ତୀର୍ଣ୍ଣ ରଙ୍ଗଭୂମି ଆର୍ଯ୍ୟ-ଗୌରବର ?ଏହି କି ଭାରତ, ଯାର ମହିମା ସଙ୍ଗୀତ–ଗମ୍ଭୀର-ଝଙ୍କାରେ ପୂର୍ଣ୍ଣ ଦିଗଦିଗନ୍ତର ?ଏହି କି ସେ ସୁମନୋଜ୍ଞ ଆଶା-ସରୋବର,ଯାର ଜ୍ଞାନାମୃତପାନେ କୃତାର୍ଥ ଧରଣୀ ?ଯାର ତେଜେ ବିଭାସିତ ଦେଶଦେଶାନ୍ତର ?ଏହି କି ସେ ବସୁଧାର ସମୁଜ୍ଜ୍ୱଳ ମଣି ?ଏହା କି ଅମୃତମୟୀ ମୃତ୍ୟୁଞ୍ଜୟ-ସନ୍ତାନ-ଜନନୀ ?
(୨)
କେମନ୍ତେ ହା ବିଭୋ ! ଆଜି କରିବି ବିଶ୍ୱାସ,ଏହି ସେହି ଦେବଭୂମି ବିଶ୍ୱବନ୍ଦନୀୟା ?ଏହି ସେହି ତେଜୋବୀର୍ଯ୍ୟ-ଗୌରବନିବାସ,ଯାହାର ସ୍ମରଣେ ଉଲ୍ଲସିତ ବୀର-ହିୟା ?ଏହି ସେହି ସର୍ବଦେଶ-ଅଗ୍ରଗଣନୀୟା ?ମାନବ-ମାନସ-ଚକ୍ଷୁ ଜ୍ଞାନ-ଆଦିତ୍ୟରପବିତ୍ର ଉଦ୍ଭବସ୍ଥଳୀ, ତେଣୁ ମହନୀୟା,ଯେସନ ପୂର୍ବାଶା, ଉଷା-ଉତ୍ସଙ୍ଗ ସୁନ୍ଦର,ଶୈଶବୀୟ ଲୀଳାଭୂମି ଲୋକଚକ୍ଷୁ ଦେବ ତପନର ।
(୩)
କାହିଁ ସେହି ନଦୀ ପୁଣ୍ୟତୋୟା ସରସ୍ୱତୀ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଯାର କୂଳେ ୠଷିକଣ୍ଠେ ସ୍ଫୁରିଲା ଗମ୍ଭୀରେ
ଈଶସ୍ତୁତି, ଦେବରୂପେ ମୋହି ବସୁମତୀ
ଅମୃତ ସଙ୍ଗୀତତାନେ, ଉଚ୍ଛ୍ୱାସିଣ ଧୀରେ
ହୃଦୟର ଉଚ୍ଚତମ ଆଶା-ଲହରୀରେ ?
ନାହିଁ ରେ ଭାରତବକ୍ଷେ ଆଜି ସେ ସରିତ,
ବେଦମାତା, ଆର୍ଯ୍ୟଦେହ ପୁଷ୍ଟ ଯାର ନୀରେ,
ଆର୍ଯ୍ୟକବି ଆତ୍ମାପଦ୍ମ ଯହିଁ ବିକଶିତ,
ଶିଖିଲା ସମ୍ବନ୍ଧ ତାର ପରମାତ୍ମା-ମିହିର ସହିତ !
(୪)
ନାହିଁ ସେହି ଦିନ, ଯେବେ ପବିତ୍ର ଆଶ୍ରମେସମାସୀନ ବ୍ରହ୍ମବାଦ ଆର୍ଯ୍ୟୠଷିଗଣ-ବଶୀନ୍ଦ୍ର ବଶିଷ୍ଠ, ଅତ୍ରି ଅଟଳ ସଂଯମେ,ଅଗ୍ନିସଙ୍କାଶ ଅଙ୍ଗିରା, ବ୍ୟାସ ତପୋଧନ,ରାଜର୍ଷି ଜନକ ନିତ୍ୟ-ଶାନ୍ତି-ପରାୟଣ,ଧ୍ୟାଇଲେ ସୃଷ୍ଟିର ତତ୍ତ୍ୱ ମଜ୍ଜି ତପସ୍ୟାରେ,ଆନନ୍ଦେ ବିସ୍ମୟେ ଆହା କଲେ ଦରଶନବ୍ୟାପି ଅକୂଳ ଅନନ୍ତ ଘୋର ଅନ୍ଧକାରେବିରାଜିତ ବ୍ରହ୍ମଜ୍ୟୋତି ନିସ୍ତରଙ୍ଗ କାଳପାରାବାରେ ।
(୫)
ଥିଲା ଦିନ ଯେବେ ଏହି ଭାରତଧାମରେପବିତ୍ରତା ମୂର୍ତ୍ତିମତୀ ସରଳତାମୟୀ,ଦୟାରୂପେ ଅବତୀର୍ଣ୍ଣା ୠଷିଜନ ଘରେ,ୠଷିକନ୍ୟା ୠଷିପତ୍ନୀ ଦିବ୍ୟ ତେଜୋମୟୀ,ଉଶ୍ୱାସିଲେ ପାପାକ୍ରାନ୍ତ ମେଦିନୀର ଭାର ।ଯେବେ ବୀରସୀମନ୍ତିନୀ କ୍ଷତ୍ରିୟ-କୁମାରୀପ୍ରସବିଲେ ବୀରବୃନ୍ଦ ମହୀ-ଅଳଙ୍କାର,ଶିଖାଇଲେ ପ୍ରାଣକାନ୍ତେ କଟାକ୍ଷ ପ୍ରହାରିସେ ବୀରତ୍ୱ, ଯା’ର ଯଶ ଉଚ୍ଚନାଦେ ଘୋଷଇ ସଂସାର ।
(୬)
କାହିଁ ସେ ଅଯୋଧ୍ୟା ଧନ୍ୟା ଯୋଧେନ୍ଦ୍ର-ଜନନୀ,କ୍ଷତ୍ରତେଜୋଭାନୁ ଯହିଁ ଉଇଁଲା ପହିଲେହିମୋଜ୍ଜ୍ୱଳ ହିମାଚଳଶିରେ ଦିନମଣିହେମରଶ୍ମି ବିଞ୍ଚେ ଯଥା ନିଶା ପ୍ରଭାତିଲେ,ସେ ସୂର୍ଯ୍ୟପ୍ରଭବ ବଂଶ ଅବା କେଉଁଠାରେ,ଯାର କୀର୍ତ୍ତି-ମହାଗୀତ ଆଦିମହାକବିଗାଇଲେ ଅମୃତକଣ୍ଠେ ପବିତ୍ର ଝଙ୍କାରେ,ବୀରତ୍ୱର, ସତୀତ୍ୱର ସେ ଅତୁଲ୍ୟ ଛବିଚିତ୍ରି ରାମାୟଣକାରେ ତପୋଧନ ଅର୍ପିଲେ ସଂସାରେ ।
(୭)
ଭାରତହୃଦକୌସ୍ତୁଭ କୌରବ-ଗୌରବ,କାହିଁ ସେହି ଇନ୍ଦ୍ରପ୍ରସ୍ଥ କାହିଁ ବା ହସ୍ତିନା,ଯାହାର ମୋହନ ଛବି ନୟନଦୁର୍ଲଭହୃଦଦରପଣେ ଧରି ଆଦରେ, ଯମୁନା,ଅବିରତ ନୃତ୍ୟେ ରତ ଥିଲୁ କଲ୍ଲୋଳିନି,ସୁନୀଳ ପ୍ରବାହ ତୋର ଆଜି ବହମାନ,ପୂରବେ ଯେପରି ବହୁଥିଲୁ ତରଙ୍ଗିଣି !କିନ୍ତୁ କିବା ଅଦଭୁତ ବିଧିର ବିଧାନ,ତୋ ଜଳବୁଦ୍ବୁଦ୍ ସମ ସେ ଐଶ୍ୱର୍ଯ୍ୟ ଲୁପ୍ତ ଲୋ ତଟିନି ।
(୮)
ମହାଭାରତର ମହାଗୀତ କଥା ଭାଳିବିସ୍ମୟେ ହୃଦୟ ପୂର୍ଣ୍ଣ ନୁହଇ କାହାର ?ଘୋର ଭଇରବ କୁରୁକ୍ଷେତ୍ର ରଣସ୍ଥଳୀ,ବିଶାଳ ଜଗତେ କାହିଁ ପଟାନ୍ତର ତାର ?ନାହିଁ ଦେଶ ରବିତଳେ ଯହିଁ ଏକାହବେମହାରଥୀ ମହାବାହୁ ଏତେ ବୀରମଣିଦାବାନଳ ଜିଣି ତେଜେ ମାତିଲେ ଭୈରବେ,ପ୍ରତାପେ କମ୍ପିତ କରି ବିପୁଳ ଧରଣୀ,ମହାବାହୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଭୀମ, ଅର୍ଜ୍ଜୁନ, ଆର୍ଜୁନି ।
(୯)
ଅନ୍ୟାୟର ଅତ୍ୟାଚାରେ ଚିର-ଜର୍ଜରିତ,ସର୍ବଥା ଜଡ଼ିତ କୁସଂସ୍କାର-ଅନ୍ଧକାରେ,ଥିଲା ଏ ଭାରତଭୂମି ଯୁଗାନ୍ତ ପୀଡ଼ିତ,ଯେବେ ଶାକ୍ୟସିଂହ ବୁଦ୍ଧ ବିଖ୍ୟାତ ସଂସାରେଭୂଭାରହରଣ-ଅର୍ଥେ ତେଜି ରାଜଭୋଗତପସ୍ୟା-ସାଗରେ ମଜ୍ଜି ଲଭିଲେ ସେ ଜଳେନିର୍ବାଣ-ତତ୍ତ୍ୱରତନ ସାଧି ଜ୍ଞାନଯୋଗ,ପ୍ରଚାରିଲେ ନବଦୀକ୍ଷା ‘‘ସମାନ ସକଳେ’’
(୧୦)
ବୌର୍ଦ୍ଧଧର୍ମ-ବୈଜୟନ୍ତୀ ବିଜୟ-ଉଲ୍ଲାସେ,ନବଧର୍ମ ନବରାଜ୍ୟ ସ୍ଥାପିଣ ଭାରତେ,ଧାଇଁଲା ସରବ ଦିଗେ ଜିଣିବାର ଆଶେସିଂହଳ, ତାତାର, ଚୀନ, ଜାପାନ, ତିବ୍ଦତେ ।ଆହା କିବା ପ୍ରଭାମୟ ଭାରତଭବନଥିଲା ସେହିକାଳେ, ଯେବେ ଶାସିଲେ ଧରଣୀଗୁପ୍ତବଂଶ-ଅବତଂସ ବୌଦ୍ଧ ଭୂପଗଣେ,ଯବନବିଜୟୀ ଚନ୍ଦ୍ରଗୁପ୍ତ ବୀରାଗ୍ରଣୀ,ଦେବପ୍ରିୟ ପ୍ରିୟଦର୍ଶୀ ଲୋକନାଥ ଅଶୋକ ନୃମଣି ।
(୧୧)
ନଭଶ୍ଚୁମ୍ବୀ ପରବତ ଦମି ଶିଳ୍ପବଳେକାଳଗର୍ବ-ଖର୍ବକାରୀ କୀରତିନିଚୟଗାନ୍ଧାର କର୍ଣ୍ଣାଟ ପୁଣି ଗୁର୍ଜର ଉତ୍କଳେନିର୍ମିଲେ କୌଶଳେ ଏହି ନରପତିଚୟ;ସ୍ଥାପି କେତେ ଜୟସ୍ତୂପ ଗୌରବ-କେତନଭାରତର ଜୟପ୍ରଭା ଦେଶଦେଶାନ୍ତରେବିସ୍ତାରଲେ ମହାଯଶା ମହୀପତିଗଣ,ପ୍ରକୃତିରଞ୍ଜନ-ବ୍ରତ ପାଳି ଯତନରେପ୍ରତିଷ୍ଠିଲେ ଶାନ୍ତିମୟ ସୁଶାସନ ଦିଗ-ଦିଗନ୍ତରେ ।ଉଦ୍ବୋଧନ
(୧)
ଆସ ଗୋ ଅମୃତମୟି ଜନନୀ ଭାରତି,ଦରଶନ ଦିଅ ବାରେ ଦୀନେ ଦୟା କରି,ତୋ ବିହୁନେ ଚରାଚରଜୀର୍ଣ୍ଣାରଣ୍ୟ ଭୟଙ୍କର,ନୀରସ ମାନସ-ସରଃ, ମାତଃ ସରସ୍ୱତି,ଜୀବନ ଦୁର୍ବହ-ଭାର କଳୁଷ-ସଂହତି ।
(୨)
ଯେ ଜ୍ୟୋତି, ମା’ ଜ୍ୟୋତିର୍ମୟି, ଏ ମୋର ଲୋଚନେଦେଇଥିଲୁ, ଦୟାମୟି, କିଶୋର ଯୌବନେ,ସେ ଜ୍ୟୋତି ହରାଇ ହେଳେଅନ୍ଧ ମୁହିଁ ମନ୍ଦବେଳେ,ଆଉ ନ ଦିଶଇ ଡୋଳେ ଏ ବିଶ୍ୱ-ଭୁବନେତୋ ବିଶ୍ୱ-ନନ୍ଦିନୀ-ରୂପ ଅବା ଏହି ମନେ ।
(୩)
ଉର୍ଦ୍ଧ୍ୱରେ ନିଶୀଥାକାଶ ଅସୀମ ଅପାର,ନିମ୍ନେ ସୁଗମ୍ଭୀର ଧ୍ୱନି ମହାପାରାବାର,ସ୍ୱର୍ଗର ଜ୍ୟୋସ୍ନାରେ ସ୍ନାତସ୍ତବ୍ଧ ବିଶ୍ୱ ଅବଦାତ,ସେ ଗମ୍ଭୀର ଉଦାରତା ଜିଣି ମହୋଦରଦିନେ ସ୍ଫୁରିଥିଲା ପ୍ରାଣେ ତୋ ଶୋଭା-ସଂସାର ।
(୪)
ସେକାଳେ ଅମୃତ-ସ୍ରାବୀ ତୋ କଣ୍ଠ-ସଙ୍ଗୀତଅର୍ଣ୍ଣବ-ପ୍ରଣବ-ଗାଥା ଯା ପାଶେ ନିନ୍ଦିତ,ସଞ୍ଚରି ଅନ୍ତରେ ମୋରନୀରବ ଅଭୟ ଘୋରନାଦେ କରିଥିଲା ପ୍ରାଣ-ମନ ପୁଲକିତ,ସ୍ୱର୍ଗୀୟ ରୋମାଞ୍ଚପୂର୍ଣ୍ଣ ମହା ବିସ୍ଫାରିତ ।
(୫)
ଆଜି ବହୁ ଦିନ ଅନ୍ତେ ବ୍ୟାକୁଳ ଅନ୍ତରେନିରାଶର ଆଶା ତୋର ଅଭୟ ପୟରେଅନୁତାପ-ଅଶ୍ରୁଜଳଢାଳି ହେବି ନିରିମଳ,ଅଭିନବ ଜ୍ୟୋତି ତବ ପଦ-ପରଶରେଏ ପ୍ରାଣେ ଲଭିବି ବୋଲି ଡାକଇ କାତରେ ।
(୬)
ଆସ ମା’ କରୁଣାମୟି, ବିଶ୍ୱଶୋଭାରାଣୀବିରାଜ ଏ ପ୍ରାଣେ ଆଜି ବିଶ୍ୱମ୍ଭରା ବାଣୀ,ଫେଡ଼ି ଅତୀତର ଦ୍ୱାରଆଦିମ ଆର୍ଯ୍ୟ-ସଂସାର,ତୋ ଆଦିମ ଲୀଳା-ଭୂମି ଦେଖାଅ ମା’ ଆଣି,ଦେକୁ ସେହି ପୁଣ୍ୟାଲେଖ୍ୟ ଏ ପ୍ରାଣ ବଖାଣି ।
(୭)
ଆର୍ଯ୍ୟ-ୠଷି-ମୁଗ୍ଧ-ପ୍ରାଣେ ଦେବାବତରଣ-ମହୋଦାର ପୁଣ୍ୟଚିତ୍ର କରି ଦରଶନ,ଲଭିବି ବାଞ୍ଛିତ ଫଳ,ଏ ଚିତ୍ତ ହେବ ନିର୍ମଳ,ଭଜିବି ଭକତି-ଭରେ ତୋର ଶ୍ରୀଚରଣ,ଦୟା କର ଦୟାମୟି, ମୁହିଁ ଅକିଞ୍ଚନ ।ୠଷିପ୍ରାଣେ ଦେବାବତରଣ[ସରସ୍ୱତୀ ନଦୀତଟ – ଉଷାକାଳ]ପ୍ରଶାନ୍ତ ନିଶାନ୍ତକାଳ ବିରାଜେ ଉଜ୍ଜ୍ୱଳେଉଷାର ତୁଷାର-ଶୁଭ୍ର ଲଲାଟମଣ୍ଡଳେ,ସ୍ୱର୍ଗର କୌସ୍ତୁଭମଣି ଶୁକ୍ର ସୁଶୋଭନପରାଚୀ-ଦିଗନ୍ତପଟେ ଛବି ଅତୁଳନ,ଉଦୀଚୀ-ଆକାଶେ ଦୂରେ ମହାଜ୍ୟୋତିର୍ମୟ,ତୁଷାର-କିରୀଟେ ରାଜେ ଗିରୀନ୍ଦ୍ର-ଆଳୟ,ଅନନ୍ତ ହିମାନୀ-କ୍ଷେତ୍ର ଶୁଭ୍ର ହିମାଚଳତ୍ରିଦିବର ପୁଣ୍ୟପୁଞ୍ଜ ପ୍ରାୟେ ମହୋଜ୍ଜ୍ୱଳ ।ବିଶ୍ୱ-ପ୍ରାଣସ୍ପର୍ଶୀ ଆହା ଉଷାର ଉତ୍ସବେମାତିଲେ ସୁହାସମୟୀ ଦିଗ୍ବଧୂ ସରବେ ।ଶିଶିରଜଳରେ ଧୋଇ ଉଷା ଶ୍ରୀଚରଣଲଭିଲେ ଆଶିଷରୂପେ ଦିବ୍ୟ ଆଭରଣ–ଜ୍ୟୋତିର ସିନ୍ଦୂରବିନ୍ଦୁ, ଜ୍ୟୋତିର ବଳୟ,ଜ୍ୟୋତିର୍ମୟ ଅବତଂସ, ମାଳ ଜ୍ୟୋତିର୍ମୟ ।ଜ୍ୟୋତିର୍ମୟ ପାରିଜାତ ଦିଗ୍ବଧୂ-କୁନ୍ତଳେଫୁଟାଇଲେ ଆଚମ୍ବିତେ ଉଷା କୁତୂହଳେ ।ଏକେ ପୌର୍ଣ୍ଣମାସୀ ଜ୍ୟୋସ୍ନା-ଧବଳ ଭୁବନ,ତରଳ ରଜତପୂରେ ପ୍ଲାବିତ ଶୋଭନ;ଦ୍ୟୁଲୋକ-ଦୁହିତା ଉଷା ତହିଁରେ ଆବରଦୋହନ କରନ୍ତି କାମଧେନୁ ତ୍ରିଦିବର ।ଶ୍ରୀକରପରଶେ ଯେହ୍ନେ କ୍ଷାର- ପାରାବାର ।ଉଜ୍ଜ୍ୱଳ ଆଲୋକରୂପେ ପ୍ଲାବଇ ସଂସାର,ଦିଶି ଦିଶି ଉଛୁଳଇ ଆଲୋକ-ପ୍ରବାହ,ଦ୍ୟାବା-ପୃଥିବୀର କିବା ଏ ଦୈବ ବିବାହ ।ତରଳ ସ୍ୱର୍ଗୀୟ ଗୀତି ଉଷା-ଉଦ୍ବୋଧନୀଢାଳଇ ଭରତ ପୂରି ଆକାଶ ଅବନୀ ।ଉଷାର ପରଶେ ଜାଗେ ପ୍ରଣିପାତ କରିଅବନୀ ଶିଶିର-ମୁକ୍ତା-ମାଳିନୀ ସୁନ୍ଦରୀ ।ଏମନ୍ତ ସମୟେ ପୁଣ୍ୟତୋୟା ସରସ୍ୱତୀତାରେ ଉଭା କିଏ ଯୁବା ଉଦାର-ମୂରତି,ଦୀର୍ଘ-କାୟ ହିମ-ଗୌର ରମ୍ୟ କଳେବର,ପ୍ରଶସ୍ତ ଲଲାଟ ଲୀଳା-ମଞ୍ଚ ଚୈତନ୍ୟର ।ବିଶାଳ ଲୋଚନଯୁଗ ଆକର୍ଣ୍ଣ ବିଶ୍ରାନ୍ତ,ଝରଇ ଯହିଁରୁ ଜ୍ୟୋତିଧାରା ସୁପ୍ରଶାନ୍ତ ।ସୁତୀକ୍ଷ୍ଣ ନାସାଗ୍ର ତୀକ୍ଷ୍ଣ ଅସି-ମୂନ ପ୍ରାୟେସୂଚଇ ସାଧନ ଶୁଭ-ଲକ୍ଷ୍ୟ-ସିଦ୍ଧିଯାଏ ।ଓଷ୍ଠଯୁଗ ବାଣୀଙ୍କର ମାଣିକ୍ୟ-ସୋପାନ,ବିଶ୍ୱକର୍ମା ବିଧାତାର ବିଚିତ୍ର ନିର୍ମାଣ ।ଅଗ୍ନି-ପ୍ରଭ ଜଟା-ଜାଳ ଆଜାନୁଲମ୍ବିତ,କୃଷ୍ଣ ରୋମାବଳୀ-ଶ୍ମଶ୍ରୁ ଆନନେ ଶୋଭିତ ।ଲମ୍ବିତ ଆୟତ ଭୁଜଦଣ୍ଡ ସୁସରଳ,ସୁବିପୁଳ ବକ୍ଷ ମହା-ଭାବ-ଲୀଳାସ୍ଥଳ ।ସ୍ୱର୍ଣ୍ଣଦୀ ପୁଳିନେ ସ୍ୱର୍ଣ୍ଣ-ନମେରୁ ସଦୃଶସରସ୍ୱତୀତଟେ ଉଭା କେ ମହାପୁରୁଷ ?ଗଦ୍ଗଦ ଶବଦେ ପଦତଳେ ଅବିରଳଉପଳ-ଶୟନେ ବହେ ସରସ୍ୱତୀ-ଜଳ ।ଉଷାର ଉତ୍ସବମୟ ଗଗନ, ସମ୍ମୁଖେକାବ୍ୟତାରା ସ୍ନିଗ୍ଧଜ୍ୟୋତି ଢାଳୁଅଛି ମୁଖେ ।ବାମେ ଦିଗ୍ବଳୟ କୋଳେ ଦିଶଇ ଭାସ୍ୱରହୀରକ-କିରୀଟସମ ହିମାଦ୍ରି ଶିଖର ।ପଶ୍ଚାତେ କୁରଙ୍ଗଶୋଭି-ଉଟଜ-ଅଙ୍ଗନ,ଚଉପାଶେ ପ୍ରସାରିତ ପୁଳିନ-କାନନ ।ନିଶାନ୍ତ-ସମୀର ବହେ ନୀରବ ଶୀତଳପରଶି ମୃଦୁଳେ ଯୁବା-ଆନନମଣ୍ଡଳ ।ଆଲୋକ-ମଣ୍ଡିତ ସେହି ପୁରୁଷ-ପୁଙ୍ଗବପ୍ରଜାପତି ୠଷି-ବଂଶ-ଜ୍ୱଳନ୍ତ-ଗୌରବ ।ହିରଣ୍ମୟପ୍ରଭ ଯଥା ହିରଣ୍ୟାଂଶୁମାଳୀ,ନାମରେ ହିରଣ୍ୟଗର୍ଭ ମହା-ଜ୍ୟୋତିଶାଳୀ ।ଦେବକନ୍ୟା ଉଷା ଶୋଭା-ପୁଣ୍ୟ-ସୋମରସ-ପାନେ ଦେବଭାବେ ପୂର୍ଣ୍ଣ ହୃଦୟ ସରସ ।ମହାପ୍ରେମେ ବିସ୍ଫାରିତ ବିଶାଳ ଲୋଚନ,ଏ ମହାମାଧୁରୀ-ଲୀଳା କରନ୍ତି ଦର୍ଶନ,ଦେଖୁଁ ଦେଖୁଁ ଅଭିଭୂତ ମହାଭାବେ ଭୋଳା,ଦେଖୁଁ ଦେଖୁଁ ନିମୀଳିତ ନୟନର ଡୋଳା ।ଇନ୍ଦ୍ରିୟ-ପ୍ରତୀତ-ଭୂମି-ଅତୀତ ସଂସାରେନିମଗନ ମନପ୍ରାଣ ଧ୍ୟାନ-ପାରାବାରେ ।ସହସା ସହସ୍ର ବିଦ୍ୟୁନ୍ନହଃ ପରାଭବିୠଷିର ଅନ୍ତରେ ସ୍ଫୁରେ ମହାମୃତ ଛବି ।ଅମୂର୍ତ୍ତ ମୂରତି ଆହା ରୂପ ନିରୁପମ,ଅନନ୍ତ ଅନଳ, ବ୍ୟାପୀ ସ୍ଥାବର ଜଙ୍ଗମ ।ଦେଶ-କାଳାତୀତ ଦୃଶ୍ୟ କଳ୍ପନା-ଅତୀତ,ଅଥଚ ଜ୍ୟୋତିର ଜ୍ୟୋତି ଚକ୍ଷୁଅଗ୍ରେ ସ୍ଥିତ ।ଦୂରରୁ ସୁଦୂର, ଚିନ୍ତା-ବାକ୍ୟ-ଅଗୋଚର,ନିକଟୂ ନିକଟ, ପ୍ରାଣ ସମଗ୍ର ପ୍ରାଣର ।ଅଶବ୍ଦ ଅସ୍ପର୍ଶ ସେହି ଅରୂପ ଅରସ,କିନ୍ତୁ ରେ ପରମ ସତ୍ୟ ମହାନନ୍ଦ-ରସ ।ନିଜ ମହିମାରେ ସ୍ଥିତ ନିଜେ ନିରାଧାର,ଅନନ୍ତ ଅଗମ୍ୟ ମହା-ବ୍ରହ୍ମାଣ୍ଡ ଆଧାର ।ସମ୍ମୁଖେ ପଶ୍ଚାତେ ସେହି, ନିମ୍ନେ ଉର୍ଦ୍ଧ୍ୱେ ସେହି,ଦକ୍ଷିଣେ ବାମରେ ସେହି, ଅଥଚ ଅଦେହୀ ।କେ ସେ ରେ ବରେଣ୍ୟ-ଗର୍ଭ ପରମସୁନ୍ଦର,ପୂର୍ଣ୍ଣ ଅପ୍ରତିମ, ପୂରି ବାହ୍ୟ ଅଭ୍ୟନ୍ତର ।ଆବର କଲ୍ଲୋଳମୟୀ ମହାସରସ୍ୱତୀ,ସ୍ୱସ୍ତୀ- ପୂର୍ଣ୍ଣା ସୁଗମ୍ଭୀରା ବାଣୀ ଭଗବତୀ,ଉତ୍ସ ପ୍ରାୟେ ଉତ୍ସାରିତ ଭେଦି ହୃଦସ୍ତର,ଅମୃତ ସୂନୃତ ନାଦେ ପୂରେ ଚିଦମ୍ବର ।ଭବଶିରେ ଯଥା ଅବତୀର୍ଣ୍ଣା ଭାଗୀରଥୀ,ମହାନାଦମୟୀ ବିଶ୍ୱ-ପ୍ରହ୍ଲାଦିନୀ ସତୀ ।ତେସନ ଆଜି ଏ ୠଷି-ପ୍ରାଣେ ଅବତରି,କି ଏକ ଅମୃତବାଣୀ ଯାଏ ରେ ପ୍ରସରି !ଅଶବ୍ଦ ଶବଦ ଭୂମା ବାକ୍ୟ-ଅଗୋଚର,ଶୁଣଇ ସ୍ତବଧ ପ୍ରାଣ ସେ ନୀରବ ସ୍ୱର ।କେ ଜାଣେ କାହୁଁ ସେ ବାଣୀ-ବୀଣାର ଶବଦକେମନ୍ତେ ପୂରିଲା ୠଷି-ହୃଦ-ବିଷ୍ଣୁପଦ ।ବିଶ୍ୱବ୍ୟାପୀ-ଅସ୍ତିତ୍ୱର ଓଁକାର-ଝଙ୍କାରସମୁଦ୍ର ଧ୍ୱନିରେ ପୂରେ ନିଖିଳ ସଂସାର ।କେମନ୍ତେ ବର୍ଣ୍ଣିବି ସେହି ଭାଷାତୀତ ଭାବ,ଜୀବାତ୍ମାରେ ପରମାତ୍ମା-ଭୂମା-ଆବିର୍ଭାବ ।ନୁହେଁ ସେ ଧରାର ଦୃଶ୍ୟ, ଧରାର ଶବଦ,ସେ ଭାବ ନୁହଇ କ୍ଷୁଦ୍ର ଧରାର ସମ୍ପଦ ।ମହୀୟାନ ମହିମାର ଚିନ୍ମୟ ବିଭବ,ଦେଖରେ ଜଗତ ଆଜି ଦୃଶ୍ୟ ଅଭିନବ ।ଦେଖରେ ଦେଖ ରେ ଆଜି ଅପରୂପ ଛବି,ଚିତ୍ରୁଛନ୍ତି ମହା-ଆଦି-ଚିତ୍ରକର କବି ।ନିଜେ ରେ ଜ୍ୟୋତିର ଜ୍ୟୋତି ଦେବ ଭଗବାନ,ଅରୂପ-ପ୍ରକାଶେ ପୂରି ୠଷିଜନପ୍ରାଣ,ଭେଦି ଯେହ୍ନେ ବ୍ରହ୍ମତାଳୁ ସହସା ଉଦିତ,କରୁଛନ୍ତି ୠଷିମୁଖ-ପଦ୍ମ ବିକଶିତ ।ବଦନ, ତୁଷାର-ଗୌର, ଦିଶେ ଗୌରତର,ବିମଳ ଜ୍ୟୋତିର କିବା ପ୍ରଫୁଲ୍ଲ ପୁଷ୍କର ।କି ମହା ତଡ଼ିତସ୍ରୋତ ପଶି ଆଚମ୍ବିତେ,ଆପାଦମସ୍ତକ ଧାଏଁ ଧମନୀ-ଶୋଣିତେ ।ମହାପୁଲକରେ ତନୁ ରୋମାଞ୍ଚ ପୂରିତ,କଦମ୍ବକେଶର ପ୍ରାୟେ କେଶ କଣ୍ଟକିତ ।ପ୍ରେମାଶ୍ରୁ ଉଛୁଳିପଡ଼େ ନୟନଯୁଗଳେ,ସୁନ୍ଦର କପୋଳେ ଧାରା ବହେ ଅବିରଳେ ।ହିମଗୌର ହିମାଚଳ କପୋଳେ ଯେସନ,ଜାହ୍ନବୀ-ଯମୁନା-ଧାରା ବହେ ଘନଘନ ।ସହସା ଫୁଟଇ ୠଷି ଲୋଚନ-କମଳ,ଖେଳେ ତହିଁ ଆହା କିବା ଜ୍ୟୋତି ସୁବିମଳ ।ବାହ୍ୟ-ଅଭ୍ୟନ୍ତର-ଭେଦ ଏବେ ନାହିଁ ଆଉ,ଦିଶି ଦିଶି ଏକ ଜ୍ୟୋତି ଦିଶେ ଦାଉଦାଉ ।କ୍ଷିତି-ଅପ୍-ମରୁଦ୍ବ୍ୟୋମ-ତେଜ ଏକାକାର,ନିରେଖନ୍ତି ୠଷି ଆହା ଚିନ୍ମୟ ସଂସାର ।ମୃତ ଜଡ଼ ଆଜି ଆହା କି ଅମୃତମୟ,ବ୍ରହ୍ମ-ନିଃଶ୍ୱସିତେ ପୂର୍ଣ୍ଣ ବ୍ରହ୍ମାଣ୍ଡ-ହୃଦୟ ।ବ୍ରହ୍ମାଣ୍ଡ-ହୃଦୟ-ତନ୍ତ୍ରୀ ବାଜେ ଏକାତନେ,ଓଁକାର ଝଙ୍କାରମୟ ମର୍ମଭେଦି-ଗାନେ ।ତକିତରେ ଛିନ୍ନ ହେଲା ମର୍ମଗ୍ରନ୍ଥିଚୟ,ଗମ୍ଭୀର ଉଚ୍ଛ୍ୱାସେ ପୂର୍ଣ୍ଣ ୠଷିର ହୃଦୟ ।ୠଷିର ନିରୁଦ୍ଧ କଣ୍ଠ ଭେଦି ଅସମ୍ଭାଳେ,ଉଛୁଳଇ ବାଣୀସ୍ରୋତ ବଦନାନ୍ତରାଳେ ।ୠଷି ରସନାରୁ ବହେ ଗଦ୍ଗଦ ଭାଷେ,ପୁଣ୍ୟା ସରସ୍ୱତୀ ପ୍ରାୟେ ପ୍ରଭାତ ଆକାଶେ ।ତ୍ରିଷ୍ଟୁଭ ଗାୟତ୍ରୀ ଛନ୍ଦେ ଗୀର୍ବାଣ-ବିଭବ,ଢାଳିଣ କରନ୍ତି ୠଷି ସ୍ତବ ଅଭିନବ ।ସେହି ମଧୁମୟ ଛନ୍ଦ ସେ ବାଣୀ-ସମ୍ପଦ,କାହୁଁ ତୁ ପାଇବୁ ଭାଷା ସେ ଅମୃତପଦ ।ମହାପ୍ରେମାବେଶେ ୠଷି ଭାସି ଅଶ୍ରୁଜଳେ,ବକ୍ଷେ ସ୍ଥାପି କରଯୁଗ ବୋଲନ୍ତି ବିହ୍ୱଳେ –‘‘କେ ହେ ଦେବ ଦେବଦେବ ପ୍ରଭୁ ପରାତ୍ପର,କି ଅମୃତ ତେଜେ ଆଜି ପୂରି ମୋ ଅନ୍ତର,କି ଅମୃତତେଜେ ପୂରି ଏ ମହା ଆକାଶ,ବିରାଜିତ ବିଶ୍ୱଦେବ ବିଭୋ ସ୍ୱ-ପ୍ରକାଶ ।କେ ହେ ଦେବ ମହାଦେବ ଦ୍ୟାବା ପୃଥିବୀର,ଦ୍ୟୁଲୋକ ଭୂଲୋକ ବନ୍ଦେ ଆନନ୍ଦେ ଅଧୀର ।ଅମୃତ ଯାହାର ଛାୟା, ମୃତ୍ୟୁ ଯା କିଙ୍କରବନ୍ଦଇ ବରେଣ୍ୟ ଭର୍ଗ ବିଶ୍ୱଚରାଚର ।ଅମର ଅଜର ହୋତା ଅଗ୍ନି ଯଜ୍ଞକାରୀ,ଐାରାବତେ ବିରାଜିତ ଇନ୍ଦ୍ର ବ୍ରଜଧାରୀ,ଦଶଦିଗବ୍ୟାପୀ ସଦା-ଗତି ମରୁଦ୍ଗଣ,ଗଗନ-ବିହାରୀ ସୂର୍ଯ୍ୟ ଜ୍ୱଳନ୍ତ ତପନ,ଦ୍ୟୁଲୋକର ଜ୍ୟୋତି ମିତ୍ର, ଚିତ୍ରେ ସୁନିପୁଣ,ଜଳ-ସ୍ଥଳ-ଆବରକ ବରେଣ୍ୟ ବରୁଣ,ଦ୍ୟୁଲୋକ-ନନ୍ଦିନୀ ଉଷା ତମିସ୍ର-ହାରିଣୀ,ସରସ୍ୱତୀ ବାଣୀମୟୀ ସୁନୃତଭାଷିଣୀ ।ଦିବା ବିଭାବରୀ ମାସ ୠତୁ ସମ୍ବତ୍ସର,ନିମେଷ ମୁହୂର୍ତ୍ତ ସର୍ବେ ବନ୍ଦନ୍ତି ପୟର ।କେ ହେ ଦେବ ମହିମାର ପ୍ରଦୀପ୍ତ ଅନଳ,ଯା ଇଙ୍ଗିତ ଉଭା ଏହି ଶ୍ୱେତ ହିମାଚଳ,ପୂଜିଲେ ଇଙ୍ଗିତେ ଯାର ପୂର୍ବ-ଋଷିଗଣ,ମହାଭୂତଚୟେ ଦେଖି ଶକ୍ତି –ନିଦର୍ଶନ,ସେହି ଭୂତ-ଶକ୍ତିଚୟ ଧରି ଏକାଧାରେ,କେ ହେ ବିରାଜିତ ତୁମ୍ଭେ ନିଜ ମହିମାରେ,ସୁଗମ୍ଭୀର ଉଦୀରଣେ ଏ କ୍ଷୁଦ୍ର ପରାଣେ,ଅବତୀର୍ଣ୍ଣ ବାଣୀରୂପେ ଅଦ୍ଭୁତ ବିଧାନେ ,ଜାଣିଅଛି ପରାତ୍ପର ଏ ପ୍ରାଣବିଧାତାଅଟ ହେ ପ୍ରତ୍ୟକ୍ଷ ତୁମ୍ଭେ ବିଶ୍ୱପିତାମାତା ।ଏକ ଅଦ୍ୱିତୀୟ ପ୍ରଭୁ ସର୍ବମୂଳାଧାର,ଏକମାତ୍ର ପରାମାତ୍ମା ବ୍ରହ୍ମ ନିରାକାର ।ଜୟ ହେ ମଙ୍ଗଳୟ ମହାମହେଶ୍ୱର,ଜୟ ଜୟ ସତ୍ୟରୂପ ପରମ ସୁନ୍ଦର ।ବିରାଜ ବିରାଜ ଦେବ ହେ ଅମୃତମୟ,ତୁମ୍ଭରି ଅମୃତରୂପେ ପୂରି ଏ ହୃଦୟ,ତୁମ୍ଭରି ଓଁକାରମୟୀ ବାଣୀ ନିରନ୍ତରପବିତ୍ର ଝଙ୍କାରେ ପୂରୁ ଏ ପ୍ରାଣକନ୍ଦର ।’’ମହାଦେବୀ ଭିକ୍ଟୋରିୟା(ରସକୁଲ୍ୟା ବୃତ୍ତ)ମହାମୃତ୍ୟୁ-ଶୋକ-ତାମସୀ ଛାୟାସହସା ବିସ୍ତାରି ବିରାଟ କାୟା,ଘୋଟିଯାଇଅଛି ନିଖିଳ ମହୀ,ଦାରୁଣ ନିର୍ବେଦ ମାରୁତ ବହିଲିଭାଇଛି ମହାଶ୍ୱାସେ,ହର୍ଷ-ଦୀପ-ଶିଖା ସହସ୍ର ପ୍ରଦେଶେକୋଟି କୁଟୀ-ସୌଧବାସେ ।୧।ମା’ ନାମ ମହିମା ମହୀମଣ୍ଡଳେ,ମା’ ନାମର ଶାନ୍ତି ତପନତଳେ,ମା’ ନାମ-ମାଧୁରୀ ମାନବପ୍ରାଣେ,ଜ୍ୱଳନ୍ତ ଜୀବନ୍ତ ଧ୍ରୁବ ପ୍ରମାଣେ,ଯାର ପ୍ରାଣେ ପ୍ରମାଣିତ,ସେହି ମହାଦେବୀ ମାତା ଭିକ୍ଟୋରିଆଭବଧାମୁଁ ତିରୋହିତ ।୨।ଅର୍ଦ୍ଧ-ଧରଣୀର ଅଧି-ଈଶ୍ୱରୀବ୍ରିଟିଶସାମ୍ରାଜ୍ୟ-ଲକ୍ଷ୍ମୀ ଶଙ୍କରୀଭାରତସମ୍ରାଜ୍ଞୀ ଶ୍ରୀ ମହାରଣୀ,ରାଜରାଜେଶ୍ୱରୀ ନାରୀ ଇନ୍ଦ୍ରାଣୀସର୍ବ-ମନୁଜ ବନ୍ଦିତା,ସତୀ-ଶିରୋମଣି ସମ୍ରାଜ୍ଞୀ-ଜନନୀପୁଣ୍ୟମୟୀ ଅନିନ୍ଦିତା ।୩।ଆସିୟା ୟୁରୋପ ଆମେରିକାରେ,ପୁଣି ଆଷ୍ଟ୍ରଲିଆ ଆଫରିକାରେ,ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମେ,ବିଷୁବ-ଉତ୍ତାପେ-ମେରୁର ହିମେ,ପ୍ରତିଷ୍ଠିତ ଯାର ନାମ,ଯାର ରାଜ୍ୟେ କେଭେ ନୁହେ ଅସ୍ତମିତଦିନମଣି ତେଜୋଧାମ ।୪।‘‘ଭିକ୍ଟୋରିଆ-ଯୁଗ’’ ଅମରାକ୍ଷରେ,ଯା ନାମ ଖୋଦିତ କାଳ-ବକ୍ଷରେ,ଯାର ରାଜଶକ୍ତି, ରାଜ-ମହିମାବିପୁଳ ରାଜଶ୍ରୀ, ରାଜ-ଗରିମା,ପ୍ରତିଷ୍ଠିତ ଦେଶେ କାଳେସୁଚିର ରାଜତ୍ୱ ଯାହାର ଶୋଭିତମହାକୀର୍ତ୍ତୀ-ମଣିମାଳେ ।୫।ଯାର ଦୟା-କ୍ଷମା-ଶନ୍ତି ସୁଧାରେ,ସୁଧାଶକ୍ତି ଆହା ଏ ବସୁଧାରେରାଜଦଣ୍ଡ ନୀତି ରାଜଶାସନ;ହୃଦ ଯାର ପୁଣ୍ୟ ସ୍ନେହ-ଭବନ,ପୁଣ୍ୟଶ୍ଳୋକ ଯା ଚରିତ,ମୈତ୍ରୀ ଅନୁକମ୍ପା ବାତ୍ସଲ୍ୟ କରୁଣାଅମୃତରସେ ପୂରିତ ।୬।ପ୍ରାଣାଧିକ ତବ ପ୍ରଗାମଣ୍ଡଳୀପ୍ରଜାସ୍ନେହ ପୁତ୍ରସ୍ନେହକୁ ବଳି,ଦୀନ ପ୍ରଜାଙ୍କର ଦୁଃଖକୁ ଜାଣି,ଭିକ୍ଟୋରିଏ ! ଶତ ଆଶ୍ୱାସବାଣୀଭାଷୁଥିଲ ସ୍ନେହଭରେ,ଜଗଦମ୍ବାପ୍ରାୟେ ପ୍ରଜାଙ୍କ ଜନନୀଥିଲ ଏହି ଜଗତରେ ।୭।ଅଦ୍ଭୁତ ଘଟନ ତବ ଶାସନେକରିଲା ବିସ୍ମିତ ବିଶ୍ୱଭୁବନେ,ସବଜ୍ର ବିଦ୍ୟୁତ, ବହ୍ନି, ବରୁଣଜ୍ୟୋତିର୍ମୟ ଦେବ ଭାସ୍କର ପୁଣ,କିଙ୍କର ପ୍ରାୟେ ତୋ ପଦେଖଟି ଦିବାନିଶି ବଢାଇଲେ ପ୍ରଜା-ମଙ୍ଗଳ ସୁଖସମ୍ପଦେ ।୮।କ୍ଷଣକେ ବିହରି ସହସ୍ର ଦେଶ,କ୍ଷଣପ୍ରଭା କ୍ଷଣେ ବହେ ସନ୍ଦେଶ;ବାହଇ ବରୁଣ ବହ୍ନି ସଙ୍ଗତେବାଷ୍ପୀୟ ତରଣୀ ବାଷ୍ପୀୟ ରଥେଜଳେ ସ୍ଥଳେ ବିହାୟସେ;ଆଦିତ୍ୟ ଚିତ୍ରଇ ଆଲେଖ୍ୟନିକରରଞ୍ଜନ-କର ପରଶେ ।୯।ତବ ଜ୍ଞାନ-ପ୍ରେମ-ଶକ୍ତି ଅତୁଳଚିର ଅବଜ୍ଞାତ ଅବଳାକୁଳ-କଳଙ୍କ-ଭଞ୍ଜନେ ମାନ-ବର୍ଦ୍ଧନେବିହିଲା ବିଳ୍ପବ ଭବଭବନେ,ତେଣୁ ମହିଳା ସମ୍ମାନ,ମହୀ ମହନୀୟ ବୋଲି ଜଗତରେହେଉଅଛି ବର୍ଦ୍ଧମାନ । ୧୦ ।ଶ୍ୱେତ, କୃଷ୍ଣ ଅବା ହିନ୍ଦୁ, ଖ୍ରୀଷ୍ଟାନ,ବୌର୍ଦ୍ଧ, ଜୈନ କିମ୍ବା ମୁସଲମାନ,ପ୍ରାଚ୍ୟ ବା ପାଶ୍ଚାତ୍ୟ ସମ ତୋଠାରେପ୍ରଜାନିର୍ବିଶେଷେ ଥିଲେ ସଂସାରେ,ପ୍ରଜାସୁଖେ ଆନନ୍ଦିତା,ପ୍ରଜାର ଦୁଃଖରେ ସନ୍ତତ କାତରାଦୟାମୟୀ ଅନିନ୍ଦିତା ।୧୧।ତବ ପୁଣ୍ୟ ତେଜେ ପବିତ୍ର ପ୍ରଭାତବ ରାଜସଭା ପୁଣ୍ୟ-ସୌରଭାମହାକବି ମହାବୀର ସଜ୍ଜନେ,ପୁଣି ଗୁଣବତୀ ନାରୀ-ରତନେ,ସେ ସଭା ସଦା ଉଜ୍ଜ୍ୱଳ ।ଭବିଷ୍ୟ ଭାରତୀ କବି-ପତିଙ୍କରତବ ଜୀବନେ ସଫଳ ।୧୨।ଶ୍ୱେତଦ୍ୱୀପ ଦେବୀ ଲକ୍ଷ୍ମୀ-ରୂପିଣୀ,କୋଟିବୃନ୍ଦ-ପଦ୍ମବନ-ବାସିନୀ,ପୁଣ୍ୟମୟୀ ଦୁର୍ଗେ ନରସମାଜେ,ବ୍ରିଟିଶକେଶରୀ ଶ୍ରୀପଦେ ରାଜେଆଶମୃତ ନିସ୍ୟନ୍ଦିନୀନିରାଶ ଭାରତେ ଆଶ୍ୱାସଦାୟିନୀଦେବୀ ଭାରତୀରୂପିଣୀ ।୧୩।ଶାନ୍ତି-ମନ୍ତ୍ର-ପୁତ ମହାଘୋଷଣାପ୍ରଚାରି ଭାରତେ ଦେଲ ସାନ୍ତ୍ୱନାସେ ଶୁଭ ଭାରତୀ-ବୀଣାର ସ୍ୱରେଜାଗିଉଠେ ପ୍ରାଣ ଏ ଭାରତରେ,ଧନ୍ୟ ସେ ଘୋଷଣାସ୍ୱନ,ମୋହ-ଆବରଣ କରି ଉନ୍ମୋଚନବିହେ ନବ ଜାଗରଣ ।୧୪।ଗୃହେ ସୁଗୃହିଣୀ ସୁପତିବ୍ରତା,ଜୀବନେ ମରଣେ ପତିଦେବତା,ନତିପାଦପଦ୍ମେ ମତି ଯାହାରକମଳେ କମଳାସମ ଉଦାର ।ଚିରବୈଧବ୍ୟଶୋକରେ,ପୁଣ୍ୟ ବ୍ରହ୍ମଚର୍ଯ୍ୟ ଆଚରିଲ ସତୀମହାପ୍ରେମଭକ୍ତିରେ ।୧୫।ଆସନ୍ତେ ପ୍ରାଣର ଅନ୍ତିମଯାମଇଷ୍ଟମନ୍ତ୍ରରୂପେ ସ୍ୱାମୀଙ୍କ ନାମପ୍ରେମେ ଜପି, କରି ଶାନ୍ତିବାଚନକଲ ଆନନ୍ଦରେ ସ୍ୱର୍ଗାରୋହଣ ।ଧନ୍ୟ ଧନ୍ୟ ମହାସତୀ,କାହିଁ ତବ ସମା ସମ୍ରାଜ୍ଞୀ ଜନନୀପତିବ୍ରତା ପୁଣ୍ୟବତୀ ।୧୬।ଚାହିଁରହିଥିଲ ସ୍ୱର୍ଗୀୟ ଆଶେଯିବବୋଲି ପ୍ରିୟତମଙ୍କ ପାଶେଯଥାକାଳେ ସ୍ୱର୍ଗେ ଭେଟିଲ ଯାଇପ୍ରାଣ-ଅଭିରାମ ହୃଦୟ-ସାଇଁଭେଟିଲେ ଆହା ଯେସନଶ୍ରୀରାମେ ବୈଦେହୀ ଦଇବ ବିଧାନେସହି ବିଚ୍ଛେଦ–କଷଣ ।୧୭।ଶୋକ-ଲହରୀ
(୧)
କି ଘୋର ବାରତା ଆଜି ଅଶନି-ନିର୍ଘାତେପଶିଲା ଏ ଉତ୍କଳ-ଭବନେ !ବିଦଳିତ କି ଦାରୁଣ ଶୋକଝଞ୍ଜାବାତେଶତ ଆଶାଲତା ହୃଦବନେ !ଉତ୍କଳ ଗଗନ-ରବି ଦେବ ଶ୍ରୀ ସୁଢ଼ଳଅସ୍ତମିତ ଦିବା ଦ୍ୱିପହରେ ।ଘୋର ଅନ୍ଧକାରେ ମଗ୍ନ କାତର ଉତ୍କଳବିକଳେ କାନ୍ଦଇ ଆର୍ତ୍ତସ୍ୱରେ ।ପୂରୁବେ ପଶ୍ଚିମେ ଆଜି ବିଳାପର ଧ୍ୱନିକାନ୍ଦଇ ରେ ଉତ୍ତର ଦକ୍ଷିଣ,ଆକୁଳେ କାନ୍ଦଇ ସର୍ବ ଉତ୍କଳ-ଅବନୀଚଉଦିଗ ଶୋକେ ବିମଳିନ ।
(୨)
ସତେ କି ହେ ମହାରାଜ ଗଙ୍ଗବଂଶ-ରବି,କୋଟି ନେତ୍ର-ନନ୍ଦନ ପ୍ରତିମା,ବୁଧକୁଳ-ମାନନୀୟ ମନୀଷୀ ସୁକବି,ସ୍ୱଦେଶର ଗୌରବ ଗରିମା,ସତେ କି ହେ ପୁଣ୍ୟଶ୍ଳୋକ ପରଲୋକ ଦେଶେ,ମହାପ୍ରସ୍ଥାନର ମହାପଥେ,ଗଲ ଚାଲି ଏ ସଂସାର ତେଜିଣ ନିମେଷେ,ସୁକୃତ-ପୁଷ୍ପକ-ପୁଣ୍ୟପଥେ ?
(୩)
ତେଜି ଶ୍ରୀ ସଚ୍ଚିଦାନନ୍ଦ ହୃଦୟ-ନନ୍ଦନେ,ତେଜି ପ୍ରିୟ ସୁତ-ସୁତା-ଜାୟା,ତେଜି ରାଜ୍ୟ ରାଜଦଣ୍ଡ ରାଜସିଂହାସନେ,ତେଜି ସଂସାରର ସର୍ବମୟା,ଏ ମର୍ତ୍ତ୍ୟଧାମର ସୀମା ଲଙ୍ଘିଣ କ୍ଷଣକେଯାଇଅଛି ଚାଲି ମହାବାବୁ,ସେ ଅଜ୍ଞାତଲୋକ ପରଲୋକେ କି ଛଟକେଯହୁଁ କେହି ନ ବାହୁଡ଼େ ଆଉ ।ଯାଇଅଛ ଚାଲି ଦେବ ଚିରକାଳ ପାଇଁଦିବ୍ୟଧାମ ଅମର-ନଗରେ,ଏ ମର୍ତ୍ତ୍ୟ-ନୟନ ଆଉ ବିଲୋକିବ ନାହିଁବୀର୍ଯ୍ୟଦୀପ୍ତ ତବ କଳେବର ।
(୪)
ଶାଳ-ପ୍ରାଂଶୁ ସେ ମୂରତି, ସେ ବକ୍ଷ-ବିପୁଳ,ସେ ପ୍ରଶାନ୍ତ କରୁଣ ନୟନ,ସେ ଦିବ୍ୟ ଆକାର, ଯହିଁ ଏକାଧାରେ ଠୁଳଭୀମକାନ୍ତ ଗୁଣ ଅଗଣନ ।ଆକାର-ସଦୃଶ-ପ୍ରାଜ୍ଞ ଥିଲ ନରମଣି,ଶାସ୍ତ୍ରେ ଅକୁଣ୍ଠିତା ତବବୁଦ୍ଧି,ଅନୁସରି ଜ୍ଞାନ-ଗର୍ଭ କର୍ମର ସରଣୀବିଧିରେ ଲଭିଲ ମହାସିଦ୍ଧି ।ଧନ୍ୟ ଧନ୍ୟ କ୍ଷଣଜନ୍ମା ଜନ୍ମି ରାଜବଂଶେ,କ୍ଷଣସ୍ଥାୟୀ ମାନବ-ଜନମେ,ମଣ୍ଡିଅଛ ମର୍ଯ୍ୟାଦାର ଯେଉଁ ଅବତଂସେ,ଯେଉଁ ମହାପ୍ରୟାସ ବିକ୍ରମେ,ସେହି ମହାପ୍ରୟାସର ପବିତ୍ର ସଂଯମେଥିଲ ତୁମ୍ଭେ ମହାକର୍ମବୀର,ଆଡ଼ମ୍ଭର-ଶୂନ୍ୟ ରାଜ-ଋଷି ରାଜ୍ୟାଶ୍ରମେ,ଗୃହାଶ୍ରମେ ଆଦର୍ଶ ଗୃହୀର ।
(୫)
ରାଜକର୍ମ-କୋଳାହଳ ମଧ୍ୟେ ଥାଇ ସଦାକେମନ୍ତେ ହେ କହ କର୍ମୀବର,ଭେଟିଲ, ସେବିଲ ଦେବୀ ଭାରତୀ ବରଦା ?ସୌଭାଗ୍ୟେ ଲଭିଲ ତାଙ୍କ ବର ।ରୁଚିର ସଦ୍ଭାବ ରାଜ୍ୟେ, ହେ ରସଜ୍ଞ କବି,ନିସର୍ଗର ସୌନ୍ଦର୍ଯ୍ୟ-ନିଳୟେ,ଆନନ୍ଦେ ବିହରି କେତେ ସୁମନୋଜ୍ଞ ଛବିଚିତ୍ରିଲ ହେ କବିତା ନିଚୟେ,ଉତ୍କଳର ସୁରଧୁନୀ ଉତ୍କଳ-ପାବନୀମହାନଦୀ ‘‘ଚିତ୍ରୋତ୍ପଳା’’ ଚିତ୍ର,ଶ୍ରୀକରେ ଚିତ୍ରିଲ ଚିନ୍ତି ଦିବସ ରଜନୀମହାନଦୀ-ମହିମା ବିଚିତ୍ର ।ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଶୌର୍ଯ୍ୟ ସୁଚରିତଶୁଣି ତବ କ୍ଷତ୍ରିୟ-ଶୋଣିତସଘନେ ଉଠିଲା ନାଚି ତବ ବୀର-ଚିତ୍ତଗାଇଲା ହେ ‘‘ବୀରବାମା’’ –ଗୀତ ।ଉତ୍କଳ ସାହିତ୍ୟାକାଶେ ଉଇଁ ଶୁଭକ୍ଷଣେଭାଷା-ଯୋଗେ ଭବିଷ୍ୟମିଳନେସୁଚିଲ ହେ ଦୂରଦର୍ଶି, ଅରୁଣ ଯେସନେସୂଚେ ମାଧ୍ୟଦିନ-ଆଗମନେ ।ସୁଧୀ କବି-ଜନେ ଆହା କେତେ ସମାଦରକରିଅଛି ହେ ଗୁଣ-ଗ୍ରାହକ,ଗୁଣି ଗୁଣି ତବ ଗୁଣ କେତେ ଗୁଣିଙ୍କରବହଇ ହେ ନୟନୁ ଲୋତକ ।
(୬)
ବାମଣ୍ଡା-ଗୌରବ, ଦେବ, ବାମଣ୍ଡା-ମହିମାରାଜଧାନୀ ଦେବଗଡ଼ ଟେକ,ଉତ୍କଳେ ଗୀର୍ବାଣ-ବିଦ୍ୟା- ଗୌରବ-ଗରିମାବଢ଼ାଇଲା ତୁମ୍ଭରି ବିବେକ ।ପ୍ରତିଦିବସର ପ୍ରୀତି- ପୂର୍ଣ୍ଣ ପ୍ରୟାସରେଯେ ରାଜ୍ୟ ପାଳିଲ ସୁମଙ୍ଗଳେ,ତେଜି ତାକୁ ଅନ୍ତର୍ହିତ ହେଲ କ୍ଷଣକରେବିରାଜିଲ ଏବେ ଦେବଦଳେ ।ଏବେ ତବ ଲୋକଦ୍ୱୟ- ସାଧନୀ ଚାତୁରୀଲଭିଅଛି ଅପୂର୍ବ ମହିମା,ଦେବପୁରୀଯାଏ ତବ ଜୀବନ-ମାଧୁରୀପ୍ରସାରିତ ଲଙ୍ଘି ମର୍ତ୍ତ୍ୟ-ସୀମା ।
(୭)
ବିରାଜ, ବିରାଜ ଦେବ ! ଅମର-ଭବନେଶୁଭ ନବ ଦେବ-ମୂର୍ତ୍ତି ଲଭି,ଉତ୍କଳର ଅଶ୍ରୁ-ଧୌତ ହୃଦୟ-ଗଗନେପ୍ରତିଫଳୁ ତବ ଦେବ-ଛବି ।ମହାମହେଶଙ୍କ ଶ୍ରୀଚରଣ- ଛାୟାତଳେଲଭି ଦିବ୍ୟ ତେଜଃ-ପୁଞ୍ଜ କାନ୍ତି,ଉଭାହୋଇ ଜ୍ୟୋତିର୍ମୟ ଦେବତାଙ୍କ ଦଳେ,ଗାଅ ଦେବ ! ଓଁ ସ୍ୱସ୍ତି ଶାନ୍ତି ।ସେହି ଶାନ୍ତି ମହାମନ୍ତ୍ର, ସେହି ସ୍ୱସ୍ତି-ଗାନସନ୍ତପ୍ତ ଏ ସଂସାର-ଆଳୟେସ୍ଫୁରୁ ନିତ୍ୟ, କରୁ ନିତ୍ୟ ଅଭୟ-ପ୍ରଦାନମନୁଷ୍ୟର ହତାଶ ହୃଦୟେ ।ସେ ସଙ୍ଗୀତ-ମନ୍ଦାକିନୀ କରୁ ମଧୁମୟଲକ୍ଷ ଲକ୍ଷ ନକ୍ଷତ୍ର-ମଣ୍ଡଳ,ସେ ପରମ ଘୋଷଣାର ଅମୃତ ଅଭୟବ୍ୟାପୁ ବ୍ୟୋମ ବାୟୁ ଜଳ ସ୍ଥଳ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ