ମାନସିଂହ-ରାଣା ପ୍ରତାଙ୍ଗ — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପି‘‘ଦିଲ୍ଲୀପତି ଅବା ଜଗତ୍ପତି’’ ଉପାଧିରେ ହୋଇଣ ଭୂଷିତ,ଆକବର ହିନ୍ଦୁଧର୍ମେ କଲା କଳୁଷିତ;ହୃଦେ ତାର ହଳାହଳ ମୁଖେ ମଧୁ ଗୀର,ଉଚ୍ଚ ମହାମନା ଆଖ୍ୟାଧାରୀ ରାଜନୀତି ପାରଙ୍ଗମ ବୀର ।୧।ଛଳେ ବଳେ କଉଶଳେ ଅବା, ରାଜ୍ୟ ଜୟ ଯାହାର ଆଦର୍ଶ,ପ୍ରତିବେଶୀ ରାଜ୍ୟେ ଧ୍ୱଂସି ଲଭେ ଯେହୁ ହର୍ଷ;ଧର୍ମଶାନ୍ତି କରୁଣାର ପୂର୍ଣ୍ଣ ଅବତାର,ରାଜକବି ଆବୁଲ ଫାଜଲ କରେ ଆକବରର ପ୍ରଚାର ।୨।ରାଜପଦ, ଧନରତ୍ନ ଦାନେ, ଅବା କହି ସୁମିଷ୍ଟ ବଚନେ,ସାମ, ଦାନ, ଦଣ୍ଡ, ଭେଦ ନୀତି ଆଚରଣେ;ଭାରତର ରାଜପୁତ ରାଜନ୍ୟମଣ୍ଡଳୀ,ତୋଷ କୃପାଭିକ୍ଷୁ ହୋଇ ଦିଲ୍ଲୀ, ଦରବାରେ ଯାଉଥିଲେ ଚଳି ।୩।ଦୁର୍ନିବାର ରଣରଙ୍କାବୀର, ଉଷ୍ଣରଙ୍କ ରାଜପୁତ ଜାତି,ଯୁଦ୍ଧେ ମୃତ୍ୟୁ ଲାଗି ଯେହୁ ପାତି ଦିଏ ଛାତି;ନ ପାରିଲା ତିଳେ ବୁଝି ଆକବରୀମାୟା,ବିଧର୍ମୀ ସେ ଯବନର କରେ, ସମର୍ପିଲା ଆଶି ହିନ୍ଦୁଜାୟା ।୪।ଶୁଦ୍ଧପୂତା ହିନ୍ଦୁନାରୀ ହେଲେ ଯବନର ପ୍ରାଣପ୍ରିୟତମା,ଭାରତ-ଅମ୍ବରେ ଘୋଟେ ନୈରାଶ୍ୟର ଅମା;ହିନ୍ଦୁନାରୀ ମଣ୍ଡେ ମୋଦେ ଯବନର ଅଙ୍କ,ହାୟରେ ! ଦୁର୍ଦ୍ଦିନ କିମ୍ପା ହେଲା ସୃଷ୍ଟି ଦେଶେ ଏସନ ଆତଙ୍କ ।୫।ବିହାରିମଲ୍ଲ ସେ ହୀନବୀର୍ଯ୍ୟ, ଜନ୍ମେ ତାର ଧିକ ଶତ ଧିକ,ଅମ୍ବର-ଦୁର୍ଗ-ଦୁର୍ବଳ-ବଂଶଜ-ପ୍ରତୀକ;ତ୍ରସ୍ତମନେ କନ୍ୟା ଅର୍ପି ଯବନର କରେ,ମାନେ ଧର୍ମେ ଦେଇ ଜଳାଞ୍ଜଳି ଦୁର୍ଗେ ବାସ କରେ ନିର୍ଭୟରେ ।୬।ରଣଭୀରୁ ବିହାରିମଲ୍ଲର, ସୁତ ନୀଚ ଘୃଣ୍ୟ ମାନସିଂହ,କର୍ମେ ସେ ଜମ୍ବୁକ ସିନା ନାମେ ମାତ୍ର ସିଂହ;ସେନାପତିରୂପେ ରାଜଦରବାରେ ଥାଇ,ଆକବର ଅଙ୍ଗୁଳି ନିର୍ଦ୍ଦେଶେ, ପୋଷା ଶ୍ୱାନ ସମ ଥାଏ ଚାହିଁ ।୭।ବିଧର୍ମୀ ସେ ଯବନର ଅଙ୍କେ, ଭଗିନୀକୁ କରି ସମର୍ପଣ,ଭାରତେ କଲା ମୋଗଲ-ମାତୁଳ ସଦନ;ନିର୍ଲ୍ଲଜ ସେ ଆପଣାକୁ ମଣେ କୃତକୃତ୍ୟ,କଳଙ୍କିତ କରି ହିନ୍ଦୁ ଧର୍ମେ, ବୋଲାଇଲା ମୋଗଲର ଭୃତ୍ୟ ।୮।ଇତିହାସ ପୃଷ୍ଠା ଦେଲା ପୋଛି, ତାହାର ଦେ ରାଜ ଆଭୂଷଣ,ଅବା ତା’ର ଆକଳନ ସୁବର୍ଣ୍ଣ ରତନ;ରାଜପୁତ ଜାତିର ସେ କଳଙ୍କପସରା,ଅମ୍ବରର ଦୁର୍ଗପତି ଆଜି ମୋଗଲର ସେନାପତି ପରା ।୯।ମୋଗଲର ରାଜ୍ୟବୃଦ୍ଧି ଇଚ୍ଛି, ଉତ୍କଣ୍ଠିତ ବିଶ୍ୱସ କୁକୁର,ପ୍ରତିବେଶୀ ହିନ୍ଦୁରାଜ୍ୟମାନ କଲା ଯୂର;ମୋଗଲ ସମ୍ରାଟ ପଦ ବନ୍ଦନେ ଆସକ୍ତ,ମାନସିଂହ ନିଗାଡ଼ିଲା କେତେ ରାଜପୁତ ଭ୍ରାତୃ ବକ୍ଷ ରକ୍ତ ।୧୦।ରାଜଦତ୍ତ ପଦବୀ ସମ୍ପଦ, ତୁଚ୍ଛ, ଜଳ ବୁଦ୍ବୁଦ୍ର ସମ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ମାନସିଂହ ନ ପାରିଲା କରି ହୃଦଙ୍ଗମ;
ମାତିଲା ସେ ଦର୍ପଭରେ ହିନ୍ଦୁରକ୍ତପାତେ,
ହିନ୍ଦୂରାଜ୍ୟେ ଭଜିଲେ ବିଲୟ, ମୋଗଲର ଆକ୍ରମଣ ଘାତେ ।୧୧।
ଅନ୍ୟ ପକ୍ଷେ ସମସାମୟିକ ରଣରଙ୍କା ମେବାର ନୃପତି,
ଧାର୍ମିକ ଉଦୟସିଂହ ଉଚ୍ଚମନା ଅତି;
ମୋଗଲର ପତ୍ନୀରୂପେ ନ ଅପିଲେ ସୁତା,
ପରିଣୟ ସୁତ୍ର ମାଧ୍ୟମରେ, ନ ଲୋଡ଼ିଲେ ମୋଗଲ ବନ୍ଧୁତା ।୧୨।
ଶୌର୍ଯ୍ୟଶାଳୀ ସେ ଉଦୟସିଂହ ଉଦୟାର୍କ ସମ ତେଜସ୍କର,
ଶତ୍ରୁ ପାଶେ ନମ୍ର ହେବା ତା ପାଶେ ଦୁଷ୍କର;
ବିହାରୀମଲ୍ଲର ସମ ଯବନ ସୟରେ,
ଶରଣ ସେ ନ ପାରିଲେ ପଶି ଅର୍ପି କନ୍ୟା ବିଧର୍ମିର କରେ ।୧୩।
ଉପଯୁକ୍ତ ଜନକ ସନ୍ତାନ ମହାରାଣା ଦୁର୍ଦ୍ଧର୍ଷ ପ୍ରତାପ,
ଶତ୍ରୁ ଭୟ କରେ ରଣେ ଦେଖି ଯାହା ତାପ;
ଭୀରୁ ମାନସିଂହ ସମ ନଥିଲାକ ତ୍ରାସ,
ଯବନର ବୀରତ୍ୱ ଗାରିମା କଲେ ସେ ଯେ ବହୁବାର ହ୍ରାସ ।୧୪।
ଆକବର ପଦତଳେ ଯେବେ ନିର୍ବିବାଦେ ସମଗ୍ର ଭାରତ,
ରାଜା ମହାରାଜା ଶିର କରିଲେକ ନତ;
ଏକମାତ୍ର ବୀର ମାନୀ ଦୁର୍ଦ୍ଧର୍ଷ ପ୍ରତାପ,
ଦିଲ୍ଲୀପତି ଚକ୍ରୀ ଆକବର ଆଜ୍ଞାପତ୍ରେ କଲେ ପଦଚାପ ।୧୫।
କମ୍ପିଗଲା ଦିଲ୍ଲୀଦରବାର ଏକା ରାଣା ପ୍ରତାପର ଲାଗି,
କୁକୁର ସେ ମାନସିଂହ ଉଠିଲାକ ଜାଗି;
ଉତ୍ତରିଲା, ‘‘ଏତେ ସ୍ପର୍ଦ୍ଧା ସମ୍ରାଟ ଆଦେଶ,
ପଦକ୍ଷେପେ ଫିଙ୍ଗିଲା ପ୍ରତାପ ନାହିଁ ନାହିଁ ତାର ଭ୍ରାନ୍ତି ଲେଶ ।୧୬।
ଯୁଦ୍ଧ ଯୁଦ୍ଧ ଅନିର୍ବାର୍ଯ୍ୟ ଏବେ ଉଦ୍ଧତ ସେ ପ୍ରତାପର ସଙ୍ଗେ,
ଦେଖିବି ତା ଶୌର୍ଯ୍ୟ, ବୀର୍ଯ୍ୟ ଆଜି ରଣରଙ୍ଗେ;
ନତ କରାଇବି ତା’ର ବିଜୟକେତନ;
ଦିଲ୍ଲୀପତି ସମୀପେ ଉଦ୍ଧତ କରାଇବି ତାକୁ ସଚେତନ’’ ।୧୭।
ରାଜଲକ୍ଷ୍ମୀ ହେଲେ ପ୍ରତିକୂଳା ହାରିଗଲେ ସେ ରାଣା ପ୍ରତାପ,
ଚିତୋର ଦୁର୍ଗର ପରେ ଏ କି ଅଭିଶାପ !
ଅନୀକିନି ଅକୁପାରେ ଜଳାବର୍ତ୍ତ ସମ,
ଚିତ୍ତୋରର ଗୌରବ ବିଲୁପ୍ତ ହିନ୍ଦୁ ପକ୍ଷେ ସମସ୍ୟା ବିଷମ ।୧୮।
ଶିଶୁପୁତ୍ର କନ୍ୟା ପତ୍ନୀ ଧରି ମହାରାଣା ଘୂରି ରାଜପଥେ,
ଦୀର୍ଘପଥ ଅତିକ୍ରମି ହତମନୋରଥେ;
ସୁବିଶ୍ୱସ୍ତ ରୈତକର ପୃଷ୍ଠ ଆରୋହଣେ,
ଆରାବଳୀ ପର୍ବତମାଳାରେ ବିବରଣ କରନ୍ତି ଗୋପନେ ।୧୯।
ଗୁପ୍ତତଥ୍ୟ ପାଇ ଦୂତମୁଖୁଁ ମାନକ ଆକବର ପାଶେ,
ନିବେଦିଲା ପ୍ରତାପର ଠାବ ସ୍ମିତହାସେ;
ରାଣା ପ୍ରତାପ ବିରୁଦ୍ଧେ ପୁଣି ଆକ୍ରମଣ,
ମାତୃଭୂମି ଚିତୋର ଦୁର୍ଗର ନ ହୋଇବ କିବା ଉଦ୍ଧାରଣ ।୨୦।
ଦେଖିଲା ସେ ରଣସଜ୍ଜା ସିନା ପୁଣ୍ୟପୀଠ ସେ ହଳଦୀଘାଟ,
ରକ୍ତଧାରା ସ୍ରବି ନଦୀ ପାଲଟିଲା ବାଟ;
ଅଗଣିତ ରଜାପୁତସେନା ଗଲେ ଭାସି,
ଚିରକାଳ ମୁଦିଲେ ନୟନ ପ୍ରତାପ ସେ ରଣକ୍ଷେତ୍ରେ ଝାସି ।୨୧।
ଜନ୍ମଭୂମି ଭାରତମାତାର ଏକମାତ୍ର ସ୍ୱାଧୀନ-ସନ୍ତାନ,
ଜନ୍ମଭୂମି ମୁକ୍ତି ଲାଗି ବିସର୍ଜିଲେ ପ୍ରାଣ;
କିନ୍ତୁ ଭୟେ ଯବନର ପଦତଳେ ଶିର,
ଥାପି କେବେ କହି ନାହିଁ ପଦେ ପ୍ରାଣ ଭୟେ ତେଷାମୋଦୀ ଗିର ।୨୨।
ହିନ୍ଦୁମାନ ରଖିଲେ ପ୍ରତାପ ଯୁଦ୍ଧକରି ପ୍ରାଣ ବିନିମୟେ,
ନ କରିଣ ଚିନ୍ତା କେବେ ଜୟେ ପରାଜୟେ;
ପାଳିଲେ ସେ ଜନ୍ମଭୂମି ରକ୍ଷା ପୂଣ୍ୟବ୍ରତ,
ହିନ୍ଦୁ ସନ୍ତାନର ଯାହା କାମ୍ୟ ପୂର୍ଣ୍ଣ ପ୍ରାଣେ ପାଳିଲେ ସତତ ।୨୩।
ଦେଶଦ୍ରୋହୀ ମାନସିଂହ ସମ ଯବନର ଚରଣ ଲେହନେ,
ଲୋଡ଼ିଲେ ନି ପଦବୀରେ ଅବା ରାଜ୍ୟଧନେ,
ମାଟିର ଏ କଳେବର ମାଟିର ଉରସେ,
ମିଶିଯାଏ ସିନା ଇତିହାସ ନ ପାଶୋରେ ଯଶେ ଅପଯଶେ ।୨୪।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ