ମଳୟ ଆବାହନ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିଧୀରେ ଧୀରେ ଆସ ମଳୟ ପବନଧୀରେ ଧୀରେ ଆସ ବହି,ପୁଲକିତ କର ଉତ୍କଳବାସୀଙ୍କିଶୁଭ ସମାଚାର କହି ।ସ୍ୱାଗତ କରୁଛଁ ଉପହାର ଘେନିଆମ୍ବ ବଉଳର କଷି,ଉଦାର ହୃଦୟେ ଗ୍ରହଣ କର ତା’ମୃଦ୍ୟୁ ହିଲ୍ଲୋଳରେ ହସି ।ସାଧୁ ସମୀପରେ ଉତ୍କର୍ଷ ଲଭଇବନ୍ଧୁଦତ୍ତ ଉପହାର,ତୁମ୍ଭ କରେ ପଡ଼ି ନିଶ୍ଚୟ ନିଶ୍ଚୟଶ୍ରୀବୃଦ୍ଧି ହେବ ଏହାର ।ଋଷିକୁଲ୍ୟା ଜଳେ ପୟର ପଖାଳିମହେନ୍ଦ୍ର ଆସନେ ବସ,ଚିତ୍ରୋତ୍ପଳା ଜଳେ ସ୍ନାନ କରି ପାନ-କର ସ୍ୱର୍ଣ୍ଣରେଖା ରସ ।ମହୋଦଧି ଜଳେ ତର୍ପଣ କରିବବିହରିବ ବନେ ବନେ,ନୃସିଂହନାଥର ପ୍ରପାତ ଲମ୍ଫନଚାହିଁ ମୁଗ୍ଧ ହେବ କ୍ଷଣେ ।ତୁମ୍ଭ ଗଲା ଦିନୁ କେତେ ବିପର୍ଯ୍ୟୟଘଟିଅଛି ଏ ଭୁବନେ,ଶୁଣ ବନ୍ଧୁ ଆଗେ ତୁମ୍ଭଙ୍କୁ କହିବାପାଇଁ ରଖିଅଛିଁ ମନେ ।ବନ୍ଧୁ ନିକଟରେ ମନକଥା ସବୁକହିବାକୁ ଲାଗେ ସୁଖ,ବସନ୍ତ ନିକଟେ ତହିଁପାଇଁ ସିନାପିକ ହୁଏ ବାବଦୂକ ।ଚୂତ ବଉଳାଇ ରସାଳ ଫଳାଇପଚାଉଥିବ ଯା ଭଲ,ପ୍ରଚଣ୍ଡ ପବନ ନଷ୍ଟ କରିଦେଲାଝାଡ଼ିଝୁଡି ସେ ସକଳ ।ଯେତେ ଯେତେ ଫୁଲ ବିକଶାଇଥିଲପଲ୍ଲବାଇଥିଲ ତରୁ,ଫୁଲସବୁ ଗଲା କେ ତରୁ ଭାଙ୍ଗିଲାଉପୁଡ଼ିଲା କେ ମୂଳରୁ ।ତୁମ୍ଭ ସମୟରେ ଦେଉଥିଲେ ଯେଉଁଭାସ୍କର ମଧୁର କର,ତୁମ୍ଭ ଗଲା ଦିନୁ ଦିନୁ ଦିନ ହେଲାସେ କର ପ୍ରଖରତର ।ଏତେ ପରଚଣ୍ଡ ହେଲା ଯେ ତହିଁରେଜୀବନ ହେଲା ଅସ୍ଥିର,ଦେହ ରକ୍ତ ପାଣି- ସ୍ୱରୂପେ ବହିଲାଭାଙ୍ଗିଲା ବଳ ଅସ୍ଥିର ।କେତେବେଳେ ବାୟୁ କିଞ୍ଚିତେ ନ ବହିପ୍ରାଣ କରେ କଲବଲ,ତୁମ୍ଭଙ୍କୁ ସ୍ମରଣ କରୁ ସେତେବେଳେଜୀବନଧାରୀ ସକଳ ।କେବେ ରାତ୍ରେ ଚନ୍ଦ୍ର ତାରା ନ ଦିଶିଲେଦିନେ ହେଲା ଅନ୍ଧକାର,ଶୂନ୍ୟ ହେଲା ଘୋର ନିନାଦ, ଶୂନ୍ୟରୁଖସିଲା ସଲିଳଧାର ।ଯେଉଁ ସରିତକୁ ଦେଖୁଅଛ ଏବେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ନିର୍ମଳ, ମୃଦୁଗାମିନୀ,
ଭୟଙ୍କର ବେଗେ ଧାଇଁଥିଲେ ହୋଇ
ଆବିଳ, କୂଳପ୍ଳାବିନୀ ।
ଯେତେ ଆବର୍ଜ୍ଜନା ଥିଲା ଅବନୀରେ
କରି ଅଙ୍ଗ ଅଳଙ୍କାର,
ପ୍ରଚଣ୍ଡ ଉପଳ ଶିରେ ନାଚୁଥିଲେ
ଭୀଷଣ କରି ଚତ୍କାର ।
ଏହି ନଦୀ-ବାଲି ଗ୍ରୀଷ୍ମ ମଧ୍ୟାହ୍ନରେ
ହୋଇଥିଲେ ଅଗ୍ନିକଣା ।
ଶୀତରାତ୍ରେ ପୁଣି ହେଲେ ବରଫର
ଜନକ ସ୍ୱରୂପେ ଗଣା ।
ଯେମନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ହୋଇଥିଲା
ତହୁଁ ବଳିଗଲା ଶୀତ,
ନିଜେ ବିଭାବସୁ ଅନଳ କୋଣକୁ
ଦଉଡ଼ିଲେ ହୋଇ ଭୀତ ।
ଯେଉଁ ଦେହେ ଆର୍ଦ୍ର ବାସ ଢାଙ୍କୁଥିଲୁଁ
ତା’ପରେ ହୋଇ କାତର,
ସେହି ଦେହେ ସ୍ଥୂଳ କମ୍ବଳ ରେଜାଇ
ଢାଙ୍କିବା ନ ହେଲା ତୋର ।
ଶୀତ ସମ୍ମିଶ୍ରିତ ସୁଧାକର- କର
ବୋଧହେଲା ବିଷ ପ୍ରାୟେ,
ନାରିକେଳଜଳେ କର୍ପୂର ମିଶିଲେ
ଯଥା ବିଷ ହୋଇଯାଏ ।
ଅବଶ୍ୟ ସେ କାଳେ ପାଇଅଛୁଁ ଫୁଲ
ଫଳ କେତେ ପରକାର,
କିନ୍ତୁ ଯେତେ ଯେତେ କ୍ଳେଶ ପାଇଅଛୁଁ
ହୃଦେ ରହିଅଛି ଘାର ।
ଖରାବେଳେ ଶୀତ ବର୍ଷା ବାଞ୍ଛା କରୁ
ଆସି ସେ ବରଷା ଶୀତ,
ଯେମନ୍ତ ପ୍ରତାପ ଦେଖାଇଲେ ତହିଁ
ଖରାହିଁ ହେଲା ବାଞ୍ଛିତ ।
ଆଜି ସେ ସମସ୍ତ ହୋଇଛନ୍ତି ଶାନ୍ତ
ଚାହିଁ ତୁମ୍ଭ ଆଗମନ,
ଆସ ବନ୍ଧୁବର, ବୁକୁଚା ଫିଟାଇ
କର ସୁଖ ବିତରଣ ।
ଅନେକ ପାଦପ ଚନ୍ଦନ ହୁଅନ୍ତି
ପରା ତୁମ୍ଭ ସ୍ପରଶରେ,
ଆମ୍ଭ ଦେଶ ତରୁ- ସକଳ ତହିଁରୁ
ବଞ୍ଚିତ କେଉଁ ଦୋଷରେ ?
ଚନ୍ଦନ ନ ହେଲେ ନୁହନ୍ତୁ ପାଦପେ
ହୁଅନ୍ତି ତ କୁସୁମିତ,
ବନ ଉପବନ ତୁମ୍ଭ ଆଲିଙ୍ଗନେ
ହୋଇଥାନ୍ତି ଆମୋଦିତ ।
ସତ୍ୱର ଫିଟାଅ ପଦ୍ମ ପରିମଳ
ମଲ୍ଲିକା ମଧୁର ବାସ,
ଦିଅ ଦିଅ ଜ୍ୟୋତି- ପ୍ରକାଶିନୀ ବଟୀ
ମ୍ଳାନି ହେବ ବେଗେ ନାଶ ।
ପ୍ରାଣପ୍ରମୋଦନ ରସ ପ୍ରଦାନରେ
ବିଳମ୍ବ ନ କର ଆଉ,
ଦେଇ ପ୍ରମାଞ୍ଜନ ପ୍ରେମେ ଆଲିଙ୍ଗନ
କର ହେ ପ୍ରସାରି ବାହୁ ।
ବିଞ୍ଚିଦିଅ ଚଣା କେଦାର କେଦାରେ
ଖାଇ ‘ଦେଚଡ଼ାଇ’ ମାନେ,
ଦଳ ଦଳ ଉଡ଼ି ଗଗନେ ମାତିବେ
ତୁମ୍ଭର ବିଜୟ-ଗାନେ ।
ତଳେ ଗ୍ରାମେ ଗ୍ରାମେ ବାଳକମଣ୍ଡଳ
ମୁଦେ ହୋଇ ଉବ୍ଦେଳିତ,
ଉଚ୍ଚେ ଡାକି ଡାକି ଗାଅ ଗାଅ ବୋଲି
କରୁଥିବେ ଉତ୍ତେଜିତ ।
କେଉଁ ଦୂର ଦେଶେ ଏତେ ଦିନ ଯାଇ
ଥିଲ କହ ବନ୍ଧୁବର,
ହୁଅଇ କି ସେହି ଦେଶେ ସେହିପରି
ଆତପ ଝଡ଼ କାକର ।
ଫିଟାଇବ କି ନା ରସାଜ ଭଣ୍ଡାର
ଆଣିଛ ନା ଏ ବରଷ,
ଦେଇ ଅନୁକୂଳ- ଉତ୍ତର ସତ୍ୱର
ବଢ଼ାଅ ଆମ୍ଭ ହରଷ ।
[୧୯୧୭ ଫବୃଆରୀ, ଉତ୍କଳ ସାହିତ୍ୟ]
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ