ମହା ମହାରଥୀ ଦ୍ରୋଣ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିମହାମତି ରଣକ୍ଷେତ୍ରେ ଆଣି କରିଛି ରୁଣ୍ଡ ।ବଇଷ୍ଣବ ଭାଷା, ତୁ ଆମ୍ଭଭରସା ପ୍ରାଣ ଘେନି ରଖି ଯିବୁ କି ପିଣ୍ଡ ।୩।(ଅଭିମନ୍ୟୁର ଉତ୍ତର ଗୀତ)[ହେ କାଶୀବାସୀ ବ୍ରାହ୍ମଣଗଣ ବେଗେ - ବୃତ୍ତେ]ଯେତେବେଳେ ମୁହିଁ ଜନନୀ ଜଠରେ ଥିଲି ଆହେ ଧର୍ମସୂତ !ଦିନେ ରାଜନୀରେ ପୂଚ୍ଛିଲେ ପିଅରେ ହରସେ ମୋହର ମାତ,ତାତ ଶୁଣ ହେ ।୧।ଚକ୍ରବ୍ୟୂହ ଭେଦ ତାର ଛେଦଭେଦ କହନ୍ତେ ପିତା ବୁଝାଇ ।କହୁଁ କହୁଁ ମାତା ନିଦ୍ରାବିମୋହିତା ହୋଇଣ ପଡ଼ିଲେ ଶୋଇ,ତାତ ଶୁଣ ହେ ।୨।ଜାଣି ତାତ ତାହା ନ କହିଲେ ଆଉ ନିଗମ ଉପାୟମାନ ।ପ୍ରବେଶ ଉପାୟ ଶୁଣିଥିଲା ମାତା ଗରଭେ ଥାଇ ମୋ କାନ,ତାତ ଶୁଣ ହେ ।୩।ଯାହା ଜାଣିଥିଲି ଛାମୁରେ କହିଲି ଏଥାକୁ କର ବିଚାର ।ବଇଷ୍ଣବ ଭାଷ, ହେଲେ ଅବିଶ୍ୱାସ ଜନନୀକି ଯା ପଚାର,ତାତ ଶୁଣ ହେ ।୪।(ଭୀମର ଗୀତ)[ଜୟ ପ୍ରତାପୀ ମତ୍ସ୍ୟନରେଶ - ବୃତ୍ତେ]ଯାଅ ଯାଅ ବତ୍ସ ଅଭିମନ୍ୟୁ,କରେ ଧରି ଗଦା ଖଡ୍ଗ ଧନୁ ।ପଦ ।ତୋ ଯୋଗେ ରହିବ ଆଜି ଆମ୍ଭ କୁଳମାନ;ଧନ୍ୟ ଧନ୍ୟ ଧନ୍ୟ ତୁ ରେ ଗାଣ୍ଡିବୀନନ୍ଦନ,ଅଟୁ ପଣ୍ଡୁବଂଶ ବାଳଭାନୁ ।୧।ଶକ୍ରନାତି ଅତି ବେଗେ ଚକ୍ରବ୍ୟୂହେ ପଶ,ନକ୍ର ଯେହ୍ନେ ଜଳେ ଜୀବଗଣେ କରେ ନାଶ;ତେହ୍ନେ ସଂହାର ଗାନ୍ଧାରୀସୂନୁ ।୨।ତୋର ପଛେ ପଛେ ଆମ୍ଭେ ଯାଇ ଚାରିଭାଇ,ବ୍ୟୂହ ମଧ୍ୟଭାଗରୁ ଆଣିବୁ ପାଲଟାଇ;ଭାଙ୍ଗିବି ମୁଁ ଦୁର୍ଯ୍ୟୋଧନ ଜାନୁ ।୩।ଦୁଃଶାସନ ଭୁଜକୁ ଓପାଡ଼ି ରକ୍ତ ଆଣି,ଜାଣିଥା ବାନ୍ଧିବି ଆଜି ପାଞ୍ଚାଳୀରେ ବେଣୀ;ବଇ ବୋଲେ ଭୟ ତେଜୁ ମନୁ ।୪।
ଅଭି – ଜ୍ୟେଷ୍ଠତାତ; ବିଦାୟ ନେଉଛି ତବ ଚରଣରୁ ଦାସ, କର ଆଶୀର୍ବାଦ ଦେଇ ପଦଧୂଳି ଶିରେ, ହେ ମଧ୍ୟମ-ତାତ ନମେ ଶ୍ରୀପୟରେ, କନିଷ୍ଠ ପିଅରେ ନମି ଯିବି ନିର୍ଭୟରେ ।
(ସମସ୍ତଙ୍କର ପ୍ରସ୍ଥାନ)(ସୁଭଦ୍ରାର ଗୀତ)[ଅଖିଳ ଜଗତ ସଖା ପଦ୍ମାବତୀ - ବୃତ୍ତେ]ରେ ଦକ୍ଷିଣାକ୍ଷ, କ୍ଷଣେ କ୍ଷଣେ ଏତେ ନାଚୁଛୁ କାହିଁକି ତୁହି ।ନାଚି ନାଚି ମାସେ ମାସେ ହେଲା ତୋର ମନସାଧ ପୂରିନାହିଁ ।ପଦ ।ନାରାୟଣୀ ସେନା ନାଶିବେ ଆଜି,ଗଲେ କାନ୍ତ ରଣବେଶକୁ ସାଜି;ସେ ନିମନ୍ତେ ଚିତ୍ତେ ଚିନ୍ତା ନାହିଁ ମୋର ସଙ୍ଗେ ଅଛି ଯେଣୁ ଭାଇ ।୧।ନିତି ନିତି ରଣେ ହେଉଛି ଜୟ,ଆଉ କାହିଁକି ରେ ନାଚୁଛ କହ;
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପାଞ୍ଚିଛୁ କି ମନେ ଭୀଷ୍ମ ଦଶଦିନେ ଯୁଝି ହେଲେ ଶରଶାୟୀ ।୨।
ଯାହାକୁ ରେ ସାହା ଅଛି ଗୋବିନ୍ଦ,
ତାର କାହିଁ କେବେ ହେବ ରେ ମନ୍ଦ;
ବଇଷ୍ଣବ ବିଷ୍ଣୁପଦ ଅରବିନ୍ଦ ସର୍ବଦା ଚିତ୍ତେ ବାଞ୍ଛାଇ ।୩।
(ଅଭିମନ୍ୟୁ ପ୍ରବେଶ ଗୀତ)
[ଫେରିଯା ଫେରିଯା ଶ୍ୟାମ - ବୃତ୍ତେ]
ଯାଉଛି ଯାଉଛି ମାତ ନ କର ମନା ।
ଆଜି ପାଣ୍ଡବକୁଳେ ଉଡ଼ିବ ବିଜୟବାନା ।ପଦ ।
ମୋତେ ସେନାପତିପଣେ, ବିରଛନ୍ତି ଚାରି ଜଣେ ।
ରଣେ ଯିବାପାଇଁ ମନେ କରିଅଛି କାମନା ।୧।
ଶୁଣ ଶୁଣ ରଣସ୍ଥଳେ, ପୂର୍ଣ୍ଣଜୟ କୋଳାହଳେ ।
ଭୟ ତେଜି ଅଭୟ କରନ୍ତି କୌରବ ସେନା ।୨।
ଚକ୍ରବ୍ୟୂହ ଦ୍ରୋଣାଚାର୍ଯ୍ୟ,ନିର୍ଭାକରିଛନ୍ତି ଆଜ ।
କେହି ଭେଦି ନ ଜାଣନ୍ତି ତାହା ପିଅର ବିନା ।୩।
ଜାଣିଛି ମୁଁ ଏକା ତାହା,ଶୁଣିଛି ତୋ ଗର୍ଭେ ଯାହା ।
ବଲଷ୍ଣବ ଗିରି, ହେବ ଦୂର ହୃଦବେଦନା ।୩।
(ସୁଭଦ୍ରାର ଗୀତ)
[ମାନକର ଦାନ ଧନ ଗଲା କଥା ଗଲାଣି - ବୃତ୍ତେ]
ନ ଛାଡ଼ିବି ରଣେ ତୁ ମୋ ଏକଇର ବଳା ରେ ।
ଯିବୁ ଯେବେ କାଟି ଦେଇଯାଅ ମୋର ଗଳା ରେ ।ପଦ ।
ହଳାହଳ ଦିଅ ତୁଣ୍ଡେ ନ କରିଣ ହେଳା ରେ ।
ସହିବ କି ଦେହ ମୋର ଶରକ୍ଷତ ଜ୍ୱାଳା ରେ ।୧।
ମହା ମହାରଥୀ ହେଉଛନ୍ତି ମେଳା ମେଳା ରେ
ଗିରି କାହିଁ ଚୂରି ହେବ ବାଜିଗଲେ ଟେଳା ରେ ।୨।
ରାଜ୍ୟ ଧନେ ନାହିଁ କାର୍ଯ୍ୟ ଗଳେ କରି ମାଳା ରେ ।
ଭିକ୍ଷା ମାଗି ଖୁଆଇବି ତୋତେ ଦୁଇବେଳା ରେ ।୩।
ଜଗିଲି ଏ ବାଟ ଅବଳା ସବଳା ରେ,
କେ ନେବ ମୋ କୋଳୁ ବୋଲେ ବଇଆ ବାତୁଳା ରେ ।୪।
(ଅଭିମନ୍ୟୁର ଗୀତ)
[ଗୋକୁଳାନନ୍ଦଚନ୍ଦ୍ରଙ୍କୁ - ବୃତ୍ତେ]
କାହିଁକି ରେଦନ ମା’ କରୁଅଛ ଅକାରଣେ ।
ବୀରଧର୍ମରକ୍ଷା ଅର୍ଥେ ଯାଉଅଛି ମୁଁ ତ ରଣେ ।ପଦ ।
ହୋଇ ବୀରର ବନିତା, ଭୀରୁ ପରି କହୁ କଥା,
ବୀରସୁତା ବୀରମାତା ବୀରଭଗ୍ନୀ କେ ନ ଜାଣେ ।୧।
ମିଳିଲେ ଶୃଗାଳଯୂଥେ; ଜିଣିବେ କି ବ୍ୟାଘ୍ରସୁତେ;
ରଣେ ଜୟୀ ହୋଇ ଆସି ଭେଟିବି ତୋ ଶ୍ରୀଚରଣେ ।୨।
ପିତା ଯା’ର ବୀର ପାର୍ଥ; ମାମୁ ଯା’ର ଗୋପୀନାଥ,
ଶତଶତ ଦ୍ରୋଣ ହେଲେ ତାକୁ କି ଜିଣିବେ ରଣେ ।୩।
ଶିରା ଶିରା ଉଷ୍ଣ ରକ୍ତ, ହେଉଛି ମୋ ପ୍ରବାହିତ;
ସୁମନେ ମେଲାଣି କର ବିପ୍ର ବଇଷ୍ଣବ ଭଣେ ।୪।
[ଭୀମର ପ୍ରବେଶ]
ଭୀମ – କହ ବତ୍ସ ! ଏତେ ତୋର ବିଳମ୍ୱ କିପାଇଁ ?
ଅଭିମନ୍ୟୁ – ମନା କରନ୍ତି ଜନନୀ ରଣେ ଯିବାପାଇଁ ।
ଭୀମ – କ୍ଷତ୍ରିୟ ସନ୍ତାନ ରଣେ ଗଲେ କ୍ଷତି କିସ ?
ଅଭିମନ୍ୟୁ – କହୁଛନ୍ତି ନେବେ ତୁମ୍ଭେ ନାରୀହତ୍ୟା ଦୋଷ ।
ଭୀମ – ଗୋ-ବଧ ନାରୀବଧରେ ଅଛି ଯେତେ ପାପ,
ସେ ପାପର ଭାଗୀ ମୁହିଁ ହେଲି ଚାଲ ବାପା !
(ଅଭିମନ୍ୟୁ ସହ ସମସ୍ତଙ୍କର ପ୍ରସ୍ଥାନ; ଉତ୍ତୀରା ଓ ଚିତ୍ରାବତୀର ପ୍ରବେଶ)
[କହ ସଜନୀରେ କି ହେଲା କାଲି ରାତିରେ - ବୃତ୍ତେ]
କହ ଛଇଳା ଗୋ, କେତେ ମାସ ଗଡ଼ିଗଲାଣି ।
ତେଜିଲୁଣି ଦେଖି ମନେହୁଏ ସଖୀ ଆଖର ମାସ ହେଲାଣି ।ପଦ ।
ତେଜିଲୁଣି ସଖି ପଲଙ୍କଶୟନ ଭଜିଲୁଣି ମହୀଶୁଆ ।
ତେଜିଲା ପରାୟ ରାଜୀବନୟନା ବସୁ ହୋଇ ତଳମୁହାଁ ।୧।
ମାଜୁନାହୁଁ କିବା କରଜରାଜି ତୁ ସାଜୁନାହୁଁ ବେଣୀ ଶିରେ ।
ଉଠିଲାବେଳକୁ ଲାଜ ଲାଜ ହୋଇ ଉଠୁଥାଉ ଧୀରେ ଧୀରେ ।୨।
ବାରବରଷରେ ବରବରନା ରେ କେ ପାଇଛି କାହିଁ ପୁଅ ?
ଖୋଜିଲେ ନ ମିଳେ କା’କୁ ବୃଦ୍ଧାକାଳେ ଗଡ଼ାଉଣ ଥିଲେ ଲୁହ ।୩।
ନବଯୁବତୀ ତୁ ନୂଆ ପୁଅ କୋଳେ ଧରି ।
ନୂଆ ଆନନ୍ଦରେ ମାତିଥିବୁ ନୂଆ କବିଗୀତ ଗାର କରି ।୪।
(ଚିତ୍ରା ପ୍ରତି ଉତ୍ତରାର ଗୀତ)
[କହ କାହିଁକି ମୋଠାରେ ମାନ - ବୃତ୍ତେ]
ଏତେ କାହିଁକି ହେଉଛୁ ଲାଜ,
ମୋତେ ସଜନୀ ଆଜ ।ପଦ ।
ଯା କରମେ ବିହି ଯାହା ଥାଏ ଲିହି,
ତାହା ଭୋଗିବ ସେ ମନେ ହେଜ ।୧।
ଅନ୍ତର୍ଯ୍ୟାମୀ ବିନା, ଅନ୍ତର ବେଦନା,
କହ ଜାଣିବ କିଏ ସେ ବୋଝ ।୨।
ଯହିଁ ଯେତେ ଦୁଃଖ, ତହିଁ ତେତେ ସୁଖ,
ସେହି କାମନା ମନରୁ ତେଜ ।୩।
କର ଧରୁଅଛି, କହୁନାହୁଁ କିଛି,
ରସେ ଭାସେ ବଇଷ୍ଣବ ଦ୍ୱିଜ ।୪।
(ଅଭିମନ୍ୟୁର ପ୍ରବେଶ ଗୀତ)
[ଡେମ୍ଫ ବିନା କି ଫୁଲ ସମ୍ଭାଳି ରହେ - ବୃତ୍ତେ]
କରକରଦାନା ରେ କର ମେଲାଣି ।
ମରକତବରନା ବେଳ ହେଲାଣି ।ପଦ ।
ଯିବି ସମରେ, ଭାଷ ପ୍ରମରେ,
କାମକଳ୍ପଲତା ରେ ଶୁଣା ତୋ ବାଣୀ ।୧।
ଅରାତିନାଦ, କରତେ ହୃଦ,
ମୀନନୟନା ମନ ଟାଣି ନେଲାଣି ।୨।
କିପାଁ ହରଷ, ମୁଖ ସାରସ,
ଦେଖିଲାବେଳୁ କାଳି ପଡ଼ିଗଲାଣି ।୩।
କରିଛି ପଣ, କରିବ ରଣ,
ପାଣି ଭଣି ମୁଁ ତୋର ଧରୁଛି ପାଣି ।୪।
(ଉତ୍ତରା ଗୀତ)
[କୀର୍ତ୍ତନ ସୁର]
ଯିବ ଯେବେ ଜୀବଧନ ଜୀବନ ନେଇ ଯା ।
ଯୌବନପାସରାରେ ପ୍ରେମର ବଣିଜା ।
ବୋଝ ବୋଇତରେ ହେ ।
ବସାଇ ଭସାଇ ଦିଅ ନୀରେ ହେ ।୧।
ଶିବ ଶିବ ବୋଲି ଛାଡ଼ି ଯିବ ମୋର ଜୀବ ।
ଧବହୀନ ହେଲେ ଜୀବ ଧବପୁର ଯିବ ।
ନେଲେ ସଙ୍ଗତରେ ହେ ।
ନ ନିନ୍ଦିବେ ଜନେ ଜଗତରେ ହେ ।୨।
ନାହାନ୍ତି ଶ୍ୱଶୁର ମୋର ବୀରଶିରୋମଣି ।
ନାରାୟଣ ସଙ୍ଗେ ଯାଇଛନ୍ତି ନାରାୟଣୀ
ସେନା ନାଶିବାକୁ ହେ ।
ବିପଦରେ ଡାକିବା କାହାକୁ ହେ ।୩।
ମହାଭୟଙ୍କର କୁରୁ ସମର ବାରିଧି ।
କୁମ୍ଭୀର ମକର କରୀ ଓଟ ଅଶ୍ୱ ଆଦି,
ଜଳଜୀବ ନାନା ହେ ।
କ୍ରୀଡ଼ନ୍ତି ତହିଁରେ କୁରୁସେନା ହେ ।୪।
ଅଶ୍ୱହ୍ରେଷା ଗରଜନ ପତାକା ଲହରୀ ।
ସୁଉ ସୁଉ ରଣ ଛତ୍ର ତା ଚକ୍ର ଭଉଁରି-।
ତହିଁ ପହଁରିବ ହେ ।
କି ସାହସେ ଭାଷେ ବଇଷ୍ଣବ ହେ ।୫।
(ଅଭିମନ୍ୟୁର ଗୀତ)
[ଗୋରୀ ନ ମାର ନ ମାର ଖଣ୍ଡା ରେ-ବୃତ୍ତେ]
ଗୋରୀ ନ କରି ମନ ଖଟା ରେ ।
ମୋତେ ବହନ ରଣେ ପଠା ରେ ।ପଦ ।
କହିଣ ମିଠା କଥା ସହି ତୂଟା ମୋ ବ୍ୟଥା ।
କହି ନ ପକା ସଟାବଟା ରେ ।୧।
ଫଟାଉଛି ମହୀ, ଜୟଧ୍ୱନି ଉଠାଇ,
ଦ୍ରୋଣ ଭିଆଇ ବ୍ୟୂହଗୋଟା ରେ ।୨।
ସିଂହର ସୁତ ହୋଇ, ଶୃଗାଳେ ଡରିବଇଁ ।
ସହି ସହିବି ଶତ୍ରୁ ଥଟ୍ଟା ରେ ।୩।
ପୂଜୁଥା ଜଟାଧରେ, ଚିତ୍ତ ରଖି ମୋଠାରେ;
ଭାଷେ ବଇଆ ହଟହଟା ରେ ।୪।
(ଉତ୍ତରାରେ ରୋଦନ ଗୀତ)
[କିଏ ଜାଣିବ ରେ ଯୁବତୀମତି-ବୃତ୍ତେ]
ପ୍ରାଣିପତି ହେ, ମନ ହେଉନାହିଁ ଧନ ଦେବାକୁ ଛାଡ଼ି ।
ମୀନନୟନରୁ ବନ ବହି ପୀନ ପୟୋଧର ପରେ ପଡ଼ିବ ଝଡ଼ି ।ପଦ ।
ହୃଦକାନନରେ ଲାଗିଲେ ନିଆଁ ।
ଯାହା ହୁଏ ମନ ଜାଣେ କେ ତାହା ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ