ମଧ୍ୟାହ୍ନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୮
- ସ୍ଥିତି
- ସାର୍ବଜନୀନ (Public domain)
ସ୍ଥାଣୁ−ଶିଖୁଁ ଶୁଭୁଅଛି ଶଙ୍ଖଚିଲ−ସ୍ୱନ,ଝାଇଁ ଝାଇଁ ଝମକୁଛି ନିଖିଳ ଭୁବନ ।ଡହ ଡହ ବହୁଅଛି ତପତ ପବନ,ସ୍ଥିରପକ୍ଷ ଚିଲ ଦିଶେ ଭ୍ରୁଲତା ଯେସନ ।ଧୀରେ ଧୀରେ କମ୍ପୁଅଛି ଅଶ୍ୱତ୍ଥ ବିଟପୀ,(ଗୁଣ୍ଡୁଚିଏ ଚଢ଼ୁଛନ୍ତି ଯହିଁ ଛପି ଛପି ।)ଝିମେଇଁ ଝିମେଇଁ ଝୁଲେ ବିରାଟ ରାକ୍ଷସ,ଢୋଳାଇ ପଡ଼ିଛି କିବା ହୋଇ ନିଶାବଶ !ଦୋହଲାଉ’ଛନ୍ତି ଦ୍ରୁମେ ଦୀର୍ଘ ଘନ ଡାଳବାହୁ ସଞ୍ଚାଳନ୍ତି କିବା ପ୍ରେତ ବିକଟାଳ ।ଏକ ବୃକ୍ଷ ଶାଖା ସ୍ପର୍ଶେ ଆନ ବୃକ୍ଷେ ନଇଁ,ବିକଟ ରହସ୍ୟ କିବା ହୋନ୍ତି କହା କହି ।ଗମ ଗମ ବହିଯାଏ ଅପଘନୁ ସ୍ୱଦ,ସମଗ୍ର ବ୍ରାହ୍ମଣ୍ଡ କିବା ଲଭିଛି ନିର୍ବେଦ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ