ମଧୁମକ୍ଷିକା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ଧରୁ ମଧୁମକ୍ଷି କେଡ଼େ ପବିତ୍ର ଜୀବନ,ଦେବେ ସୁଦ୍ଧା କରନ୍ତି ତୋ ଉଚ୍ଛିଷ୍ଟ ଗ୍ରହଣ ।ସଞ୍ଚୟ ଉଦ୍ୟମ ତୋର ଅନୁକରଣୀୟ,ଚିହ୍ନରା ଶିଳ୍ପୀ ତୁ, ଗଢ଼ୁ ଚକ୍ର ରମଣୀୟ ।ସାରଗ୍ରାହୀ ପ୍ରାଜ୍ଞ ପ୍ରାୟ ଉପେକ୍ଷି ଅସାରେ,ସାରାଂଶ ସଂଗ୍ରହ ରଖୁ ସଞ୍ଚି ତୋ ଭଣ୍ଡାରେ ।ଅଳି ପ୍ରାୟ ନୋହୁ ତୁହି ଉଦରସର୍ବସ୍ୱ,ମିତବ୍ୟୟୀପଣେ ଅଟୁ ସର୍ବଥା ଆଦର୍ଶ ।ଏକାଗ୍ରତା ଏକତାର ତୁ ପ୍ରିୟ-ସେବକ,ପରିଶ୍ରମେ ମଣୁ ସୁଖ- କୌସ୍ତୁଭ-ପଦକ ।କୃପଣ ସହିତେ ତୋର ହୁଏ ଯା ତୁଳନା,ମାତ୍ର ମୋ ବିଚାରେ ତାହା ଅତୀବ ଅଲଣା ।ନ ଥାନ୍ତା ଯଦ୍ୟପି ତୋର ସଞ୍ଚୟ ପାଟବ,ହୋଇଥାନ୍ତା ମଞ୍ଚେ ମଧୁ ସୁଦୁର୍ଲଭ-ଦ୍ରବ୍ୟ ।ଯାହା ସଞ୍ଚୟରେ ହୁଏ ଦେଶ ଉପକୃତ,ତାହାରି ସଞ୍ଚୟ ଏକା ସଞ୍ଚୟ ପ୍ରକୃତ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ