ଲାଲ କିଲା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୫
- ସ୍ଥିତି
- ସାର୍ବଜନୀନ (Public domain)
ଜୟତୁ ଦୁର୍ଗ ମୋଗଲ-ଗର୍ବଲାଲ କିଲା; ଲାଲ କିଲା,ସାହାଜାହାନର ପ୍ରୀତି-ସଙ୍ଗୀତଯା କୋଳେ ଉଛୁଳିଥିଲା ।ଯା ପାଷାଣ ଶୁଣିଥିଲା କିଂକିଣୀମମତାଜ ପଦ ଚୁମ୍ପି,ପାଲଟିଚି ସେଇ ସାରା ଭାରତରଅମର ତୀର୍ଥ ଭୂମି !ଲାଲ କିଲା, ତୋର ପରଦା ସେ ପଟେଇତିହାସେ ଅଛି ଲେଖା -ସେ ଦିନୁ ତୋ ପଦେ ଯୋଡ଼ି କରଯୁଗକରିଲେ ବିଦେଶୀ ଦେଖା ।ବଣିକ - ବାହିନୀ ମାଗିଲେ ଭିକ୍ଷା,ବେପାର ଚାଲିଲା ଦେଶେ,ଆଜି ଭାରତର ନଭୋମଣ୍ଡଳେସେ ବଣିକ - ବାନା ଭାସେ ।ଲାଲ କିଲା, ତୋର ନିବିଡ଼ ନୀରବଗଭୀର ଗର୍ଭେ ଦିନେବିଚାରେ ବନ୍ଦୀ ବାହାଦୂରଶାହହେଲେ ବିଦ୍ରୋହୀ ନାମେ ।ଏତେ ଦିନ ପରେ ତୋ କୋଳେ ଶୁଭିଲା‘ଜୟ ହିନ୍ଦ୍’ ‘ଜୟ ହିନ୍ଦ୍’,ଆକୁମାରୀ-ହିମାଚଳ ଚହଲାଇ‘ଇମ୍ପାଲ’ତଟୁ ‘ସିଂଧ୍’ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର