ବର୍ଷ-ବିଦାୟ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୫
- ସ୍ଥିତି
- ସାର୍ବଜନୀନ (Public domain)
ହେ ମୋର ପ୍ରାଚୀନ ବର୍ଷ, ନିଅ ହେ ବିଦାୟ,ତୁମରି ଉଦାର କୋଳେ କରିଚି ଆଦାୟକେତେ ଟି. ଏ., କେତେ ଡି. ଏ., କେତେ ଗସ୍ତଭତ୍ତାଏବେ ବି ପାକେଟେ ଅନୁଭବେ ତୁମ ସତ୍ତା ।ଜନଗଣମନ ଭୋଟ ଅଧିନାୟକ ମୁଁ,ସୁବିପୁଳ ତୁମ କୋଳେ ଦିନେ ଭ୍ରମୁ ଭ୍ରମୁକାଲିର ଫକିର ହେଲ ଆଜି ଏ ରାଜନଘେନ ଭକ୍ତ ନମସ୍କାର ହେ ଭକ୍ତିଭାଜନ !ଭୁଲି କି ପାରିବି ଆଜି ହେ ପ୍ରାଚୀନ ବର୍ଷ,ତୁମେ ପ୍ରଭୁ, ମୁଁ ରଇତ କରେ ଭାଗଚାଷ ।କରିଚି ଯା’ ଆହରଣ ଏ ମର - ଜନମେତାର ପ୍ରତିଦାନେ ଆଜି ଶ୍ରୀଚରଣେ ନମେ ।କରିଚ ‘ଡିଲର’ ମୋତେ, ଦେଇଚ ‘କମିଟି’କରିଅଛି ସଭାପତି ଗଢ଼ିବାକୁ ‘ପାର୍ଟି’ ।ଦେଇଚ ହେ ମୌନବ୍ରତ ଏସେଂବ୍ଲି ହଲ୍ରେବାହୁକୁ ଦେଇଚ ବଳ ହାତ ଟେକିବାରେ ।ଅଧରେ ଦେଇଚ ମୋତେ ସ୍ମିତହାସଧାରାହରିବାକୁ ବଚନରେ ପ୍ରାର୍ଥୀ ଦୁଃଖଭାରା ।ଦେଇଚ ଖଦଡ଼ ରଖିବାକୁ ତ ଘୋଡ଼ାଇଯେତେ ଗର୍ବ, ଅହମିକା, ବାସନା, ବଡ଼ାଇ ।ତୁମେ ଯିବ, ତୁମ ଆଗେ ଏଇ ଯେ ଆସୁଚିଭବିଷ୍ୟ ନବୀନ ବାର୍ଷ ଘେନି କର୍ମସୂଚୀ !ତୁମ ଆଶୀର୍ବାଦ ମୋର କହିଯାଅ ତା’ରେକଥାରେ ଚିଠିରେ ଅବା ରେଡିଓ ବେତାରେ ।ତୁମ ପରି ହୁଅନ୍ତୁ ଏ ଉଦାର ମହାନଜିଣିପାରେ ଯଥା ମୁହିଁ ଜନଗଣମନ ।ତୁମ ସାର୍ଟିଫିକେଟରେ ହେଉ ମୋର ଜୟ,ହେ ମାର ପ୍ରାଚୀନ ବର୍ଷ ! ବିଦାୟ, ବିଦାୟ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର