କୁସୁମେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୮
- ସ୍ଥିତି
- ସାର୍ବଜନୀନ (Public domain)
ହେ କୁସୁମେଶ୍ୱର ଶିବ,ମୋରେ ଦୟା ରଖିଥିବ ।ମହାନଦୀକୁଦ ଚାହିଁ,ଆସ୍ଥାନ ଦେଲେ ସଜାଇ ହେ ।୧।ଜମିଦାର ଘର ପକା,ସାମନାରେ ଯାଏ ଦେଖା ।ଫକୀର ଦାସଙ୍କ ମଠ,ତବ ପୀଠର ନିକଟ ହେ ।୨।କପାଳବଳରେ ଯୋଗ,କେତେ ଖାଅ ବାଳଭୋଗ ।ଜଗତପୁର ଗ୍ରାମ ଜନ,କରନ୍ତି ମେଳା କୀର୍ତ୍ତନ ହେ ।୩।ଆଡମ୍ବରେ ଲୀଳା ନାଟ,କରିଥାନ୍ତି ହରିହାଟ ।ପାଶେ ନାହିଁ ଦେବସ୍ଥାନ,ତେଣୁ ବଢ଼େ ପାଅ ମାନ ହେ ।୪।