କୁକୁର ଓ ପ୍ରତିବିମ୍ବ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବାଳବୋଧ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୯
- ସ୍ଥିତି
- ସାର୍ବଜନୀନ (Public domain)
ଗୋଟିଏ କୁକୁର ଖଣ୍ଡେ ମାଂସ ମୁଖରେ ଧରି ନଦୀ ପାରହେଉଥିଲା । ନଦୀର ନିର୍ମଳ ଜଳରେ ନିଜର ପ୍ରତିବିମ୍ବ ଦେଖି ସେହି ପ୍ରତିବିମ୍ବକୁ ଅନ୍ୟ କୁକୁର ବିଚାରି, ସେ ମନେ ମନେ କହିଲା, ‘‘ଏହି କୁକୁରର ମୁଖରେ ଯେଉଁ ମାଂସଖଣ୍ଡ ଅଛି, ତାହାକୁ ଛଡ଼ାଇନେବି । ହେଲେ ମୋର ଦୁଇ ଖଣ୍ଡ ମାଂସ ହେବ ।’’
କୁକୁର ଏହି ପ୍ରକାରେ ଲୋଭରେ ପଡ଼ି, ଯେଉଁକ୍ଷଣି ମୁହଁ ମେଲାଇ ଜଳମଧ୍ୟରେ ଦିଶୁଥିବା ମାଂସଖଣ୍ଡିକୁ ଧରିବାକୁ ଗଲା, ଆପଣାର ମୁଖରେ ଥିବା ମାଂସଖଣ୍ଡିକ ଜଳରେ ପଡ଼ି ନଦୀ-ସ୍ରୋତରେ ଭାସିଗଲା । ସେତେବେଳେ ସେ କିଛିକ୍ଷଣ କାବା ହୋଇ ରହି ପରେ ମନେ ମନେ କହିବାକୁ ଲାଗିଲା, ‘‘ଛି, ଛି, ମୁଁ ମିଛଟାରେ ଲୋଭରେ ପଡ଼ି ଯାହା ମୋହର ଥିଲା ତାହା ସୁଦ୍ଧା ହରାଇଲିଟି ।’’
ଦୟା
ସକଳ ଜୀବେ ଦୟା ବହି
ପବିତ୍ର କର ଏହି ମହୀ ।
ପ୍ରଭୁ ସବୁରି ପିତା ମାତା
ସର୍ବପ୍ରାଣୀର ପ୍ରାଣଦାତା ।
ତେଜିଣ ହିଂସା ଅହଂକାର
ଅହିଂସା ଧର୍ମ କର ସାର ।
ପରଦୁଃଖରେ ହୁଅ ଦୁଃଖୀ
ପରସୁଖରେ ହୁଅ ସୁଖୀ ।
ଲଗାଇ ନିଜ ଧନ ପ୍ରାଣ
ଲୋକର କର ହେ କଲ୍ୟାଣ ।
ଧନ୍ୟ ଧନ୍ୟ ସେ ନରନାରୀ
ଯେ ସର୍ବଜନ-ହିତକାରୀ ।
ମଶା ଓ ମହୁମାଛି
‘‘ନିତି ନିତି ଆରେ ମହୁମାଛି ତୁହି
ବୁଲୁଥାଉ ଫୁଲେ ଫୁଲେ,
କୃପଣ ପରାଏ ମଧୁ ସଞ୍ଚୁଥାଉ
ନ ଖାଉ ପେଟକୁ ଠୁଳେ ।
ଦିନାହେଲେ ସୁଖ ନ ଜାଣିଲୁ ତୁହି
ଜୀବନଟା ଅକାରଣ,
ମୋ ସୁଖ ଦେଖ ରେ ଘରେ ବସି କରେ
ସବୁରି ସାର ଶୋଷଣ ।’’
‘‘ଧିକ ଧିକ ଶତ ଧିକ ମଶକ ରେ !
ତୁ ପୁଣି କରୁ ବଡ଼ାଇ,
କର୍ମ ନ କରି ତୁ ସୁଖ ବୋଲି କହୁ
ପର ରକ୍ତ ନିତି ଖାଇ ।
ତୋହପରି ମୁହିଁ ପର ଅହିତକୁ
କରି ତ ନାହିଁ ଜୀବିକା,
ଶ୍ରମକର୍ମ କରି ଭୁଞ୍ଜଇଁ କୁଁ ସୁଖ
ବୋଲାଇ ପ୍ରଭୁ ସେବିକା ।
ନିଜ ବଂଶ ପାଳି ସଞ୍ଚିଥାଇ ଯାହା
ଲାଗଇ ତା ପରହିତେ,
ଅମୃତ ସମାନେ ନିଅନ୍ତୁ ମାନବେ
ନ ବହି ଦୟା କିଞ୍ଚିତେ ।’’
ରୋଷେ ଭାଷେ ମଶା ‘‘କେଡ଼େ ଲୋକହସା
ନ ହେଉ ତୁହି ପାମର,
ତଡ଼ିଦେଇ ତୋତେ ନେଇଯାନ୍ତି ଯେବେ
ସଞ୍ଚା-ଧନ ସୁଖୀ ନର ।
ଆପଣା ଆହାର ପାଇଁ ବସୁ ଫୁଲେ
କିବା ହିତ କରୁ କା’ର
ଫୁଲର କୋମଳ ଅଙ୍ଗେ ଲାଗି ସିନା
କରିଦେଉ ନାରଖାର ।
ରସ ଶୋଷି ତାର କିବା ହିତ କରୁ
ଏଡ଼େ ଗର୍ବ ମୋ ଆଗରେ,
ମୁଁ ସିନା କୌଶଳେ ମୋ ବୀଣା ଶୁଣାଇ
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ