କୁହୁକିନୀ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୫
- ସ୍ଥିତି
- ସାର୍ବଜନୀନ (Public domain)
କଳସୀ କାଖେ ଧୀରେଅଳପ ବୟସୀରେ !ଚଳ ଗୋ ପୁରେ ଜଳ ଘେନିଢଳ ଢଳ ନୟନେଦୋଳାଇ ଅପଘନେଚାହଁ କିଆଁ ଗୋ କୁହୁକିନୀ ।୧।ଏହି ତଟିନୀ ତଟେସହି ରେ ନିତି ଭେଟେକହି ନପାରେ ମନକଥା,ଦହି ଦିଏ ମୋ ତନୁବହି କ୍ରୋଧ ଅତନୁବିରହୀ ପ୍ରାଣେ ଜାଗେ ବ୍ୟଥା ।୨।ଆନ କେ ଅଛି ଗୋରୀମାନସୀ ରେ ତୋ ପରି !ଦାନ କରିବ ପ୍ରେମରସ,ପାନ କରି ମୁଁ ଭୋଳେଗାନ ତୋଳିବି ହେଳେପାଶୋରି ଦୁଃଖ ଅହର୍ନିଶ ।୩।ତର ତର ଅନାଇଥରକୁ ଥର ସହିସରମବୋଳା ଦୃଷ୍ଟି ଢାଳି,ଦରହାସ ଫୁଟାଇଅଧରେ ପ୍ରିୟସହିମରମ ମୋର ଦିଅ ଜାଳି ।୪।କନକ ଗୋରି ! ତୋରଝନ ଝନ ନୂପୁରମନ ନିଏ ଗୋ ମୋର କିଣି,ଛନ ଛନ ପରାଣେଅନାଇ ଏଣେ ତେଣେଖୋଜୁ କି ମୋତେ ଚନ୍ଦ୍ରାନନି ।୫।ସଙ୍ଗେ ତୋ ନାହିଁ କେହିରଙ୍ଗେ ଯାଉ ରେ ତୁହିଚଙ୍ଗ ଚଙ୍ଗ କିଆଁରେ ଗୋରି !ଅଙ୍ଗ ମୋ ଉଚ୍ଚାଟନଭଙ୍ଗ ମୋର ଧିଆନହେଲା କିଆଁ ଗୋ ତୋତେ ହେରି ।୬।ଶାଢ଼ୀଟି କିବା ରଙ୍ଗେବେଢ଼ି ଯତନେ ଅଙ୍ଗେଭିଡ଼ି ରଦନେ ପିନ୍ଧାବାସ,ପଡ଼ିଲେ ମୋ ନୟନଛାଡ଼ିଯାଏ ପରାଣଲୋଡ଼େ ମୁଁ ତୋ ମଧୁପରଶ ।୭।ପ୍ରିୟା ଗୋ ତୋତେ ହେରିହିଆ ମୋ ଉଠେ ଥରିଧିଆନ ଯାଏ ମୋର ଭାଜି,ଠିଆ ହୋଇ ମୁଁ କ୍ଷଣେଭାଳେ ବିରସ ମନେଖିଆଲ ପଡ଼େ ଯେବେ ଆଜି ।୮।କାଞ୍ଚନ ଗୋରି ! ତୋରଘଞ୍ଚ କୁଚଯୁଗଳସୁସଞ୍ଚ ବସ୍ତ୍ରାଞ୍ଚଳ ଭେଦି,ଚାଞ୍ଚଲ୍ୟ ଆଣେ ପ୍ରାଣେକିଞ୍ଚିତେ ତା’ ଦର୍ଶନେଗତିପଥ ମୋ ହୁଏ ରୋଧି ।୯।ତୃଷିତ ପ୍ରାଣେ ଯୋଷାପୋଷିଛ ହୃଦେ ଆଶାଘୋଷିଣ ମୋହନ ମନ୍ତର,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର