କ୍ଷାତ୍ରଚର୍ଯ୍ୟ — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପି“Fame is the spur that the clear spirit doth raiseTo spurn delight and live laborious days.”“The heights by great men reached and kept,Were not attained by sudden flight;But they while their companions sleptWere toiling upward in the night.”“ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂଯମୀ ।”ମେରୁଦଣ୍ଡ–ଆଦର୍ତ୍ତନେ ଭୂପୃଷ୍ଠ–ଅର୍ଦ୍ଧାଂଶହେଲା କ୍ରମେ ବ୍ୟାବର୍ତ୍ତିତ, ଭାସ୍କରବିମ୍ବରଧରା ଅର୍ଦ୍ଧାଂଶର ମଧ୍ୟେ ଅପର ଅର୍ଦ୍ଧରହେଉଁ ବ୍ୟବଧାନ; ଧୀରେ ନିଶିର ଅନ୍ଧାରଓହ୍ଲାଇ ଘୋଟିଲା ନଭ । ପ୍ରଥମ ଯାମରେନିଃଶେଷି ଯେ ଯାହା କର୍ମ ନିଦ୍ରାଦେବୀ–ଅଙ୍କଆଶ୍ରିଲେ ମାନବେ । ବେଳ ପାଇ ନିଶାଚରେବହିର୍ଗତ ହୋଇ ଏବେ ଭ୍ରମିଲେ ଭୂପୃଷ୍ଠେ;ଶୁଣାଯାଏ ମଧ୍ୟେ ମଧ୍ୟେ ହିଂସ୍ର ଶ୍ୱାପଦରକର୍କଶ ଶବଦ; ସ୍ତବ୍ଧ ଅନ୍ୟଥା ଧରିଣୀ ।ହସ୍ତିନା ଅସ୍ତ୍ର–ପ୍ରାଙ୍ଗଣେ କର୍କଶ ଶଯ୍ୟାରେସୁସୁପ୍ତ ଗୁରୁଗହଣେ ପୌରବ–ପ୍ରଦୀପପୃଥା–ପଞ୍ଚପୁତ୍ରେ, ଧୃତରାଷ୍ଟ୍ର–ଶତସୁତେ,ଗୁରୁସୁନୁ ଅଶ୍ୱତ୍ଥାମା, କ୍ଷାତ୍ରଚର୍ଯ୍ୟବ୍ରତୀସର୍ବେ, ଶ୍ରାନ୍ତ ଦିବସର ବ୍ୟାୟାମ–କ୍ଳାନ୍ତିରୁ ।ଏକାଳେ ଜାଗ୍ରତ ଦ୍ରୋଣ ସନ୍ଦିଗ୍ଧ ଅନ୍ତର—ସୂଚିଭେଦ୍ୟ ଅନ୍ଧକାର, ଅଗାଧ ତମସ୍ର,ନିସ୍ତବ୍ଧ ନିଶୀଥ, ସୁପ୍ତା ହସ୍ତିନା ନଗରୀସୁଖେ ଶାନ୍ତି–ଅଙ୍କେ; ଯେଣୁ ବୀର ଦର୍ପଭରେଥିଲା ସେ ବିବଶା ଧନୀ ସମଗ୍ର ବାସର,ଗମ୍ଭୀର ନିଶୀଥ–ଶାନ୍ତି–ସାମ୍ରାଜ୍ୟ ଆକ୍ରମିଶୁଭେ ଶସ୍ତ୍ରଶ୍ୱନ ! ଚିନ୍ତେ କୁରୁକୁଳଗୁରୁ...ବିକ୍ରମୀ ଅରାତି କିବା କୌରବ–ସାମ୍ରାଜ୍ୟଆକ୍ରମିଲା ? ଏ ଭାରତଖଣ୍ଡେ ବୀର୍ଯ୍ୟବନ୍ତକିଏ ଅଛି, ଏ ଅସାଧ୍ୟ ସାଧନେ ସମର୍ଥ ?ପଞ୍ଚାଳ, ମଗଧ, କାଶୀ, ବିରାଟ, କୋଶଳଆଦି ଯେତେ ଯେତେ ରାଜ୍ୟ ଭୂଭାରତମଧ୍ୟେବିରାଜନ୍ତି, ଗୁପ୍ତ ନୁହେ କାହା ଶୌର୍ଯ୍ୟବୀର୍ଯ୍ୟମୋ ନିକଟେ ନାହିଁ କେହି ରାଜନ୍ୟମଣ୍ଡଳେପ୍ରତାପୀ ଭୀଷ୍ମପ୍ରତାପ ଅଜ୍ଞାତ ଯାହାର,ଶୁଣି ନାହିଁ ଯାହୁ ପାର୍ଥ–ନବୀନ–ବିକ୍ରମ–ବାର୍ତ୍ତା, ପୌରବୀୟ ଧ୍ୱଜା ଜଗଜ୍ଝମ୍ପି ଯାରହୃତ୍କମ୍ପ ନ ଉପୁଜାଏ ! ତେବେ ଏ ନିଶୀଥେଅଦୂରେ ଧନୁଷ୍ଟଙ୍କାର ଶବ୍ଦ କରେ କିଏ ?ସନସନ ଶବ୍ଦେ ଶର ନିଶାଥୀ–ଗଗନଶବ୍ଦାୟିତ କରେ ମୁହୁଃ, ଏ ଘନ ତମିସ୍ରେ
ସ୍ଥିରଲକ୍ଷ୍ୟ ହୋଇ ଭେଦି ପାରେ ଯେ ଶରବ୍ୟ,
ନୁହେଁ ସେ ସାମାନ୍ୟ ଯୋଦ୍ଧା କିନ୍ତୁ ଦୁଃସାହସେ
ଆସିଛି ଯମ୍ବୁକ ଯେବେ ହର୍ଯ୍ୟକ୍ଷବିହ୍ୱକୁ,
ଶିକ୍ଷି ଯାଉ ଶିକ୍ଷା କିଛି ଚିରକାଳପାଇଁ ।
ଏସନ ବିଚାରି ଘେନି କାର୍ମୁକ ନିଷଙ୍ଗ
ଶବ୍ଦ–ଅଭିମୁଖେ ଚଳି, ରହିଣ ଅଦୂରେ
କହିଲେ ବିନୀତ ଦର୍ପେ “ନୈଶ ପର୍ଯ୍ୟଟକ !
ନିଶିଯୋଗେ ଭ୍ରମଣ ଏ ହସ୍ତିନା–ଉଦ୍ୟାନେ
ନୁହଇ ଲକ୍ଷଣ କେବେ ପ୍ରାଣ ପ୍ରୟାସୀର ।
ମିତ୍ର ହେଲେ ପରିଚୟ ପଚାରେ ବିନୟେ,
ଅରି ହେଲେ ଆହ୍ୱାନୁଛି ବୀରତ୍ୱର ନାମେ,
କୁରୁକୁଳ ନାମେ, ପୁଣି ସ୍ୱୀୟ ଗୁରୁ ନାମେ
ଆହବାର୍ଥେ ଏକାକୀ ବା ସ୍ୱକଟକ ସହ ।”
ଶୁଣି ଅସ୍ତ୍ରଗୁରୁବାଣୀ ସଲଜ୍ଜେ ଫାଲ୍ ଗୁନୀ
ରଖିଦେଇ ଶରାସନ ସାୟକ ଭୂପୃଷ୍ଠେ
ବଦ୍ଧାଞ୍ଜଳି ହୋଇ ବାଣୀ ବୋଇଲେ ବିନୀତେ
“କ୍ଷନ୍ତବ୍ୟ ଭୋ ଗୁରୋ ଚିରଦାସ–ଅପରାଧ
ତବ ଆଜ୍ଞା ଶିରୋଧାର୍ଯ୍ୟ କରି, ନିତିପ୍ରତି
ଆଲୋକେ ଅନ୍ନ ବ୍ୟଞ୍ଜନ ଭୁଞ୍ଜୁଥିଲା ଦାସ,
ପ୍ରଭଞ୍ଜନ ବେଗେ ଦିନେ ଲିଭିଲା ପ୍ରଦୀପ
ଦୈବଯୋଗେ, ଅଭ୍ୟାସର ବଳେ ଭୁଞ୍ଜି ଅନ୍ନ
ଜାଣିଲେ ଲକ୍ଷ୍ୟ ଭେଦିବି ଅଭ୍ୟାସେ ଏସନ ।
ଅଲକ୍ଷ୍ୟେ ଦୂରସ୍ଥ ରିପୁ ଭେଦନାର୍ଥେ ପ୍ରଭୋ
ଅଦୃଷ୍ଟ ଲକ୍ଷ୍ୟେ ମୁଁ ଶରଚାଳନ ସାଧନେ
ଲିପ୍ତ ଥିଲି । ଗୁର୍ବାଦେଶ ବିହୁନେ ଏ ବ୍ରତେ
ବ୍ରତୀ ମୁହିଁ ଯେଣୁ, ଶିରୋଧାର୍ଯ୍ୟ ହେବ ମୋର
ସେ ଦଣ୍ଡ, ଯେ ଦଣ୍ଡ ହେବ ଶ୍ରୀମୁଖରୁ ଆଜ୍ଞା ।”
ଆକର୍ଣ୍ଣି କିରୀଟିବାଣୀ ଶରଗୁରୁ ଦ୍ରୋଣ
ନୟନୁ ଝରାଇ ନୀର ଚୁମ୍ବି ଶିଷ୍ୟ ଶିର
ବୋଇଲେ “ହେ ସବ୍ୟସାଚି ! ଧନ୍ୟ ତବ ମାତା
ତବ ସମ ପୁତ୍ର ଯାହା ଗର୍ଭେ ସେ ଧରିଲେ,
ଧନ୍ୟ ତବ ପିତା, ଧନ୍ୟ ଧନ୍ୟ ଚନ୍ଦ୍ରବଂଶ,
ଧନ୍ୟ ମୁଁ ଶିଖାଏ ଯାହା ତୋତେ ଧନୁର୍ବେଦ ।
ଅଶ୍ୟତ୍ଥାମାସ୍ନେହବଶୁଁ କହିଲି ତୁମ୍ଭଙ୍କୁ
ସତତ ଆଲୋକେ ଅନ୍ନ ଭୁଞ୍ଜିବା ସକାଶେ
ଶିଷ୍ୟଠାରୁ କ୍ଷମାଭିକ୍ଷା କରିବି କେମନ୍ତେ ?
ନିଜ ଗୁଣେ ପୁତ୍ରଠାରୁ ହେଲ ପ୍ରିୟତର ।
କଠୋର କର୍ମର ଯୋଗେ ବ୍ରତୀ ଯେଉଁ ଯୋଗୀ
ଏ ବିଶାଳ ବିଶ୍ୱବନେ, ନ ହୁଏ ବିଫଳ
କଦାପି ତପସ୍ୟା ତାର; ସୁଦୀର୍ଘ ଜୀବନେ
ଏହି ପ୍ରବୀଣତା ମୁହିଁ ଲଭିଛି ଜଗତେ ।
ଅଦ୍ଭୁତ ପୁରୁଷ ଅହୋ ! ବ୍ୟାପିବ ବ୍ରହ୍ମାଣ୍ଡେ
ତବ ଯଶ, ହେବ ପୂଜ୍ୟ ଏ ଭାରତଖଣ୍ଡେ ।
ତୋ ରଣ କୌଶଳ ଗାଇ ଧନ୍ୟ ହେବେ କବି
ହସ୍ତିନା–ଉଦ୍ୟାନେ ଏହି ତମସ୍ରି ନିଶୀଥେ
ତୋ ଧନୁଷ୍ଟଙ୍କାର–ଶବ୍ଦ ଭେଦିବ ଶ୍ରବଣ
ଭବିଷ୍ୟତ ଭାରତର; ହୋଇବ ଜାଗ୍ରତ
ଏ ଧନୁଷ୍ଟଙ୍କାରେ କାଳେ ନିଦ୍ରିତ ଭାରତ ।”
ମହାରାଣୀ ଭିକଟୋରିୟା
(ରାଗ-ଧନାଶ୍ରୀ)
ଆହା ଭିକ୍ଟୋରିୟା ରାଜରାଜେଶ୍ୱରୀ
ରମଣୀ–ମୁକୁଟ–ମଣି
ଚଉଷଠି ବର୍ଷ କରି ରାଜପଣ
ତେଜିଗଲ ଏ ଧରଣୀ
ତବ ଶୋକେ ବିଷଣ୍ଣ
ହାହା କରେ ନିଖିଳ ଭୁବନ ।
ସତ୍ୟପରାୟଣା ସତୀଚୂଡାମଣି
କରୁଣାକୋମଳପ୍ରାଣା,
କର୍ତ୍ତବ୍ୟର ଶିଷ୍ୟା ମହାମନଃସ୍ୱିନୀ
ଥିଲ ବିଭୁପ୍ରେମେ ଧନ୍ୟା,
ନାରୀକୁଳ–ଗୌରବ,
ତବ କୀର୍ତ୍ତିଗୀତେ ପୂର୍ଣ୍ଣ ଭବ ।
ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ
ସଫଳ ତୁମ୍ଭ ଜୀବନେ,
ସାମ୍ୟ–ମୈତ୍ରୀ ମନ୍ତ୍ର ପ୍ରଚାରିଛ ଦେବି,
ସ୍ୱକାୟମନବଚନେ,
ସାଧୁ ସାଧୁ ଅବଳା !
ଥିଲ ଭାଗ୍ୟବତୀ ଷୋଳକଳା ।
ସଂସାରେ କହନ୍ତି ଭାଗ୍ୟଧରଗଣ
ଗୁଣେ ଗରିଷ୍ଠ ନୁହନ୍ତି,
ତୁମ୍ଭ ଜୀବନରେ ଏ ବିଶ୍ୱାସ ଦୂର
ହୋଇଅଛି ମହାସତୀ
ସାଧୁ ଦୃଷ୍ଟାନ୍ତ ତବ
ଆହା କି ସୁନ୍ଦର ଅଭିନବ ।
ବୟାଅଶୀବର୍ଷ ପୂର୍ବେ ଜନ୍ମିଥିଲ
କେଉଁ କ୍ଷୁଦ୍ର ପ୍ରାସାଦରେ
ଜାପାନରୁ ପେରୁ ଯାଏ ଆଜି ତବ
ପୂଜା ହୁଏ ଘରେ ଘରେ,
ଧନ୍ୟ ଧନ୍ୟ ରମଣି !
ସୁମାତା ସୁରାଣୀ ସୁଘରଣୀ ।
ଜାତି ଗୋତ୍ର ଧର୍ମ ବର୍ଣ୍ଣ ନିର୍ବିଶେଷେ
ସକଳେ ଭାରତ ସୁତ
ଗୁଣ–ଅନୁରୂପେ ହେବେ ତବ ରାଜ୍ୟେ
ରାଜକର୍ମରେ ନିଯୁକ୍ତ—
ପ୍ରଚାରିଣ ଘୋଷଣା
ମୋହିଲ ଏ ଦେଶେ ଦେବକନ୍ୟା ।
ଏ ଭବେ ସକଳେ ପ୍ରଣମି ସବଳେ
ଦଳନ୍ତି ଦୁର୍ବଳେ ଗର୍ବେ,
ତୈଳାକ୍ତ ମସ୍ତକେ ଢାଳନ୍ତି ଢଇଳ,
ନ ଚାହାନ୍ତି ଦୀନେ ଲବେ,
ଥିଲ ବନ୍ଧୁ ଦୁଃଖୀର,
ହୋଇ ମହାରାଣୀ ଧରଣୀର ।
ଯେଉଁ ଦେଶ ଗଲ ମାତା ଭିକ୍ଟୋରିୟା
ସେ ଦେଶୁଁ ନ ଫେରେ ପ୍ରାଣୀ
ଫେରାଇ ପାରିଲେ ମଧ୍ୟ ନ ଫେରାନ୍ତୁ
ଆଗୋ ଭାଗ୍ୟବତୀ ରାଣୀ !
ଦୁଃଖପୂର୍ଣ୍ଣ ଭୂର୍ଲୋକ,
ତବ ଉପଯୁକ୍ତ ପୁଣ୍ୟଲୋକ ।
ଚାଲିଗଲ ମାତଃ ! ଯେ ସୁଖନିଳୟେ
ଯହିଁ ଛନ୍ତି ପ୍ରାଣପତି,
ଦିବସ ଯାମିନୀ ଝୁରୁଥିଲ ଯାଙ୍କୁ
ହରାଇ ଯୌବନେ ସତି,
କାଷ୍ଠା–ବ୍ରହ୍ମଚାରିଣୀ,
ପ୍ରଭାତିଲା ବିଚ୍ଛେଦ–ଯାମିନୀ ।
‘ବିଶ୍ୱବନ୍ଦିନୀୟା ରାଣୀ ଭିକ୍ଟୋରିୟା’
ଲିଖିତ ଧରାବକ୍ଷରେ,
ଯାବତଚନ୍ଦ୍ରାର୍କ ଉଦ୍ଘାଷିତ ହେବ
ଜଳଦଗମ୍ଭାର ସ୍ୱରେ,
ତାର ମୃଦୁ ନିସ୍ୱନ,
ଦିବ୍ୟଲୋକ କରିବ ସ୍ପନ୍ଦନ । *
*ଏହି ପଦ୍ୟଟି ମୋହର ସହୋଦରପ୍ରତିମ ବନ୍ଧୁ କଟକ ରେଭେନ୍ସା ହିନ୍ଦୁବାଳିକାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ଚଉଧୁରୀଙ୍କ ଅନୁରୋଧରେ ଲିଖିତ ହୋଇ ୧୯୦୧ ଖ୍ରୀଷ୍ଟାଦ୍ଧରେ ଉକ୍ତ ବିଦ୍ୟାଳୟର ପୁରସ୍କାରବଣ୍ଟନ ଉପଲକ୍ଷରେ ଦୁଇଗୋଟି ବାଳିକାଙ୍କ ଦ୍ୱାରା ଗୀତ ହୋଇଥିଲା ।
ବାମଣ୍ଡାଧୀଶ୍ୱର ସର୍ ବାସୁଦେବ ସୁଢ଼ଳ ଦେବକେ.ସି.ଆଇ.ଇ. ଏବଂ ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବରାଗ-ଚୋଖିଜୟ ବାମଣ୍ଡା–ମଣ୍ଡନ ସୁଢ଼ଳଦେବ ରାଜନଧୀର ବୀର ଦାତା କବି ଶ୍ରୀ ବାସୁଦେବସ୍ଥାପିଛ କୀର୍ତ୍ତି ଅକ୍ଷୟ ‘ଅଳଙ୍କାର ବୋଧୋଦୟ’‘ଚିତ୍ରୋତ୍ପଳା’, ‘ବାରମାମା’ ରଚିଣ ଦେବ ।ଗାଏ ତବ ଜୟ ହେ ଭୂପ ?‘ହିତୈଷିଣୀ’, ‘ଆଲୋଚନା’ ସଙ୍ଗେ ‘ମଧୂପ’ ।ସ୍ୱାଗତ ବାମଣ୍ଡା–ପତି ରାଜ ଆଭରଣେ ଯତି,ତବ ଶୁଭ–ଆଗମନେ ଆମ୍ଭେ ଉଷତ;ଜ୍ଞାନକର୍ମ ସମାବେଶେ ଅର୍ଜିଛ ଦେଶେ ବିଦେଶେଅକ୍ଷୟ କୀରତି, ଯାହା ଘୋଷେ ଭାରତ,ପ୍ରମାଣିଛି ତବ ଜୀବନ‘ରାଜା ରାଜ୍ୟାଶ୍ରମ–ଋଷି’—ବୁଧବଚନ ।ଥିଲା ସମୃଦ୍ଧ ଉତ୍କ ହୋଇଛି ହୀନ ଦୁର୍ବଳଶୌର୍ଯ୍ୟ ବୀର୍ଯ୍ୟ ବିଦ୍ୟା ବୁଦ୍ଧି ଯାଇଛି କାହିଁ,ହରାଇ ଗୌରବ–ପ୍ରାଣେ ପଡ଼ିଛି ଶବ–ଶ୍ମଶାନେ,ତା ଦୁଃଖକୁ ଢାଳେ କେହି ଚାହୁଁ ତ ନାହିଁ ।ଜନ୍ମି ଏ ଉତ୍କଳେ ରାଜନ,କର ମୃତସଞ୍ଜୀବନମନ୍ତ୍ରୋଚ୍ଚାରଣ ।ଅତି କଷଣେ ଅର୍ଜିତ ଦରିଦ୍ର କୃଷ୍ଣକବିତ୍ତଲୁଣ୍ଠନ କରି ମଣିମା ନିଷ୍ଠୁରରୂପେ,ଅସାର ଧାତୁଭୂଷଣ କରି ଶ୍ରୀଅଙ୍ଗେ ଧାରଣବିଳାସ–ତଳ୍ପେ ନିଦ୍ରିତ ସ୍ୱଦେଶୀ ଭୂପେ ।‘ରାଜା ପ୍ରଜାହୃଦରଞ୍ଜନ’,ଏହା ଜାଣି ଛାମୁଙ୍କର ରାଜ୍ୟଶାସନ ।ଦୁର୍ଲ୍ଲଭ ଆସନ ଭଜି ସପତ୍ନୀ ଭାବ ବରଜିବିଶାଳବକ୍ଷେ ଲୋଟନ୍ତି କମଳା–ବାଣୀ,ବିନୀତା ଭାରତୀ ସତୀ ଅଟନ୍ତି ଶ୍ରେୟସୀ ଅତିସାମ୍ରାଜ୍ୟ–ଲକ୍ଷ୍ମୀ ଯଦିବା ପ୍ରେୟସୀ ରାଣୀ,ବୁଝିଛ ଏ ମର୍ମ ନରେଶ,ଘୋଷେ ତବ ଯଶ ତେଣୁ ଉତ୍କଳ ଦେଶ ।ଜୟ ଶ୍ରୀ ସଚ୍ଚିଦାନନ୍ଦ— ଦେବ କବି ସଦାନନ୍ଦବିନୟୀ ଅମୃତଭାଷୀ ଉଦାରହୃଦ,ସାହିତ୍ୟକୁଞ୍ଜବିହାରୀ ଦର୍ଶକହୃଦୟହାରୀତବ ଦରଶନେ ହୁଏ ହୃଦୟେ ମୃଦ;ଯୋଗ୍ୟ ପିତା ଯୋଗ୍ୟ ନନ୍ଦନପିନାକୀ ପାଶେ ସେନାନୀ ପ୍ରାୟ ଶୋଭନ ।ଚିର ଦରିଦ୍ର ଉତ୍କଳ ନାହିଁ ଧନ ବିଦ୍ୟାବଳସଙ୍ଗ ତେଜି ଗଲେ ତେଣୁ ଅନ୍ୟ ଭଗିନୀ,ଭବାଦୃଶ ସ୍ୱସନ୍ତତି ଯୋଗେ ହୋଇ ପୁତ୍ରବତୀଉତ୍କଳ ଭାରତୀ କିପାଁ ଚିରଦୁଃଖିନୀ ?ବର୍ଷି ତବ କୃପା–ଆସାରପଲ୍ଲବିତ କରୁ ତନୁ ମାତୃଭାଷାର ।*
*ଏହି ପଦ୍ୟଟି ୧୯୦୦ ଖ୍ରୀଷ୍ଟାଦ୍ଦରେ ବାମଣ୍ଡାଧିପତି ଓ ବାମଣ୍ଡା ଯୁବରାଜଙ୍କ କଟକ ଟାଉନସ୍କୁଲ ପରିଦର୍ଶନବେଳେ ଦୁଇ ଗୋଟି ଶିଶୁ ସମସ୍ୱରରେ ଆବୃତ୍ତି କରିଥିଲେ ।
ଓଡ଼ିଆ ରାଜାଙ୍କ ନିକଟରେଓଡ଼ିଆର ଗୁହାରୀଦୁର୍ବଳ ଓଡ଼ିଆ ଜାତି ଅତି କ୍ଷୁଦ୍ରବୁଦ୍ଧି,ନାହିଁ ଶାରୀରିକ ଶ୍ରମ ନାହିଁ ଜ୍ଞାନ ବୁଦ୍ଧି,ତହିଁରେ ଓଡ଼ିଆ ରାଜା ଉଦାର ଉଦାସ,ଉତ୍କଳ–ଉନ୍ନତି ଚେଷ୍ଟା ବିଫଳପ୍ରୟାସ ।ସପ୍ତ ପୁରୁଷରୁ ଯେହୁ ଖାଉଥିଲେ ଦାନା,ବୈଦେଶିକେ ମନା କଲେ ତାଙ୍କୁ ମାଲଖାନା;ସିଂହର ବିଭାଗ ଏବେ ନେଲେ ବିଦେଶୀଏ,ପାଇଲେ ଶୃଗାଳଅଂଶ କ୍ଷୁଦ୍ର ସ୍ୱଦେଶୀଏ,ମାଛ ରୁଟି ଗାଡ଼ି ଘୋଡ଼ା ବିଦେଶୀଙ୍କୁ ଭୋଗ,ଉପବାସେ ସ୍ୱଦେଶୀଙ୍କୁ ଜୀବନ୍ମୃତ୍ୟୁ ଯୋଗ ।ସ୍ୱଦେଶୀ ନୃପତି ! ଏହା କେଉଁ ନ୍ୟାୟ–ନୀତି,ଦୁର୍ବଳେ ସହାୟ ପରା ସଜ୍ଜନଙ୍କ ରୀତି ?ଜନନୀ ଜନମଭୂମି ମହତ ସ୍ୱର୍ଗରୁ,ଦାତାପଣ ଆରମ୍ଭଇ ଆପଣା ଗୃହରୁ ।
ସେହିପରି ଏ ମୋର ହୃଦୟନନ୍ଦକିଶୋର ବଳ