କୋକିଳ ପ୍ରତି
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୫୫
- ସ୍ଥିତି
- ସାର୍ବଜନୀନ (Public domain)
ହେ ନବୀନ ଅତିଥି ସଦା−ଆନନ୍ଦ,ଶୁଣନ୍ତେ ତବ ସ୍ୱନ ମନ ସାନନ୍ଦ ।ରେ ବନପ୍ରିୟ ଅଟୁ ତୁ ବ୍ୟୋମଚାରୀ,ଅବା ଶବ୍ଦବିଶେଷ ଭ୍ରମଣକାରୀ ?ତୃଣ ଉପରେ ଯେବେ କରେ ଷୟନ,ଶୁଭଇ ‘କୁହୁ’ ‘କୁହୁ’ ଉଚ୍ଚ ନିସ୍ୱନ,ଯାଏ କି ପର୍ବତରୁ ପର୍ବତାନ୍ତରେଏକାବେଳକେ ପାଶେ ପୁଣି ଅନ୍ତରେ ?ଯଦିବା ଗିରିଗୁହା ପ୍ରତିଧ୍ୱନିତକରି, ଗାଉ ଆଲୋକ−କୁସୁମ−ଗୀତ,ତୋ ଗୀତ ଶୁଣି ମୋର ହୁଏ ସ୍ମରଣଶୈଶବ ବାର୍ତ୍ତା ସ୍ୱପ୍ନାବେଶ−ଆଚ୍ଛନ୍ନ ।ସ୍ୱାଗତ ହେ ବସନ୍ତ−ସଖା ତ୍ରିବାରେ !ସାମାନ୍ୟ ପକ୍ଷୀ ତୁହି ନୋହୁ ମୋଠାରେ,ଅଦ୍ୟାପି ତୁହି ମାତ୍ର ବସ୍ତୁ ଅଜୃଶ୍ୟ,କେବଳ ବାଣୀ ଅବା ଗୂଢ଼ ରହସ୍ୟ ।ମୋ ଶୈଶବକାଳରେ-ଏହି ସେ ସ୍ୱନ-ଯାହା ଶୁଣି ମୁଁ ଡେରୁଥିଲି ଶ୍ରବଣ,ସହସ୍ରବାର ଏଣେ ତେଣେ ଅନାଇକୁଞ୍ଜବିଟପୀ−ନୀଳ ଗଗନେ ଚାହିଁବୁଲୁଥିଲି ମୁଁ ତୋତେ ଲୋଡ଼ିବାପାଇଁକାନନ−ପ୍ରାନ୍ତରକୁ ନିୟତ ଯାଇଁ ।ସତତ ଥିଲୁ ଆଶା ପ୍ରୀତି ସମାନପ୍ରାଣ ଚିର−ଇପ୍ସିତ ଅଦୃଶ୍ୟମାନ ।ଏବେ ମଧ୍ୟ ଶୋଇଣ ଶସ୍ୟକେଦାରେତୋର ସୁଧା ସଙ୍ଗୀତ ମୁଁ ଶୁଣିପାରେ ।ଶୁଣି ଶୁଣି ତୋ ସ୍ୱନ ହୁଏ ସ୍ମରଣମୋର ସୁବର୍ଣ୍ଣ−ଯୁଗ ବାଲ୍ୟ ଜୀବନ ।ଧନ୍ୟ ଧନ୍ୟ ରେ ପକ୍ଷୀ ! ଏହି ଧରଣୀ-ଶୁଣି ତୋ ସୁଧା ଗୀତ-ପୁଣି ମୁଁ ମଣିରୂପରେଖାବିହୀନ ଅପସରାଦେଶତୋହର ଉପଯୁକ୍ତ ବାସ ପ୍ରଦେଶ ।-Wordsworthକୋକିଳ
-୧-
ସ୍ୱାଗତ ସୁନ୍ଦର ନିକୁଞ୍ଜ−ରସିକ,ସ୍ୱାଗତ ବସନ୍ତଚର !ସାଜିଛନ୍ତି ବିଭୁ ତୋର ପଲ୍ଲୀ−ଧାମଡାକଇ ବନ ସାଦର ।
-୨-
ହେଲେ ଶ୍ୟାମ କ୍ଷେତ୍ର ପୁଷ୍ପବିମଣ୍ଡିତଗାଉ ସୁନିଶ୍ଚିତ ସ୍ୱନେ,ଅଛି କି ତାରକା ଋତୁପରମ୍ପରାଅବା ପଥ ପ୍ରଦର୍ଶନେ ?
-୩-
ପ୍ରଫୁଲ୍ଲ ପଥିକ ତୋହରି ସଙ୍ଗତେସମ୍ଭାଷେଁ କୁସୁମକାଳେ,ଶୁଣଇ ନିକୁଞ୍ଜ−ନିବାସୀ ବିହଙ୍ଗମଧୁର ସଙ୍ଗୀତ ଢାଳେ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ