ଖଣ୍ଡଗିରି ତଳେ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୯
- ସ୍ଥିତି
- ସାର୍ବଜନୀନ (Public domain)
ଗୁଳ୍ମ-ଜଟିଳ, ଗୁମ୍ଫା-ମୁଖର, ସ୍ଥବିର ଖଣ୍ଡଗିରିଶତ ଶତାବ୍ଦୀ ଯାତ୍ରା ପଛରେ କିଏ ଏ ବକ୍ଷ ଚିରିଲେଖିଲା ସତ୍ୟ ପରମ ନିତ୍ୟ ଶ୍ରମଣ ବୁଦ୍ଧବାଣୀତାର ସନ୍ତାନ ତାର ଏ ଦାୟାଦ କିଏ, ତୁମେ ଥିବ ଜାଣି ।ତୁମେ ଜାଣିଥିବ ସେ ଦିନ ଜାଗିଲା ତୋଷାଳୀ କଟକ ତଳେଖାରବେଳ-ରଣ-କୌଶଳ-କଳା ନିର୍ମମ କରବାଳେ,ଦିଗ୍ବିଜୟର ଧବଳ କେତନ ତୁମରି ଶିଖରୁ ବଳିଘନ ନିର୍ମଳ ଗଗନେ ଭେଦିଲା ସତେ ବା ଅଂଶୁମାଳି !ଆଜି ହେ ମୌନ, ସେ ଦିନ ମୁଖର ଥିଲା ତବ ବନ ତଳସେ ଦିନ ଜାଗିଲା ତୁମ ପଦ ତଳେ ନଗରୀର କୋଳାହଳ,ସ୍ତମ୍ଭିତ ଧରା, ମୁଗ୍ଧ ମାନବ ମହୀପାଳ ଜୟ ଗାନେବୁଦ୍ ବୁଦ୍ ସମ କାହିଁ ସେ ଭଜିଲେ ବିଲୟ ସବୁଜ ବନେ !ସେହି ସମାଧିର ମଲା ମାଟି ପରେ ଏଇ ନିଷ୍ଠୁର ଶିଳାତୁମେ ଜାଣିଥିବ ଶିଳ୍ପୀ ପରଶେ କି ଜୀବନ ଦେଇଥିଲା !କେଶରୀ କୁଳର ମହା ସମାଧିରେ ମନ୍ଦିର କହେ ଡାକି-ସେ ଗୌରବର ଶମଶାନ ପଥେ ଆଉ କିଛି ନାହିଁ ବାକି !ଏତେଦିନ ପରେ ଆଜି ତ ଉପରେ—ତୁମ ପଦ ତଳେ ବସିସାଲ ମସିହାର ଇତିହାସ ଭୁଲି କେତୋଟି ଛଦ୍ମବେଶୀକାଳି କଲମରେ ପ୍ରସ୍ତାବ କଲେ, ଦେଖିଲ ଖଣ୍ଡଗିରି !‘ପନ୍ଥ’, ‘ଦେବର’ ରଖିପାରିବେ କି ? ଯିବ ନି କାଗଜଚିରି !ଯେ ଅପୋଗଣ୍ଡ, ଅଜାତଶ୍ମଶ୍ରୁ, ଏ ଜାତିର ଅପଦାର୍ଥବନ୍ୟା ମରୁଡ଼ି ଭିତରେ ରଚିଲେ କେବଳ ବିପୁଳ ଅର୍ଥ,ବିକି ଆପଣାକୁ ବିଜୟ ଲଭିଲେ ପକାଇ ଦେଶକୁ ବନ୍ଧାକହ କେତେଦିନେ ବୁଝିବ ଏ ଜାତି ବିରାଟ ଗୋଲକଧନ୍ଦା ?ଜୁଲାଇ-୧୯୫୬
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର