ଛାତ୍ର ଜାତି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୭
- ସ୍ଥିତି
- ସାର୍ବଜନୀନ (Public domain)
ଡାକେ ମହାକାଳ ଘନ ଅନ୍ଧାର ପିଚ୍ଛିଳ ପଥ ସାଥୀଆହେ ଦୁର୍ବାର, ଆହେ ଦୁର୍ମଦ, ସାବାସ୍ ଛାତ୍ରଜାତି !କେତେ ଶୃଙ୍ଖଳ କରିଚ ଛିନ୍ନ, ବନ୍ଦିତ ଯୁଗ-ପ୍ରାଣପଙ୍ଗୁ ବଧିର ମୂକ ମାନବର କର ଆଜି ଜୟଗାନ !!ଏ ଯେ ଶତାବ୍ଦୀ—ମରଣ ପଥରେ ଦୀପ୍ତ ଆଲୋକଧାରୀଗଗନ ଧ୍ୱାନ୍ତ, ଧରଣୀ ଭ୍ରାନ୍ତ, ଦୁର୍ଗମ ପଥଚାରୀ,ଯେତେ ଅନ୍ୟାୟ, ଯେତେ ଅବିଚାର, ଯେତେ ଦୁର୍ନୀତି ଲୀଳାରୋଧିବାକୁ ଯାଇ କରିଚ ବରଣ ଲାଠି, ବନ୍ଧୁକ, ଗୋଳା !!ଯୁଗ ନନ୍ଦନ, ଅପରାଜେୟ ହେ ଏକ ଅଖଣ୍ଡ ଜାତିଏ ମଡ଼ା ଜାତିର ଗତି ମୁକତିର ଆଶା ବିଶ୍ୱାସ ସାଥୀ,ମୁକ୍ତି-ବିଭୋଳ-ଝର ରଙ୍ଗୀଳ-ରସ-ଉଚ୍ଛଳ-ମନମରଣ ପଥରେ ଅଭିନନ୍ଦନ ଘେନ ହେ ଛାତ୍ରଗଣ !!ଶହୀଦ୍-ସୁନୀଲ୍ ବେଙ୍ଗପାଣିଆ ଜୀବନ-ଯଜ୍ଞ ତଳେଆଜି ଏ ଜାତିରେ ଅୟୁତ ଛାତିରେ ନବ ହୁତାଶନ ଜଳେଆହେ ପ୍ରଶାନ୍ତ, ଉଦାର, କାନ୍ତ, ଗମ୍ଭୀର ମହାବାହୁତୁମ ଯିବା ପଥେ ଚରଣ ଚିହ୍ନ ଏ ଜାତି ବୁକୁରେ ଥାଉ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ