ଖା
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୦
- ସ୍ଥିତି
- ସାର୍ବଜନୀନ (Public domain)
ଖାଇବା ଭାତରେ ଧୂଳୀ ଫିଙ୍ଗିବାର ।ଖାଇଲା ପୁଅ, ଝୀଅ ରଙ୍କ ।ଖାରିଆ ଖଡ଼ାକୁ ନବାତ, ତହିଁ ଭାବ ନାହିଁଲୋ ସଙ୍ଗାତ ।ଖାଇଲେ ଜାତି ଯାଏ ନାହିଁ, କହିଲେ ଜାତି ଯାଏ ।ଖାଇଲେ ପେଟ ପୁରେ ନା, କହିଲେ ପେଟ ପୁରେ ।ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ବୁଲିଲେ ବଢ଼ଇ ବାୟୁ ।ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ ।ଖା ଖା ବୋଇଲେ କି ପେଟ ପୂରେ, ନା ଦେବି ଦେବି ବୋଇଲେ ଦିନ ସରେ ।ଖାଆନ୍ତି କୁରୁବଳଙ୍କର, କାମ କରନ୍ତି ପାଣ୍ଡବଙ୍କର ।ଖାଇବ ସହଳ ଶୋଇବ ଆଗେ, ଉଠିବ ସକାଳେ ଚାଲିବ ବେଗେ ।