ଅ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୦
- ସ୍ଥିତି
- ସାର୍ବଜନୀନ (Public domain)
ଅଧର୍ମବିତ୍ତ, ବଢ଼େ ବହୁତ, ଗଲାବେଳେ ଯାଏ ମୂଳସହିତ ।ଅନୁଭବ ଥିଲେ କହ, ପାଠ ପଢ଼ିଥିଲେ ଗୀତ ଗାଉଥାଏ ବାଉରି ସହର ପୁଅ ।ଅଖାଇ ରଙ୍କୁଣୀ ନ ଖାଏ ଭାତ, ମାରିଦେଉଥାଏ ପିହାଣ ସାତ ।ଅମଧ୍ୟରେ ମଧ୍ୟପାତ, ଗୋଦର ଗୋଡ଼ରେ ବଳ ।ଅନ୍ଧାରଘରେ କଣା ପଶେ, ଯାହା ପାଏ ତାହା ଅଣ୍ଟାରେ ଖୋସେ ।ଅସଙ୍ଗତ ସଙ୍ଗିତା, ଅସଙ୍ଗରେ ସଙ୍ଗ ହେଲେ କାଠଘଣ୍ଟା ଲମ୍ୱିତା ।ଅପାଳିକା ଦେଶକୁ ବୌଦଖଣ୍ଡ ଲକ୍ଷେ ଟଙ୍କା ।ଅବୁଝାମଣା ରାଜା ପାଳଚୁଣ୍ଟା ମନ୍ତ୍ରୀ ।ଅଲାଜୁକ ପରେ ଖଡ଼ାଗଛ ସେ ବୋଲେ ମତେ ଛାଇ ହେଲ ।ଅନ୍ଧାର ରାତିରେ କାଣୀଝମକେ, ଯେତେକ ପାଏ ଅଣ୍ଟାରେ ଯାକେ ।ଅଲାଇ ରାଣ୍ଡ, ଖାଲି ପାରିଥାଏ ପତର ଖଣ୍ଡ ।ଅଗସ୍ତି ଦେଲେ ଦାନ, କଞ୍ଚାଗୁଆରେ ପଚାପାନ ।ଅକାରଣଂ ବ୍ୟାକରଣଂ ପଟାଟୋପ ସକାରଣଂ ।ଅଭାଗ୍ୟକୁ ଘଟେ ଅଣ୍ଟିସୁନା ପିତଳ ପାଲଟେ ।ଅଜଗରକୁ ଦାତା ରମ ।ଅରକ୍ଷିତକୁ ଦୈବ ସାହା ।ଅକାଳେ ଗଉଡ଼ ପଥର ବୁହେ ।ଅତିଲେମ୍ୱୁ ଚିପୁଡ଼ିଲେ ପିତା ।ଅକର୍ମା ଯେଣେ ଯାଏ ଗମ୍ଭୀରା ଲିଙ୍ଗ ଛାଡ଼ି ପଳାଏ ।ଅନ୍ଧଲେଖାରେ ଚନ୍ଦ୍ର ସୂର୍ଯ୍ୟ, ନାହାନ୍ତି ।ଅଲାଇ ବଲାଇ ମାଙ୍କଡ଼ ମୁଣ୍ଡେ ।ଅଖାଇ କରିଛି ଓଷା, ଡୋଲିକ ଚାଉଲ ଓଳିଏ ଖାଇ ଦାନ୍ତ ଅଛି ଦରଘସା ।ଅକାଳେ ଗୋଦରୀ କଲା ବେଉସା ।ଅକସ୍ମାତ ବଜ୍ରାଘାତ ।ଅତିଭକ୍ତି ଚୋରର ଲକ୍ଷଣ ।ଅନେକ ଲୋକରେ କି ମୂଷା ମରେ ?ଅସତ୍ କର୍ମର ବିପରୀତ ଫଳ ।ଅଭାଗ୍ୟ କାଳେ ବିପରିତ ବାଣୀ, ଚାଳରୁ ମୂଷା ପଡ଼ି ମାରିଲେ କହୁଣି ।ଅନଳାନଳ ଓଦାକଣ୍ଟା ସବୁ ଜଳ ।ଅତି ସାମରଥ ଯେବଣ ଲୋକ, ବୋଝ ଭାର ନେଇ ଲୋଚା ତା ବେକ ।ଅକାଳକାଣ୍ଡ କପାଳେ ବାଜେ ।ଅଖାଇ ନାନୀ, ସରୁ କାଟଣା, ବସିଥାଏ ଚୁଲିମୁଣ୍ଡେ;ଘଇତା ଆସି ପଚାରିଲେ କହେ କିଛି ଦେଇ ନାହିଁ ତୁଣ୍ଡେ ।ଅଭିଆଣରେ ଭିଆଣ ଦେଖ, ପେଜ ପିଆଠାରେ ବାଜୁଛି ଶଙ୍ଖ ।ଅଗ୍ନିକି ପବନ ସାହା ।ଅତୋଭ୍ରଷ୍ଟ ସ୍ତତୋଭ୍ରଷ୍ଟଃ ।ଅନାପତରକୁ ବନାପତର, ମୂଲ ଲାଗୁଥାଏ ପରଖେତର ପିଠି ଖାଉଥାଏ ଖରା ।ସେବେ ମିଳୁ ନ ଥିଲା 'କୁଣ୍ଡା ଚକୁଳି ଏବେ ଲୁଚୁନାହିଁ ବିରିବରା ।ଅକାଳେ ପୁଣି ଗରୁଡ଼ଦ୍ୱାଦଶୀ ।ଅଳସୁଆ କପାଳକୁ ଗଙ୍ଗା ବିଜେ କଲେ ।ଅରଜି ନ ପାରେ ମୁଣ୍ଡ, ଭଲ ଖାଇଲୋଡ଼େ ତୁଣ୍ଡ ।ଅଧା ଭୋଜନ ବୁଢ଼ିଗାଈ ଦାନ ।ଅମୃତରେ କି ଅରୁଚି ?ଅର୍ଥଗ୍ରାସ ସନ୍ୟାସୀ କି ଦଣ୍ଡପ୍ରଣାମରେ ସନ୍ତୁଷ୍ଟ ହୁଅନ୍ତି ।ଅଲାଜୁକ ଘରେ ମଞ୍ଜାରୀ, ପୋକ ଖାଇଗଲେ ଝିଞ୍ଜାରି ।ଅରଜି ପାରିଲେ ଗରଜି ଖାଏ, ପର ଦେଇଥିଲେ ଉଭଉ ଥାଏ ।