ଖ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୦
- ସ୍ଥିତି
- ସାର୍ବଜନୀନ (Public domain)
ଖରା ସହେ ମେରୁ, ଖରା ସହେ ଗୋରୁ, ଖରା ସହେ ମୂଲିଆ ବାପୁଡ଼ା, ଖରା ସହେ ତରୁ ।ଖପର ଭଞ୍ଜନ ଯେ, ଧନୁ ଧରାଇବ ସେ ।ଖଡୁ ଭଲ କରି ମାଜ, ମୁଦି ଭଲ କରି ମାଜ, ରାଜା ଜାଣିଲେ ପଡ଼ିସା ଜାଣିଲେ ଆଉ କାହିଁ ପାଇଁ ଲାଜ ।ଖଟ ଭାଙ୍ଗିଲେ ଭୂମି ଶଯ୍ୟା । ଖଣ୍ଡା ହାଣେ ଫରି ଯଶ ନିଏ ।ଖଡ଼ିକି ଆଣ, ପେଡ଼ିକି ଆଶ ।ଖଡ଼ୁ ବିକି ରଖିଲି ଲୋକ, ସେ ହେଲା ସାନ୍ତାଣୀ ମୁ ହେଲି ଲୋକ ।ଖଚାହିଁ ଭଲ ଭଲ ଲୋକ କହନ୍ତି, କ୍ଷିତି ପତି ଆଶ ଚାହିଁ ।ଖପରା କାଣ୍ଡୁ, କିଛି ନ ପାଇ ଭୂଇଁ ଧରାଣ୍ଡୁ ।ଖଣ୍ଡିଆ ଗୀତ, ରଙ୍କ ମାନିତ, ଏ ନୁହନ୍ତିଟି କାହାକୁ ହିତ ।ଖଣ୍ଡିଗୁଣିଆର ଦିଗୁଣ ସରେ, ଆଟିକା ଚାହାଁର ମାଇପ ମରେ ।