କେଳି କଳ୍ପଦ୍ରୁମ ଚଉତିଶା — ଧନଞ୍ଜୟ ଭଞ୍ଜ · ସ୍ୱର୍ଣ୍ଣଲିପିକଞ୍ଜ ଲୋଚନ ଦୂତିକା ଆଗରକ୍ରୋଧଭର ହୋଇ ବୋଲେ ଉତ୍ତରକଳାକରମୁଖୀ ଆଗରେ କହକି କାର୍ଯ୍ୟେମୋର ଛାଡ଼ିଲା ସେନେହକେଳି କଳ୍ପଦ୍ରୁମ !କନ୍ଦର୍ପ କଳାରେ ସେହି ଉତ୍ତମ ॥୧॥
ଖଟ୍ୱାଙ୍ଗଧର ଅରି ତୀଖ ଶରଖିନ୍ନ କରିଛି ଯେ ମୋର ଶରୀରଖତରାନନୀ ମୋରେ ଦୟାକରୁଖଳ ମୀନ କେତୁ ମୁଖୁ ଉଦ୍ଧାରୁଖଟିଥିବି ପାଶଖୀନ ଉଦରୀକି କହ ସନ୍ଦେଶ ॥୨॥
ଗଜଗମନୀ ସେ ବିପୁଳସ୍ତନୀଗତସ୍ନେହ କି ନ ଚିନ୍ତେ କାମିନୀଗାଢ଼େ ଭୁଜେ ଭିଡ଼ି ବୋଲିଛି ଯାହାଗୋରୀ ସୁମୁଖୀ ପାସୋରିଲା ତାହାଗୁଣୁଥାଇ ମୁହିଁ,ଗଳାରହାର ମୋ ପ୍ରାଣସହୀ ॥୩॥
ଘଟଣମୁଖୀର ଜଘନ ଦୁଇଘେନି ମନ୍ତ୍ରକରି ତାହା ଜପଇଘଟଣା ଦେବାକୁ ଆଉ ନ ଦିଶିଘେନି କହିଛି ସେହି ଶୁଭ୍ରକେଶୀ ।ଘନସାର ରସଘନସ୍ତନୀର ବିହୀନେ ବିରସ ॥୪॥
ନବ ଜଳଧର ଆଗେ ଚାତକନ କରେ ଆନ ବାଞ୍ଛା ଯେହୁ ଲୋକନବ କାମିନୀ ବିନୁମୋର ମନନ କରେ ଆନ ରସରେ ଆପ୍ୟାନନିଷ୍ଠୁର ନ କରିନତନୁ ଭୟରୁ ବାରେ ଉଦ୍ଧରି ॥୫॥
ଚତୁରୀମଣି ଚନ୍ଦ୍ରମା ଆନନୀଚମ୍ପକଗାତ୍ରୀ ମୋ ହୃଦ ମଣ୍ଡନୀଚାହିଁ କଟାକ୍ଷେ ଯାହା କହିଅଛିଚଞ୍ଚଳ ଚିତ୍ତ ମୋ ବନ୍ଦୀ କରିଛିଗୁରୁ ପକ୍ଷଳାକ୍ଷାଚତୁରୀ ବିନୁ କେ କରିବ ରକ୍ଷା ॥୬॥
ଛିତିମଣ୍ଡନୀ ଦିନେ ମନ୍ଦ ହସିଛନ୍ଦିଲା ମୋର କଣ୍ଠେ ବାହୁ ଫାଶୀଛିର ସିନ୍ଧୁ ସୂତା ରୂପେ ସମାନଛୋଉ ଛଡ଼ାଇ କହିବି ଏମାନଛାଡ଼ିଛି ସେ ସ୍ନେହଛିନ୍ନାଳୀମଣି ଆଗେ ଏହା କହ ॥୭॥
ଭାବାର୍ଥ - (୧) କଞ୍ଜ-ପଦ୍ମ, କଳାକର-ଚନ୍ଦ୍ର, (୨) ଖଟ୍ୱାଙ୍ଗଧରଅରି-କନ୍ଦର୍ପ, ମାନକେତୁ-କନ୍ଦର୍ପ ହାତରୁ, (୫) ନତନୁ – କାମଦେବ ।
ଭାବାର୍ଥ - (୧-୭) ଶ୍ରୀକୃଷ୍ଣ ଦିନେ କ୍ରୋଧଭର ହୋଇ ଦୂତୀକା ଆଗରେ କହିଲେ- ଚନ୍ଦ୍ରମୁଖୀ ରାଧା ଆଗରେ ଯାଇ ପଚାରିବୁ, କେଉଁ କାରଣରୁ ସେ ମୋ ଠାରୁ ସ୍ନେହ ଛାଡି ଦେଲା ? କନ୍ଦର୍ପ କଳାରେ ସେ ଉତ୍ତମ । କନ୍ଦର୍ପର ଶରାଘାତରେ ମୋ ଶରୀର କ୍ଷୀଣ ହୋଇ ପଡ଼ିଛି । ସେ ପଙ୍କଜମୁଖୀ ମୋତେ ଦୟା କରୁ । ଦୁଷ୍ଟ ମଦନ ଦାଉର ଉଦ୍ଧାର କରୁ । ସେଇ କ୍ଷୀଣୋଦରୀକୁ କହ, ମୋତେ ଦୟା କଲେ ସର୍ବଦା ତା’ ପାଶରେ ଖଟିବି । ସେ ଗଜଗମନୀ, ବିପୁଳସ୍ତନୀ ବିଗତ ଦିନର ପ୍ରୀତି ଭାବକୁ କ’ଣ ମନେ ପକାଉନାହିଁ ? ମୋତେ ଗାଢ଼ ଭାବରେ ଭୁଜରେ ଭିଡ଼ି ଯାହା ସ୍ନେହରେ କହିଛି,ସେ ସବୁକୁ ସୁମୁଖୀ କ’ଣ ପାସୋରି ଦେଲା ? ମୋ ଗଳାର ହାର, ପ୍ରାଣସହୀର କଥାକୁ ମୁଁ ବାରମ୍ବାର ଝୁରୁଛି । ଶୁଭ୍ରକେଶୀର ଦୁଇ ଜଙ୍ଘ ଶୋଭାକୁ ମନ୍ତ୍ର କରି ଜପୁଛି । ତା’ ବିନା ମୋତେ ଅନ୍ୟ କିଛି ଭଲ ଲାଗୁନାହିଁ । କର୍ପୂର, ଚନ୍ଦନ ଭଳି ଶୀତଳ ପଦାର୍ଥ ତା’ ବିନା ବିରସ ଲାଗୁଛି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ନୂଆ ମେଘର ଜଳରାଶି ପାଇବାକୁ ଚାତକ ପକ୍ଷୀ ଚାହିଁ ବସିଥାଏ । ତା’ ବିନା ଅନ୍ୟ କୌଣସି ଜଳ ସେ ଆଶା କରେ ନାହିଁ । ଠିକ୍ ସେହିଭଳି ସେ ନବକାମିନୀ ଛଡ଼ା ଅନ୍ୟ ରସରେ ମୁଁ ଇଛା କରିବି ନାହିଁ । ରେ ଦୂତି, ତାକୁ କହ, ମୋ ପ୍ରତି ନିଷ୍ଠୁର ନ ହେଉ । କନ୍ଦର୍ପ ଭୟରୁ ମୋତେ ରକ୍ଷା କରୁ । ସେ ଚତୁରୀ ମଣି, ଚନ୍ଦ୍ରମାନନୀ, ଚମ୍ପକଗାତ୍ରୀ ମୋ ହୃଦ ମଣ୍ଡନୀ । ସେ ମୋତେ କଟାକ୍ଷରେ ଚାହିଁ ଯାହା କହିଛି, ସେ ସବୁକୁ ମୋ ଚଞ୍ଚଳ ଚିର ମନେ ରଖିଛି । ମୋ ଚାରୁପକ୍ଷ୍ମାଳକ୍ଷା ଚତୁରୀ ବିନା ମୋତେ ଏ ବିରହ ଯନ୍ତ୍ରଣାରୁ କିଏ ରକ୍ଷା କରିପାରିବ ? ଦିନେ ମୋ ପ୍ରିୟା ମନ୍ଦ ମନ୍ଦ ହସି ତା’ ବାହୁକୁ ମୋ କଣ୍ଠରେ ଛନ୍ଦିଲା । ଏବେ ସେଇ ସ୍ନେହକୁ ଛାଡ଼ି ଦେଇଛି । ଏ ସବୁ କଥା ତା’ ଆଗରେ ପ୍ରକାଶ କର ।
ଯୁବା ଯୁବତୀଗଣ ଶିରାମଣିଜଳଜନେତ୍ରୀ ଯୋଗୀନ୍ଦ୍ର ମୋହିନୀଯାଇ ଜଣାଅ ତାହାର ସମୀପଜ୍ୱାଳାକଲା ଅଙ୍ଗେ କୁସୁମଚାପଜାଣୁ ମଣି ଜାଣୁଜଗମୋହିନୀ ଏହା ପରିମାଣୁ ॥୮॥
ଝଳିଆନନୀ ବେନି ପୀନସ୍ତନଝୀନବାସ ଫୁଟିଦିଶେ ଶୋଭନଝାଡ଼ରାଜ କଟି ମଧ୍ୟରେ କାନ୍ତିଝଟକ ଚଞ୍ଚଳା ପ୍ରାୟେ ଦିଶନ୍ତିଝଗଡ଼ କରଇଝଟକଦନ୍ତୀ ମୋତେ କରୁ ତ୍ରାହି ॥୯॥
ନବନାୟିକା ନୟନୁ ନ ଯାଇନିରାଶ ଏତେ କଲା ପ୍ରାଣସହୀନେତ୍ର ପ୍ରତିମା ଅଟଇ ମୋହରନିମିଷେ ମନୁ ନୋହଇ ବାହାରନାଗରୀ ରତନନବକେତକୀ ସେ ଶିରଭୂଷଣ ॥୧୦॥
ଟମାଳ କରି ସେ ଯାହା ବୋଇଲାଟୀକାକେ ଏବେ ତାହା ପାସୋରିଲାଟେକ କୁଚେ ତାର ଦେଲି ମୁଁ କରଟାଙ୍କୋରିଲା ରୋମ ଶରୀର ତାରଟାଣ କଟାକ୍ଷୀକିଟେକି ପଚାର ଏ ଅଟଇ ଟିକି ॥୧୧॥
ଠକକଥା ମୋ ଆଗରେ କହିଛିଠକ ପ୍ରାୟେକ କରିଛି ମୃଗାଛିଠାକୁରାଣୀ ପଣ ଜାଣିମା ତାରଠିକେ କହୁ କିସ ଦୋଷ ମୋହରରଠଣମୁଖୀ ଆଗେଠିକେ ମଣାଇ କହ ସଖୀ ବେଗେ ॥୧୨॥
ଡାଳିମ୍ବ ବୀଜ ଦଶନୀ କୋପକୁଡରିଅଛି ବାରେ ରଖୁ ଦାସକୁଡୋଳେ ଚାହିଁଣ ଯାହା କହିଅଛିଡିଙ୍ଗର କାମ ଆଗରେ ଦେଉଛିଡୋଳା ପିଛୁଳୀକିଡାକି କହିବୁ ଏହା କରିଟିକି ॥୧୩॥
ଢମାଳି କରି ସେ ଯାହା ବୋଇଲାଢାଳି ଚାହାଁଣିରେ ମନ ମୋହିଲାଢଳିପଡ଼ିଲା ମୀନକେତୁ ଶରେଢାଳି ଚୁମ୍ବନ ଦେଲା ମୋ ଗଣ୍ଡରେଢାଳେ ପାସୋରିଲାଢଗପସରା ପ୍ରାୟେ ପ୍ରିୟା କଲା ॥୧୪॥
ଏବେ ନିଶ୍ଚେ ତୋତେ କହୁଛି ସହୀ!ଏଣୀ ନୟନୀ ବିନୁ ସାହା କାହିଁ,ଏଣାଙ୍କମୁଖୀ ଏହା ଜାରିଥାଉଅଣକାର୍ଯ୍ୟେ ଜୀବନକୁ ନନେଉଅଣ ଅପରାଧୀଅନଙ୍ଗ ରାୟେର ହୋଇଲା ବାଦୀ ॥୧୫॥
ଭାବାର୍ଥ - (୮-୧୫) ରେ ଦୂତି, ପ୍ରିୟାମୋର ଯୁବାଯୁବତୀଗଣଙ୍କ ଶିରୋମଣି । ସେ ପୁଣି ପଦ୍ମନେତ୍ରୀ, ଯୋଗୀନ୍ଦ୍ରମୋହିନୀ, ତୁ ତାଙ୍କ ପାଖକୁ ଯାଇ ମୋ ଦୁଃଖ ଜଣାଅ । ଶରୀରକୁ କନ୍ଦର୍ପର ଫୁଲଶର ଯନ୍ତ୍ରଣା ଦେଉଛି । ଜଗମୋହିନୀ ଏହା ଜାଣୁ । ଚନ୍ଦ୍ରାନନୀର ଦୁଇ ପୀନସ୍ତନ ଝୀନବାସ ଫୁଟି ବାହାରକୁ ଶୋଭା ପ୍ରକାଶୁଛି । ତା’ର ସିଂହକଟିର ଶୋଭା ବିଜୁଳିର ଝଟକ ପ୍ରାୟ ଦେଖାଯାଉଛି । ବିନତି କରୁଛି, ଝଟକ ଦଣ୍ଡୀ ମୋର ପ୍ରିୟା ମୋତେ ତ୍ରାହି କରୁ । ପ୍ରିୟା ମୋର ନବନାୟିକା, ମୋତେ ନିରାଶ କରୁଛି । ସେ ମୋର ନେତ୍ର ପ୍ରତିମା । ନାଗରୀ ରତନ ସେ, ନିମିଷକ ପାଇଁ ମଧ୍ୟ ମନରୁ ବାହାରି ଯାଉନାହିଁ । ନବକେତକୀ, ଶିରଭୂଷଣ ସିଏ । ତାକୁ ମୋତେ ନେଇ ଯିଏ ଯାହା ପରିହାସ କଲା, ତାକୁ ଗୁରୁତ୍ବ ନ ଦେଇ ପାସୋରିଦେଲା, ତା’ର ଉନ୍ନତ ବକ୍ଷୋଜ ଉପରେ ଯେତେବେଳେ ମୁଁ ହାତ ଦେଲି, ସେତେବେଳେ ତା’ର ରୋମ ସବୁ ଟାଙ୍କୁରି ଉଠିଲା । ଏହା ସତ ନା ମିଛ ତାକୁ ଥରେ ପଚାର ।
ସେ ମୋ ଆଗରେ ଠକ କଥା କହିଛି । ଠକ ପରି ଆଚରଣ କରିଛି । ଠାକୁରାଣୀ ପଣ ତା’ରି ପାଖରେ ଅଛି । ସେ ଠିକ୍ କଥା କହୁ ଯେ, ମୋର ଦୋଷ କ’ଣ ? ଚନ୍ଦ୍ରମୁଖୀ ଆଗରେ ଏ ସବୁକଥା ଠିକ୍ ଭାବରେ ଶୀଘ୍ର କହିବୁ । ଡାଳିମ୍ବ ବୀଜ ଦଶନୀର କୋପକୁ ମୋର ଭାରି ଭୟ, ତାକୁ କହିବୁ, ଏ ଦାସକୁ ରକ୍ଷା କରିବ । ମୋତେ ଯାହା କହୁଛ, ତାକୁ ଦାସ (ଡିଙ୍ଗର) ଭାବରେ ମୁଁ କରୁଛି-। ରେ ଦୂତ, ମୋର ସହୀ ଡୋଳା ପିତୁଳକୁ ଡାକି କହିବୁ, ଏହା କରିଛି ନା ନାହିଁ ? ହାସ ପରିହାସ କରି, ଢଗ ମେଲି ଯିଏ ଯାହା କହିଲା, - ଓଲଟି ଢାଳି ଚାହାଁଣିରେ ତା’ର ମନକୁ ମୋହିତ କଲା । କନ୍ଦର୍ପର ଶରୀରେ ସେ ଜଳି ପଡ଼ିଲା । ମୋ ଗାଲରେ ଗାଢ଼ ଚୁମ୍ବନଟିଏ ଦେଲା । ଢଗ ପସରା ପ୍ରାୟ ପ୍ରିୟା ମୋର କରି ସବୁ ପାସୋରିଦେଲା । ରେ ସହ, ଏବେ ତୋତେ କହୁଛି, ହରିଣୀ ନୟନୀ ବିନା ମୋର କେହି ସାହା ନାହିଁ । ଏହା ନିଶ୍ଚିତ । ସେ ମୃଗନୟନୀ ମଧ୍ୟ ଏହା ଜାଣିଥାଉ । ବିନା କାରଣରେ କାହାର ଜୀବନକୁ ନ ନେଉ । ବିନା ଅପରାଧରେ ମୁଁ କନ୍ଦର୍ପର ବାଦୀ ହୋଇଛି ।
ତରୁଣୀ ରତନ ମୋ ପ୍ରାଣ ମଣିତ୍ରୈଲୋକ୍ୟ ମୋହିନୀ ହେମ ବରନୀତନୁ ଛୁଆଇଁ କହିଛି ନିୟତତୁମ୍ଭ ମନରେ ଥିବି ପ୍ରାଣନାଥତା ହୃଦେ ଧରିଛିତୁରିତେ ତୋ ବିସୋରିଲା ମୃଗାଛି ॥୧୬॥
ଥିରିଗାମିନୀର ନିତମ୍ବ ଦୁଇଥାଣୁ ଅଇରି ସିଂହାସନ ସେହିଥିଲା ତହିଁ ପରେ ଚୀର ବସନଥେଣ୍ଟ ମଦନର ଜୟ କେତନ ।ଥିବି ତାର ପାଶଥାନ ଦେଇ ରଖୁ ମୁଁ ତାର ଦାସ ॥୧୭॥
ଦୟା ଉଦଧି ମୋ ଦମ୍ଭ ନାଶିନୀଦାସର ଦୋଷ କି ଘେନଇ ପୁଣିଦଶନେ ଅଧର ଚାପି ମୋହରଦରିଦ୍ର ବିଧି କହିଛି ଉତ୍ତରଦୋଷ ମୋ ନଧରୁଦିନନାଥବନ୍ଧୁ- ମୁଖୀ ଉଦ୍ଧରୁ ॥୧୮॥
ଧୀର ଗାମିନୀ ଅଗ୍ରତରେ ଯାଇଧୀରେ କହିବୁ ବଚନ ମଣାଇଧରିଛି କୁମସୁମ-କାର୍ମୂକ ମାରଧଇର୍ଯ୍ୟ ମୋର ନାଶିବ ପାମରଧନମଣି ପାଦଧରିଛି ଶିରେ କରି ପରସାଦ ॥୧୯॥
ନିରାଶ ମୋରେ କଲା ପ୍ରାଣସହୀନିର୍ଦ୍ଦୟା ହୃଦଛାଡ଼ୁ ଚନ୍ଦ୍ରମୁହୀଁନାକ ନାଗ ନାରୀ ନୋହନ୍ତି ସମନାରୀ-ଶିରୋମଣି ମୋ ଜୀବ ଧାମକାହିଁ ସମ ସରିନିରାଶ କିଁପା କରିଛି ଚତୁରୀ ॥୨୦॥
ପଲ୍ଲବ ପ୍ରୀତି ଯେତେ କରିଥିଲାପରମ ବନ୍ଧୁ ତାହା ପାସୋରିଲାପିକବଚନିକି କହିଛି ମୁହିଁପ୍ରସନ୍ନ ବଦନେ ଚୁମ୍ବନ ଦେଇପିଶୁନ ମଦନପଞ୍ଚଶର ଘେନି କରେ ଦହନ ॥୨୧॥
ଫାଇ ଶେଷ କଁପା ଯୁବତୀ କଲାଫୁରୁଣା ଯେତେ ମୋ ସବୁ ଭାଙ୍ଗିଲାଫଳେତ ଜାଣିଲି ତାର ପୀରତିଫେଡ଼ି କହିଲି ତୋହୋର ଉକତିଫେଡ଼ୁ ମନୁ ତାପଫାନ୍ଦେ ପକାଇଛି ମଦନ ଭୂପ ॥୨୨॥
ବସନ୍ତକାଳରେ ସନ୍ଧ୍ୟାବେଳରେବସିଥିଲା ବନ୍ଧୁମୋର କୋଳରେବୋଲିଛି ପ୍ରିୟା ମୋତେ ହସି ଯାହାବିଅର୍ଥ କିପାଇଁ କଲାକ ତାହାବିଧୁବଦନୀ କିବୋଲିବୁ ଏକଥା ଉଚିତ ଟିକି ॥୨୩॥
ଭାବାର୍ଥ- (୧୬-୨୩) ତରୁଣୀ ରତ୍ନ ମୋ ପ୍ରାଣମଣି ତ୍ରୈଲୋକ୍ୟ ମୋହିନୀ, ହେମ ବରନୀ ମୋ ପ୍ରିୟା । ଶରୀର ଛୁଆଁଇ ଶପଥ କରିଥିଲା, ହେ ପ୍ରାଣନାଥ, ମୁଁ ତୁମ ହୃଦୟରେ ଥିବି । ଏହାକୁ କିନ୍ତୁ ସଙ୍ଗେ ସଙ୍ଗେ ପାସୋରି ଦେଲା, ସ୍ଥିରଗାମିନୀ ସେ । ତା ର ଦୁଇ ନିତମ୍ବ ଥାଣୁ (ଶିବ)ଙ୍କ ଶତ୍ରୁ ଅର୍ଥାତ କନ୍ଦର୍ପର ସିଂହାସନ । ତା’ ଉପରେ ଥିବା ଚୀରବସନ ମଦନର ଜୟ ପତାକା-। ରେ ଦୂତି, ମୁଁ ସର୍ବଦା ତା’ର ଦାସ ହୋଇ ରହିବି, ସ୍ଥାନ ଦେଇ ରଖୁ । ଦୟାର ସାଗର ସେ, ଗର୍ବନାଶିନୀ, ଦାସର ଦୋଷକୁ କଣ କିଏ ଧରେ ? ଦାନ୍ତରେ ମୋର ଅଧରକୁ ଚାପି ସବୁ ଉତ୍ତର ଦେଇଛି । ସେ ଚନ୍ଦ୍ରମୁଖୀ ମୋ ଦୋଷ ନ ଧରୁ । ରେ ଦୂତି, ଧୀରଗାମିନୀର ପାଖକୁ ଯାଇ ଧୀର ଭାବରେ ତାକୁ ମନାଇ କହିବୁ । କଦର୍ପ ହାତରେ ଫୁଲଶର ଧରିଛି । ସେ ପାମର ମୋର ଧୈର୍ଯ୍ୟକୁ ନାଶ କରିଦେବ । ତା’ ପାଖରୁ ମୁକ୍ତି ପାଇଁ ସେଥିପାଇଁ ଧନମଣିର ପାଦକୁ ମଥା ଉପରେ ପ୍ରସାଦ ସ୍ୱରୂପ ଧରିଛି । ପ୍ରାଣସହୀ ମୋତେ ନିରାଶ କଲା । ରେ ଦୂତି, ଚନ୍ଦ୍ରମୁହୀଁ ହୃଦୟରୁ ନିର୍ଦ୍ଦୟ ଭାବ ଛାଡୁ । ସ୍ୱର୍ଗ (ନାକ) ନାଗ ଓ ନାରୀ ସମାନ ନୁହଁନ୍ତି । ନାରୀ-ଶିରୋମଣି ମୋତେ କାହିଁକି ନିରାଶ କରିଛି ?
ରେ ଦୂତି, ସେ ପ୍ରଥମେ ଯେଉଁ ପ୍ରୀତି କରିଥିଲା ମୋ ପରମବନ୍ଧୁ ହୋଇ ତାକୁ ଏବେ ପାସୋରି ଦେଲା କିପରି ? ପିକବଚନୀର ପ୍ରସନ୍ନ ମୁଖରେ ଚୁମ୍ବନ ଦେଇ ମୁଁ କହିଛି ଯେ, ପାଷାଣ୍ଡ କନ୍ଦର୍ପର ପଞ୍ଚଶର ମୋତେ ଦହୁଛି । ପ୍ରିୟାକୁ ନେଇ ଯେତେ ସବୁ ମନରେ ଆଶା ଥିଲା, ତାହା ଭାଙ୍ଗିଗଲା । ତା’ର ପ୍ରୀତିଭାବ ଏବେ ଜାଣିଲି । ସେ ମନର କୋପଭାବ ଛାଡୁ, କନ୍ଦର୍ପ ତା’ର ଫାନ୍ଦ ପକାଇଛି । ଦିନେ ବସନ୍ତ କାଳରେ ସନ୍ଧ୍ୟା ବେଳରେ ସେ ମୋ କୋଳରେ ବସିଥିଲା । ମୋତେ ହସି କରି ଯାହା କହିଲା, ତାକୁ ବିଅର୍ଥ କାହିଁକି କଲା ? ଏହା ଉଚିତ କି ? ସେଇ ଚନ୍ଦ୍ରବଦନୀକୁ ପଚାରିବୁ ।
ଭରସା ମୁହିଁ ବଡ଼ କରିଥିଲିଭାବିନୀ କୁଚଶମ୍ଭୁ ପ୍ରାୟେ ବୋଲିଭଜିଲା ଜନକୁ କଲା ନିରାଶଭୃତ୍ୟଜନେ କି ପ୍ରଭୁ କରେ ଦୋଷଭାସିଲି ସାଗରେଭେଳା ଉରଜେ ତୁମ୍ଭ ଦେଉ ମୋରେ ॥୨୪॥
ମୋହୋରେ ମାନ କରିଛି କିପାଇଁମୋତେ କୋକିଳ କରିଛି କିପାଇଁମୋତେ କୋକିଳ ବଚନ ନ କହିମନ୍ଦ ହସିଣ ଯେବେ ସେ କହିବମଦନରାୟେ ଦୁଖୁ ଉଦ୍ଧରିବମଦିରାକ୍ଷୀ ମୋରମାଣିକମାଳା ସେ କଣ୍ଠ ତଟର ॥୨୫॥
ଯେବେ ଦୋଷ ମୁହିଁ କଲି ତାହାରେଜାଣୁ ମଣି ଦଣ୍ଡ ହେଉ ମୋହୋରେଜଗତେ ଏ କଥା ରହିଣ ଥାଉଜଳଜାକ୍ଷି ଲାଗି ଜୀବନ ଯାଉଯେବେ ନ ବୁଝିବଯେତେ କହିଲେ ସେ କିସ ହୋଇବ ॥୨୬॥
ରମଣୀମଣି ରତିରସ ଦେଇରଖୁ ପ୍ରେମଦାନ ଦେଇଣ ସହୀରଖିବ ଯେବେ ସେହି ସେ ରଖିବରଖନ୍ତା ତା ବିନୁ ଆନ ନୋହିବରସିକିନୀ ମୋରରସକଳା ରାମା ଗୁଣ ଗମ୍ଭୀର ॥୨୭॥
ଲହୁଲୀ ବୟସ ଦିନୁ ତାହାରଲିତାଏ ପାଶୁଁ ନୋହଇ ଅନ୍ତରଲାବଣ୍ୟନିଧି ଲଳିତ ବଚନୀଲେଖିଥିଲା ପତ୍ର ଅନୁରାଗିନୀଲବଙ୍ଗିକା ଆଗେଲଳନାକର କହିଲା ସରାଗେ ॥୨୮॥
ବିଳମ୍ବ ନକରି ଚଳ ବହନବନଜବଦନୀ ମୋ ପ୍ରାଣଧନବିଧାତା ବଶୁଁ ଏମନ୍ତ ହୋଇଲାବେଳକୁ ବେଳ ସେ ନିରାଶ କଲାବିନୟ ହେଉଛିବାରେ ଦୟା ମୋତେ କରୁ ମୃଗାଛି ॥୨୯॥
ଭାବାର୍ଥ- (୨୪-୨୯) ଲୋ ଦୂତି, ଭାବିନୀ ମୋର କୁଚଶମ୍ଭ ପ୍ରାୟ ବୋଲି ଭାବିଥିଲି । ଭରସା ବି ଥିଲା । ଦେଖିଲା ବେଳକୁ ତାହା ନିରାଶ କଲା । ଭୃତ୍ୟ କ’ଣ କେବେ ପ୍ରଭୁଠାରେ ଦୋଷ କରିଥାଏ ? ମୁଁ ଅଥଳ ସାଗରରେ ଭାସୁଛି, ସେ ମୋତେ ତା' ର ଉରଜ (ବକ୍ଷୋଜ) ଭେଳା ଦେଇ ଉଦ୍ଧାର କରୁ । ମୁଁ ବୁଝିପାରୁନି, ସେ ମୋ ଉପରେ ମାନ କାହିଁକି କରିଛି ? ମୋତେ କୋକିଳ ବଚନରେ ନ କହି ମନ୍ଦ ମନ୍ଦ ହସି ଯେବେ କହିବ, କନ୍ଦର୍ପ ଏ ବିରହ ଦୁଃଖରୁ ଉଦ୍ଧାର କରିବ । ପ୍ରିୟା ମୋର ମଦିରାକ୍ଷୀ, ମୋ କଣ୍ଠର ମାଣିକମାଳା । ଯେବେ ମୁଁ ତା' ପାଖରେ କିଛି ଦୋଷ କରିଛି, ସେ ମୋତେ ଦଣ୍ଡ ଦେଉ । ଜଗତରେ ଏ କଥା ରହିଥାଉ । ପଦ୍ମମୁଖୀ ପାଇଁ ମୋ ଜୀନବ ଯାଉ । ଏ କଥା ସେ ଯେବେ ନ ବୁଝିବ ମୁଁ କ’ଣ କରିବି ? ତାକୁ ଯେତେ କହିଲେ କ’ଣ ହେବ ? ରମଣୀମଣି ରତିରସ ଦେଇ ମୋତେ ରଖୁ । ରେ ସହି, ରଖୁବ ଯଦି ସେ ରଖୁବ । ତା’ ବିନା ଆଉ କେହି ରଖି ପାରିବ ନାହିଁ । ରସକିନୀ ମୋର, ରସକଳା ରାମା, ତା’ ଗୁଣ ଗମ୍ଭୀର । ତା’ର ନହୁଲୀ ବୟସ ଦିନରୁ ଘଡ଼ିଏ ପାଇଁ ମଧ୍ୟ ମୁଁ ତା’ ପାଖରୁ ଅନ୍ତର ହୋଇନାହିଁ । ଲାବଣ୍ୟନିଧ ମୋର, ଲଳିତ ବଚନୀ ମୋ ପାଖକୁ ଯେଉଁ ପତ୍ର ଲେଖିଥିଲା ତାହା ଅନୁରାଗରେ ପୂର୍ଣ୍ଣ ଥିଲା । ମୋ ଦୂତି, ବିଳମ୍ବ ନ କରି ଶୀଘ୍ର ଯାଅ । ଲୋ ପଦ୍ମମୁଖି, ମୋ ପ୍ରାଣ ଧନ, ଦଇବବଶରୁ ଏମିତି ହୋଇଛି । ବେଳକୁ ବେଳ ସେ ନିରାଶ କଲାଣି । ବିନୟର ସହିତ କହୁଛି, ତାକୁ କହ, ମୋତେ ସେ ଦୟା କରିବ ।
ସଘନ ହୋଇ ଘନ ପରବେଶସରୋଜନେତ୍ରୀ ଦେଖିଣ ବିରସଶମ୍ବରାରି-ଶର ଭୟରୁ କରିସରାଗେ କୋଳେ ବସିଲା ସୁନ୍ଦରୀଶୀତଳ ବଚନସେକଥା ରମଣୀ ନ ଭାବେ ମନ ॥୩୦॥
ଶ୍ୟାମସୁନ୍ଦରର ସନ୍ଦେଶ ପାଇଶୀଘ୍ରେ ଦୂତୀ ସଖୀ ପାଶେ ମିଳଇସରୋଜପତ୍ର କୁଟୀର ମଧ୍ୟରେସ୍ମିତହାସିନୀ ବସିଛି କ୍ରାଧରେସହଚରୀ ଯାଇସରୋଜନେତ୍ର ବାରତା କହଇ ॥୩୧॥
ଶମ୍ବରାରି ତାତ ତୋତେ ବରହୀଶୀର୍ଣ୍ଣ ତା ଅଙ୍ଗ ହେଲା ପ୍ରାଣସହୀଶଶୀୟେକ ଲେଖା ଜାଣି ତା ଅଙ୍ଗସେନେହ ଥିଲେ ଦିଅ ରତିରଙ୍ଗଶଶିମୁଖୀ ହସିସାରଙ୍ଗଧରକୁ ଆଣ ସୁକେଶୀ ॥୩୨॥
ହଂସ ଗାମିନୀ ହୃଷ୍ଟବାଣୀ ଶୁଣିହରିଙ୍କି ବେଗେ ଆଣିଲା ତରୁଣୀହିମାଂଶୁମୁଖୀ ସନ୍ନିଧେ ପ୍ରବେଶହୃଦତାପ ଛାଡ଼ି ହେଲେ ହରଷହରିଣାକ୍ଷୀ ହରିହେଲେ ରତିରଣେ ଏ ବେନି ସରି ॥୩୩॥
କ୍ଷକ୍ଷନ୍ଦ୍ରେ ରାଧାକୃଷ୍ଣ କଲେ ରସଛାଡ଼ି ସୁରତି ସେ ହେଲେ ହରଷକ୍ଷୀରସିନ୍ଧୁ ଜେମାପତି ଚରଣନୃପଧନଞ୍ଜୟ ପଶେ ଶରଣକ୍ଷମା ଦୋଷ କରକ୍ଷନ୍ଦିଲା ଏ ରସ ଦୋଷ ନ ଧର ॥୩୪॥
ଭାବାର୍ଥ - (୩୦-୩୪) ଭୟଙ୍କର ରୂପ ନେଇ ମେଘ ପ୍ରବେଶ କଲା । ଏହା ଦେଖି ଚନ୍ଦ୍ରମୁଖୀ ବିରସ ହେଲା । କନ୍ଦର୍ପ ଶର ଦାଉରୁ ମୁକ୍ତି ପାଇଁ କୋଳରେ ସରାଗରେ ବସିଲା । ଶୀତଳ ବଚନ କଥା ତା’ ମନରୁ ପାସୋର ହୋଇଗଲା । ଶ୍ୟାମସୁନ୍ଦରଙ୍କ ସନ୍ଦେଶ ପାଇ ଶୀଘ୍ର ଦୂତୀ ଯାଇ ରାଧାଙ୍କ ପାଖରେ ପ୍ରବେଶ ହେଲା । ପଦ୍ମପତ୍ର କୁଟୀର ମଧ୍ୟରେ ସ୍ମିତହାସିନୀ ରାଧା ମାନରେ ବସିଥିଲେ । ଦୂତୀଯାଇ ତାଙ୍କୁ କୃଷ୍ଣଙ୍କ ଆଗମନ ବାର୍ତ୍ତା ଜଣାଇଲା ଏବଂ କହିଲା- ତୋ ବିରହରେ ତାଙ୍କ ଶରୀର ଶୀର୍ଣ୍ଣ ହୋଇଗଲାଣି । ତାଙ୍କ ପ୍ରତି ଯଦି ତୋର ସାମାନ୍ୟ ଅନୁରାଗ ଅଛି, ତେବେ ତାଙ୍କୁ ରତିରଙ୍ଗ ପ୍ରଦାନ କର । ଦୂତୀଠାରୁ ଏହା ଶୁଣି ଆନନ୍ଦିତ ହୋଇ ରାଧା କହିଲେ- ହେ ସୁକେଶୀ, ସାରଙ୍ଗଧର କୃଷ୍ଣଙ୍କୁ ଏଠାକୁ ଆଣ ।
ହଂସଗାମିନୀ ରାଧାଙ୍କ ମୁଖରୁ ହୃଷ୍ଟବାଣୀ ଶୁଣି ଦୂତୀ ଶ୍ରୀକୃଷ୍ଣଙ୍କୁ ଶୀଘ୍ର ନେଇ ଆସିଲା । ରାଧାଙ୍କ ନିକଟରେ ପ୍ରବେଶ କରି ଶ୍ରୀକୃଷ୍ଣ ଆନନ୍ଦିତ ହେଲେ । ତାଙ୍କ ହୃଦୟର ତାପ ଛାଡ଼ିଗଲା । ରାଧାକୃଷ୍ଣ ଦୁହେଁ ରତିରସରେ ମାତିଲେ । ରାଧାକୃଷ୍ଣଙ୍କ ପାଦ ତଳେ ରାଜକବି ଧନଞ୍ଜୟ ଶରଣ ପଶିଲେ ଓ କହିଲେ- ପ୍ରଭୁ, ମୋର ଦୋଷ କ୍ଷମା କର ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ