କଟକ ଚଣ୍ଡୀ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୬୩
- ସ୍ଥିତି
- ସାର୍ବଜନୀନ (Public domain)
ହେ ମାତ କଟକ ଚଣ୍ଡୀ,ଯଶମୁକୁଟକୁ ମଣ୍ଡି ।ହୋଇ ଅଛ ଖାଅ ଛେଦ*,ନ ବୁଝ ଦେଶର ଭେଦ ଗୋ ।୧।ଲୋକେ ତ ହୋଇଲେ ଖାଁ ଖାଁ,ତୁମ୍ଭେତ ମାଇଲ ଫାଙ୍କା ।ଏ ରାଜ୍ୟ ଚଳେ କିପରି,ବିଚାର ନାହିଁ କାହାରି ଗୋ ।୨।ଏତେ ଦେବାଦେବୀ ଧରି,କଷ୍ଟ ପାଏ ବସୁନ୍ଧରୀ ।ପୂର୍ବପୁରୁଷେ ଆମ୍ଭର,ଖୁସୁବାସେ ଥିଲେ ଘର ଗୋ ।୩।ଚଳନେ ହେଲା ଅସାର,ଏବେ ଆମ୍ଭର ସଂସାର ।କହୁଛି କରି ବିନୟ,ହେ ମାତ ହୁଅ ସଦୟ ଗୋ ।୪।ତବ ଅସୀମ କ୍ଷମତା,ଧର ଏ ତ୍ରାସକୁ ଛତା ।ଦେଶେ ରଖ ଭାତଧାନ,ବଡଯଶ ଶୁଣୁ କାନ ଗୋ ।୫।ଅନ୍ଧ ବଇରାଗୀ ଆସି,ତବ ପୀଠସ୍ଥାନେ ବସି ।ଭିକ୍ଷାରେ କଲେ ତୁମ୍ଭର,ମନ୍ଦିର କେଡେ ସୁନ୍ଦର ଗୋ ।୬।ମନେ ପଡେ ଇତିହାସ,ମରହଟ୍ଟାଙ୍କର ବାସ ।ଥିଲା ଏଦେଶରେ ଯେବେ,ଭଲ କରିଥିଲ ତେବେ ଗୋ ।୭।* ଛେଦ - ମାଂସ ଖଣ୍ଡଝାଞ୍ଜିରୀମଂଗଳ ।କଟକ ପୂର୍ବ ସୀମାରେ,ବସିଅଛ ଗାରିମାରେ ।ପାଶରେ ଆମ୍ରକାନନ,ସୁଷମା କରେ ଧାରଣ ଗୋ ।୧।ଆମ୍ରବୃକ୍ଷ କୋଟରରେ,ଥିଲ ମା ପୂର୍ବକାଳରେ ।ବୁଦ୍ଧମାଳୀ କରି ସେବା,ପାଉଥିଲା ନିତି ଲେବା ଗୋ ।୨।ମହାମାରୀ ହେଲେ ଜାତ,ତୋ ପୀଠ ବଡ ଜାଗ୍ରତ ।ବହୁଜନ ସମାଗମ,ବଢ଼େ ମାଜଣା ସମ୍ଭ୍ରମ ଗୋ ।୩।ରୋଗ ବିନାଶେ ତତ୍ପର,ଭ୍ରମଣ କରି ନଗର ।ଆଶ୍ରିତ ସେବକଜନେ,ଦୟା ରଖିଥାଅ ମନେ ଗୋ ।୪।ତୁମ୍ଭର ଏବେ ମନ୍ଦିର,ହୋଇଛି ବଡ ରୁଚିର ।କଲେ ଜନ ସାଧାରଣ,ଚାନ୍ଦାରେ ଏହା ଗଠନ ଗୋ ।୫।ସନ୍ନ୍ୟାସୀଙ୍କର ନିର୍ମିତ,ପାଶରେ ଅଛି ଶୋଭିତ ।ଶ୍ରୀ ଗୋପୀନାଥ ମନ୍ଦିର,ପ୍ରଶସ୍ତ ବେଢ଼ା ପ୍ରାଚୀର ଗୋ ।୬।ପ୍ରସ୍ତର କୂପଟି ରହି,ମନ ମୋହୁଅଛି ତହିଁ ।