କାରା-କବିତା
ଉତ୍କଳମଣି · ୧୮୭୭–୧୯୨୮ · ସତ୍ୟବାଦୀ ଯୁଗ
- ପଢ଼ିବା ସମୟ
- ୪୨ ମିନିଟ୍
- ଶବ୍ଦ
- ୬୬୭୫
- ସ୍ଥିତି
- ସାର୍ବଜନୀନ (Public domain)
କାହିଁ ଅଛ ?
୪.
ଆହା ଚାଲିଗଲେ !
୫.
ପିତୃପକ୍ଷ ତର୍ପଣ
୬.
ବନ୍ଦୀର ବିରହ-ବ୍ୟଥା
୭.
ବନ୍ଦୀର ସାନ୍ଧ୍ୟ ଭକ୍ତି
୮.
ବନ୍ଦୀର ସ୍ୱଦେଶ ଚିନ୍ତା
୯.
ବନ୍ଦୀର ସନ୍ଧ୍ୟା-ଭାବନା
୧୦.
କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେ
୧୧.
ଦେଖାଦିଅ ବାରେ
୧୨.
ପ୍ରେମର କି ଏହି ପରିଣାମ ?
୧୩.
ବିଶ୍ୱର ମିଳନ ଚିତ୍ରନିତ୍ୟଧାମ ନୀଳାଚଳନୀଳଚକ୍ର ତଳେ କେ କରିବ ବାସକେ ଦେଖିବ ନୀଳାଚଳେ ନିତ୍ୟରାସବୋଲି ହରି ହରିକେ ପ୍ରେମ ଭିକାରିପୁରାଣ-ପୁଲକେ ତେଜିବ ନିଶ୍ୱାସ ?।୧।ସେହି, ନାହିଁ ଯାର ନିଜ ପର ଜ୍ଞାନପାଏ ନୀଚ ଯାର ସ୍ନେହ ସନମାନବିଶ୍ୱ ହିତେ ଯାରଆହାର ବିହାରକରେ ବିଶ୍ୱହିତେ ଯେ ଜୀବନ ଦାନ।୨।ସେହି, କରେ ଯେହୁ ସତ୍ୟ ଆଚରଣ,ସତ୍ୟ ଆରାଧନା, ସତ୍ୟ ସମ୍ଭାଷଣ,ଭିତର ବାହାରଯାର ସତ୍ୟ ସାର,ସୁଖେ ଦୁଃଖେ ସଦା ସତ୍ୟ ଯା ଶରଣ।୩।ନାହିଁ ଜାତି ଭେଦ, ନାହିଁ ଧର୍ମଭେଦ,ସାମ୍ୟମୈତ୍ରୀମନ୍ତ୍ରୀ ଗାଏ ଯାର ବେଦ,କେ କରିବ ଭବେଦେବତା ମାନବେ,ନୀଳାଚଳେ ତାର ପ୍ରବେଶ ନିଷେଧ ?।୪।ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ(ଜଣେ ଆଜୀବନ ସହକର୍ମୀଙ୍କ ପ୍ରତି)କାହା’ଗେ ଗାଇବି ପରାଣ-ସଙ୍ଗୀତକା ପାଶେ ବାଇବି ଅନ୍ତର-ବୀଣା,କା କାନେ କହିବି; ମରମ ବେଦନାମନକଥା ମନେ ରହିଲା ସିନା !ଜୀବନ-ପ୍ରଭାତେ ଆପଣାର ବୋଲିକରିଥିଲି ଯାକୁ ପରାଣ-ସଖା,ସେ ତ ନ ଜାଣିଲା ମୋ ଅନ୍ତର ଗତିଦେଲା ମୋ ପରାଣେ ଦାରୁଣ ଧକ୍କା ।ଯା ମୁଖ ଅନାଇଁ ଅନ୍ତିମ ସଙ୍କେତଦେଇ ଲଭିଥାନ୍ତି ଶେଷ ସାନ୍ତ୍ୱନା,ମୋ ନେତ୍ର-ଲୋତକେ ସତ୍ୟ ସରଳତାନ ଦେଖି ଦେଖେ ସେ ନୀଚ ଛଳନା ।ଯାର ଗଉରବେ ମୋ ଭାଗ୍ୟ ବିଭବଯାର କୃତିତ୍ୱ ଏ ପ୍ରାଣ ଉଲ୍ଲାସେ,ମୋର ଉପଯୋଗେ ସେ ଯେବେ କାତରଏ ଜୀବନ ଆଉ କି ସୁଖ ଆଶେ ?ଜୀବନ କି ଖାଲି ନିରାଶାର ବାଲି,ମରୁ-ମରୀଚିକା ସେନେହ ପ୍ରୀତି,ତେବେ କି ଆଶାରେ କହ ଏ ସଂସାରେପର ଲାଗି ନର ମରୁଚି ନିତି ?ପ୍ରେମ ପରା ସହେ ସହି ସୁଖ ପାଏପ୍ରେମ ନ ଜାଣଇ କେବେ ଶୋଚନା,ପ୍ରିୟଜନେ ନୁହେ ପ୍ରେମିକ ବିମୁଖହେଲେ ହେଉ ଯେତେ ଗୁରୁ ଗଞ୍ଜଣା ।ମୋ ପ୍ରେମ କି ସତେ କେବଳ ଛଳନାଲୋଡ଼େ ଅଲକ୍ଷିତେ ଆପଣା ସୁଖ ?କରୁଛି କି ମୁହିଁ ଆତ୍ମ-ପ୍ରବଞ୍ଚନାତେଣୁ ମୋ ମନେ ଏ ଦାରୁଣ ଦୁଃଖ ।ଲଭିଅଛି ଏବେ ଆତ୍ମପରିଚୟଲଭିଅଛି ମୋର ହୃଦ କାଳିମା,କର ପ୍ରାଣସଖା ତିବ୍ର କଷାଘାତପରଖ ଏ ହୃଦ ସହନ ସୀମା ।ବିଷାକ୍ତ ନୟନେ ମୋ ସରଳ ପ୍ରାଣେଦେଖ ଯେବେ ସଖା କପଟ-କାଳି,ଆଖି ପୋଛି ଦେଖ ମୋ ହୃଦେ ତୋ ହୃଦ,ଆତ୍ମପରିଚୟେ ନ ଦିଅ ଗାଳି ।ଗାଳି ଗଞ୍ଜଣାକୁ ନାହିଁ ମୋର ଛଳତୁମ ଅନୁତାପ ଏକ ଶୋଚନା,ପାଅ ଯେବେ ସୁଖ ସେ କଟୁ ବଚନେଦେବ ତା ମୋ ହୃଦେ ମଧୁ ମୁର୍ଚ୍ଛନା ।ଫୁଲ ପରି ପ୍ରେମ ଝାଉଁଳେ କି ବନେପ୍ରେମ ଯେ ଅନନ୍ତ ଅକ୍ଷୟ ଧାରା,ଦୂର କଲେ ମତେ ହେବ କି ଅନ୍ତରତୁମେ ଯେ ମୋ ପ୍ରାଣ-ପ୍ରଣୟ-କାରା ।ଏ ଜୀବନେ ପ୍ରେମ ନୁହେ ଅବସାନଅନ୍ୟ ସ୍ଥାନେ ପୁଣି ହେବ ତ ଦେଖା,ଶୁଦ୍ଧ ନେତ୍ରେ ତହିଁ ଦେଖିବ ମୋ ହୃଦେପ୍ରେମ ରସାଣିତ ଅମୃତ ଲେଖା ।ପ୍ରେମେ ଅବଗାହି ନିଜ ପରିଚୟପାଇଅଛି ମୁଁ ଏ କ୍ଷୁଦ୍ର ଜୀବନେ,ମୋ ହୃଦ-କଲ୍ଲୋଳ ଉଛୁଳେ ଉଲ୍ଲାସେଜଳେ ସ୍ଥଳେ ଫଳେ ଫୁଲେ ଗଗନେ ।ଶତ ଆବର୍ଜନା ସହସ୍ର ତାଡ଼ନାକିବା ଶତ ସ୍ନିଗ୍ଧ ସୁମନ-ହାର,ଏ ପ୍ରେମେ-କଲ୍ଲୋଳେ ସମାନ ସକଳେପରମ ସାଦର ସ୍ନେହ ସମ୍ଭାର ।ନିଜକୁ ଭୁଲି ମୁଁ ପାଇଅଛି ସଖାନିଜ ପରିଚୟ ନିଜ ତୃପତି,ତବ କଷାଘାତେ ଜନମିଛି ମୋରକଠୋର ପ୍ରହାର ସହା ଶକତି ।ଗାଢ଼ ଆଲିଙ୍ଗନ ସୁଚାରୁ ଚୁମ୍ବନଅଶ୍ରୁଧାରା ଯେଉଁ ପ୍ରେମ ବ୍ୟଞ୍ଜନା,ଲୋହିତ ଲୋଚନ ନିଷ୍ଠୁର ବଚନଓଲଟ ଈକ୍ଷଣେ ତାର ଲାଞ୍ଛନା ।ଏ ବେନି ବିଭାବ ହେଲା ଅନୁଭବଅଳପ ଦିବସେ ତୁମ ସଙ୍ଗତେ,କେତେ ସୁଖଦୁଃଖ ସୁହାସ ଲୋତକନିଭାଇଲି ଏହି ଅଙ୍ଗେ ଗୁପତେ ।ତବ କୋପାନଳେ ବିଦଗଧ ହୋଇଝଳିଛି ଦି’ଗୁଣେ ଏ ମୋ ପରାଣ,ବୁଝିଛି ଜଗତେ ରୋଷ ତୋଷ ବେନିପ୍ରେମମୟଙ୍କର ପ୍ରେମ ପ୍ରଦାନ ।ତାଙ୍କ ପ୍ରେମ-ରାଜ୍ୟେ ନାହିଁ ଅସୁନ୍ଦରଅସତ୍ୟ ଅନ୍ୟାୟ ଅଶୁଭ ବିନ୍ଦୁକି ମୋର ଭାବନା ମୋ ପ୍ରାଣ-ପ୍ରବାହଭେଟିଅଛି ଆଜି ସେ ପ୍ରେମସିନ୍ଧୁ ।କାହିଁ ଅଛ ?କାହିଁ ଅଛ ନାଥ ପରାଣ ଦେବତାଦେଖାଦିଅ ମତେ ଥରେ ହେ,ଭବ-ପାରାବାରେ ବିଷମ ପ୍ରହାରେଏ ହୃଦୟ ମୋର ଥରେ ହେ ।ତୁମେ ପରା ପ୍ରଭୁ ମୋ ଅନ୍ତରଯାମୀଦିଶୁନାହିଁ ତ ଅନ୍ତରେ ହେ,ରହିଥିଲେ ଲୁଚି ଦିଅ ବେଗେ ସୂଚିଦେଖାହେବ କି ମନ୍ତରେ ହେ ।ସାରା ବିଶ୍ୱ ଭରି ପ୍ରକାଶିଛ ହରି !ବେଦ ବନ୍ଦେ ସଙ୍ଗୀତରେ ହେ,ରୂପ ରେଖ କାହିଁ ଏବେ ଦିଶୁ ନାହିଁବାହାରେ କିବା ଭିତରେ ହେ ।ସେ ଦିବ୍ୟ-ଅଞ୍ଜନ ପ୍ରଭୁ ନିରଞ୍ଜନ !ଦିଅ ଏ ନେତ୍ରରେ ବାରେ ହେ,ତବ ଜ୍ୟୋତିରେଖା ହେଉ ପଥେ ଦେଖାଆଜି ଅମା-ଅନ୍ଧକାରେ ହେ ।ଆହା ଚାଲିଗଲେ !କି ମୋହନିଦ୍ରା ମୋତେ ଘୋଟିଥିଲାକିପାଁ ପାପ ଆଖି ନ ଫିଟିଲା । ଘୋଷା ।ପାଖରେ ମୋର ବସିଚାରୁ ମୋହନବଂଶୀବଜାଇ କି ବେଗେ ସେ ଚାଲିଗଲା ।ଡାକିଲା କେତେ ଥରହେବାକୁ ଉଜାଗର,ପଦେ ହେଲେ ଉତ୍ତର ନ ଆସିଲା ।ମୋ କକ୍ଷ ଅନ୍ଧକୂପସେ ପ୍ରଭାମୟ ରୂପଆଲୋକ କାହିଁ କ୍ଷଣେ ଲିଭିଗଲା ।ନ ମେଲିଲି ନୟନପଥେ ପଡ଼ିବା ଧନଏ ଭାଗ୍ୟହୀନ ନେତ୍ର ନ ଦେଖିଲା ।ପିତୃପକ୍ଷ ତର୍ପଣଆସିଅଛି ପିତୃପକ୍ଷ କରୁଛି ତର୍ପଣମନ୍ତ୍ରପାଠ ତିଳୋଦକେ କରେଁ ସମର୍ପଣ ।ପିତୃ ପିତାମହଗଣ ବୈଦିକ ବିଧାନେ,ଦେବଗଣେ ଋଷିଗଣେ ପୂଜେ ଜଳଦାନେ ।ଅଧିକ କରିବି କିବା ଏଥି କାରାବାସେ,ଏ ଆଶ୍ୱାସ ସଙ୍ଗେ ମନେ ସଂଶୟ ମୋ ଆସେ ।ମୁଁ ଯେ କାରାଗାରେ ବନ୍ଦୀ, ବନ୍ଦୀର ତର୍ପଣକରନ୍ତି କି ପିତୃଲୋକେ ସାଦରେ ଗ୍ରହଣ ?ବନ୍ଦୀ ଉଚ୍ଚାରିତ ସ୍ୱାହା ସ୍ୱଧା ବଷଟ୍କାରଦିଅଇ କି ପିତୃଲୋକେ ଶୁଦ୍ଧ ସୁଧାଧାର ?ବନ୍ଦୀ ପରା ଅପରାଧୀ କଳୁଷିତ ପ୍ରାଣ ,ପିତୃ ଦେବଗଣେ ଗ୍ରାହ୍ୟ କିପରି ତା ଦାନ ?ଅକାରଣ ତେବେ କି ମୋ ଉଦକ-ଅଞ୍ଜଳି,ଏ ତିଳ ତଣ୍ଡୁଳ ମାତ୍ର କାକ-ଶ୍ୱାନ-ବଳି ?କରୁଛି କି ପଣ୍ଡଶ୍ରମ ଉଷୀର କର୍ଷଣ,କାରାଗାର କଷ୍ଟସାଧ୍ୟ ବୃଥା ଆୟୋଜନ ?ନିରାଶା ସଂଶୟେ ପ୍ରାଣ ବ୍ୟାକୁଳ ବିଶେଷ,କେ ଏଥି ତୋଷିବ ମନ ଦେଇ ଉପଦେଶ ?ମୁଁ କି ଦୋଷୀ ? ପଚାରିଲେ ଅନ୍ତରେ ଅନାଇଁଅନ୍ତରୁ ଉତ୍ତର ଆସେ ନାହିଁ ନାହିଁ ନାହିଁ ।ନୁହେ ନରହନ୍ତା କିବା ପରଧନହାରୀ,ପରଶି ନାହିଁ ଏ ତନୁ କେବେ ପର ନାରୀ ।ଜ୍ଞାତସାରେ ଦେଇନାହିଁ ପର ପ୍ରାଣେ ପୀଡ଼ାଅପରାଧେ ଅନ୍ୟ ପାଶେ ହୋଇନାହିଁ ଛିଡ଼ା ।ହରି ନାହିଁ କେବେ ଶସ୍ୟ ବଳେ ପର କ୍ଷେତୁଁ,କାଟି ନାହିଁ ସାଧାରଣ ଜଳାଶୟ ସେତୁ ।କରି ନାହିଁ ଶାନ୍ତିଭଙ୍ଗେ କାହିଁ ଆୟୋଜନ,ଦେଇ ନାହିଁ ଜାତି-ଧର୍ମ-ବିଦ୍ୱେଷ-ଭାଷଣ ।କରି ନାହିଁ ପରନିନ୍ଦା ଈର୍ଷା ସହକାରେ,ଅପରାଧେ କଳୁଷିତ ତେବେ କି ପ୍ରକାରେ, ?କହନ୍ତି ମତେ ସେ ରାଜନୀତି-ଅପରାଧୀ,ରାଜାପ୍ରତି ମନେହେଲେ କେବେ ନାହିଁ ବାଧି ।ରାଜା ପ୍ରଜାଙ୍କର ଶାନ୍ତି ଶୁଭ ଅଭିଳାଷେ,ପ୍ରତ୍ୟହ ପ୍ରାର୍ଥନା ମୋର ବିଭୁପଦ ପାଶେ ।କାହିଁ ରାଜଧର୍ମ ଆଜି ପବିତ୍ର ପ୍ରଭାତେ,ମରନ୍ତି ଯେ ଦେଶେ ପ୍ରଜା ଦୁର୍ଭିକ୍ଷ ଆରତେ ?ସୀତା ଦମୟନ୍ତୀ ବଂଶେ ଜାତ କୁଳାଙ୍ଗନା,ଲଭନ୍ତି ଯେ ଦେଶେ ଆଜି ଘୋର ନିର୍ଯ୍ୟାତନା ।ପ୍ରଜା ଲାଗି ସର୍ବତ୍ୟାଗ ଯହିଁ ରାଜନୀତି,ମହାରାଜା ରାମଚନ୍ଦ୍ର ଲୋଡ଼ି ପ୍ରଜାପ୍ରୀତି ।ତେଜିଥିଲେ ପ୍ରାଣପ୍ରିୟା ସୀତା ବନବାସେ,ଏହିକି ସେ ଦେଶ ଯହିଁ ପ୍ରଜାହିତ ଆଶେ,ଜ୍ୟେଷ୍ଠସୁତ ଅସମଞ୍ଜେ ସଗର ରାଜନଅକାତରେ କରିଥିଲେ ଦେଶୁଁ ବିସର୍ଜନ ?ରାଜପଦ ଅର୍ଥ ଯହିଁ ପରଜା ରଞ୍ଜନ,ସହେ ପ୍ରଜା ତହିଁ ଏବେ କି ଗୁରୁ ଗଞ୍ଜନ ?ରାଜଧର୍ମ କ୍ଷାତ୍ରଧର୍ମ କ୍ଷତୁଁ କରେ ତ୍ରାଣ,ରାଜନୀତି ଚୋଟେ ଯେବେ କ୍ଷତ ପ୍ରଜାପ୍ରାଣ ।ରାଜନୀତି ଚୋଟେ ଯେବେ ରାଜନୀତି ନାମେ,ସତ୍ୟ ରାଜନୀତି କାହିଁ ଏ ଭାରତ ଧାମେ ?ପ୍ରଜା ଲାଗି ରାଜା, ପ୍ରଜା ହିତେ ରାଜନୀତି,ପ୍ରଜା ଇଚ୍ଛା ଅଭିମତ ରାଜ୍ୟ ମୂଳଭିତ୍ତି ।ସାର୍ବଭୌମ ସନାତନ ଏ ଶାସନ ବିଧି,ଲଭିଛି ସର୍ବତ୍ର ଆଜି ବିଶେଷ ପ୍ରସିଦ୍ଧି ।ଭାରତ ଶାସନେ କିନ୍ତୁ ବ୍ୟବସ୍ଥା ସ୍ୱତନ୍ତ୍ରଏ ରାଜ୍ୟେ ଅମାତ୍ୟସଂସ୍ଥା ରାଜନୀତି ଯନ୍ତ୍ର ।କାହିଁ ଏଥି ରାଜା ? ଏ ଯେ ନୌକର-ସାହିପ୍ରଜା ଶୁଖ ଶାନ୍ତି ନାମେ ବୃଥାଧର୍ମଦ୍ୱାହି ।ପ୍ରଜାହିତ ପ୍ରଜାମତ ଛଳନା କେବଳ,ପ୍ରେଷ୍ୟ ଗୋଷ୍ଠୀ ଇଚ୍ଛାଧୀନ ଏ ଶାସନ କଳ ।ସ୍ୱାଧୀନତା ମାନବର ଜନ୍ମ ଅଧିକାରସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର,ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି,ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି ।ଭାରତେ ଅମାତ୍ୟସଂସ୍ଥା ରାଜନୀତି ଆଜଓପାଡ଼ି ଏ ଚାରି ସ୍ତମ୍ଭ ଭାଙ୍ଗିଛି ସମାଜ;ଦେବଭୂମି କର୍ମଭୂମି ଧର୍ମଭୂମି ସାରଭାରତରେ ନାହିଁ ନର ଜନ୍ମ ଅଧିକାର ।ଆର୍ଯ୍ୟଋଷି ପ୍ରତିଷ୍ଠିତ ପବିତ୍ର ଭାରତନିସ୍ତେଜ ନିଷ୍ପ୍ରଭ ଦୀନ ପରପଦାନତ ।ଦେଖି ଏ ଦୁର୍ଗତି ମୋର ପିତୃ ପିତାମହଅନ୍ତରୀକ୍ଷେ ଦେବଗଣ ଋଷିଗଣ ସହବିକଳେ କାନ୍ଦନ୍ତି,ମୋର ହୃଦେ ଏ ପ୍ରତୀତି,ମାନିବି କିପରି ତେବେ ଏ ଶାସନନୀତି ?ରାଜନୀତି ଉଲ୍ଲଙ୍ଘନେ ନାହିଁ ମୋର ଦୋଷଏଥି ମୋର ପିତୃଗଣ ଲଭନ୍ତି ସନ୍ତୋଷ ।ନୁହେଁ ଯେଉଁ ନୀତି ପ୍ରଜାମତ ଅନୁକୂଳଯାର ନିଷ୍ପେଷଣେ ପ୍ରଜା ବିବ୍ରତ ବ୍ୟାକୁଳ,ଯାର ବ୍ୟୂହେ ଏକ ଦେଶେ ଅନ୍ୟ ଅଧିଗତ,ଏକ ଜାତି ଅନ୍ୟ ଜାତି ଚିର ପଦାନତ,ଯାର ଚକ୍ରେ ତ୍ରିଂଶ କୋଟି ଭାରତ ସନ୍ତାନନିଜ ବାସେ ପରବାସୀ ନିଜ ଦେଶେ ଶ୍ୱାନ,ଯାର ଫଳେ ଉପବାସୀ ମୋର ଦେଶବାସୀଭାରତ ଜନନୀ ମୋ ପରଦ୍ୱାରେ ଦାସୀ,ନୁହେ ସେ ନୀତି ମୋ ପିତୃ ଦେବର୍ଷିସମ୍ମତ,ନୁହେଁ ତାହା ଆର୍ଯ୍ୟଧର୍ମ ନ୍ୟାୟ ସୁସଙ୍ଗତ ।ଅପରାଧେ ନୁହେ ନିଶ୍ଚେ ସେ ନୀତି ଲଙ୍ଘନ,ଭାରତର ଧର୍ମ ଯାର ଉଚ୍ଛେଦ ସାଧନ ।ଆସ ବିଶ୍ୱଦେବା, ଆସ ମହର୍ଷିନିବହଆସ କୁରୁକୁଳ ବୃଦ୍ଧ ଭୀଷ୍ମ ପିତାମହ !ଆସ ବର୍ହିଷଦ ଆଦି ସର୍ବ ପିତୃଗଣ,ଆସ ସର୍ବ ବସୁ ଯମ ଅନଳ ପବନ;ଆସ ବନସ୍ପତି ଗିରି ସରିତ ସାଗର,କେଚର ଭୂଚର ଯକ୍ଷ ପିଶାଚ କିନ୍ନର,ନିଖିଳ ବ୍ରହ୍ମାଣ୍ଡବାସୀ ସର୍ବ ଚରାଚର,ଦେବତା ଅସୁର ନାଗ ରକ୍ଷ ସିଦ୍ଧ ନରଆସ ମୋର ପିତୃ ମାତୃ ମାତାମହଗଣ,ଘେନ ସର୍ବେ ଏଥି ମୋର ଭକ୍ତି ଆବାହନ ।ଘେନ ମୋର ଜଳାଞ୍ଜଳି ଘେନ ନମସ୍କାର,ଦିବ୍ୟ ଅବଧାନେ ସର୍ବେ କର ହେ ବିଚାର ।ନ୍ୟାୟର ନିର୍ମମ ତୁଳେ ତୁଳି କହ ଫେଡ଼ି,ଯେ କାରଣେ ଲାଗିଛି ମୋ ହାତେ ଲୁହାବେଡ଼ି,ଯେ ବ୍ୟାପାରେ ଭୋଗେ ମୁହିଁ ଆଜି କାରାଗାରକହି ତହିଁ ଅପରାଧ ଯଥାର୍ଥ କାହାର ?ମୁଁ କି ଏକା ? ଶତ ଶତ ଭାରତ-ସନ୍ତାନ,ଭୋଗିଛନ୍ତି ଅକାତରେ କାରା ଅପମାନ ।ଭୋଗନ୍ତି ଅଦ୍ୟାପି କେତେ ଦାରୁଣ ଯାତନାତେଜି ଜୀବନର ସୁଖ ସମ୍ଭୋଗ ବାସନା ।ଶୋଣିତ-ପିପାସୁ ଘୋର ପାଶବ ସଭ୍ୟତାନାଶିବାକୁ ପ୍ରଚାରେ ଯେ ଅହିଂସା ବାରତା;ଜିଙ୍ଘାସା ବିଷାକ୍ତ ନରେ ଶାନ୍ତି ସୁଧା ପଥଦେଖାଇବା ଜୀବନରେ ଯାର ମୁଖ୍ୟବ୍ରତ,ଶମ ଦମ ସତ୍ୟ ଶୁଦ୍ଧ ତ୍ୟାଗପୂତ ପ୍ରାଣମାନବ-ଗୌରବ ଗାନ୍ଧି ଭାରତ-ସନ୍ତାନ,ଦୀର୍ଘକାଳ ଲାଗି ଏବେ ବନ୍ଦୀ କାରଗାରେ,କାହା ଦୋଷ ଏଥି ? କହ ଉଚିତ ବିଚାରେ ।ରାଜଭକ୍ତି ଭାରତରେ ଚିର ଶାସ୍ତ୍ରବିଧି,ନୃପତି ଭାରତ-ନେତ୍ରେ ଦେବ-ପ୍ରତିନିଧିତୁଟୁଛି ଭାରତ ଯେବେ ଆଜି ଏ ବିଶ୍ୱାସ,କୋଟି କୋଟି ପ୍ରାଣେ ଦୀର୍ଘ ନିରାଶା ନିଶ୍ୱାସ,କାହାର ଏ ଅପରାଧ ? କେ ଏଥିର ହେତୁ ?ଭାଙ୍ଗିଛି କେ ଶାସନର ସନାତନ ସେତୁ ?ଯେ ଅମାତ୍ୟସଂସ୍ଥା ନୀତି ଅନିଷ୍ଟର ମୂଳ,ଯାହାର ପ୍ରଭାବେ ପ୍ରଜା ବ୍ୟଥିତ ବ୍ୟାକୁଳ,ରକ୍ତ-ମାଂସ ଦେହ ଧରି ଆଉ କେତେ ଦିନଭାରତେ ରହିବ ନର ସେ ନୀତି ଅଧୀନ ?ଯେ ବିଧାନେ ସର୍ବେସର୍ବା ରାଜପ୍ରେଷ୍ୟଗଣ,ପ୍ରଜାକୁଳ ସହେ ଯହିଁ ନିତ୍ୟ ନିଷ୍ପେଷଣ ।ଶାସନ ବୋଇଲେ ଯହିଁ କେବଳ ପ୍ରହାରପାଳନର ଅର୍ଥେ ପ୍ରଜା ବୁଝେ କରଭାର,ସମ୍ପଦ ଶଠତା ଯହିଁ ପାଏ ସମ୍ବର୍ଦ୍ଧନା,ଦରିଦ୍ର ନୀରିହ ପ୍ରଜା ଭୋଗେ ନିର୍ଯାତନା ।ମାନବ-କର୍ତ୍ତବ୍ୟ-ଜ୍ଞାନ ଥିବ ଯାର ଲେଶଅନୁଭବେ ଅନ୍ତରେ ଯେ ‘ମୋ ଜାତି ମୋ ଦେଶ’ଅହିଂସାର ଶାନ୍ତି-ପଥେ ଏଥି ପ୍ରତିବାଦକର ଯେବେ ସେହି ତାର କିବା ଅପରାଧ ?ଏହି ଅପରାଧେ ଗାନ୍ଧି ଏବେ କାରାଗାରେ,ଏହି ଅପରାଧେ ଦଣ୍ଡ ଘଟିଛି ମୋଠାରେ ।ଭୋଗୁଛନ୍ତି ଦଣ୍ଡ କେତେ ଗୃହସ୍ଥ ସନ୍ନ୍ୟାସୀଏଥି କାହା ଦୋଷ କହ ତ୍ରିଲୋକ-ନୀବାସୀ ?ପ୍ରେଷ୍ୟପ୍ରତିଷ୍ଠିତ ହେଲେ ଶାସନପଦ୍ଧତି,ଲଭେ ପ୍ରଜାକୁଳ ନାନା ବିଷମ ଦୁର୍ଗତି,ପ୍ରଜାସାଧାରଣ ମତେ ଯେବେ ଉପେକ୍ଷିତଅଶାନ୍ତି ଅନଳ ହୁଏ ହୃଦୟେ ସଞ୍ଚିତ,ଦମନେ-ପବନେ ଥରେ ଜଳିଗଲେ ପାବକମାନେ ନାହିଁ ବେଡ଼ି ଶୂଳି କୃପାଣ ସାୟକ ।ଉଠେ ସେ ଦାବାଗ୍ନି କ୍ରମେ ମହାରୁଦ୍ରବେଶେ,ଭୀଷଣ ବିପ୍ଳବ ବାତ୍ୟା ବହେ ସାରା ଦେଶେ ।ବରଷେ ଶୋଣିତଧାରା ଭାବେ ରସାତଳ,ଅବଶେଷେ ପ୍ରଜା ପଦେ ନମେ ରାଜବଳ ।ମାନବ-ଜଗତେ ଏହି ଗତି ପୁରାତନ,ଦିଏ ଇତିହାସ ଯାର ଶତ ନିଦର୍ଶନ ।ନ ଉଠୁ ଏ ଭାରତେ ସେ ହିଂସାନଳ ଶିଖା,ନ ଆସୁ ରକ୍ତାକ୍ତ ହତ୍ୟା ଭୀମ-ବିଭୀଷିକା ।ଅହିଂସାର ଆଦି ସ୍ଥାନ ଏ ଋଷି ଆଶ୍ରମଶିଖାଉ ଜଗତେ ପୁଣି ଅହିଂସା ନିୟମ ।ଏଥିଲାଗି ଗାନ୍ଧି କଳେ ଅହିଂସା ପ୍ରଚାରଚଉଦିଗେ ବ୍ୟାପିଲା ସେ ଶୁଭ ସମାଚାର ।ଅହିଂସାର ମହାମନ୍ତ୍ର କୋଟି ନରନାରୀଜାଗିଲା ଭାରତେ ଗୃହୀ ତ୍ୟାଗୀ ବ୍ରହ୍ମଚାରୀ ।ପୁରପଲ୍ଲୀ ଗିରି ବନେ ଉଠେ ଶାନ୍ତି ତାନ,ନବ ଆଶା ନବୋତ୍ସାହେ ଜାଗେ କୋଟି ପ୍ରାଣଅହିଂସା ବ୍ରହ୍ମାସ୍ତ୍ର ଯିବ ପ୍ରେଷ୍ୟବଳ ନାଶ,ମିଳିବ ସ୍ୱରାଜ୍ୟ-ଦୃଢ଼ ହେଲା ଏ ବିଶ୍ୱାସ ।ଗାନ୍ଧିଙ୍କର ହେଲା ଏହା ମହା ଅପରାଧ,ଗଣିଲେ ଅମତ୍ୟଗଣ ଶାସନ-ପ୍ରମାଦ ।ସାନ ବଡ଼ ଆଉ ଯେତେ ଶାନ୍ତି-ସେନାଗଣ,ଉଡ଼ାଇଲେ ଗ୍ରାମେ ନଗ୍ରେ ଅହିଂସା-କେତନଶିଖାଇଲେ ବୁଝାଇଲେ ଲୋକେ ଆତ୍ମବଳ,ପ୍ରେଷ୍ୟଗଣ ନେତ୍ରେ ହେଲେ ସେ ସକଳେ ଖଳ ।ସେହି ଖଳ ବୋଲି ମୋର ଏବେ କାରାବାସ,ଏଥିରେ ମୋର କି ଦୋଷ ? କର ହେ ପ୍ରକାଶ ।ହେ ଦ୍ୟୁଲୋକବାସୀ ଦେବ ପିତୃଋଷିଗଣ,ସର୍ବଭୂତ ଚରାଚର, ଘେନ ମୋ ତର୍ପଣ ।ଅପରାଧେ କଳୁଷିତ ଯେବେ ମୋ ଅନ୍ତର,ସଦୟେ ସୂଚାଇ କହ, ମୁଁ ଅତି କାତର ।ନାହିଁ ଯେବେ ଦୋଷ ମୋର ବହି ତେବେ ତୁଷ୍ଟି,ଏ ତର୍ପଣ କାଳେ ମୋତେ ଦିଅ ଦିବ୍ୟ ଦୃଷ୍ଟି ।ତୁଟୁ ମୋ ମାନବମୋହ, ଘୁଞ୍ଚୁ ମୋ ସଂଶୟତବପୁଣ୍ୟ ଦିବ୍ୟାଲୋକ ଆଲୋକୁ ହୃଦୟ ।ଏହି ଯେ ଦେଖେଁ ମୁଁ ସର୍ବେ ଅନ୍ତରୀକ୍ଷେ ଠୁଳ,ଦିଶନ୍ତି ଉଦ୍ବିଗ୍ନ ବ୍ୟସ୍ତ ବ୍ୟଥିତ ବ୍ୟାକୁଳ ।ଆସି ନାହିଁ କିପାଁ ଏଥି ଆବାହନ ସ୍ଥାନେ,ଘଟିଛି କି ବ୍ୟତିକ୍ରମ ତର୍ପଣ-ବିଧାନେ ?କାରାଗରେ କରିବି ମୁଁ କିବା ଆୟୋଜନ ?ଆନ୍ତରିକ ଶ୍ରଦ୍ଧା ମୋର କର ହେ ଗ୍ରହଣ ।ପର ଭୂମେ ପିତୃକାର୍ଯ୍ୟ ନୁହେ ସୁବିହିତ,ଓହ୍ଲାଇବା ପାଇଁ ତେଣୁ ହୁଅ କି ଶଙ୍କିତ ?ଦେଖି ନିଜ ବଂଶେ ଜାତ ଭାରତ-ନିବାସୀ,ନିଜ ଦେଶେ ପରଦେଶୀ ସ୍ୱଗୃହେ ପ୍ରବାସୀ ।ହେ ଭାରତପୂଜ୍ୟ ପୂର୍ବ ପିତୃ-ପିତାମହ,ଦେଖେଁ ତବ ନେତ୍ରୁ ଅଶ୍ରୁ ବହେ ଅହରହ ।ପରଶ-ଅଯୋଗ୍ୟ ଜନ ପାଶୁଁ ରହି ଦୂରେ,ଶୁଦ୍ଧଦେହୀ ନିଏ କିଛି ଯେସନ ଆତୁରେ,ବଢ଼ାଇ ଅନିଚ୍ଛା ସହ କର ଶଙ୍କୁଚିତେ,ଦେଖୁଛି ମୋ ତିଳୋଦକ ନେଉଛ କୁଣ୍ଠିତେ ।ଅସ୍ପୃଶ୍ୟ ମୁଁ ପରାଧୀନ ଏ ଦୁଃଖ ଭାବନାଦିଏ ହୃଦେ ଅନୁକ୍ଷଣ ଅସହ୍ୟ ବେଦନା ।ତବ ଗଢ଼ା ଦେବାଳୟେ ନୁହେଁ ଅଧିକାରୀ,ତବ ପ୍ରତିଷ୍ଠିତ ରାଜ୍ୟେ ମୁଁ ଦିନ ଭିକାରି ।ତବ ମର ତନୁ ଯହିଁ ମିଶିଛି ମାଟିରେ,ପଡ଼ିଅଛି ଅସ୍ଥି ତବ ଯେଉଁ ନଦୀନୀରେ ।ସେ ପୁଣ୍ୟ ଶ୍ମଶାନ ନୁହେ ମୋର ଅଧିକାରେ,ଅନାଦୃତ ଶ୍ୱାନ ମୁହିଁ ଭାଗିରଥୀ ତୀରେ ।ଜାତି ଧର୍ମ ନିର୍ବିଶେଷେ ଭାରତ ତନୟ,ଭୋଗନ୍ତି ସରବେ ଏହି ଦଶା ବିପର୍ଯ୍ୟୟ ।ପିତୃରାଜ୍ୟେ ନାହିଁ ଯାର ପୂର୍ଣ୍ଣ ଅଧିକାର,ସେ ଅଧମ ସୁତ ଶିରେ ସହସ୍ର ଧିକ୍କାର ।ସର୍ବସ୍ୱାନ୍ତ ପରାଧୀନ ହୋଇ ପିତୃଗଣଅକିଞ୍ଚନ ଭାବେ ଯେବେ ତେଜନ୍ତି ଜୀବନ ।ସେହି ଏକା ସୁସନ୍ତାନ କୁଳର ଗୌରବ,ଆଣେ ଯେ ଫେରାଇ ପୁଣି ଅତୀତ ବିଭବ,ସେ ଏକା ଦାୟଦ ନାମ କରଇ ସାର୍ଥକଯା ଯୋଗେ ତରନ୍ତି ପିତୃ ଦାସତ୍ୱ ନରକ ।ଜନନୀ ଓ ଜନ୍ମଭୂମି ସ୍ୱଗୁଁ ଗରୀୟସୀ,ଗାଇଲେ ଯେ ପୁଣ୍ୟଶ୍ଳୋକ ସୁକବି ମହର୍ଷି ।ନ ବୁଝେ ମହତ୍ୱ ତାର ତବ କୁଳୋଦ୍ଭବ,ନ କରେ ସେ ଦେଶପ୍ରେମ ପ୍ରାଣେ ଅନୁଭବ ।ଥେଥିଲାଗି ମନେ ପରା କରୁଛ ଶୋଚନା,ଦେଖି ଏ ପବିତ୍ରଭୂମି ଦୁଃସହ ଲାଞ୍ଛନା !ଶରଣ୍ୟ ବରଣ୍ୟେ ଦେବଋଷି ପିତୃଗଣେ,ତର୍ପଣ କରେ ଯେ କାରା ଆବଦ୍ଧ ପ୍ରାଙ୍ଗଣେ ।କଳ୍ପନାର ଦିବ୍ୟ ନେତ୍ରେ ଦେଖେଁ ଯେ ଆକାଶେ,ତବ ଶୋକୋକୁଳ ଛବି ସୁସ୍ପଷ୍ଟ ପ୍ରକାଶେ ।କି ଦୁଃଖ ଆବେଗେ ମୋର ବିଦୀର୍ଣ୍ଣ ହୃଦୟ,ମୁଁ କି ସେ ସ୍ୱାଧୀନ ଆର୍ଯ୍ୟ ମହର୍ଷିତନୟ;ଯାହାର ସ୍ୱାଧୀନ ଚିନ୍ତା ଦିଗ ଦିଗନ୍ତରେବିସ୍ତାରିଲା ଜ୍ଞାନଲୋକ ଧରଣୀ-ପୃଷ୍ଠରେ ?ଗଙ୍ଗା ଗୋଦାବରୀ ଆଦି ପବିତ୍ର ସରିତେ,ଏ କାରା ଉଦକେ ଆଣି କଳ୍ପେ ମୁଁ ଯେ ଚିତ୍ତେ ।ଅଛି କି ସେ ନଦୀ ନଦେ ସ୍ୱର୍ଗୀୟ କରଣି,ଅଛି କି ସେଥିରେ ମୋର ସ୍ୱଚ୍ଛନ୍ଦ ସରଣି ?ବିଶ୍ୱବାସୀ ଚରାଚରେ କରି ଆମନ୍ତ୍ରଣ,ମୁଁ ଯେ ଏଥି କରେ ଜଳ ଅଞ୍ଜଳି ଅର୍ପଣ ।ସେ ସାରା ବିଶ୍ୱରେ ମୋରେ ଅଛି କାହିଁ ସ୍ଥାନ ?ସର୍ବତ୍ର ମୋ ଭାଗ୍ୟେ ଘୋର ପୀଡ଼ା ଅପମାନ ।ଏ ଦାରୁଣ ଚିନ୍ତାରାଶି ଦିଏ ଯେ ଯନ୍ତ୍ରଣାତାହା କି ହେ ସ୍ୱର୍ଗବାସୀ ତୁମ୍ଭଙ୍କୁ ଅଜଣା ?ଜାଣୁଅଛ ଯେବେ ମୋର ଅନ୍ତର କଷଣ,ଅନୁଗ୍ରହେ କର ତବ ଆଶିଷ ବର୍ଷଣ ।ତୁମ୍ଭର ସୁକୃତବଳେ ଏତେକାଳ ଆଜ,ଭାରତ-ସନ୍ତାନ ହୃଦେ ଅଙ୍କୁରେ ସ୍ୱରାଜ୍ୟ ।ଆସୁ ସ୍ୱର୍ଗରାଜ୍ୟୁଁ ତବ ପବିତ୍ର ପେରଣା,ଝରୁ ଶୁଭ ଆଶୀର୍ବାଦ ଅମୃତ-ଝରଣା,ପଡ଼ୁ ଏ ଭାରତେ-ପ୍ରାଣେ ସ୍ୱର୍ଗୀୟ କିରଣନନ୍ଦନକାନନୁ ବହୁ ସ୍ନିଗ୍ଧ ସମୀରଣ,ସ୍ୱରାଜ୍ୟ ଅଙ୍କୁର କ୍ରମେ ହେଉ କଳ୍ପତରୁ,ଭାରତ ଅଭୀଷ୍ଟ ଶାଖା ଫୁଲ ଫଳ ଧରୁ,ଭାରତ-ପ୍ରଭାବେ ହେଉ ସାର୍ଥ ଋଷିବାଣୀମଧୁମୟ ଭାବେ ମତ୍ତ ହେଉ ବିଶ୍ୱପ୍ରାଣୀ ।ସର୍ବ ସିନ୍ଧୁ ସ୍ରୋତେ କ୍ଷରୁ ମଧୁମୟ ନୀରବହୁ ମଧୁମୟ ଗନ୍ଧ ଶୀତଳ ସମୀର ।ମଧୁମୟ ରସେ ପୁଷ୍ଟ ହେଉ ବନସ୍ପତି,ମଧୁମୟେ ରସେ ଶୋଭୁ ସର୍ବ ବସୁମତୀ ।ହେଉ ମଧୁମୟ ଉଷା ପ୍ରଦୋଷ ରଜନୀ,ନଭୋଦେଶେ ମଧୁମୟ ରବି ଦିନମଣି ।ମଧୁମୟ ଋତେ ହେଉ ବିଶ୍ୱ ନିନାଦିତ,ଉଠୁ ବିଶ୍ୱପ୍ରାଣେ ମଧୁ ଅମୃତ-ସଙ୍ଗୀତ ।ବନ୍ଦୀର ବିରହ-ବ୍ୟଥାମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ,ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମଦେଶ ।ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତର,ନାନାରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର ।ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ,ତରୁ ଗିରି ଛାୟା ବିସ୍ତାରି ପାଦେ କରେ ପ୍ରଣାମ ।ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମବରଣୀ ପାଟ,ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ ।ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି,ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି ।ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗଧ କନକ କର,କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର ।ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର,କହନ୍ତି “ଅଚିରେ ଫେରିବି ଧନି ! ନୁହ କାତର ।”ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀ-କପୋଳେ,ତା ମଧ୍ୟରେ କିନ୍ତୁ ବିରହ-ଦୁଃଖ-କାଳିମା ଦୋଳେ ।ରବି ଲାସ୍ୟହାସ୍ୟେ ପ୍ରକଟେ ଗୁରୁ ବିଷାଦରେଖା,ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା ।ଆହା, ପ୍ରିୟଜନ ବିରହ କି ଦାରୁଣ କଷଣ ?ପ୍ରୀତିପାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ ।ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା,ପଲକେ ପଲକେ ପଡ଼ଇ ମନେ କେତେ କି କଥା ।ସମ୍ଭାଳ ଟିକିଏ ସିପାହି ଚାବି ନ ଦିଅ ଦ୍ୱାରେ,ପ୍ରଣୟ ପ୍ରଭାବ ଦେଖବି କ୍ଷଣେ ରହି ବାହାରେ ।ପ୍ରଣୟ-ପୀୟୁଷେ ମିଶିଛି କିପାଁ ବିରହ-ବିଷ,ବିଶ୍ୱବାସୀ ପ୍ରତି ବିଚିତ୍ର ଏ କି ବିଧି ଆଶିଷ ?ସୁନ୍ଦର ସରୋଜ ଚରଣେ କିପାଁ ଜଡ଼ିତ ଅହି,ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି ?ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦୀ ଏଠାରେ,ବିରହ-ବିଷମ ବିଷେ ମୋ ମନ ପରାଣ ଘାରେ ।ବିଶ୍ୱ ପ୍ରକୃତିରେ ଦେଖିଲେ ସମ ହୃଦ-ବେଦନା,ତାପିତ ଅନ୍ତରେ ଆସିବ ଅବା କ୍ଷଣେ ସାନ୍ତ୍ୱନା ।ରହ ଆଉ ଦଣ୍ଡେ ସିପାହି କିପାଁ କର କଟାଳ ?କକ୍ଷେ ଅବରୋଧ ସମୟ ପରା ଗୋଧୂଳିକାଳ !ଦେଖ ରତ ରତ ହୁଅଇ ରବି ଏବେ ଗଗନେ,ଆଉ ଟିକିଏ ମୁଁ ବୁଲିବି ଏଥି କାରା-ପ୍ରାଙ୍ଗଣେ ।ଯମଦୂତ ହୃଦେ କରୁଣା କାହୁଁ ବସିବ ତିଳେ ?ଅଧିକ ନ କହି ମର୍ଯ୍ୟାଦା ଜଗି ପଶିବି ବିଳେ ।ବନ୍ଦୀର ସାନ୍ଧ୍ୟ ଭକ୍ତିସତ୍ୟ ସ୍ୱାଧୀନତା ଲାଗି ଯାର କାରାବାସ,ତା ଲାଗି ଏ ପୁଣ୍ୟବଳେ କରେଁ ମୁଁ ବିଶ୍ୱାସ ।ପଶ୍ଚିମ ଭୂଭାଗେ ଆଜି ଯବନ ମହର୍ଷି,ଶାନ୍ତ ଦାନ୍ତ ମହାଯୋଗୀ ଆଦି ତତ୍ତ୍ୱଦର୍ଶୀ,ଆତ୍ମାର ଅମର ତତ୍ତ୍ୱ ପ୍ରଚାରି ଲୋକରେ,ସତ୍ୟସନ୍ଧ ସକ୍ରେଟିସ୍ ଯେବେ ଅକାତରେ,ପାଷଣ୍ଡ ଶାସନ-ଦଣ୍ଡେ ଦେଖାଇଲେ ଶିର,ମୁଖେ ଯେବେ ବିଷପାତ୍ର ଲଗାଇଲେ ବୀର ।ଆଥେନସ ଆକାଶେ ଏହି ଅସ୍ତମିତ ରବି,ଦେଖାଇଲା ହାସ୍ୟାଭାସେ ନିରାନନ୍ଦ ଛବି ।ବୁଡ଼ି ନାହିଁ ଏବେ ସୂର୍ଯ୍ୟ, ଆସି ନାହିଁ କାଳ,ନ ପିଅ ମହର୍ଷି, ଆଉ ମୁହୂର୍ତ୍ତେ ସମ୍ଭାଳ ।ସବିନୟେ ନିବେଦନ କଲେ ଶିଷ୍ୟଦଳ,ମମତା ଉପେକ୍ଷି ମୁନି ପିଇଲେ ଗରଳ ।ଗଲା ସେ ଅମର ଆତ୍ମା ଛାଡ଼ି ମରକାୟା,ଆଚ୍ଛାଦିଲା ଚଉଦିଗେ ବିଷାଦର ଛାୟା ।ଜାଣି ନ ଥିଲା ଯେ ହୃଦ ଭୟ ପଳାୟନ,ମରଣେ ଯେ ଦେଖୁଥିଲା ଅମର ଜୀବନ,ଚାଲିଗଳା ଚାହୁଁ ଚାହୁଁ ତେଜି ମର୍ତ୍ତ୍ୟବାସ,ବୀର ଗୁଣଗାଥା ଏବେ ଗାଏ ଇତିହାସ ।ଦେଖିଛ ତ ସେ ଘଟନା ବୀର ଦିନନାଥ,ସତ୍ୟ ସ୍ୱାଧୀନତା ପ୍ରତି ଶାସନ ବିତ୍ପାତ ।ଶାନ୍ତି ସୁଶାସନ ନାମେ ପଶୁ ଅତ୍ୟାଚାର,ସତ୍ୟ ସ୍ୱାଧୀନତା ଶିରେ ଉତ୍କଟ ପ୍ରହାର ।କେତେ କାରାଗରେ କେତେ ଘୋର ନିର୍ଯାତନ,କେତେ ସାଧୁହତ୍ୟା କେତେ ବୀର ନିଷ୍ପେଷଣ ।କ୍ରୁର କଦର୍ଥନେ କେତେ ହୃଦ ଖଣ୍ଡ ଖଣ୍ଡ,କେତେ ଦେବଦୂତେ ବୃଥା ଅମାନୁଷ ଦଣ୍ଡ,ମାନବ ସଭ୍ୟତା ମୁଖେ କଳଙ୍କ କାଳିମାଦେଖିଛ ସବିତା, ତାର ନାହିଁ ପରିସୀମା ।କହ ଦେବ ହେଲା କିବା ପରିଣାମ ତାର,ଜଗତରେ କାହା କାର୍ଯ୍ୟ ଲଭିଲା ପ୍ରସାର ?ଉଡ଼ିଅଛି ଅବଶେଷେ ସତ୍ୟର ନିଶାଣ,ବାଜିଅଛି ସ୍ୱାଧୀନତା ବିଜୟବିଷାଣ ।ହୋଇଅଛି ରାଜଶକ୍ତି ଲୀନ କାଳଗ୍ରାସେ,ପାଉଅଛି ଅପଯଶ ଭାବୀ ଇତିହାସେ ।ଏ ସକଳ ଗ୍ରହରାଜ କରିଛ ସାକ୍ଷାତ,ଘେନ ଦେବ ମୋର ସାନ୍ଧ୍ୟ ଭକ୍ତି ପ୍ରଣିପାତ ।ବିଜନ ପ୍ରକୋଷ୍ଠ ଏବେ କରିବି ଆଶ୍ରୟ,ସ୍ମୃତିରେ ସେବିବି ତହିଁ ବସନ୍ତ-ମଳୟ ।ବନ୍ଦୀର ସ୍ୱଦେଶ ଚିନ୍ତାବାହାରେ ବହଇ କେଡ଼େ ସୁଶୀତଳମଧୁର ମଳୟ ମୃଦୁ ମରୁତ,ନବ ମଲ୍ଲୀକଢ଼ି ମୁଡ଼ୁକି ହସଇଭ୍ରମର ଦୋଳାଏ ପ୍ରେମେ ତା ବୃନ୍ତ ।କବାଟ ଫାଙ୍କରେ ଚାହିଁଲେ ବାଙ୍କରେଥରେ ଥରେ ଆସେ ଚୋରା ପବନସେ କି ଗୁପ୍ତଚର, ବାହାର ଖବରଦେଇ ଲୁଚି ଚାଲିଯାଏ ବହନ ।ସେ ସ୍ନିଗ୍ଧ ପରଶେ ନିମିଷ ସଂଭାଷେତାପିତ ପ୍ରାଣ ମୋ ପୂରେ ପୁଲକେ,କେତେ ସୁଖସ୍ମୃତି ଜାଗେ ଏ ଅନ୍ତରେକେତେ ଚାରୁଚିତ୍ର ନାଚେ ପଲକେ ।ମନେ ଏବେ ଆସେ ତରୁଣ ବୟସେବୁଲୁଥିଲି ଯେବେ ଭାର୍ଗବୀ ତୀରେ,ପୁନାଙ୍ଗ ବକୁଳ- ସୌରଭ ସଂକୁଳସୁବାସ ଶୀତ ସଞ୍ଜ ସମୀରେ ।କ୍ଷୀଣତୋୟା ନୀରେ କେଳେ ଧୀରେ ଧୀରେସୁମଞ୍ଜୁଳା ଲଘୁ ଲହରୀମାଳା,ଦକ୍ଷିଣ ଦିଗକୁ କୁଞ୍ଚିତ କୁନ୍ତଳମେଲାଇ ଦେଇଛି କି ପଲ୍ଲୀବାଳା ।ଗ୍ରାମ-ସୀମାନ୍ତିନୀ ଚହଲାଇ ପାଣିକଳସରେ ଯେବେ ନିଅନ୍ତି ଭରି,ନୀଳମଣି ଦାମ ପ୍ରାଏ ସେ ଲହରୀଖଣ୍ଡେଦୂର କ୍ଷଣେ ଯାଏ ପ୍ରସରି ।ଗାଈଆଳ ପିଲା ଗୋଠୁଁ ବାହୁଡ଼ାଇଆଣୁଥାଏ ଗାଈ ବେଣୁ ବଜାଇ,ହାଟକାମ ସାରି ଫେରନ୍ତି ବେପାରୀଭଞ୍ଜ ଚଉପଦୀ ପଦ ପକାଇ ।ଯାଗେଶ୍ୱରୀ ପାଶେ ଦୀପ ଦେଇ ବାସେଆସନ୍ତି କୌତୁକେ କୁମାରୀ କୁଳକିଏ କରେ କଳି ଆନ ସଙ୍ଗେ ଖେଳିକିଏ ବା ଗୋଟାଏ ବଉଳଫୁଲ ।ଯାଉଁଳି କାନ୍ଧରେ କେବେ ବା ବନ୍ଧରେଭଉଣୀ ଆଗରେ ଚାଲଇ ଭାଇ,ଶାଶୁଘରେ ନିଏ ସନ୍ଧ୍ୟା ଦେଖି କହେଚାଣ୍ଡେ ଗୋଡ଼ କାଢ଼ି ଚାଲିବା ପାଇଁ ।ନବ ଯଉବନୀ କାଖେ ପିଲା ଘେନିଚାଲି ନ ପାରଇ ଜଘନ ଭାରେ;ତା ଚାହିଁ ଚପଳ ଯୁବା ସଙ୍ଗୀଦଳପରିହାସେ ଏକ ଆନକୁ ଠାରେ ।କେତେ ଆଡ଼ୁ ଉଡ଼ି ଆସୁଛି ବାଦୁଡ଼ିଝୁଲନ୍ତି ପୁନାଙ୍ଗ-ଫଳିତ-ଶାଖେ,ନଦୀ ଚପେ ଚପେ ପାଦପ ପ୍ରକମ୍ପେଚପଳାଙ୍ଗୀ ଚାହେଁ ଚମକି ପାଖେ ।କାହିଁ ନଦୀଜଳେ ମିଳି ଟୋକା ଦଳେଗୋଳନ୍ତି ଗୋବର ଦେଖାନ୍ତି ହୁଳାମାଛ ଧରିବାର କରନ୍ତି ବିଚାରଦେଇ କାନିଖିଅ ବାଲି ଘୁମୁରା ।ତୀର ସଇକତେ ଆଉ ପିଲା କେତେଖେଳୁଥାନ୍ତି ଉଚ୍ଚେ ଟେକଣି ରାହା,ଗୁଡ଼ିଆଦାଣ୍ଡରେ କେ କାହାକୁ ମାରେକିଏ ହସି ପୁଣି ଦେଖାଏ ବାହା ।ହଳ ଲେଉଟାଇ ଆସୁଥାଏ ଭୋଇମୁଣ୍ଡେ ଘାସଗୋଛା ହାତେ ପାଞ୍ଚଣବଳଦ ଓଡ଼ାଇ ଦିଏ କେବେ ଗାଇ“କିପାଁ ଛାଡ଼ିଗଲୁ ତୁ ଲଇକ୍ଷଣ !’’ବାଟୋଇ ଭିକାରି ବନ୍ଧରୁ ଉତୁରିଆଶ୍ରୟ ଆଶାରେ ଗ୍ରାମରେ ପଶେହୁଏ ଯହିଁ ଗୀତ ଉଚ୍ଚେ ଭାଗବତଶୁଣିବାକୁ ତହିଁ ପିଣ୍ଡାରେ ବସେ ।ପଡ଼ିଯାଏ କ୍ରମେ ଘରକଥା ମନେଅତିଥି ଆଦର ଦେବ ଅର୍ଚ୍ଚନା,କାରାଗାର କକ୍ଷେ କିପାଁଇଁ ଏ ବକ୍ଷେଆଣିବି ଆଉ ସେ ବୃଥା ଭାବନା ।ହେ ବସନ୍ତବାତ ମୋ ଦ୍ୱାରେ ଆଘାତକର ଭଲା ଆଉ ଥରେ ସଦୟେ,ଦକ୍ଷିଣ ଦିଗର କହ ସମାଚାରସିଞ୍ଚ ଶାନ୍ତି-ସୁଧା କ୍ଷଣେ ହୃଦରେ ।ମୋର ପ୍ରିୟସ୍ଥଳୀ କେତେ ନିଉଛାଳିକରିଥିବେ ତବ ଆସିବା ବାଟେ,ଦେଇଥିବେ ପରା କେତେ କି ବାରତାଶୁଣାଅ ମନ ମୋ ଅଛି ଉଚ୍ଚାଟେ ।କରିଥିବ ଭେଟ ମଞ୍ଜୁଷା-ମୁକୁଟମହେନ୍ଦ୍ର ଶଇଳ ସୁବାସ ଫୁଲ,ତବ ସମାଗମେ ନାଚିଥିବ ପ୍ରେମେଦୋହଲାଇ ତରୁ ଭୁଜସଂକୁଳ ।ରସନା ନୟନ ନାସା ରସାୟନସ୍ୱାଦ ଶୋଭା ଗନ୍ଧଭରା ଆଧାର,ଗଞ୍ଜାମ-ମଣ୍ଡନ ସୁରମ୍ୟ ‘ଉଦ୍ୟାନ’ଦେଇଥିବେ କେତେ କି ଉପହାର !ଆମ୍ବ ରମ୍ଭା ବେଲ ଲେମ୍ବୁ ନାରିକେଲପଣସ ସପୁରୀ ଖଜୁରୀ ତାଳ,ବିଧିରକ୍ଷା ପାଇଁ ଆସିଥିବ ଛୁଇଁ‘ଉଦ୍ୟାନ’ ର ନାନା ଫଳ ରସାଳ ।କୃଶୋଦରୀ ଋଷି- କୁଲ୍ୟାକୁ ପରଶିଆସିଥିବ ଯେବେ ହେ ପବମାନ !ତୀରବାସୀଙ୍କର ରାଗିଣୀ ମଧୁରଶୁଣିଥିବ ଚମ୍ପୂ ଲଳିତ ଗାନ ।ଆଲିଙ୍ଗନ ଆଶେ ତବ ପଥପାଶେଚିଲିକା ଆବେଗେ ଥିବ ଅନାଇଁମୁକ୍ତନୀଳକେଶୀ ଶ୍ୟାମଶୋଭାରାଶି-ଗିରି-ଶୀରି ସ୍ପୀତ ବକ୍ଷ ମେଲାଇ ।ଚଞ୍ଚଳ ହିଲ୍ଲୋଳେ ଚାରୁ ଗଣ୍ଡସ୍ଥଳେଚୁମ୍ବୁଥିବ ଯେବେ ଗାଢ଼େ ସମୀର,ସୁନ୍ଦରୀ ସର୍ବାଙ୍ଗେ ଉଠୁଥିବ ରଙ୍ଗେଅପୂର୍ବ ଉଲ୍ଲାସ କମ୍ପାଇ ନୀର ।ପୁଳିନ କାନନେ ସ୍ନିଗ୍ଧ ସନସନେଖେଳି ଯାଇଥିବ ପ୍ରେମ-ଲହରୀ,ହଲିଯାଇଥିବ କେତେ କେତେ ନାବଦେଖୁଥିବ ଖଣ୍ଡଦୂରେ ସୋଲରି ।ମାଛରଙ୍କା ହଂସ ଗଣ୍ଡାଳି ସାରସନାନା ଜାତି ଖଗ ଖଚିତ ମାଳି,ଚିଲିକା-ବକ୍ଷରେ ଦୋଳିଥିବ ଯଥାନୀଳମେଘେ ଧାଡ଼ି ଧାଡ଼ି ବକାଳି ।ଫେଡ଼ି ମୀନ ନେତ୍ର ଓଲାଟଇ ଗାତ୍ରଚାହିଁଲାବେଳକୁ ଚିଲିକା ପୁଣଶୈଳ ପ୍ରତିଘାତେ ଶରମେ ତୁରିତେଚାଲିଲା ବଢ଼ାଇ ଗତି ଦିଗୁଣ ।ଆସିଥିବ ଉଡ଼ି ଭ୍ରମେ ପଥ ହୁଡ଼ିସିନ୍ଧୁ ସଇକତେ ଶ୍ରୀକ୍ଷେତ୍ରଧାମ,ପୁଣ୍ୟ ନୀଳାଚଳେ ମହୋଦଧି ଜଳେସ୍ନାନେ ହୋଇଥିବ ଶୁଚି ଆରାମ ।ସଞ୍ଚରି ସ୍ୱଚ୍ଛନ୍ଦେ ଭୃଙ୍ଗ ବାଲିକୁଦେତାଳ ଲଙ୍କାଆମ୍ବ ଛାୟା ପନ୍ତାରେନୀଳାଚଳପତି ପୟେରେ ପ୍ରଣତିକରିଥିବ ପଶି ଦକ୍ଷିଣ ଦ୍ୱାରେ ।ଶ୍ରୀପଦ ତୁଳସୀ ଶିରରେ ପରଶିଲଭିଥିବ ମହାମୋଦ ଅନ୍ତରେ,ନୀଳଚକ୍ର ଚୂଳେ ପ୍ରେମ ଭକ୍ତିଭୋଳେଦେଇଥିବ ନେତ ଉଡ଼ାଇ ଥରେ ।ପୁଣ୍ୟ ଗନ୍ଧବହ, କର ଅନୁଗ୍ରହକହ ପ୍ରିୟ ପୁରୀ ସୁସମାଚାର,କନ୍ଦର-ନିବାସୀ ପ୍ରଭୁ ବ୍ରହ୍ମରାଶିକରୁଛନ୍ତି ଏବେ କେଉଁ ବିଚାର ?ଗମ୍ଭୀରାରୁ କିବା ଶ୍ରୀମୁଖ ଆଦେଶପଠାଇଅଛନ୍ତି ଦେବ ମୋ ପାଇଁକହ ବେଗେ ବାୟୁ, କ୍ଷୀଣ ହୁଏ ଆୟୁରହିଥିବି କେତେ କାଳ ଅନାଇଁ ?ନୀଳାଚଳବାସୀ ମୋତେ କି ଆଶ୍ୱାସିକହିଛନ୍ତି କିଛି ଶୁଭ ବାରତା,ସାଧାରଣ ସନ୍ଥ ସେବକ ମହନ୍ତପକାନ୍ତି କି କେବେ ସ୍ୱରାଜ୍ୟ କଥା ?ସାରି ଦରଶନ କ୍ଷେତ୍ର ପ୍ରଦକ୍ଷଣିକରିଥିବ ପୁଣି ଉତ୍ତରଗତିଅଟାକାଇଥିବେ ପଥରେ ଟିକିଏସତ୍ୟବାଦୀ କୁଞ୍ଜେ ତରୁବ୍ରତତୀ ।ସୁମଧୁର ତାନେ ତବ ଆବାହନେଗାଇଥିବ ପିକ ସ୍ୱାଗତ ଗୀତିବକୁଳ ତମାଳ ଦେଇଥିବେ ତାଳପୂରି ଉଠିଥିବ ପରମ ପ୍ରୀତି ।ଦେଉଳେ ପ୍ରବେଶି ଗୋପେୀନାଥ ବଂଶୀ-ରନ୍ଧେ ରଚିଥିବି ଅସ୍ଫୁଟ ସ୍ୱନ,ରାଧିକା ଅଞ୍ଚଳ ଉଡ଼ାଇ ଚଞ୍ଚଳକରିଥିବ ଜାଣି ବେନିଙ୍କ ମନ ।ହସି ଉଠିଥିବେ ଯୁଗଳ ମୂରତିଖସି ପଡ଼ଥିବ ଶ୍ରୀଅଙ୍ଗୁ ଫୁଲ,ନବଘନ ଶିରେ ଆହା କି ରୁଚିରେହଲିଥିବ ବାଙ୍କ ମୟୂରଚୂଳ ।ବଉଳ ସେବତୀ ମରୁଆ ମାଳତୀଚମ୍ପା ନାଗେଶ୍ୱର ଜାଇ ଦଅଣା,ଚହଟାଇ ବାସ ତବ ଚଉପାଶକରିଥିବେ ଗନ୍ଧବ୍ୟୁହ ରଚନା ।ବରଜ ବିହାରୀ ଗୋପୀ ମନୋହରୀଗୁପନ୍ତେ କରନ୍ତି ଯହିଁ ବିହାର,କି ଉପମା ତାରେ ସେହି ସୁଷମାରେସେହି ସ୍ଥାନ ପଟାନ୍ତର ତାହାର ।ବସନ୍ତ-ମାଧୁରୀ କୁଞ୍ଜେ କୁଞ୍ଜେ ପୂରିପଡ଼ୁଥିବ ଯହିଁ ଉଛୁଳି ସତେ,ଦେବଦତ୍ତ ଧାମ ମୋ ପ୍ରିୟ ଆଶ୍ରମପଡ଼ିଛି କି ତବ ନୟନେ ପଥେ ?ମୋ ସଖା ସୋଦର ପ୍ରିୟ ପରିକରଅନ୍ତେବାସୀ ବନ୍ଧୁ ପଡ଼ୋଶୀଗଣଛନ୍ତି ତ କୁଶଳେ ବିରହ ବିକଳେବିବଶ ବିଶଣ୍ଣ ନୁହେଁ ବଦନ ?ସତ୍ୟବାଦୀ କୁଞ୍ଜ ଛୁରୀଅନା ପୁଞ୍ଜଜାଣିଥିଲେ ଏଥି ତବ ସଞ୍ଚାର,ଅବଶ୍ୟ ମୋ ପାଇଁ ଥିବେ ପଠିଆଇମୃଦୁ ମଧୁମୟ ଗନ୍ଧ ସମ୍ଭାର ।ଗନ୍ଧଭାରେ ଭରା ଆସିଥିବ ପରାଧୀରେ ଧୀରେ ସିଧା ଉତ୍ତର ଦିକେ,ଲଙ୍ଘି ବିଲ ଗ୍ରାମ କଲ କି ବିଶ୍ରାମଲିଙ୍ଗରାଜ ଦେବ ଦେଉଳ ଶିଖେ ।ସର୍ବଗ୍ରାସୀ କାଳ ପ୍ରାଚୀନ ଉତ୍କଳକଳା କଉଶଳ କରେ ଗରାସ,ବଭୈବ କଙ୍କାଳ ବିଲୋକି ଅନଳପାଇଥିବ ପ୍ରାଣେ ଗଭୀର ପ୍ରାସ ।କେତେ ଚମତ୍କାର ମନୋଜ୍ଞ ମନ୍ଦିରମିଶିଛି ମାଟିରେ ପଡ଼ିଛି ପଦା,ଖଣ୍ଡ ଖଣ୍ଡ ଶିଳା ଖସି କାହା ଦେହୁଁଉଭା ହୋଇଅଛି ପଥରଗଦା ।ଶିଳ୍ପ ସିଦ୍ଧି ସୀମା ପାଷାଣ ପ୍ରତିମାଭାଙ୍ଗିଅଛି ମୁଖ, ତୁଟିଛି କର,ପଡ଼ିଅଛି ବାଟେ କିବା ବଣ ପାଟେହୋଇଅଛି କାହିଁ ତୁଠ ପଥର ।ହଳ ମୁନେ କ୍ଷେତେ ବାହାରନ୍ତି କେତେଖୋଦିତ ଅଖଣ୍ଡ ଅପୂର୍ବ ମୂର୍ତ୍ତି,ତୁଟି ନାହିଁ ତିଳେ ଲାବଣ୍ୟ ସୁଷମାପ୍ରକାଶେ ସର୍ବାଙ୍ଗେ ଜୀବନ୍ତ ସ୍ପୁର୍ତ୍ତି ।ଲାଗେ ଦକ୍ଷ ଶିଳ୍ପୀ ମନେ କି ବିକଳ୍ପିସଦ୍ୟ ଗଢ଼ି ରଖିଗଲା ଗୋପନେ,କି ଅବା ମେନକା ଚାଲିଗଲା ଏକାଶିଶୁ ଶକୁନ୍ତଳା ଫିଙ୍ଗି ବିଜନେ ।ନୃପତି ନବର- ପତନ ପ୍ରାଚୀରସଞ୍ଚାର ଦେଖାଏ ମୃତ୍ତିକା ସ୍ତୂପ ,ଲତା ଗୁଳ୍ମରାଶି ଗଲାଣି ଗରାସିକେତେ ସୁଗଠିତ ତଡ଼ାଗ କୂପ ।ଶକ୍ତି ଛାଡ଼ି ବ୍ୟଙ୍ଗ କେତେ ଶିବଲିଙ୍ଗପଡ଼ିଛନ୍ତି କାହିଁ ତା ପରିଚୟ?ରହିଛି କେବଳ ଏଶ୍ୱର୍ଯ୍ୟର ଛାୟାକି ବିଭବ ଆହା କି ବିପର୍ଯ୍ୟୟ !ବିଧ୍ୱସ୍ତ ଐଶ୍ୱର୍ଯ୍ୟ ମଧ୍ୟେ ଧରି ଧୈର୍ଯ୍ୟଉଭା ଲିଙ୍ଗରାଜ ତୁଙ୍ଗ ମନ୍ଦିର,ମହା ଶମଶାନେ ଯଥା ବୀରାସନେଯୋଗାରୂଢ଼ କଳ୍ପ ଯୋଗୀ ଶରୀର ।ଶୈବାଳଆବୃତ ବିବର୍ଣ୍ଣ ବିକୃତଦିଶଇ ବିରାଟ ଉନ୍ନତ କାୟାଗମ୍ଭୀର ଉଦାସେ ଚାହେଁ ଚଉପାଶେତୁଟାଇଛି କି ସେ ଏ ଭାବମାୟା ?ସେ ଗୁରୁ ଉଦାର ପୁରାଣ ସ୍ଥବିରସଦାଶିବ କଳ୍ପ ଶିବମନ୍ଦିର,ବିପୁଳ ଆକୃତି ବିଲୋକି ପ୍ରଣତିକରିଥିବ ପୂଜା ପାଦେ ସମୀର ।ବେଶୀ ବେଳ ତହିଁ ନ ଥିବ ତ ରହିକିଏ ସେ ରହିବ ହୃଦୟ ବହି ?ସେ ବିଷାଦମୟ ଭଗ୍ନ ଦୃଶ୍ୟଚୟଦେଖି କାହା ଛାତି ପାରିବ ସହି !ଶମ୍ଭୁ ସୁକଲ୍ୟାଣ ଘେନି ସମୀରଣବହିଥିବ ପୁଣି ଗତି ଉତ୍ତରେ,ଦିପହଣ୍ଡ ଯାଇ- ଥିବ ବା ନ ଥିବଭେଟିଥିବ ଖଣ୍ଡଗିରି ପଥରେ ।ଦେଖିନାହିଁ କେତେ ଦିନୁଁ ଖଣ୍ଡିଗିରିଇତିହାସ ଯାର ଅଙ୍କେ ଅଙ୍କିତ,ଅମର ଅକ୍ଷେରେ ନୀରବ-ଗମ୍ଭୀରେଗାଏ ଯେ ଉତ୍କଳ-ଗୌରବ ଗୀତ ।ପଡ଼େ ଏବେ ମନେ ପ୍ରଥମ ଯୌବନେସୁଷମା ପିପାସା ଭାବ ଉନ୍ମାଦେ,ଖଣ୍ଡଗିରି ଶିରୀ ଦେଖି ନେତ୍ର ଭରିଚିନ୍ତା ନିମଗନେ ବସିଲି ପାଦେ ।କଳ୍ପନାର ପୋତେ କାଳ ପ୍ରତିସ୍ରୋତେଭାସି ଦେଖିଲି ମୁଁ ଉଜ୍ଜ୍ୱଳ ଛବି,ଇତିହାସ ଯାର ନ କରେ ପ୍ରଚାରଚିନ୍ତି ନାହାନ୍ତି ଯା କାବ୍ୟରେ କବି ।କାଳର ପ୍ରଭାବେ ଜନ ସ୍ମୃତିପଟୁରୂପରେଖ ଯାର ଲିଭିଛି ଆଜି,କଳିଙ୍ଗର ସେହି ଅତୀତ ବିଭବଏର ଖାରବେଳ କୀରିତି ରାଜି ।ବାଜେ ବୀରବାଜା କାହିଁ ରଣସଜ୍ଜାକାହିଁ ବା ଲାଗିଛି ଗୁପ୍ତ ମନ୍ତ୍ରଣା,ଦୂରଦେଶୁଁ ଦୂତ ବିଜୟ-ବାରତାଘେନିଆସି କରେ ଛାମୁରେ ଜଣା ।ଶ୍ରମଣ ସନ୍ୟାସୀ ଦଳେ ଦଳେ ବସିଚାଲିଅଛି କାହିଁ ତତ୍ତ୍ୱବିଚାର,ଗମ୍ଭୀର ନିର୍ଘୋଷେ ଲୋକ ଉପଦେଶେକାହିଁ ବା ଅହିଂସା ଧର୍ମପ୍ରଚାର ।ଖଣ୍ଡଗିରି ଅଙ୍ଗେ ଶିଳ୍ପି ଶତ ଶତଖୋଳନ୍ତି ନିଭଅତ ଗୁମ୍ଫା ନିରତେ,କାହିଁ ଗୁପ୍ତଚର ରାଜ୍ୟ ସମାଚାରଏକାନ୍ତେ ଜଣାଏ ନୃପପୁରତେ ।କଳ୍ପନାର ନେତ୍ରେ ଏହିପରି କେତେଦିଶେ ଚିତ୍ର ଖଣ୍ଡଗିରି ଶରୀରେ,ବିନଷ୍ଟ ସର୍ବସ୍ୱ ବୃଦ୍ଧ ଖଣ୍ଡଗିରିବିବକ୍ତ ପରାଏ ଉଭା ଗମ୍ଭୀରେ ।ମହାକାଳ ନୀରେ ବୁଦ୍ବୁଦ ପରାଏଯାଇଅଛି ମିଶି କଳିଙ୍ଗ-ଭୂତିକଳିଙ୍ଗ-ସନ୍ତାନ ଭୁଲିଛନ୍ତି ଏବେକଳିଙ୍ଗର ନାମ ଗୌରବ ସ୍ମୃତି ।ତଥାପି ସେ ଗାଥା ରଖିଅଛି ଗିରିକାଳ ପରାଭବେ ଦେଖାଇ ହିଆ,ଅତି ନାରଖାର ରାଣୀହଂସପୁରସାକ୍ଷ୍ୟ ଦେବାଲାଗି ଅଦ୍ୟାପି ଠିଆ ।ଚୂଳୁଁ ମୂଳଯାଏଁ ଶୋଭେ ଶିଳାକାୟେପ୍ରସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ,ତରୁଲତା ଦଳ ରୋଧିଛନ୍ତି ପଥନିବସନ୍ତି ଯହିଁ ଶ୍ୱାପଦକୁଳ ।ପଦପ୍ରାନ୍ତ ବାସୀ ସାଧୁ ଧର୍ମବେଶୀକହନ୍ତି ଅଦ୍ଭୁତ ବହୁ କାହାଣୀଦେଖାନ୍ତି ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣକେତେ ଜୀର୍ଣ୍ଣସ୍ମୃତି କଠାଉ ଆଣି ।ତାପସ ସାଧକ ଅଦ୍ୟାପି ଅନେକନିବିଡ଼ ଅନ୍ଧାର ଗୁହା ଗରଭେ,ଳୁଚି ରହିଛନ୍ତି ଗଭୀର ନିଶୀଥେଶୁଣାଯାଏ ତାଙ୍କ ସଙ୍ଗୀତ ନଭେ ।ଶୁଣିଛି ମୁଁ ନିଜେ କହନ୍ତି ସେ ତେଜେପଥିକ ବଦନେ ଦେଖି ସଂଶୟ,ନୁହେଁ ତା ବିଚିତ୍ର ବାହ୍ୟେ ବିଶ୍ୱେ ମାତ୍ରପ୍ରତିଫଳେ ନର ନିଜ ହୃଦୟ ।ଅତିଥି ଆଦରେ ଅତି ଆଗ୍ରହରେକରିଥିବ ଖଣ୍ଡଗିରି ବନ୍ଦନ,ବନ ଉପତ୍ୟକା ଗୁହା ଗର୍ଭେ ଏକାସ୍ୱଛନ୍ଦେ ସଞ୍ଚରିଥିବ ପବନ ।ତବ ଆଗମନ ସନସନ ସ୍ୱନଶୁଣି ଗିରିଗୁମ୍ପା ଦରି-କନ୍ଦର,ଗାଇଥିବ ଗୀତ ଗୌରବ ସଙ୍ଗୀତତୁମ ସ୍ୱର ସଙ୍ଗେ ମିଳାଇ ସ୍ୱର ।ପୂର୍ବ ସୁଖସ୍ମୃତି ଦୁଃଖେ ମନେ ଆସେବଢ଼ାଏ ବିଷାଦ ଦିଗୁଣ ପ୍ରାଣେ,ତଥାପି ଉଷତ ବିଷାଦ ସଙ୍ଗୀତସନ୍ତାପେ ସନ୍ତତ ସାନ୍ତ୍ୱନା ଆଣେ ।କହ ସମୀରଣ କଲ କି ଦର୍ଶନଶୁଦ୍ଧ ସାଧୁ ଆତ୍ମା ଗୁପ୍ତ ସଞ୍ଚାର,ଖଣ୍ଡଗିରି ଚୂଳେ ବହଇ ନିରୋଳେଯା ଅମର ସୁଧା ସଙ୍ଗୀତ ଧାର ।ଏ ମୋ-କାରା ଦ୍ୱାରେ ଲାଗିଯାଅ ବାରେସେ ଦୂର ସଙ୍ଗୀତ ଶୁଭୁ ମୋ କାନେ,କମ୍ପି ଉଠୁ ମୋର ହୃଦ-ବୀଣା ତାରମୋ ଅନ୍ତର ଧ୍ୱନି ମିଶୁ ସେ ତାନେ ।କି ଦେଖିଲି ଆଉ ହେ ବସନ୍ତ ବାୟୁକହ ବେଗେ କର ନାହିଁ ଛଳନା,ତୁମ୍ଭେ କି ନ ଜାଣ ନିର୍ବାସିତ ପ୍ରାଣସ୍ୱଦେଶ ସନ୍ଦେଶେ ପାଏ ସାନ୍ତ୍ୱନା ।କଣ୍ଡଗିରି ପରେ ଉନ୍ମୁକ୍ତ ଅମ୍ବରେକରିଥିବି ନବଗତି ରଚନା,ବାଟରେ ଅଟକ କଲା କି କଟକମହାନଦୀ ନୀଳ-ନୀର-ବାସନା ।ଉଦ୍ବେଗ ବାହାନା କରିଥିବ ସିନାଉପେକ୍ଷି ନ ଥିବ ତା ସମାଦର,ଯେ ଯେତେ କର୍ମଠ କରେ କ୍ଷଣେ ମଠପ୍ରେମ ପାଶୁଁ ହେବାବେଳେ ଅନ୍ତର ।ଫୁଲିଉଠିଥିବ ମହାନଦୀ ବକ୍ଷକମ୍ପି ଉଠିଥିବ ଲହରୀହାର,ପଠା ଖଡ଼ିପନ୍ତି ଥିବେ ମଥା ପୋତିମୃଦୁ ହାସେ ଦେଖି ଅଙ୍ଗ ବିକାର ।ଦେଖିଥିବ ତହିଁ ବାରବାଟି ଦଶାକ ବେଦନା ଥିବ ମରମେ ବାଧି,ଉତ୍କଳର ବୀର- ବିହାର ପ୍ରାଙ୍ଗଣଏବେ ସେ ଉତ୍କଳ-ଶୌର୍ଯ୍ୟ ସମାଧି ।ଥିଲା ଦିନ ଯେବେ ନବତଳ ହର୍ମଯୁଦ୍ଧଯାତ୍ରୀ ରାଜା ମେଲାଣି କାଳେ,ଆଣି ନଦୀ ନୀର ସିଞ୍ଚିଲା ସମୀରସେଦବିନ୍ଦୁସିକ୍ତ ମହିଷୀ ଭାଲେ ।ସ୍ନେହ-ସୁଧା ବିନ୍ଦୁ ଯେବେ ମୁଖି-ଇନ୍ଦୁମଣ୍ଡିଲା ପ୍ରସରି ନେତ୍ର ଯୁଗଳେ,ବିଞ୍ଚି ସୁଶୀତଳେ ହରିଲା କୌଶଳେନ ପକାଇ ମୁକ୍ତାଫଳକ ତଳେ ।ଯେବେ ରଣଜିତି ପୁରେ ଗଜପତିବାହୁଡ଼ିଲେ ହେଲା ଜୟ ଘୋଷଣାଆଳିଗଣ ମିଳି ଘେନି ଅର୍ଘ୍ୟଥାଳୀକଲେ ବନ୍ଦାପନା ବୀରଅଙ୍ଗନା ।ବାଜିଲା ମହୁରୀ ଶଙ୍ଖ ଭେରି ତୁରିଉଡ଼ିଲା ଅମ୍ବରେ ଜୟ କେତନ;ସେ ବିଜୟ-ଘୋଷ ନେଲ ଦଶଦିଶକମ୍ପାଇଲ କେତେ ତୁମ୍ଭେ ପବନ ।ବନ୍ଦାପନା ଦୀପ ନଚାଇଲ ପୁଣିଉଡ଼ାଇଲ ବାମା ମଥା ଓଢ଼ଣା,ତବ ଧୃଷ୍ଟପଣେ ପୁଲକିତ ପ୍ରାଣେଦେଲେ ବ୍ୟାଜଗାଳି ବରବରଣା ।ବାରବାଟି ଅଙ୍ଗେ ସେ ସୌଭାଗ୍ୟ ରଙ୍ଗେକରିଥିଲ ଅଭିନୟ ପବନ,ଆଜି ତ ଦେଖିଛ ସେହି ବାରବାଟିଦେଖିଲ ସତ୍ୟ କି ଅବା ସ୍ୱପନ !ନ’ତଳ ପ୍ରାସାଦ ସେ ଶୌର୍ଯ୍ୟ ସମ୍ପଦବିଜୟ-ବାଜଣା ବିଜୟ-ଧ୍ୱଜା,ବୀର କବିତାର ଶୌର୍ଯ୍ୟ ସମାଦରଉତ୍କଳର ବୀର ବିକ୍ରମୀ ପ୍ରଜା ।ବାରବାଟି ଗଡ଼େ ନେତ୍ରପଥେ ପଡ଼େଏବେ କି ସେ ପୂର୍ବ ଦୃଶ୍ୟପଟଳ,ପ୍ରତିବିମ୍ବ ଶୋଭେ ପତିନାଦେ କମ୍ପେଆଉ କି ସରିତ ହୃଦ-କମଳ ।କରପୂର ଉଡ଼ି କନା ଥିଲେ ପଡ଼ିକନା ରଖିଥାଏ କର୍ପୂର ସ୍ମୃତି;କନା ଯାଇ ନାଶ ରହିଲେ ପାଉଁଶଧରିବ ତା ଦେଖି କିଏ ସେ ଧୃତି ?ଉଚ୍ଚ ମାଟିଗଦା ରୁକ୍ଷ ରିକ୍ତ ପଦାପ୍ରାଚୀନ ଜାତିର ଶକ୍ତି ଶ୍ମଶାନ,ନିରେଖି ମଳୟ ସଦୟ ହୃଦୟହୋଇ କରିଥିବ ଶୋକେ ସମ୍ମାନ ।ସେ ମୃତ୍ତିକା ସ୍ତୂପ ଶିରେ ଶ୍ୟାମଶଷ୍କଚୁମ୍ବିଥିବ ଅଶ୍ରୁପୂର୍ଣ୍ଣ ନୟନେ,କାଳାଗ୍ରାସ ନାଶ ଉତ୍କଳ ପୌରୁଷକଳ୍ପିଥିବ ତହିଁ ଧରା ଶୟନେ ।ମହତ ନିଧନେ ସେ ମହତ ସ୍ଥାନେପଡ଼ିଥିଲେ କ୍ଷୁଦ୍ର ଧୂଳିକଣିକା,ଭକତି ଆଦର କରେ ଯେ ତାହାରସେ ଦିଏ ମହତ ହୃଦୟ ଶିକ୍ଷା ।ତହୁଁ ମୁହୂର୍ତ୍ତେକେ ଅନ୍ଧାରୀ ମୁଲକେପଶିଥିବ ଚଉଦିଗେ ସଞ୍ଚରି,ଦାବାନଳ ସହ ପୁରୁଷ ପ୍ରବାହତାପୁଥିବ ବନ ଶଇଳ ଦରୀ ।ଯେ ରାଇଜ ପ୍ରଜା ନିତି ବଳିଭୋଜାଦେଇ ଅତି ଭୟେ କାଟନ୍ତି ଦିନ,କଥା କହିବାର ନାହିଁ ଅଧିକାରନୁହେଁ ଧନପ୍ରାଣ ନିଜ ଅଧୀନ ।ଯହିଁ ରାଜବଂଶେ କ୍ଷୀଣ ପୁଣ୍ୟବଶେଦିଶେ ନାହିଁ କାହିଁ ଭାଗ୍ୟ ଲକ୍ଷଣ,ତଥାପି ପ୍ରପଞ୍ଚ- ମଦେ ମତ୍ତ ସର୍ବେନ ଦେଖନ୍ତି ଥରେ ଫେଡ଼ି ଈକ୍ଷଣ ।ନିଦାଘେ ଶଇଳେ ଦାବାନଳ ଜଳେପ୍ରଜାପୁରେ ଜଳେ ବରଷ ସାରା,ଛାଡ଼ି ପଶୁ ବନ ଯାଏ ଆନ ସ୍ଥାନପ୍ରଜା ବାପୁଡ଼ାର କାହିଁ ସେ ଚାରା ।ପ୍ରସରେ ସ୍ୱଛନ୍ଦେ ଯହିଁ ଗିରିପଦେନିରନ୍ତର ସ୍ୱଚ୍ଛ ନିର୍ଝର ଧାରା,ଶୁଭ୍ର ତୋୟା ନଦୀ ବହେ ନିରବିଧିବନକଣ୍ଠେ ଯଥା ହୀରକହାର ।ପିକ ଚକ୍ରବାକ ହଂସ କାରଣ୍ଡକଶୁକ ସାରୀ ଯହିଁ ଗାଆନ୍ତି ନିତିନାନା ଫଳ ଫୁଲ କାନନ ମଞ୍ଜୁଳଜନମାଏ ପ୍ରାଣେ ପବିତ୍ର ପ୍ରୀତି ।ଶୁଭ୍ର ଶତଦଳ ସରେ ଢ଼ଳଢ଼ଳମଞ୍ଜୁ ଗୁଞ୍ଜେ ଅଳି ଅସ୍ଫୁଟ ସ୍ୱନେ,ଯହିଁ କୃଷ୍ଣସାର କରନ୍ତି ବିହାରସ୍ୱଚ୍ଛନ୍ଦେ ତଟିନୀ ତୀର କାନନେ ।ମାଳତୀ ମାଧବୀ ସର୍ବଦା ସାଧବୀଦେବଦାରୁ ଶାଳ ଭୂଜ ଆଶ୍ରୟେ,ସୁଗୃହିଣୀ ସମ ଦିଅନ୍ତି ଆରାମସ୍ନିଗ୍ଧ ଛାୟାଦାନେ ପାନ୍ଥ ହୃଦୟେ ।ଶସ୍ୟ ଆଭରଣେ ଯହିଁ ଅନୁକ୍ଷଣେହସେ ସଦା ମହୀ ସ୍ନିଗ୍ଧ ଶ୍ୟାମଳା,ମାନବ ମାଧୁରୀ ସରଳ ଚାତୁରୀପ୍ରକୃତି ସହଜ ଛାଞ୍ଚରେ ଢ଼ଳା ।ଶୁଭ ଶୋଭାମୟ କମଳା ଆଳୟପ୍ରକୃତି ପ୍ରକାଶ ଅତି ବିଚିତ୍ର,ଶାସକ ସ୍ୱଭାବ ବିନା ଯହିଁ ସର୍ବସ୍ୱରଗ ସୁନ୍ଦର ଭାବେ ପବିତ୍ର ।ବନୁ ବନାନ୍ତରେ କନ୍ଦରୁ କନ୍ଦରେଅବାଧେ ବିହରିଥିବ ସେ ଦେଶେ,କାହିଁ ଗୁଳଗୁଳି କାହିଁ ବା ଶୀତୁଳିକାହିଁ ରହିଥିବ ହିଙ୍ଗୁଳା ବେଶେ ।ପତ୍ର କୁଟା କାଠି ଧୂଳି ନାଲି ମାଟିଚକ୍ର ଆବର୍ତ୍ତନେ ଉଡ଼ାଇ ନଭେ,ଉତ୍ତର ମୁଖରେ ଆପଣା ସୁଖରେଚାହିଁଥିବ କାହିଁ କ୍ରୀଡ଼ାଶରଭେ ।ଅନ୍ଧାରୀ ମୁଲକ ପ୍ରଜା ସୁଖଦୁଃଖକି ଦେଖି ଆସିଛ କହ ପବନ,ସହି ନାନା ଦଣ୍ଡ ଦିଅନ୍ତି କି ତଣ୍ଡଆସିଅଛି କିବା ନବ ଚେତନା ।ସହି ଖରା ବର୍ଷା ଦୁଃଖେ ପଡ଼ି ଚଷାଆପଣା କ୍ଷେତରେ କରେ ଯେ ଚାଷନୋହି ଭୟଭୀତ ଘେନି ଦାରା ସୁତଖାଏ କି ସ୍ୱଚ୍ଛନ୍ଦେ ଅନ୍ନ ଗରାସ ।କେହି ରାଜା ଜଣେ ବିଚାରେ କି କ୍ଷଣେ,“ପରଜାଏ ମୋର ପୁଅ ସମାନ,ପରଜାଙ୍କ ହିତ ମୋ ଜୀବନ-ବ୍ରତପରାଜ ସୁଖେ ମୋ ସୁଖ ସମ୍ମାନ ।ବିନା ପ୍ରଜାଶକ୍ତି ରାଜାର କି ଗତିରାଜା ପ୍ରଜା ନୁହେ ଶ୍ୟେନ କପୋତ,ପ୍ରଜା-ଜଳ-ବିନ୍ଦୁ ମିଳି ରାଜ୍ୟ-ସିନ୍ଧୁରାଜା ସେ ସଲିଳେ କେବଳ ସ୍ରୋତ ।”ସାନ୍ତାଳ ସୁନ୍ଦରୀ ସଙ୍ଗୀତ ଲହରୀଖେଳି ଯାଇଥିବ ପ୍ରବାହେ ତବ,ବନବାସୀ ପ୍ରିୟ ସ୍ୱଚ୍ଛ ମଧୁମୟଆଘ୍ରାଣ କଳ କି ପୁଷ୍ପ-ଆସବ ?କହ ଗନ୍ଧବହ, ଅଛି କି ଉତ୍ସାହଗିରି ବନବାସୀ ସକଳ ପ୍ରାଣେ,ରୁକ୍ଷ ରମ୍ୟ ମୂର୍ତ୍ତି ଉନ୍ମୁକ୍ତ ପ୍ରକୃତିସ୍ୱାଧୀନତା ମନ୍ତ୍ର କି କହେ କାନେ ?ବୀରତ୍ୱ ସାହାସ ସ୍ୱାଧୀନତା ବାସଗିରିଶିଖେ କରିଥିବ ବିହାର,ଦେଖିଛ କି କାହିଁ ରଖିଛି ଲୁଚାଇସ୍ୱାଧୀନତା-ଶିଖା ଦରୀ-ଅନ୍ଧାର ।ଅନ୍ଧାରୀ ମୁଲକେ ପଲକେ ପଲକେମେଲିଥିବ ତବ ତରଙ୍ଗମାଳା,ସେ ତରଙ୍ଗେ ଦୋଳି କୁସୁମ ଅଞ୍ଜଳିଢ଼ାଳିଥିବ ସ୍ନେହେ କାନନବାଳା ।ଭ୍ରମି ବହୁ ଦୂର ବିଷମ ବନ୍ଧୁରଫୁଟି ପଡ଼ିଥିବ ପଥ ଶରମେ,ଦାବାନଳ ତାପ ଅସହ୍ୟ ଅମାପଭେଦିଥିବ ଯେବେ ପୁଣି ମରମେ ।ଆତୁର ଅଧୀରେ ମହାନଦୀ ନୀରେପଶିଥିବ ଯାଇ ସନ୍ତାପ ନାଶେ,ଗିରି-ନିତମ୍ବନୀ ତରଙ୍ଗ-ହାସିନୀଅଙ୍ଗ ଫୁଲିଥିବ ନବ ଉଲ୍ଲାସେ ।କରି ଗତି ବକ୍ର ରଚି ଶତଚକ୍ରକାହିଁ କେତେ ଗଣ୍ଡେ ଗିରିସଙ୍କଟେ,ପଶ୍ଚିମ ମୁଖରେ ଯାଇ ଖଣ୍ଡଦୂରେମିଳିଥିବ ‘ହୀରାଖଣ୍ଡ’ ନିକଟେ ।ମହାନଦୀ ବକ୍ଷେ ଦ୍ୱୀପ ରମଣୀୟସମ୍ବଲପୁରର ସୁଷମା ଖଣି,ମଣ୍ଡିଥିଲା ଦିନେ ହୀରକ ଯାହାରପୁରାତନ ରୋମରାଜ୍ୟେ ବିପଣୀ ।ସରିଛି ସମ୍ପଦ ଏବେ ହୀରାକୁଦଉପେକ୍ଷିତ ଧନ ହୀନ ସମ୍ମାନ,ଧୀବର-କୁମାରୀ ଗଣଇ ଲହରୀଗାଏ କେବେ ପଦେ ବିସ୍ମୃତ ଗାନ ।ନିଭୃତ ବିଜନ ଶ୍ୟାମ ଶୋଭାବନପ୍ରକୃତି ସହଜ ଶୋଭା ପଟଳ,ସେ କି ମହାନଦୀ- ପୁଣ୍ୟ-ତପ-ବେଦୀଥିବ ବା ନିମିଷେ ତହିଁ ନିଶ୍ଚଳ ।ଶୀତଳ ଶୀକର ଘେନି ହେ ସମୀରକଲ କି ସମ୍ବଲପୁରେ ପ୍ରବେଶ ?ନିଦାଘ-ବ୍ୟାକୁଳ ପୁରବାସୀ-କୁଳହରିଥିବେ ତବ ପରଶେ କ୍ଲେଶ ।ଅତି ପ୍ରିୟ ମୋର ସେ ସମ୍ବଲପୁରଅଛନ୍ତି ତ ତହିଁ ଭଲେ ସକଳ,କଲା ଭାଷା ରକ୍ଷା ଧରି ସେ ଯେ କକ୍ଷାଗାଇବ ସେ ଚିର ଯଶ ଉତ୍କଳ ।ଚମ୍ପକ ବରଣୀ ଚାରୁ ସୁହାସିନୀଯହିଁ ଗୁଣବତୀ ପୁରଅଙ୍ଗନା,ସ୍ୱଦେଶୀ ବସନେ ସ୍ୱଦେଶୀ ଭୂଷଣେଦିଶେ ସଦା ତୋରା ପ୍ରୀତି-ପ୍ରସନ୍ନା ।ମହାନଦୀ ନୀର ଶଇଳ ସମୀରସେବନ୍ତି ସ୍ୱଚ୍ଛନ୍ଦେ ତନୟେ ଯାର,ଅଛି ମୋ ବିଶ୍ୱାସ ହେବ ସେ ଅବଶ୍ୟସ୍ୱାଧୀନତା ରଣେ ଦୃଢ଼ ପ୍ରାକାର ।ସମ୍ବଲପୁରର ଶୁଭ ସମାଚାରସୁଣାଅ ସଦୟେ ସମୀର ବାରେ,ଉତ୍କଳ-ଜାହ୍ନବୀ ଚାରୁ ମହାନଦୀପୁଣ୍ୟ ଅମ୍ବୁକଣା ଆଣ ମୋ ଦ୍ୱାରେ ।ତାପିତ ମୋ ହୃଦ ଦିଅ ଶାନ୍ତି ମୁଦଆତ୍ମୀୟ ସ୍ୱଜନ ବାରତା କହି,ପରିହିତେ ବହ ପୁଣ୍ୟ ଗନ୍ଧବହତେଣୁ ପଥ ଚାହିଁଅଛି ମୁଁ ରହି ।ମୋ ନେତ୍ର ଆଗରେ ବିହରି ବାହାରେଦୋଳାଉଛ ତରୁ ଶାଖା ପଲ୍ଲବ,କେଉଁ ଅପରାଧେ ଦୋଷୀ ତବ ପାଦେନ କର ମୋ ଠାରେ କରୁଣା ଲବ ।ବନ୍ଦୀ ବୋଲି ମତେ କିବା ଘୃଣା-ନେତ୍ରେଦେଖ କି ହେ ତେଣୁ ପାଶେ ନ ଆସ,ଭେଦଜ୍ଞାନ ତବ ଲାଗେ ଅସମ୍ଭବତୁମ୍ଭେ ଚରାଚର ବିଶ୍ୱ-ନିଶ୍ୱାସ ।ସମାଜ ନିଷ୍ଠୁର କରେ ଯାକୁ ଦୂରସେ ନୁହେଁ ପ୍ରକୃତି ପ୍ରେମୁ ବାହାର,ଗଗନେ ପବନେ ଚନ୍ଦ୍ରମା ତପନେଜଳେ ଫଳେ ଫୁଲେ ତା ଅଧିକାର ।ନରପ୍ରତି ନର କରେ ଅବିଚାରପ୍ରକୃତି ସକଳେ ଦେଖେ ସମାନ,ହେ ମଳୟାନିଳ ସୁଗନ୍ଧ ଶୀତଳପ୍ରବାହେ ପରଶ ମୋ ଦଗ୍ଧ ପ୍ରାଣ ।କରୁଛି କୀର୍ତ୍ତନ ସଦା ତବ ଗୁଣନିଖିଳ ଜଗତ ଜୀବ-ଜୀବନ,ଅବହେଳେ ବେଳେ ଏଥି କାରାବିଳେଛୁଇଁଯାଅ ମତେ ମୁକ୍ତ ପବନ ।ଆସିଅଛ ଭ୍ରମି କେତେ ପୁଣ୍ୟଧାମେଲଗାଇ ଦିଅ ମୋ ଶିରେ ପ୍ରସାଦ,ସେ ପୁଣ୍ୟ ପରଶେ ଘୁଞ୍ଚୁ ଅବସାଦଅପସରୁ ହୃଦୁଁ ମୋହ ପ୍ରମାଦ ।ବନ୍ଦୀର ସନ୍ଧ୍ୟା-ଭାବନାଗୋଧୂଳି ଗଗନେ ଏବେପ୍ରଦୋଷ ପ୍ରଥମ ତାରାଉଇଁ ପ୍ରାଚୀଦିଗ ଭାଲେଢ଼ାଳେ କ୍ଷୀଣ ଜ୍ୟୋତିଧାରା ।ଅନାଏ ସେ ମିଟି ମିଟିକେତେ ଦୂରୁଁ କାରାଦ୍ୱାରେଲାଗେ କାନ୍ଥ ଆର ପାଖେଲୁଚି ଯଥା ଉଙ୍କି ମାରେ ।ତାର ସଙ୍ଗେ ମନେ ମୋରଫୁଟେ କେତେ ଦୃଶ୍ୟରାଶିଫେନିଳ ତରଙ୍ଗ କେତେନୀଳାର୍ଣ୍ଣବେ ଉଠେ ଭାସି ।ଏକ ପରେ ଆନ ଆସେଲାଗିଛି ଅନନ୍ତ ଖେଳାଅବିରତ ପିଟେ ମଥାସହେ ତାରକିତ ବେଳା ।ସୁନୀଳ ବିତାନ ଦିଶେଚକ୍ରବାଳ ମୂଳଯାଏଶ୍ୟାମଳ ପାଦପପନ୍ତିତୀରେ ଦୂରେ ଶୋଭାପାଏ ।ପଢ଼ଉରେ ମାଛ ଘେନିନୋଳିଆ ଲେଉଟି ଆସେକୂଳେ ତା ପିଲାଏ ଚାହିଁଗୀତ ଗା’ନ୍ତି ଅଟ୍ଟହାସେ ।ପାଣିକି ଡିଅଁନ୍ତି କେତେଭାଙ୍ଗିବେ ଲହଡ଼ି ସାତପାଛୋଟି ଆଣିବେ କୂଳେଧରି ଯେଝା ବାପ ହାତ ।ଧାଡ଼ି ଧାଡ଼ି କେତେ ପକ୍ଷୀସମୁଦ୍ର ଉପରେ ନଭେନିଜନିଜ ବସାମୁଖେଉଡ଼ିଯାନ୍ତି କଳରବେ ।ଦଳ ଛାଡ଼ି ଏ ପକ୍ଷୀଟିଥିଲା ପରା ପଥ ହୁଡ଼ିବସା ଖୋଜି କେଡ଼େ ବେଗେଏକାକି ଯାଉଛି ଉଡ଼ି ।ହେବ ପରା ଏହା ବସାକିନ୍ନରୀ ପାହାଡ଼ ଚୂଳେବିତାଇବ ତହିଁ ରାତିସ୍ୱଚ୍ଛନ୍ଦେ ଶାବକ ତୁଲେ ।ଛାଡ଼ି ଗୁପ୍ତ ବୃନ୍ଦାବନବଉଳ ତମାଳ ଡାଳଯିବେଣି ଚଢ଼େଇ ପାରିଉଡ଼ି ପକ୍ଷୀ ମାଳ ମାଳ ।ଗୁପ୍ତ ବୃନ୍ଦାବନ କୁଞ୍ଜେଥିବ ନାହିଁ କୋହାହଳସ୍ନିଗ୍ଧ ମରମରେ ଝଡ଼ିପଡ଼ୁଥିବ ଫୁଲଦଳ ।କିନ୍ନରୀ ଶଇଳ ଶିରେଦିଶେ ଦାବାନଳ ତେଜଆଣଇ ସେ ମନେ ମୋରବରୁଣୀ ପାହାଡ଼ ହେଜ ।ବରୁଣୀ ଜଙ୍ଗଲେ ଏବେଲାଗିବଣି ଦାବାନଳଜଳୁଥିବ ଦାଉ ଦାଉଶୁଷ୍କ ତରୁ ଶାଖାଦଳ ।ଶୁଖିଲା ବାଉଁଶ ଗଣ୍ଠିଫୁଟୁଥିବ ଘନ ଘନହେଙ୍ଗୁଳା ପବନ ବେଗେବହୁଥିବ ସନ ସନ ।ସିନ୍ଦୂରବରଣ ଶିଖାରକ୍ତ ଜିଭ ଲହ ଲହପୁରୁଷ ପବନ ଘାତେଉଠୁଥିବ ଶହ ଶହ ।ଲକ୍ଷ ଲକ୍ଷ ଅଗ୍ନିକଣାନଭେ ଯାଉଥିବ ଉଡ଼ିକେତେ ଗଛୁ ଶୁଷ୍କ ଶାଖାଜଳି ପଡ଼ୁଥିବ ଛିଡ଼ି ।ନିଦାରୁଣେ ଦିବାଲୋକେତୋଫା ଦିଶୁଥିବ ବଣଚକମକେ ଛଳୁଥିବଦେବୀପାଦ ପ୍ରସ୍ରବଣ ।ଶୁଖିଲା ପତର ଘାସଧାସେ ଜଳୁଥିବ ତଳେକାତରେ ଫଳାଉଥିବେମୃଗ ଶଶା ଦଳେ ଦଳେ ।ଦମ୍ ମାରୁଥିବେ ଯାଇଗିରି ପଦୁଁ ଖଣ୍ଡ ଦୂରେସମତଳ ଭୂମିପରେନଷ୍ଟ ରାଣୀହଂସପୁରେ ।ପୁରୁଣା ନଅର ଆହାସ୍ୱାଧୀନତା ଶେଷବତୀନିଷ୍ପ୍ରଭ ଉତ୍କଳେ ଯହିଁଜୁଳୁଥିଲା କ୍ଷିଣେ ଅତି, ।ଲିଭିଯାଇଛି ସେ ଦୀପଅନ୍ଧାର କରିଛି ଗ୍ରାସଭିଟାରେ ଉଠିଛି ଏବେବଣବୁଦା ଗଛ ଘାସ ।ସେ ଅମା-ଅନ୍ଧାର କଥାଏ ଅନ୍ଧାର କାରାଗାରେକିଁପା ଭାବେ ? ଡୁବେ ପ୍ରାଣଦୁଃଖ ଶୋକ ଅକୂପାରେ ।ଲିଭିଗଲେ ଏକାବେଳେମହତ୍ତ୍ୱର ଖୀଣ ଛାୟାଦେଖି କିଏ ସମ୍ଭାଳିବଧରି ରକ୍ତ ମାଂସ କାୟା ?ଜୟୀ ରାଜଗୁରୁ ଆତ୍ମାପକାଇ ସୁଦୀର୍ଘ ଶ୍ୱାସବୁଲୁଥିବ ଏବେ ଏକାପୁଷ୍କରିଣୀ ଚଉପାଶ ।ନିରାଶା ବିଷାଦଗୀତିଗାଉଥିବ କ୍ଷୀଣ ନାଦେକି ଅବା ନିରେଖି ଶୂନ୍ୟେବସିଥିବ ଅବସାଦେ ।ଗୁମୁଟିରେ କାରା ଘଣ୍ଟାବାଜେ ଠଣ୍ ଠଣ୍ ଠଣ୍ଯେ ଯାହା ପଞ୍ଜରେ ବନ୍ଦହେଲେ ସର୍ବେ ବନ୍ଦୀଗଣ ।ପ୍ରତି ଖୁଆଡ଼ର ସଂଖ୍ୟାଡାକେ ଉଚ୍ଚେ ଜଗୁଆଳିଲାଗିବ ଏ ରାତିଯାକସଂଖ୍ୟା ସଂକୀର୍ତ୍ତନ ପାଳି ।ବାଜିବଣି ନୀଳାଚଳେକେତେ ଘଣ୍ଟା ଭେରି ତୁରିଏ ସନ୍ଧ୍ୟା ଆରତୀ ବେଳେବେଢ଼ା ଉଠୁଥିବ ପୂରି ।କେହି କରୁଥିବେ ଜପପଢ଼ୁଥିବେ କେହି ସ୍ତୁତିକାହିଁ ନାମ ସଂକୀର୍ତ୍ତନଲାଗିଥିବ ଦିବ୍ୟସ୍ଫୂର୍ତ୍ତି ।ଉତ୍କଳର ପଲ୍ଲୀ ଗ୍ରାମେଏବେ ଭାଗବତ ଘରେଭାଗବତ ପଦ ଦୁଆଉଠିବଣି ଉଚ୍ଚସ୍ୱରେ ।ଏ ବିଜନ ବିଳେ କିମ୍ବାକରୁଛି ମୁଁ ସେ ଭାବନାଏକାନ୍ତେ ମୁହୁର୍ତ୍ତେ ବସିକରେ ହେଲେ ଉପାସନା ।ପୂରି ରହିଛନ୍ତି ପ୍ରଭୁସର୍ବ ଭୂତେ ସର୍ବ ସ୍ଥାନେପାଇବି ପରାଣେ ଶାନ୍ତିତାଙ୍କ ପାଦପଦ୍ମ ଧ୍ୟାନେ ।ବଜାଇବି ହୃଦେ ଘଣ୍ଟାଅନ୍ତରେ ପ୍ରଦୀପ ଜାଳିଆରତି ରଚିବି ଏଥିପଦେ ପ୍ରେମ ପୁଷ୍ପ ଢ଼ାଳି ।ଜୀବନ ନିବିଡ଼ ତମେସେହି ମୋର ଧ୍ରୁବତାରାତାଙ୍କ ବଳେ ତୀର୍ଥ ମୋରବିଷମ ଦୁଃସହ କାରା ।ସେ ସଖା ସୋଦର ସ୍ୱାମୀଅଛନ୍ତି ସଦା ମୋ ସାଥିତାଙ୍କରି ଆଶ୍ରୟେ ଏବେପୁହାଇବି ଆଜି ରାତି ।କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେତରୁଣ ବୟସେ ଯେବେ ବସି ତବ ପାଶେଲଭିଥିଲି ଜ୍ଞାନଲୋକ ପ୍ରଥମ ସଞ୍ଚାର,ସେହି ଦିନୁ ଏ ଯାଏ ସବୁ ସ୍ମୃତି ମନେ ଆସେଶୁଣି ଆଜି ତବ ମୃତ୍ୟୁ ଶୋକ-ସମାଚାର।୧।ଭାଗ୍ୟ ହେଲା ନାହିଁ ତବ ରୁଚି ଅନୁକୂଳଜାଣେ ମୁଁ କାଟିଛ କାଳ ଚିର ହାହାକାରେଜୀବନର କର୍ମକ୍ଷେତ୍ରେ ସତତ ବ୍ୟାକୁଳ,ପାଇ ନାହିଁ ସୁଖଶାନ୍ତି କ୍ଷଣେ ପରିବାରେ।୨।ଦେଖିଛି ଅନ୍ତରେ ତବ ଥିଲା ଅଗ୍ନିକଣା,ଜଳିଥାନ୍ତା ଲାଗିଥିଲେ ଯଥାକାଳେ ବାୟୁ,କୁହୁଳି କୁହୁଳି ତାହା ଲିଭିଲା ଅଜଣାନିରାଶାର ଉଷ୍ଣଶ୍ୱାସେ ତରଳିଲା ଆୟୁ।୩।କିପାଇଁ ପ୍ରଗାଢ଼ ସ୍ନେହ ଆଦର ବିଶ୍ୱାସପୋଷିଥିଲ ନିରନ୍ତର ଅନ୍ତରେ ମୋ ପ୍ରତି,ଅନ୍ତିମ ମୁହୁର୍ତ୍ତେ ମୋ ଦୂର କାରାବାସସୁମରି ମରମେ ବ୍ୟଥା ପାଇଥିବ ଅତି।୪।ହେଲା ମୋର କାରଦଣ୍ଡ ଯେବେ ପଡ଼େ ମନେଛିଡ଼ା ହୋଇଥିଲ ଆସି ଦରବାର ଦ୍ୱାରେ,ଢଳଢଳ କରି ସ୍ନେହ ଲୋତକ ନୟନେରୁଦ୍ଧକଣ୍ଠେ ଆଶିଷିଲ ମୋର ନମସ୍କାରେ।୫।ଫେରି ଏଥୁଁ କରିଥାନ୍ତି ପୁଣି ନମସ୍କାରକହିଥାନ୍ତି ଫେଡ଼ି ମୋର କାରା ଅନୁଭବ,କ୍ରୂର କାଳ ଲଗାଇଲା କ୍ଷତେ ମୋର ଖାରଘଟାଇଲା ଏ ଦାରୁଣ ଶୋକ ଅଭିନବ।୬।ଆସୁ ଆସୁ ଆସିପାରେ ଯେତେ ଯେତେ ଦୁଃଖକରିଛି ଏ ଛାତିକି ମୁଁ ପାଷାଣୁଁ କଠିନ,ଆତ୍ମୀୟସ୍ୱଜନ ଆଡ଼ୁ ଫେରାଇଣ ମୁଖଅନ୍ଧକାର କାରାକକ୍ଷେ ପଶିଲି ଯେ ଦିନ।୭।ମୋ କାର୍ଯେ ମମତା ସଦା ଥିଲା ତବ ପ୍ରାଣେମୋ ବିପଦେ ଭୋଗୁଥିଲ ସ୍ୱଜନ-ବେଦନା,ନ ଗଲି ଶ୍ମଶାନ ଯାଏ ଅନ୍ତିମ ପ୍ରୟାଣେଚିରଦିନ ରହିଲା ଏ ଗଭୀର ଶୋଚନା।୮।ରହିଚି ଏପରି କେତେ ଶୋଚନା ସଞ୍ଚିତଶୈଶବୁଁ ବିୟୋଗ ଦୁଃଖେ ଗଢ଼ା ଏ ଜୀବନ,ଜାଗିଲେ ସେ ସ୍ମୃତି ଚିତ୍ତ ହୁଏ ବିଚଳିତଭାସେ ଆଖି ଅଶ୍ରୁନୀରେ ଅଙ୍ଗ ଅବସନ୍ନ।୯।ଦେଖି ନାହିଁ ମାତୃମୁଖ ଅଜ୍ଞାନ ଶୈଶବେପିତା ପୁତ୍ର ପତ୍ନୀ ବନ୍ଧୁ ବିୟୋଗ ବିତ୍ପାତ;ବାର ବାର ତଡ଼ିନେଇ ଶୋକ-ମହାର୍ଣ୍ଣବେବୁଡ଼ାଇ ଦେଇଛି ବୁକେ ତୀବ୍ର କଷାଘାତ।୧୦।ବିରହ ବିଷାଦ ବିଷେ ରସାଣିତ ଧାରକ୍ରୂର କାଳ ବାର ବାର ତୀକ୍ଷ୍ଣ କରବାଳେ,କରିଛି ଏ ବକ୍ଷେ ମୋର ଦାରୁଣ ପ୍ରହାରକୁଞ୍ଚିତ ଚିରାଳ ଛାପ ମାରିଛି ମୋ ଭାଲେ।୧୧।ଅଳପ ବୟସେ ମୋର ବହୁ ଅନୁଭବହୃଦ ନିଷ୍ପେଷିତ ମୋର ବିରହ କଷଣେ,ତୁଟିଛି ମୋ କଳ୍ପନାର ବିଳାସ ବୈଭବଦେଖେ ମୁଁ ଜୀବନଗତି ବାସ୍ତବ-ନୟନେ।୧୨।ତୃଣ ବେନି ଯଥା ମହାସାଗର ତରଙ୍ଗେଭାସିଆସି କ୍ଷଣେ ମିଳି ହୁଏ ଅନ୍ତରିତପିତା ପୁତ୍ର ପତି ପତ୍ନୀ ମିଳି ଏକ ସଙ୍ଗେକାଳ-ସ୍ରୋତେ କାହିଁ ପୁଣି ଚଳନ୍ତି ତ୍ୱରିତ !।୧୩।ଏହି କି ପ୍ରଣୟ ଗତି, ଏହି ପରିଣାମ ?ଅପାର ଜୀବନ-ସ୍ରୋତେ ମୁହୂର୍ତ୍ତ ମିଳନ?ଭେଟ ସ୍ଥାନ ଏକମାତ୍ର କ୍ଷୁଦ୍ର ଧରାଧାମ ?ତେବେ କିପାଁ ଏ ମମତା, ଏତେ ଆୟୋଜନ ?।୧୪।ବେନି ତୃଣ ବାରେ ଯେବେ ଭେଟି ପରସ୍ପରେଅନନ୍ତ ଭ୍ରମଣେ ପଥେ କରନ୍ତି ଗମନ,କେ ଜାଣେ ନ ହେବ ବାଲି ଭେଟ ଆଉ ଥରେତୁଟେ ନାହିଁ କିପାଁ ସ୍ମୃତି ମମତା ବନ୍ଧନ।୧୫।ଚିତାନଳେ ଭଷ୍ମ ନୁହେ ସେନେହ ବନ୍ଧନଶଶ୍ମାନ ନୁହେ ଏ ଜୀବ ଶେଷ ପରିସୀମା,କେବେ କାହିଁ ହେବ ନିଶ୍ଚେ ଶୁଭ ସମ୍ମିଳନପ୍ରକାଶିବ ପ୍ରାଣେ ପୂର୍ଣ୍ଣ ପୁଣ୍ୟ-ମାଧୁରିମା।୧୬।ସୁଖ ଦୁଃଖ ତେଣୁ ମୋର ସମ ସହଚରଜନମେ ମରଣେ ନାହିଁ ହରଷ ବିଷାଦ,ଆହ୍ଲାଦେ ଆପଦେ ମୋର ସମାନ ଆଦରସବୁ ଶୁଭ ବିଧାତାଙ୍କ ଶୁଭ ଆଶୀର୍ବାଦ।୧୭।ଏ ବିଶ୍ୱାସେ କାରା ମୋର ପୁଣ୍ୟ ତପୋବନଆତ୍ମୀ ବିୟୋଗ ଆଣେ ଅପୂର୍ବ ଉନ୍ମେଷ,କ୍ରମେ ଯେ ନିକଟେ ମୋର ଆସୁଛି ମରଣରହିଅଛି ବହୁ କାର୍ଯ୍ୟ ଏବେ ଅବଶେଷ।୧୮।ଗୋପବନ୍ଧୁଙ୍କ ଶିକ୍ଷାଗୁରୁ ପୁରୀବାସୀ ସ୍ୱର୍ଗୀୟଦିବ୍ରସିଂହ ମିଶ୍ରଙ୍କ ପରଲୋକ ସଂକ୍ରାନ୍ତରେ ଲିଖିତ ।ଦିବ୍ୟସିଂହ ମିଶ୍ର ବି.ଏ. ପାସ୍ କରି ପୁରୀ ଜିଲ୍ଲାସ୍କୁଲରେ ସହକାରୀ ଶିକ୍ଷକ ଥିଲେ।୧୯।ଦେଖାଦିଅ ବାରେଦଶଦିଗ ମୋତେ ଦିଶେ ଅନ୍ଧକାରଲାଗେ ଏ ଜୀବନ ଅତି ଗୁରୁଭାରନିରାଶ ନିଶ୍ୱାସ ବହେ ଅଣଚାଶକରିବି କି ପ୍ରତିକାର।୧।କାହିଁ ମୋର ସେହି ପ୍ରାଣ ପ୍ରେମଧାରକାହିଁ ମୋର ସୁଧାମୟ ହୃଦହାରଦିଅ ଦେଖା ବାରେ ଏ ଘୋର ଅନ୍ଧାରେଦେଖ ମୁଁ କି ନାରଖାର !।୨।ଚଳାଅ ମୋ ଅଙ୍ଗେ ଅମିୟ ଅଙ୍ଗୁଳିଦିଅ ଶିରେ ମୋର ପୁଣ୍ୟ ପଦଧୂଳିବଜାଅ ସେ ବୀଣା ମୃତ୍ୟୁ-ଭୟଜିଣାଉଠୁ ମୋ ପ୍ରାଣ ଉଛୁଳି।୩।ବୁଡ଼ି ନାହିଁ ପୂରା ଏବେ ମୋ ଚେତନାଲୋଡ଼େ ଏ ପରାଣ ସେନେହ ସାନ୍ତ୍ୱନାଅଳପ ଅପାଙ୍ଗେ ଅନାଅ ଏ ଅଙ୍ଗେଆସୁ ଆଶା ଆଶ୍ୱସନା।୪।ମଧୁର ମୁରଲୀ ବିମୋହନ ତାନଶୁଣାଅ, ପୁଲକି ଉଂଇବ ପରାଣ,ଆଶୁ ଉପଚାର କରହେ ବିଚାରଥାଉଁ ଥାଉଁ ମୋର ଜ୍ଞାନ।୫।ଉଠୁପଛେ ତାନେ ଦୁଃଖମୟ ଗୀତିଦୁଃଖଗଢ଼ା ପ୍ରାଣ ପାଉ ଦୁଃଖେ ପ୍ରୀତିଦୁଃଖେ ସୁଖେ ମୋର ସମାନ ଆଦରବାଅ, ବେଳ ଯାଏ ବିତି।୬।ପ୍ରେମର କି ଏହି ପରିଣାମ ?ତରଳ ତାରୁଣ୍ୟେ ବେନି ହୃଦ ଢଳଢଳମିଶିଲା ସହଜ ଯଥା ଜଳ ସଙ୍ଗେ ଜଳ ।କୋମଳ କୈଶୋରେ ପ୍ରୀତି ହେଲା ଗାଢ଼ତରସହେ ନାହିଁ ପ୍ରାଣ, ହେଲେ ମୁହୂର୍ତ୍ତେ ଅନ୍ତର ।ଆହାର ଭୋଜନ ନିଦ୍ରା ସ୍ନାହାନ ଆଳାପଗାନ ଧ୍ୟାନ ଅଧ୍ୟୟନ ସୁହା ସ ବିଳାପ ।ଜୀବନର ପ୍ରତି କାର୍ଯ୍ୟେ ଯଥା ଏକ କଳେଅନୁକ୍ଷଣେ ଏକ ଭାବେ ବେନୁ ତନୁ ଚଳେ ।ଏ ହୃଦେ ଲାଗେ ଯେବେ ଦୁଃଖ ଦାଉ ଘାତସଙ୍ଗେ ସଙ୍ଗେ ଆନ ନେତ୍ରୁ ହୁଏ ଅଶ୍ରୁପାତ ।ବେନି ପିଣ୍ଡେ ଏକ ଆତ୍ମା ଏକ ମନ ପ୍ରାଣବେନି ହୃଦେ ଏକ ତନ୍ତ୍ର ବାଜେ ସମତାନ ।ସେ ମୋହନ ତନ୍ତ୍ର ସୂକ୍ଷ୍ମ ଛିଦ୍ର ଥିଲା କାହିଁସ୍ୱପ୍ନେ ହେଲେ କେହି କେବେ ମନେ ଭାବି ନାହିଁ ।ଚାହୁଁ ଚାହୁଁ ଚାରୁ ବୀଣା ହେଲା ବେନି ଭାଗନାହିଁ ଆଉ ତାନ ଲୟ ନାହିଁ ଗୀତ ରାଗ ।ଉପୁଜିଲା ଅଲକ୍ଷିତେ କାହୁଁ ଅମ୍ଳବିନ୍ଦୁସ୍ୱାର୍ଥ ତାପେ ଛିଣ୍ଡାଇଲା ପ୍ରିତୀ-ପୟ-ସିନ୍ଧୁ ।ସଂହତ ଶ୍ୟାମଳ ସ୍ନିଗ୍ଧ ଶୈଳଗର୍ଭେ ଲୁଚି,ଥିଲା ଶିଳାଭେଦକ୍ଷମ ସୂକ୍ଷ୍ମ ବଜ୍ରସୂଚି ।ଅକସ୍ମାତେ ବିଦାରିଲା ଶଇଳ ଶିଖରଏକ ଶୃଙ୍ଗ ଦ୍ୱିଧା ଏବେ ଯୋଜନ ଅନ୍ତର ।ମଧ୍ୟେ ବହେ ଭୀମବେଗେ ବିଶାଳ ପ୍ରପାତଘଟିବ କି ଆଉ ସତେ ବେନିଙ୍କ ସାକ୍ଷାତ ?ନଶ୍ୱର ଭବେ କି ଏହି ଜୀବନର ଗତି,କ୍ଷଣଭଙ୍ଗୁର କି ନର ପ୍ରଣୟ ପୀରତି ?କଣ୍ଟକସଙ୍କୁଳ ପଥେ କୁସୁମ ବିତାନମରୁଭୂମେ ପ୍ରେମ ସ୍ନିଗ୍ଧ ସଲିଳ ସମାନ ।ମରପିଣ୍ଡେ ପ୍ରେମ ଏକ ଅମର ସଞ୍ଚାର,ପାର୍ଥିବ ଜଗତେ ପ୍ରେମ ସ୍ୱର୍ଗ ସୁଧାକର ।ପ୍ରେମର ଏ ପ୍ରଶସ୍ତି କି କବି କଳପନା,ପ୍ରେମ କି କେବଳ ନୀଚ ସ୍ୱାର୍ଥର ଛଳନା ?କୈଶୋରେ ଉପୁଜେ ପ୍ରେମ ମିଳି ପ୍ରାଣେ ପ୍ରାଣଉତ୍ତର ବୟସେ ତାର ଏହି ପରିଣାମ ?ଯୌବନ ସରସ ଭାବ ହୃଦୟ ପ୍ରସାରପ୍ରବୀଣ ଦୃଷ୍ଟିରେ ଘୋର ମସ୍ତିସ୍କ ବିକାର ?ଜୀବନର ପଦେ ପଦେ କାହିଁ ତେବେ ମେଳନୁହେଁ ପରା ଏ ଜୀବନ ବୃଥା ଶିଶୁ ଖେଳ ?ଧିକ୍ ଧିକ୍ ଶତ ଧିକ୍ ପୌଢ଼ ପ୍ରବୀଣତା,ନାଶେ ଯେ ମାନବ ହୃଦ ସ୍ନେହ ସରଳତା ।ଗର୍ବ ଅହଙ୍କାରେ ଯାର ପୀରତି ପିହିତଆବିଳ ପ୍ରାଣେ ଯେ ଗାଏ ପୁଣ୍ୟ ପ୍ରେମ-ଗୀତ ।ବହିଯାଏ ଦୂର ଯାର ବିଶ୍ୱପ୍ରେମିକତାଈର୍ଷାନଳେ ଜଳେ ଆଦ୍ୟ ନିକଟ ମମତା ।ଶୈଶବ ଉଦ୍ଦେଶ୍ୟହୀନ ସ୍ୱଚ୍ଛନ୍ଦ ସରଳତରୁଣ ଉନ୍ମୁକ୍ତ ରମ୍ୟ କୋମଳ ତରଳ ।ପ୍ରେମ-ପୁଲକିତ ନବ ମଧୁର ଯୌବନ,ସରିଥାନ୍ତା ଏଥି ହେଲେ ମାନବ ଜୀବନ ।ରହିବ କି ଚିରଦିନ ଯୋଜନ ଅନ୍ତର ?ରହିବ କି ଯୋଜନ ଅତଳ ସାଗର ?ଶୁଖିବ ନାହିଁ କି ସିନ୍ଧୁ ନିଦାଘେ କିରଣେ ?ଘନିବ ନାହିଁ କି ଶୀତ ହିମ ଆବରଣେ ?ନିର୍ମଳ ଶରଦ ଶଶୀ ଶୀତଳ କିରଣମଧୁର ବଦନ୍ତ ମୃଦୁ ମନ୍ଦ ସମୀରଣ ।ହରିବ ନାହିଁ କି କେବେ ପରାଣ ବେଦନା ?ଘଟିବ ନାହିଁ କି ଆଉ ଯୁଗଳ ଯୋଜନା ?ତୁଟିବ ନାହିଁ କି କେବେ ହୃଦୟରୁ ଦାଗ,ଫୁଟିବ ନାହିଁ କି ଫୁଣି ପୂର୍ବ ଅନୁରାଗ ?ଲିହି ଯେ ବୁକୁରେ ଶିର ଚାହିଁ ଆନ ମୁଖେଶୋଇଥିଲା କୁତୂହଳେ ଏକ ମନ ସୁଖେ ।ଯେତେଯେତେ କଥା ଅଛି ସେ ବୁକୁ ଭିତରେଫିଟିବ ନାହିଁ କି ତାହା କେବେ ଏକାନ୍ତରେ ?ଏକକୁ ଅନାଇ ଆନ ନେତ୍ରୁ ଅଶ୍ରୁଧାରବହିବ ନାହିଁ କି ଭେଦି ହୃଦୟ-ଦୁଆର ?“ତୁ ଛାଡ଼ିଲେ ମୁଁ ତ ତତେ ନ ଛାଡ଼ିବି କ୍ଷଣେ”କହିବି କି ଏକ ଆନେ ଇଙ୍ଗିତ ଈକ୍ଷଣେ ?ନୀରବ ଆଳାପେ କହି ମରମ ଭାଷଣକରିବ ନାହିଁ କି ଏକ ଆନେ ଆଲିଙ୍ଗନ ?ବିଭାସିବ ପ୍ରେମ ତେବେ ଅଭିନବ ରାଗେଯୁଗଳ କମଳ କଳି ଫୁଟିବ ସରାଗେ ।ବିଛେଦ ବିକାଶ ପ୍ରେମ ଅତି ମଧୁମୟଶୀତ ଅନ୍ତେ ଶୋଭେ ସିନା ନବ କିଶଳୟ ।ବିଶ୍ୱର ମିଳନ ଚିତ୍ରକାହିଁ ତପନ କେତେ ଦୂର ଅମ୍ବରେକାହିଁ ନଳିନୀ ତଳେ ଫୁଟଇ ସରେ,ଉଇଁବା ମାତ୍ରେ ରବି କର ବଢ଼ାଇନଳିନୀ ଅଙ୍ଗେ ଦିଅ ଅଙ୍ଗ ଲଗାଇ।୧।କାହିଁ ସୁନିଳ ନଭେ ବିରାଜେ ଇନ୍ଦୁକାହିଁ ଧରଣୀ ତଳେ ସୁନୀଳ ସିନ୍ଧୁ,ପ୍ରେମେ ଲହରୀ-ବାଳା ଖେଳେ ଉଲ୍ଲାସେସୁଧାଶୁଂ ସୁଧାମୟ କର ପରଶେ।୨।ସଞ୍ଚରେ ବାୟୁ କାହିଁ ଅନନ୍ତ ପଥେନ ଭୁଲେ ପ୍ରୀତି ଗିରିଗୁହା ସଙ୍ଗତେ,ନ କରି ଦିନ ବାର ଋତୁ ବାରଣଦରୀ ସୁନ୍ଦରୀ ମୁଖ ଚୁମ୍ବେ ପବନ।୩।ନୀରଦ ଆଲିଙ୍ଗନେ ସଦା ସ୍ନେହରେଚାପଇ ଚପଳାକୁ ନିଜ ଦେହରେ,କଳା ହେଲେହେଁ ମେଘେ ପ୍ରେମ ପୁଲକେଚାରୁ ଚପଳା ଚୁମ୍ବେ ନେତ୍ର ପଲକେ।୪।ବିସ୍ତାରି ଶାଖା-ଭୁଜ ତରୁ ସୁବେଶେଲଳିତ ଲତା ତନୁ ପ୍ରେମେ ଆଶ୍ଳେଷେ,ନ ଛାଡ଼େ ତରୁ ସଙ୍ଗ କେବେ ବ୍ରତତୀସର୍ବାଙ୍ଗ ଶତମୁଖେ ଚୁମ୍ବଇ ସତୀ।୫।କଠିନ ଗିରିବକ୍ଷେ ଚୁମ୍ବେ ଝରଣାଅଙ୍ଗରେ ଅଙ୍ଗ ଛନ୍ଦି ଶୁଭବରଣା,ସହେ ଶଇଳ ତାର ପ୍ରପାତ ଭାରସାଦରେ ସଦା ଯେହ୍ନେ ଗଳାର ହାର।୬।ଲଙ୍ଘି ସରିତ ବହୁ ପଥ ଦୁର୍ଗମପ୍ରେମେ ଉଛୁଳେ ଲଭି ସିନ୍ଧୁ ସଙ୍ଗମ,ଚୁମ୍ବିଲେ ସିନ୍ଧୁନୀର ବିଶାଳ ବାହୁଗାଢ଼ ଆଶ୍ଳେଷେ ଦୃଶ୍ୟ ନ ହୁଏ ଆଉ।୭।ଭୁଲି ସାଗର ନିଜ ମହତପଣ,ପ୍ରେମେ ଉନ୍ମାଦେ ଚୁମ୍ବେ ବେଳା ଚରଣ,ମର୍ଯ୍ୟାଦା ଜଗି ମନା କରଇ ବେଳାଲାଗିଛି ଅନୁକ୍ଷଣ ଏ ପ୍ରୀତିଖେଳା।୮।ଚୁମ୍ବେ କଠିନ ଲୌହ କଠିନ ଶିଳାଜଗତେ କି ବିଚିତ୍ର ଏ ପ୍ରେମ ଲୀଳା,ଚୁମ୍ବନ ଆଲିଙ୍ଗନୁ ପୀରତି କ୍ରିୟାକ୍ଷଣକ ତରଳାଏ ପାଷାଣ ହିଆ।୯।ଶୂନ୍ୟ ସଂସାର ମୋର ଶୂନ୍ୟ ସଦନଚୁମ୍ବନ ଆଲିଙ୍ଗନ ମତେ ସ୍ୱପନ,କିଏ ବା ଦେବ ନେବ ପ୍ରେମ-ପୀୟୁଷନୀରବ ହାହାକାରେ ଯିବ ଆୟୁଷ ?।୧୦।ମିଳିବ ନାହିଁ କି ସେ ପୀରତି ସୁଧାମୋ ଲାଗି ଶୁଷ୍କ କି ଏ ବିଶ୍ୱ-ବସୁଧା ?ଆଦର ଆଲିଙ୍ଗନ ଚାରୁ ଚୁମ୍ବନଦେବେ ନାହିଁ କି ପ୍ରାଣେ ପୁଣ୍ୟ ପ୍ରେରଣ ?।୧୧।ଜାଣେ ଅଛନ୍ତି ମୋର ପରାଣପତିସୁନ୍ଦର ସତ୍ୟ ଶିବ ଅଗତିଗତି,ରହିଛି ନିତି ତାଙ୍କ ବାଟ ଅନାଇହୃଦ-ପଲଙ୍କେ ଫୁଲଶେଯ ସଜାଇ।୧୨।ଦେଖିବି ଥରେ ଯେବେ ପରାଣନାହାଛାଡ଼ିବି ନାହିଁ ଭିଡ଼ି ଧରିବି ବାହା,ବହିବି ମନ ଭରି ଚୁମ୍ବ ଆଶ୍ଳେଷପୂରିବ ପ୍ରାଣ ପ୍ରାସ ହରିବ କ୍ଳେଶ।୧୩।ମିଶେ ସରିତ ଯଥା ମହାସାଗରେଜଡ଼େ ବଲ୍ଳରୀ ଯଥା ତରୁ ଅଙ୍ଗରେ,ନୀଳ ନୀରଦେ ଯଥା ଖେଳ ଚପଳାନିର୍ଝର ଧାରା ଯଥା ଗିରି ମେଖଳା।୧୪।ନାଚେ ଲହରୀ ଯଥା ଶଶୀ ପରଶେନଳିନୀ ଯଥା ରବିକରେ ହରଷେ,ମିଳାଇ ପ୍ରାଣ ତଥା ପ୍ରାଣେଶ ପଦେନାଚିବି ବିଶ୍ୱପ୍ରେମ ପରମାନନ୍ଦେ।୧୫।ଗିରି ସାଗର ନଦୀ ତପନ ଶଶୀସର୍ବେ ଚୁମ୍ୱିବେ ମୋତେ ପ୍ରେମେ ପରଶି,ମୋ ପ୍ରାଣ ପ୍ରେମଧାରେ ଭାସିବ ଧରାହେବ ଏ ବିଶ୍ୱ ମୋର ପ୍ରେମ-ପସରା।୧୬।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ