କପିଳେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୫୧
- ସ୍ଥିତି
- ସାର୍ବଜନୀନ (Public domain)
ଲିଙ୍ଗରାଜଙ୍କ ନିକଟ,ହୋଇଛି ଧାମ ପ୍ରକଟ ।କୁଷ୍ଠରୋଗୀ ଶତ ଶତ,ପଡ଼ି ବେଢ଼ା ମଧ୍ୟଗତ ହେ ।୧।ନିଅନ୍ତି ତବ ଶରଣ,ପକାଇ ତହିଁ ନୟନ ।ଉଦ୍ଧରି ନେଉଛ ଯେତେ,ସଂଖ୍ୟା କରିବି ମୁଁ କେତେ ହେ ।୨।ଆପଣ ତ ଦୟାଶୀଳ,ଯଶ ଉଡୁଛି କପିଳ ।ଯାରେ ଦୟା ତିଳାଧାନ,*ସେ କରେ ପର୍ବତ ଜ୍ଞାନ ହେ ।୩।ମୂଲିଆ ସେବକଦଳ,ମୁଣ୍ଡେ ଢାଳୁଥାନ୍ତି ଜଳ ।ମହାସ୍ନାନ କେତେ ଥର,ଭାସିଯାଏ ଘରଦ୍ୱାର ହେ ।୪।ତବ ପ୍ରସାଦ ଗଣିତା,ହୋଇଅଛି ଜଗଜ୍ଜିତାମହାପ୍ରସାଦ ମଧ୍ୟରେ,ଭକ୍ତ ବଡ଼ ସାଧ କରେ ହେ ।୫।ପାଆନ୍ତ ବହୁତ ଜନ,ପ୍ରସାଦ ଅନ୍ନ ବ୍ୟଞ୍ଜନ ।ପ୍ରଧାନ ପୀଠରେ ଗଣି,ଯାଇଛନ୍ତି ରଘୁମଣି ହେ ।୬।ଅଛି ପାଶେ ଯେଉଁ ସର,କି କହିବି ଗୁଣ ତାର ।ଯେତେ ଶୁଖାଇ ରଖିବ,ତେତିକି ଝରେ ପୂରିବ ହେ ।୭।ନାହିଁ ଜଳର ଆକରା,ନିକଟରେ ନଦୀ ଭରା ।ଗଙ୍ଗୁଆ ନାମ ପ୍ରଧାନ,ପଡେ ଯୋଗ ଟଙ୍ଗା ସ୍ନାନ ହେ ।୮।ଗ୍ରାମର ପୂର୍ବ ସୀମାନା,ଯାଗେଶ୍ୱରୀ ବିଦ୍ୟାମାନା ।କରନ୍ତି ହିତସାଧନା,ନାଶନ୍ତି ଘୋର ବେଦନା ହେ ।୯।ଅଛି ଏଠି ନାନା ସିଦ୍ଧି,ମଙ୍ଗଳାରୋପଣ ବିଧି,କରନ୍ତି କୁଳଅଙ୍ଗନା,ଅତି ଭକ୍ତିଗତପ୍ରାଣା ହେ ।୧୦।ସାମନ୍ତରାପୁର ପାଶ,ଭୂଷଣା ଦେବୀଙ୍କ ବାସ ।କେତେଗୋଟି ମହାଜନ,ସଂସ୍କାର କଲେ ସାଧନ ହେ ।୧୧।ଅତି ରମଣୀୟ ସ୍ଥାନ,ପାଶେ ଗଙ୍ଗୁଆ ପ୍ରଧାନ ।ଅଛି ଧର୍ମଶାଳା ଏକ,କଲେ ଯେ ଭାବି ବିବେକ ହେ ।୧୨।ପଡ଼ିଲେ ଘୋର ସଙ୍କଟ,ଆସନ୍ତି ଦେବୀ ନିକଟ ।ମାନସିକ ବର ପାଇ,ସ୍ୱସ୍ଥାନେ ମିଳନ୍ତି ଯାଇ ହେ ।୧୩।ହେ ପ୍ରଭୁ କପିଳେଶ୍ୱର,ତବ ଆଶ୍ରମ ପାଶର ।ଅଛନ୍ତି ଅସଂଖ୍ୟ ଦେବ,