କାଞ୍ଚି କାବେରୀ ଯୁଦ୍ଧ
ଗୋବିନ୍ଦ ରଥ · ଭାଗ ୭ / ୭
ଗୋବିନ୍ଦ ରଥ · ଭାଗ ୭ / ୭
ଜନେ ହୋଇ ହରଷ ଶୁଣ ବିଚିତ୍ରରସ ପରମ ଆନନ୍ଦ ଲଭିବ ।ରାଜା ପଦ୍ମାବତୀକି ଧରି ନେଉଁ କତିକି ଏରୀତି ଦେଖନ୍ତେ ସଚିବ ଯେ ।ଶୀଘ୍ର ଯାଇଁ । କାଞ୍ଚିନୃପକୁ ଘେନି ସଙ୍ଗେ ।ଆସି ସେଠାରେ ମିଳିବେଗେ ।ସକଳେ ଚାହିଁଛନ୍ତି ବିନୟେ କହେ ମନ୍ତ୍ରୀ ବଚନ ଅତି ଅନୁରାଗେ ଯେ ।୧।ଆହେ ଓଡ଼ିଶାଧିପ ଏ କଳେବର ନୃପ ନ ଜାଣି ଦୋଷ କରିଥିଲା ।ପାଇଁ ତହିଁର ଫଳ ଏବେ ହୋଇ ବ୍ୟାକୁଳ ଆସି ଏ ଶରଣ ପଶିଲା ଯେ ।ଦେଖ ଦେଖ । ହୋଇଅଛନ୍ତି କେଡ଼େ ଦୀନ ।ନାହିଁତ ପୂର୍ବ ଅଭିମାନ ।ସୁଦୟା ତାଙ୍କଠାରେ କରି ରଖ ହେ ବାରେ ଲୋକେ ବୋଲିବେ ଧନ୍ୟ ଧନ୍ୟ ଯେ ।୨।ସଙ୍ଗେ ଆଣି ବନିତା ମୋ ଗୃହେ ଛନ୍ତି ଚିନ୍ତାସାଗରେ ବୁଡ଼ି ନିରନ୍ତରେ ।ପଦ୍ମାବତୀଙ୍କ ମାତ ପାଗଲୀ ପରାଏତ ଅଛନ୍ତି ରଜନୀ ବାସରେ ଯେ ।ନୟନରୁ । ନିର ନିରତେ ବହୁଅଛି ।ସର୍ବଦା ଏହି କଥା ପାଞ୍ଚି ।ମୋ ସୁତା ପଦ୍ମାବତୀ ଲଭିବ କି ଦୁର୍ଗତି ବିଚାରିଛନ୍ତି କି ବରଷି ଯେ ।୩।ଏପରି ତାଙ୍କ ଶୋକ ଦେଖି ଶୁଣି ଅନେକ ପ୍ରବୋଧି ରଖାଇଚି ଜାଣ ।ଏବେ ଶ୍ରୀ ଛାମୁଙ୍କର ହେଲେ ଶାଶୁ ଶ୍ୱଶୁର ରଖନ୍ତୁ ନିକଟେ ଶରଣ ଯେ ।ଶୁଣି ଏହା । ଶ୍ରୀପୁରୁଷୋତ୍ତମ ନୃପତି ଓଡ଼ିଶାଗାଦି-ଗଜପତି ।ଚାହିଁ କାଞ୍ଚୀନରେଶ ମୁଖକୁ ଏହି ଭାଷ କହିଲେ ସର୍ବେ ଶୁଣୁଛନ୍ତି ଯେ ।୪।ହେ ନୃପକଳେବର ଚିତ୍ତେ ଆନ ନ ଧର ଈଶ୍ୱର ଯେତେବେଳେ ଯାହା ।ଯାହାକୁ ବିତରନ୍ତି ତାକୁ ଭୋଗ କରାନ୍ତି ଆନ କରିବ କେ ବା ତାହା ଯେ ।ସେ ସକଳ । କଥା ମନରୁ ଛାଡ଼ିଦିଅ ।ଏଣିକି ତୁମ୍ଭେ ସୁଖେ ରହ ।କହିଁ ବହୁତ ଏହିପରି ମନ୍ତ୍ରୀଙ୍କି ଚାହିଁ ଭାଷିଲେ ନରପତିସିଂହ ଯେ ।୫।ଆହେ ଶଚିବ ଏବେ ଯେପରି ଏ ରହିବେ ରାଣୀ ସହିତେ ବହୁମାନ୍ୟ ।ସେପରି ବିଚାରିବ ତୁମ୍ଭଙ୍କୁ କେ କହିବ ନ ଜାଣ ତୁମ୍ଭେ କି ବିଧାନ ଯେ ।ନୃପଆଜ୍ଞା । ଶ୍ରବଣେ ମନ୍ତ୍ରୀ ଯୋଡ଼ି କର ।ଭାଷଇ ଯେ ଆଜ୍ଞା ଛାମୁର ।ଏହା ଶୁଣ ସକଳେ ରାଜାଙ୍କୁ ସେହିକାଳେ ପ୍ରଶଂସା କଲେକ ଅପାର ଯେ ।୬।ରଥ ଉପରେ କାର୍ଯ୍ୟ ସାରି ଓଡ଼ିଶାରାଜ ପଦ୍ମାବତୀକି ପୁରେ ପେଶି ।ରଥ ଚାଲିବା ପାଇଁ ନିଯୋଗ ଆଜ୍ଞା ଦେଇ ଆପଣାଗହଣରେ ମିଶି ଯେ ।ନବରକୁ । ଗମନ କରୁଁ ମନ୍ତ୍ରୀ ଯାଇଁ ।କାଞ୍ଚୀ-ନୃପକୁ ସଙ୍ଗେ ନେଇଁ ।ଉତ୍ତମ ବାସ ଦେଇ ଯତନରେ ରଖାଇ ଦେଲେ ଯା ରାଜା ଥିଲେ କହିଁ ଯେ ।୭।କାଞ୍ଚୀରାଜନ ମନ୍ତ୍ରୀ କର ଧରି କହନ୍ତି ବନିତା ନିକଟେ ରଖାଇଁ ।ଆହେ ଶଚିବ ବର କଲ ଯା ଉପକାର ଏହା କି ସୁଝି ପାରିବଇଁ ଯେ ।କେତେ ଜନ୍ମେ । ହୋଇବ ସମ୍ଭବ ନୁହଇ ।ଶୁଣତ ଏବେ ଆମ୍ଭେ ଦୁଇ ।ବିଚାରି ଅଛୁଁ ଯାହା କରାଇ ଦେଲେ ତାହା କିଣାରହିବୁଁ ତୁମ୍ଭ ତହିଁ ଯେ ।୮।ଶୁଣି ମନ୍ତ୍ରୀ କହଇ କିମ୍ପା ହେ ନରସାଇଁ ହେଉଛି ଏପରି ବିନୟ ।ମୁ ତୁମ୍ଭର ଅଧୀନ ଏହାତ ନୋହେ ଆନ କି ବାଞ୍ଛା ଅଛି ତାହା କହ ଯେ ।କରିବଇଁ । ମୋ ଯୋଗେ ହୋଇଁ ତା ପାରିଲେ,ଶୁଣି ଏହା କାଞ୍ଚୀଶ ବୋଲେ ।ପୁରୁଷୋତ୍ତମଦେବ ନୃପତିକୁଳଧବ ଯେବେ ମୋ ଜାମାତା ହୋଇଲେ ଯେ ।୯।କନ୍ୟାଦାନ ମୁଁ ତାଙ୍କ ହସ୍ତେ କରି କଳଙ୍କ ମାନକୁ ହରିବି ପାଞ୍ଚିଛି ।ମୋତେ ଏହା କରାଇଁ ଦେଲେ ଏ ଦେହେଁ ମୁହିଁ ପଛ କଥାକୁ ଦେଇ ମୂର୍ଛି ଯେ ।ସୁଖେ ଯିବି । ଯେତେ ଦିବସ ଜୀବେ ଥିବି ।ତୁମ୍ଭର ସୁଯଶ ଗାଇବି ।ଶୁଣି ବୋଲେ ଶଚିବ ଏହା ଅବଶ୍ୟ ହେବ ଏଥକୁ କିମ୍ପା ହୁଅ ଭାବି ଯେ ।୧୦।କହି ଏପରି ମନ୍ତ୍ରୀ ଯାଇଁ ଶୀଘ୍ର ନୃପତି ନିକଟେ ବିନୟ-ବଚନେ ।କାଞ୍ଚୀନରେଶ କଥା କହି ତା ମନବ୍ୟଥା ହରିବା ପାଇଁ ସୁଯତନେଯେ ।ନୃପଆଜ୍ଞା । ପାଇଁ ସକଳ ବିଧି କରି ।ବିବାହ ସୁଲଗ୍ନ ବିଚାରି ।ବେଦଵିଧାନେ ବିପ୍ରମାନେ ଥାଇଁ ଯେ କ୍ଷିପ୍ର ପଢ଼ିଲେ ବେଦ କ୍ରମ ଧରି ଯେ ।୧୧।କାଞ୍ଚୀନୃପ ବସିଲେ କନ୍ୟା ପ୍ରଦାନ କଲେ ପୁରୁଷୋତ୍ତମଦେବକରେ ।ତହୁଁ ପତ୍ନୀସହିତେ କହିଲେ ସେ ବିନୀତେ ଜାମାତା-କର ଧରି ଧୀରେ ଯେ ।ଆହେ ବୀର । ଆମ୍ଭର ଦୋଷ କ୍ଷମାକର ।କରିଛୁ ଅନ୍ୟାୟ ବିଚାର ।ଦେଇଁ ପଦ୍ମାବତୀକି ଜଣାଉଁଚି ଏତିକି ଶରଣ ଗଲି ବାରଂବାର ଯେ ।୧୨।କୁଳାଚାରେ ବିବାହ ହୋଇଁ ଯାଉଁ ନିର୍ବାହ କାଞ୍ଚୀନୃପତି କିଛିଦିନ ରହିଁ ତହିଁ ଉତ୍ତାରେ ମେଲାଣିହୋଇଁ ଖରେ କଲେ ସ୍ୱଦେଶକୁ ଗମନ ଯେ ।ନିଜନାରୀ । ଆଦିଭୃତ୍ୟଙ୍କୁ ସଙ୍ଗେ ଘେନି ।ଶୁଣି ସକଳେ କଲେ ଧନି ।ହୋଇଲେ ପଦ୍ମାବତୀ ଓଡ଼ିଶା ଗଜପତି ସିଂହାସନର ପାଟରାଣୀ ଯେ ।୧୩।ଶୁଣ ହେ ଜନେ କାଞ୍ଚିକାବେରୀ କଥା ପାଞ୍ଚି ଏ ଛାନ୍ଦଗୀତ ବିରଚିଲି ।ବଙ୍ଗଭାଷା ସାହିତ୍ୟ ହୋଇଅଛି ପୁଣିତ ଓଡ଼ିଆନାଟକ ଦେଖିଲି ଯେ ।ଏରଚିତ । ହୋଇଁଚି ତହିଁରେ ବର୍ଣ୍ଣିତ ।ଓଡ଼ିଶାବାସୀଏ ବହୁତ ।ଛାନ୍ଦଗୀତେ ଗ୍ରାହକ ଏହା ନୋହେ ଅଲୀକ ଜାଣି ମୁ କଲି ଏହୁ ଗୀତ ଯେ ।୧୪।ହେଜନେ ଦୋଷ ମୋର ନ ଧରି କ୍ଷମାକର ଅଶୁଦ୍ଧ ଥିଲେ ଚାଳିନେବ ।ମହମଦସନର ବାରଶତ ଆବର ପଞ୍ଚାନବେ ସାଲରେ ଭାବ ହେ ।ସାଧୁନରେ । ଏଗ୍ରନ୍ଥ ହୋଇଲା ଯେ ଶେଷ ।କହଇ ଏହା କପିଳେଶ ।ଶ୍ରୀରଘୁନାଥ ନନ୍ଦସୁତ ମୁଁ ମତି ମନ୍ଦ କେବଳ ଭରସା ମହେଶଯେ ।୧୫।