୧୨ଶ ଛାନ୍ଦ-ରାଗ କାମୋଦୀ । — କାଞ୍ଚି କାବେରୀ ଯୁଦ୍ଧ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିହୋଏ ମନ । ସକଳ ସମ୍ପତ୍ତି ବରଜି । ଏହାଙ୍କ ପାଦେ ଥିବି ଭଜି ।
ଆହା କେଡ଼େ ଅମୃତଯୋଗ ହୋଇଥିଲାତ ଅଇଲାବେଳେ ଘରୁ ଆଜି ଯେ ।୯।
ପୁଣି ମାଣିକୀ ସେହି ଦୁହିଙ୍କି ସ୍ନେହେ ଚାହିଁ ଚିତ୍ତେ ଏପରି ବିଚାରଇ ।
ଏ ଦୁହେଁ ବଡ଼ଲୋକସୁତ ନୋହେ ଅଳୀକ ଭାବଭଙ୍ଗୀରୁ ଜଣାଯାଇ ଯେ ।
ଏହାଙ୍କୁ ମୁଁ । ଦୁଧ ଦହିରେ କଲେ ତୋଷ । ପୂରିବ ମୋର ଯେ ମାନସ ।
ମନେ ଏହା ବିଚାରି ଯାଇଁ ସେ ରାମହରି ନିକଟେ ହେଲା ପରବେଶ ଯେ ।୧୦।
ଧଳା ଘୋଡ଼ାରେ କଳା ସିପାଇ ବସି ଡୋଳା ବୁଲାଇଁ ଚାହିଁ ମନ୍ଦେ ହସି ।
ମାଣିକୀପାଖେ ଠିଆ ହୋଇଁ ଗୋପହଟିଆ ଶ୍ରୀ ରାଧାପ୍ରେମକୁ ମନାସି ଯେ ।
ତାକୁ ଚାହିଁ ପଚାରନ୍ତି ଗୋ ବେହେରାଣୀ । କି କି ପଦାର୍ଥ ଅଛ ଆଣି ।
ଶୁଣି ବୋଲେ ମାଣିକି ଇଛା ହେବ ଯହିଁକି ଦେବି କହିଲେ ପରିମାଣି ଯେ ।୧୧।
ତା ମନ୍ଦହାସମିଶା ପିକ ସୁସ୍ୱର ଭାଷା ଶୁଣି ପୁଛନ୍ତି ଜଗନ୍ନାଥ ।
କହ ତ ତୁମ୍ଭେ କାହିଁ ଜନମ ଥିଲ ହୋଇ କେଉଁ ଗ୍ରାମରେ ତୁମ୍ଭ ନାଥ ଯେ ।
ନାମ କିସ । ବହିଛ କହ ସବୁ କଥା । ଶୁଣି ମାଣିକୀ ପୋତି ମଥା ।
ପଣତପାଖେ ଟାଣି ଧରି କହଇ ବାଣୀ ମନ୍ଦହରଷମିଶା କଥା ଯେ ।୧୨।
ଆହେ ବୀର ନିକଟେ ଯେଉଁ ଗ୍ରାମ ପ୍ରକଟେ ସେଟି ଆନନ୍ଦପୁର ଗ୍ରାମ ।
ଗୋପାଳଙ୍କର ସାହୀ ମୋ ପିତା ଘର ତହିଁ ଜାତିରେ ଗଉଡ଼ ଜାଣିମ ଯେ ।
ନାମ ତାର । ବୃଷଭବେହେରା ଅଟଇ । ତାହାର ମୁଁ ଏକ ତନୟୀ ।
ନାମ ମାଣିକ ମୋର ତହିଁ ମୋପତି ଘର ଦୂରଦେଶକୁ ଯାଇ ନାହିଁ ଯେ ।୧୩।
ମୋ କାନ୍ତ ନିଶୀପତିନାମ ବେହେରା ଅତିସୁନ୍ଦର ରସିକ ଚତୁର ।
ନିଜବୃତ୍ତେ ସକଳେ ଗମନ୍ତି ଯଥାକାଳେ ଆମ୍ଭର ଗୋଇସବେଭାର ଯେ ।
ଗୁଣି ତାହା । କହ୍ନାଇ ମନେ ଗୋପପୁର । କଥା ପଡ଼ିଲା ବାରଂବାର ।
ତା ସଙ୍ଗେ ହାସରସ କଥା ହେଉଁ ସେ ଆଶ ଜାଣି ଅନ୍ତର ହଳଧର ଯେ ।୧୪।
କିଛିକ୍ଷଣ ଏପରି କଥା ହୋଇ ଶ୍ରୀହରି କହିଲେ ଦୁଧ-ଦହି କିଛି ।
ଥିଲେ ଦିଅ ଆମ୍ଭଙ୍କୁ ଦୁହିଁଙ୍କ ଭୋଜନକୁ ଭୋଖ ସମୟ ହୋଇଅଛି ଯେ ।
ଶୁଣି ତାହା । ମାଣିକୀ ଆନନ୍ଦିତ ହୋଇ । ତାଠାରେ ଯେତେ ଦୁଧ ଦହି ।
ଥିଲା ତା ତାଙ୍କ ପାଶେ ଦେଲା ଆଣି ହରଷେ କପିଳେଶ୍ୱର ଶୁଣିଛଇ ଯେ ।୧୫।
୧୩ଶ ଛାନ୍ଦ-ରାଗ କଲ୍ୟାଣୀ ।
ଦହି ଦୁଧ ଘେନି ମାଣିକୀ ବେଗେ ।ଉଭା ହୋଇ ରାମକୃଷ୍ଣଙ୍କ ଆଗେ ।କହଇ ହେ ବୀରେ କି ନେବ ନିଅ ।ଭାଉବଟା କରି କଉଡ଼ି ଦିଅ ।ଶୁଣି ତା, ହସି ଦେଵକହ୍ନାଇ ।କହିଲେ କଉଡ଼ି ଦେବୁଁତ ନାହିଁ ।୧।ମାଣିକୀ ବୋଲଇ ଆଗତ ଖାଅ ।ସୁଆଦ ଲାଗିଲେ କଉଡ଼ି ଦିଅ ।ଶୁଣି ଜଗନ୍ନାଥ କହିଲେ ଠାରି ।ବଡ଼ଠାକୁରଙ୍କୁ ଦେବା ବିଚାରି ।ମାଣିକୀ, ତାହା ଜାଣି ପାରିଲା ।ବଡ ସିପାଇଙ୍କ ପାଶକୁ ଗଲା ।୨।ବୋଇଲା ହେ ବୀର ହେଲାଣି ଖରା ।ଖାଅ ଦଧି ଆଣିଅଛି ପସରା ।ଶୁଣି ରାମ କୃଷ୍ଣମରମ ଜାଣି ।ଖାଇଲେ ସେ ଦୁଧ ଦଧି ଲବଣୀ ।ଲଭି ସେ, ସନ୍ତୋଷକୁ କହିଲେ ।ଦିଅ ଆର ସିପାଇଁକି ଯେ ବଳେ ।୩।ଆଜ୍ଞା ପାଇଁ ବୋଝ ଘେନି ମାଣିକୀ ।ଚଳିଲା କଳା ସିପାଇ କତିକି ।ଜଗନ୍ନାଥଙ୍କର ନିକଟେ ମିଳି ।ଦଧି ଦୁଧ ସବୁ ଘେନି ଗୁଆଳି ।ଦିଅନ୍ତେ, ଟେକି କଳାସିପାଇ ।ଖାଇଲେ ସନ୍ତୋଷେ ପେଟ ପୁରାଇ ।୪।ଖାଇ ଅବଶେଷ ରହିଲା ଯାହା ।ଘେନି କରେ କଳାସିପାଇ ତାହା ।ଦୁହିଁଙ୍କ ଘୋଡ଼ାସହିସଙ୍କୁ ଡାକି ।ଦେଉଁ ସେ ତା ଖାଇ ହୋଇଲେ ସୁଖୀ ।ସେଠାରୁ । ଡାକି କହିଲେ ହରି ।ମାଣିକୀର ନାମ ଉଚ୍ଚେ ଉଚ୍ଚାରି ।୫।ଆଗୋ ବେହେରାଣୀ ।ଯାଉଁଚୁ ଆମ୍ଭେ ।ଏପଦାର୍ଥ ସବୁ ସମ୍ଭାଳ ତୁମ୍ଭେ ।ଶୁଣି ତା ମାଣିକୀ କହଇ ଧୀରେ ।ଦେଇ ଯାଅ ମୂଲ୍ୟ ଯା ହିସାବରେ ।ହୋଇଲା, ଶୁଣି କଳାସିପାଇ ।କହନ୍ତି ବାଣୀ ହସହସ ହୋଇ ।୬।ଦେଲତ ଆମ୍ଭଙ୍କୁ ଖାଇବା ପାଇଁ ।ଲଗାଇଛ ଲଟ ଏବେ କିପାଇଁ ।ସିପାଇ ଖାଇଲ ଦିଅନ୍ତି ନାହିଁ ।ନ ଜାଣକି ଏହା ଏବାଣୀ ଗୋଇ ।ଶୁଣନ୍ତେ, ହୋଇ କାତର ଅତି ।ବୋଲେ ହେ ବୀର ମୁଁ ଗୁଆଳି-ଜାତି ।୭।ଶାଶୁ ନଣନ୍ଦରେ କରଇଁ ଘର ।ଦଧି-ଦୁଧଆଦି କରେଁ ବେଭାର ।ବିକା କିଣା କରି ତାହାଙ୍କୁ ଦେଇ ।ରହି ଥାଏଁ ଘରେ ମୁଁ ବଧୂ ହୋଇ ।ନ ଦେଲେ ତୁମ୍ଭେ ଦଧିର ମୂଲ ।ମୋତେ ସଞ୍ଜତରେ ଘେନାଇ ଚାଲ ।୮।ନୋହିଲେ ତ ଘରେ ରଖିବେ ନାହିଁ ।କହିବେ ଅଇଲା କାହାକୁ ଦେଇ ।ତହୁଁ ନାନା ଛିଦ୍ରମାନ ଖୋଜିବେ ।ନିଶୀ ଦିବସରେ ମୋତେ ଗଞ୍ଜିବେ ।ଏଥକୁ, ତୁମ୍ଭେ ବିଚାର କର ।ଯେପରି ନୋହିବ କଳଙ୍କମୋର ।୯।ଶୁଣି କାହ୍ନୁ ହସି ହସି କହନ୍ତି ।କିମ୍ପାଇ ବିରସ ହୁଅ ଯୁବତୀ ।ନାହିଁତ କଉଡ଼ି ଆମ୍ଭ ପାଶରେ ।କି ଦେବୁଁ ଏଥକୁ କହ ବିଚାରେ ।ନୋହିଲେ ବନ୍ଧା ଆମ୍ଭଙ୍କୁ ରଖ ।କାହିଁ ପାଇଁ ତୁମ୍ଭେ ପାଇବ ଦୁଃଖ ।୧୦।ଶୁଣି ତା ମାଣିକୀ କାମୁଡ଼ି ଜିଭ ।କହଇ ମୋର କି ଏଡ଼େ ଗରବ ।ଗଉଡ଼ୁଣୀ ହୋଇ ତୁମ୍ଭଙ୍କୁ ବନ୍ଧା ।ରଖିବି କହ ଯା ଏବଡ଼ ନିନ୍ଦା ।ଏପରି, ନାନା କଥା ହୋଇଲେ ।ଶେଷେ ଅଙ୍ଗୁଳିରୁ ମୁଦି କାଢ଼ିଲେ ।୧୧।କହିଲେ ଗୋ ଶୁଣ ମାଣିକୀ ଏହା ।ରଖ ଆଶେ ବୁଝ କହୁଛୁଁ ଯାହା ।ଆସୁଛନ୍ତି ପଛେ ଆମ୍ଭ ରାଜନ ।ଘେନି ସଙ୍ଗେ ହାତୀ ଘୋଡ଼ା ସଇନ ।ଆଗରେ, ଆମ୍ଭେ ଦୁହେଁ ଯଉଛୁଁ ।ତୁମ୍ଭଆଗେ ଏହା ସତ କହୁଛୁଁ ।୧୨।ତାହାଙ୍କୁ କହିବ ଏମୁଦି ଦେଇ ।ଆଗେ ଗଲେ କଳା ଧଳା ସିପାଇ ।କହିଛନ୍ତି ତୁମ୍ଭେ ସତ୍ୱର ଯାଅ ।ଦେଇଛନ୍ତି ମୁଦି ଏହାକୁ ନିଅ ।ଖାଇଲେ, ଦଧି ଦୁଧ ମୋହର ।ଦିଅ ଯା କଉଡ଼ି ହେଲା ତହିଁର ।୧୩।ଏ ମୁଦି ଦେଖିଲେ ସେ ନରପାଳ ।ଦେବେ ତୁମ୍ଭ ମୂଲ୍ୟ କିଛି ନ ଭାଳ ।ଯାଉଅଛୁଁ ଆମ୍ଭେ ହୋଏ ଉଛୁର ।ଏହା କହିଁ ମୁଦି କରେ ତାହାର ।ଦେଇଁ ସେ, ଘୋଡ଼ା ଚଢ଼ି ଚଳିଲେ ।ଚାହୁଁ ଚାହୁଁ ଦୁହେଁ ଅଦୃଶ୍ୟ ହେଲେ ।୧୪।ମାଣିକୀ ସେ ମୁଦି ଧରି ହସ୍ତରେ ।ଦେଖାଇଲ ଥିଲେ ଯେ ତାସଙ୍ଗରେ ।ସେମାନେ ତା ପରେ ଦେଖି ମୁଦିକି ।କହିଲେ ତୁ ଧନ୍ୟ ଧନ୍ୟ ମାଣିକୀ ।ସେ ବଡ଼ ଲୋକ ସିପାଇ ଜାଣ ।ପାଇବୁ ତୁ ବହୁ ଧନ ପ୍ରମାଣ ।୧୫।ସଙ୍ଗ ଗୁଆଳୀଙ୍କ ବଚନ ଶୁଣି ।ମାଣିକୀ ମାନସେ ହୁଅଇ ଗୁଣି ।ଆଜି ବହୁ ଶୁଭ ଦିଶୁଚି ମୋତେ ।ଭଲ ଅନୁକୂଳ ହୋଇଛି କେତେ ।କହଇ, କପିଳେଶ ଏଗାର ।ମାଣିକୀ ଜନମ ସଫଳ ତୋର ।୧୫।
୧୪ଶ ଛାନ୍ଦ-ରାଗ କନଡ଼ ।
ଶୁଣ ଜନେ ରାଜା ଶ୍ରୀପୁରୁଷୋତ୍ତମଦେବ ସଙ୍ଗେ ଘେନି ସଇନ ।ଦିନେଦିନେ କରି ପଥ ଗମନ ।ଯାଇଁ ସେ ଗୋପାଳୀ ଥିବା ସ୍ଥାନେ ମିଳି ଗଲେ ଖରେ ସେହିଦିନ ଯେ ।ଦୁରରୁ । ରାଜସଇନଙ୍କୁ ଦେଖି ମାଣିକୀ ।ବିଚାରଇ ସେ ରାଜା ଏ ହେବେ କି ।କଳାସିପାଇଙ୍କ କହିବା ଛଟକ ଦିଶୁଅଛି ତ ଝଟକି ଯେ । ଏଠାରେ ।୧।ବିଚାରି ଏମନ୍ତ ମାଣିକୀ ତୁରିତ ମୁଦି ଘେନି କରେ ଚଳିଲା ।ଯାଇଁ ସଇନ ଆଗରେ ମିଳିଲା ।କାହାନ୍ତି ରାଜନ କାହାନ୍ତି ରାଜନ ପୁଣିପୁଣି ପଚାରିଲା ସେ ।ମାଣିକୀ । ତାର ଶୋଭାରେ ସକଳେ ମୋହିତ ।ହୋଇ ହେଲେ ତା ପାଶେ ଉପଗତ ।ପଚାରିଲେ ତାକୁ ତୁ କେଉଁ ରାଜାକୁ ଖୋଜୁଚୁ କହ ତା ସତ ଗୋ । ସୁନ୍ଦରି ।୨।ମାଣିକୀ ଶୁଣି ତା କହଇ ଏକଥା କିଏ ଜାଣେ ମୋର ଏ ପ୍ରେମ ।ଜାଣି ଜାଣି ମୁଁ କଲି କି କରମ ।କେ କେଉଁ ରାଜନ ନ ଜାଣେ ଏମାନ ନ ବୁଝି ହେଲି ଭରମ ଯେ ।ଏବେ ତ । କି କରିବି ଦିଶୁ ନାହିଁ ବିଚାର ।ଏହା କହି ବୋଲେ ପୁଣି ଏ ଗିର ।ଯେଉଁ ରାଜା ଏଥେଁ ଅଛନ୍ତି ତା ମୋତେ ଦେଖାଇ ଦିଅ ସତ୍ୱର ଯେ । ଦୟାରେ ।୩।ଶୁଣି ତାହା କେହି ନୃପପାଶେ ଯାଇଁ ଜଣାଇଲା ଆହେ ମଣିମା ।ମୁଁ ଯା ଜଣାଏଁ ବାରେ ତା ଶୁଣିମା ।ଏକ ଯୁବାନାରୀ ଆଗରେ ଉଭାରୀ ହୋଇଚି ଧରି ଗାରିମା ଯେ ।କହଇ । କହିଦିଅ ନରପତି କାହାନ୍ତି ।କି କହିବ ସେ କେହି ନ ଜାଣନ୍ତି ।ଶୁଣି ନରଈଶ ଡକାଇଲେ ପାଶ ଯେ ଶୁଆର ଦାଶରଥି ଯେ । ତାହାଙ୍କୁ ।୪।ଘେନି ସଙ୍ଗେ ଦାଶରଥିଙ୍କି ନରେଶ ବିଜେ କଲେ ତହୁଁ ସତ୍ୱରେ ।କିମ୍ପା ଯୁବତୀ ଖୋଜୁଚି ଏଠାରେ ।ଆମ୍ଭ ପରିଚିତ କେ ଏଥେ ନାହିଁତ ଏପରି ପାଞ୍ଚ ଚିତ୍ତରେ ଯେ ।ଚଳିଲେ । ଯାଇଁ ଖଣ୍ଡଦୂରୁ ଚାହିଁ ନୃପତି ଡାକି କହନ୍ତି ଆହେ ଦାଶରଥି ।ଦେଖ ଏ ଯୁବତୀ କେଡ଼େ ଶୋଭାବତୀ ହାରିବେ ଶଚୀ ସାବିତ୍ରୀ ଯେ । ଏହାକୁ ।୫।ଦାଶରଥି ତାକୁ ଚାହିଁ ନରେଶଙ୍କୁ କହନ୍ତି ବୁଝ ହେ ନୃପତି ।ହେବ ପରା ଏ ଗୁଆଳୁଣୀ ଜାତି ।ଶୁଣା ଯେଉଁ କଥା ବୃଷଭାନୁସୁତା ଏହାଠାରେ ତାଙ୍କ ରୀତି ଯେ ।କେତେକ । ଦିଶୁଅଛି ଦେଖି କର ବିଚାର ।ଯୁବା ଯୁବତି କି ଆନ ଜାତିର ।ହୋଇ ବାଟ ଘାଟେ ରହି ଅକପଟେ କରିବ କିବା ବେଭାର ହେ । ନରେଶ ।୬।ଏପରି ସେ ଦୁଇ କଥାଭାଷା ହୋଇ ଯାଇଁ ତାପାଶରେ ମିଳନ୍ତେ ।ନରେଶଙ୍କୁ ଦେଖି ତହୁଁ ସମସ୍ତେ ।ହୁଅନ୍ତେ ଅନ୍ତର ମାଣିକୀ ବିଚାର କଲା ଏପରି ତା ଚିତ୍ତେ ଯେ ।ସେ କାଳେ । ହେବେ ନରେଶ ଏ ଆନ ନୁହଇ ।ବୃଦ୍ଧବିପ୍ର ଜଣେ ସଙ୍ଗେ ଅଛଇ ।ନୋହିଲେ କାହିଁକି ସକଳେ ତରକି ଏଠାରୁ ଯାନ୍ତେ ପଳାଇ ଯେ । ଇଛାରେ ।୭।ବିଚାର ଏମନ୍ତ କରି ଦଣ୍ଡବତ ନରେଶଙ୍କୁ ଦାଶରଥିଙ୍କି ।ଧୀରେ ବଚନ କହଇ ମାଣିକୀ ।ଜାତି ଗଉଡ଼ୁଣୀ ମୁଁ କିଛି ନ ଜାଣି କହୁଁ ହୁଡ଼ିଲେ ତହିଁକି ଯେ ।ମୋହର । ଦୋଷ ନ ଧରିବ ପାରି ପଣତ ।ମାଗୁଅଛି ଏଥେଁ କେ ନରନାଥ ।ମୋତେ ଚିହ୍ନା ଦିଅ ଗୁପତ ନ ହୁଅ ମାଣିକୀ କହୁଁ ଏମନ୍ତ ଯେ । ଶୁଣି ତା ।୮।ଭାଷେ ଦାଶରଥି ଶୁଣ ଗୋ ଯୁବତୀ ଏ ନରନାଥ ନିଶ୍ଚେ ଜାଣ ।ଏଥେ ସନ୍ଦେହ ମାନସେ ନ ମଣ ।ତହୁଁ ସେ ମାଣିକୀ ଦେଖାଇ ମୁଦିକି ଏପରି କଲା ବଖାଣ ଯେ ।ସେଠାରେ । କଳା ଧଳା ସିପାଇ ଦୁଇଜଣ ।ଚଢ଼ିଛନ୍ତି ଧଳା କଳା ବାରଣ ।କଳା ଧଳାରଙ୍ଗେ କେଡ଼େ ଶୋଭା ଅଙ୍ଗେ କରିଅଛନ୍ତି ଧାରଣ ଯେ । ସେ ଦୁହେଁ ।୯।ହୋଇବ ପହରେ ଗଲେ ଏବାଟରେ ସଜେ ସହିସ ଦୁଇଛନ୍ତି ।ନାମ ଉଦ୍ଧବ ଅକ୍ରୂର ବହନ୍ତି ।ସିପାଇଙ୍କ ଘର ମଥୁରା ନବର ବୋଲି କହିଲେ ସେ ଏଥି ଯେ ।ତାଙ୍କର । କାହ୍ନୁ ବଳରାମ ନାମ ଜାଣତ ।ନନ୍ଦ ପିତା ଯଶୋଦା ତାଙ୍କ ମାତ ।ଏହିରୂପେ ପରିଚୟ ଦେଇ କରି ବୁଝାଇ କହି ସମସ୍ତ ଯେ । ମୋଠାରୁ ।୧୦।ଖାଇ ଦୁଧ ଦହି କଉଡ଼ି ନ ଦେଇ ଏ ମୁଦି ବନ୍ଧା ଦେଇ ଗଲେ ।ରାଜା ଆସୁଛନ୍ତି ପଛେ ବୋଇଲେ ।ଏ ମୁଦି ଦେଖାଇ ତାହାଙ୍କୁ ବୁଝାଇ କଉଡ଼ି ନେବୁ କହିଲେ ଯେ ।ଚଞ୍ଚଳେ । ଗଲେ କଞ୍ଚିକାବେରୀ ଜୟ ପାଇଁ ।ତୁମ୍ଭେ ବେଗରେ ଯିବାକୁ ଜଣାଇ ।ଦେବାକୁ ସେ ମୋତେ କହିଥିଲେ ଏଥୁ କଥାଏ ମିଛ ନୁହଇ ହେ । ରାଜନ ।୧୧।ମାଣିକୀକଥନ ଶୁଣନ୍ତେ ରାଜନ ମୁଦି ତାଠାରୁ ଘେନି କରେ ।ବୋଇଲେ ହେ ଦେଖ ଦାଶସୁଆରେ ।ଏ ବିଚିତ୍ରକଥା କହୁଅଛି ଯା ତା ଶୁଣିଲେ ରୋମଟାଙ୍କୁରେ ହେ ।ସୁଆରେ । ଦେଖ ଏ ମୁଦି ଅମୂଲ୍ୟ ରତନେ ।ଜଡ଼ିଅଛି ଜାଣ କେଡ଼େ ଯତନେ ।ଏ ମୁଦି କାହାର ଏ କି ସମାଚାର ଵୁଝା ଯାଉ ନାହିଁ ମନେ ହେ । ସୁଆରେ ।୧୨।ଦାଶରଥି ମହାସୁଆର ଯେ ଏହା ଶୁଣି ହସି ହସି କହନ୍ତି ।ତୁମ୍ଭଠାରେ ଦୟା କରି ଶ୍ରୀପତି ।କାହ୍ନୁ ରାମ ହୋଇ ଆଗୁଆ ସିପାଇ କାଞ୍ଚିକାବେରୀ ଗମନ୍ତି ଯେ ।ଏ ସତ । ଏହି ଗୋପାଳୁଣୀ ରାଧାଅଂଶରେ ।ଜନମିଛି ବିଚାରେଁ ମାନସରେ ।ସେ ଯୋଗୁଁ ଏହାର ଦଧି-ଦୁଧ-ସର ଖାଇଲେ ତୋଷଚିତ୍ତରେ ଯେ । ସେ ଦୁହେଁ ।୧୩।ଜାଣିବା ପାଇଁକି ତୁମ୍ଭେ ଏ ମୁଦିକି ଦେଇ ଗଲେ ପ୍ରଭୁ ସଙ୍କେତ ।ଏଥେଁ ଆନ ନ ବୁଝ ନରନାଥ ।ଚିହ୍ନ ଏ ମୁଦିକି କେବେ ଦେଖିଛ କି ଏଥୁଁ ହୋଏ ପରତୀତ ଯେ ।ମୋହର । ପୁଣି ରାମ କାହ୍ନୁ ନାମ ତାଙ୍କର ।ଗୋପପୁରେ ଘର ନନ୍ଦକୁମର ।ମାତା ଯଶୋବନ୍ତୀ କହି ଯାଇଛନ୍ତି କର ଏଥୁଁ ସୁଵିଚାର ହେ । ରାଜନ ।୧୪।ଏପରି ସିପାଇ ତୁମରତ କେହି ନାହାନ୍ତି ଏହା ମୁଁ ଜାଣଇଁ ।ଏଥିଯୋଗେ ଏପରି ବିଚାରଇଁ ।ତୁମ୍ଭେ କି ବିଚାର କର ନରେଶ୍ୱର କହି ବୁଝି ତା ଚିତ୍ତୋଇଁ ହେ ରାଜନ ।କହେ କପିଳେଶନନ୍ଦ ଏ ଗିର ।ଆହେ ନରେଶ ବିଶ୍ୱାସ ତୁମ୍ଭର ।ଯେପରି ଅଛଇ ତାର ଫଳ ଏହି ଆନ ମନରେ ନ ଧର ହେ । ରାଜନ ।୧୫।