କାନ୍ତକୋଇଲି ଚଉତିଶା
ଭକ୍ତକବି · ପ୍ରାୟ ୧୪୭୨–୧୫୫୬
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୯୨
- ସ୍ଥିତି
- ସାର୍ବଜନୀନ (Public domain)
କୋଇଲି, କାନ୍ତ ମୋର ଗଲେ ମୃଗ ମାରି,କପଟେ ରାବଣ ମୋତେ ନେଉଅଛି ଧରି ଲୋକୋଇଲି ! ।୧।କୋଇଲି, ଖଳ ବୋଲି ଜାଣି ନ ପାରିଲି,ଖଳ ଯେ କନକ ମୃଗ ଦେଖି ଲୋଭ କଲି ଲୋ,କୋଇଲି ! ।୨।କୋଇଲି, ଗରୁ ଶ୍ରଦ୍ଧା ବଳିଲା ମୋହର,ଗେଲେ ମୁଁ ବୋଇଲି ରାମ ଏ କୁରଙ୍ଗୀ ମାର ଲୋ,କୋଇଲି ! ।୩।କୋଇଲି, ଘଟଣା ଯା କରିଛି ବିଧାତା,ଘୋର ବନେ ମୃଗ ମାରି ଗଲେ ମୋ କରତା ଲୋ,କୋଇଲି ! ।୪।କୋଇଲି, ଲକ୍ଷ୍ମଣକୁ ଜଗାଇ ଦୁଆର,ନାରାଚରେ ମୃଗ ବିନ୍ଧି ଗଲେ ରଘୁବୀର ଲୋ,କୋଇଲି ! ।୫।କୋଇଲି, ଚାପଧରି ଗଲେ ରଘୁନାଥ,ଚାପେ ଶର ସନ୍ଧି ମୃଗ ପ୍ରାଣ କଲେ ହତ ଲୋ,କୋଇଲି ! ।୬।କୋଇଲି, ଛାଡ଼ିବାର ବେଳେ ମୃଗ ପ୍ରାଣ,ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ ଲୋ,କୋଇଲି ! ।୭।କୋଇଲି, ଜାଣି ନ ପାରିଲି ଛନ୍ଦ ମୁହିଁ,ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠିଆଇ ଲୋ,କୋଇଲି ! ।୮।କୋଇଲି, ଝଟତିରେ ଯାଆନ୍ତେ ଲକ୍ଷ୍ମଣ,ଝାଡ଼ର ଭିତରେ ଲୁଚି ଥିଲାଟି ରାବଣ ଲୋ,କୋଇଲି ! ।୯।କୋଇଲି, ନିର୍ମଳ ତପସ୍ୱୀ ରୂପ ଧରି,ନିର୍ଭରେ ବସିଲା ଆସି ଦୁଆର ଆବୋରି ଲୋ,କୋଇଲି ! ।୧୦।କୋଇଲି, ଟେକିଣ କହଇ ମାୟା ଯତି,ଟେକି ମୋତେ ଫଳ ଭିକ୍ଷା ଦିଅ ମହା ସତୀ ଲୋକୋଇଲି ! ।୧୧।କୋଇଲି, ଠିକ କଥା ଜାଣି ନ ପାରିଲିଠକ ଯତି କରେ ପୁଣି ଫଳ ଭିକ୍ଷା ଦେଲି ଲୋ,କୋଇଲି ! ।୧୨।କୋଇଲି, ଡିଙ୍ଗର ରାବଣ ବଡ଼ ଦୁଷ୍ଟ,ଡାହାଣ ଭୁଜକୁ ମୋର ଧରିଲା ପାପିଷ୍ଠ ଲୋକୋଇଲି ! ।୧୩।କୋଇଲି, ଢଳିଣ ଚାହିଁଲା ଆକାଶକୁ,ଢାଳେ ରଥ ଶୂନ୍ୟେ ଆସି ମିଳିଲା ତାହାକୁ ଲୋ,କୋଇଲି ! ।୧୪।କୋଇଲି, ଆଣି ମୋତେ ରଥରେ ବସାଇ,ଆକାଶ ମାର୍ଗରେ ରଥ ନେଲା ତହୁଁ ବାହି ଲୋ,କୋଇଲି ! ।୧୫।କୋଇଲି, ତୁରିତେ ତା ରାଜ୍ୟରେ ମିଳିଲାତହୁଁ ଅଶୋକ ବନରେ ମୋତେ ଲୁଚାଇଲା ଲୋ,କୋଇଲି ! ।୧୬।କୋଇଲି, ଥାନ୍ତି ଜଗି ସହସ୍ରେ ଅସୁରୀ,ସ୍ଥାନ ଟିକିଏ ନଥାଏ ବସିଥାନ୍ତି ଘେରି ଲୋ,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ