କାନ୍ଦ
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୧
- ସ୍ଥିତି
- ସାର୍ବଜନୀନ (Public domain)
ଆହାରେ ଜୀବଜୀବନକେତେ ଦୁଃଖ ଦେବୁ ତୁ ଗଣ୍ଠିଧନରେଭାଳି ସରୁନାହିଁ ଦିନ ମୋ ଧନରେ
୧
ନଦୀ ପୋଖରି ଅଥିର ଦୋହଲୁ ନାହାନ୍ତି ବୃକ୍ଷପତର ରେଶରୀର ହେଲା ପଥର ମୋ ଧନରେ
୨
କିଛି ଜଣାଗଲା ନାହିଁସୁନାବାକସ କେ ନେଲା ଚୋରାଇ ରେଧଇର୍ଯ୍ୟ ଧରିବ କେହି ମୋ ଧନରେ
୩
ଦିବସ ଅନ୍ଧାର ହେଲାଦାରୁଣ ଦଇବ କି ପାଞ୍ଚିଥିଲା ରେଯାହାଜ ଫଟାଇ ଦେଲା ମୋ ଧନରେ
୪
ହେଲା କେଉଁ ଅବଗୁଣକେମନ୍ତ ପ୍ରକା ରେ ଗଲା ତୋ ପ୍ରାଣ ରେକେହୁ ଇଲା କି ଶଲବାଣ ମୋ ଧନ ରେ
୫
ଇଷ୍ଟଦେବୀ ଘରେ ଥିଲେତୋହଠାରେ କିପାଁ ଦୟା ନ କଲେ ରେଥାନ ଛାଡ଼ି ପଳାଇଲେ ମୋ ଧନରେ
୬
ଅଶିବର ଷର ବୁଢ଼ୀକେଉ ପରିଗଲୁ ଏହାକୁ ଛାଡ଼ିଲେଆକାଶ ପଡ଼ୁଛି ମାଡ଼ି ମୋ ଧନରେ
୭
ମାତା ତୋର ବଡ଼ ରାଗୀପ୍ରାଣ ହରାଇବ ତୋହରି ଳାଗି ରେଅଧର୍ମରେ ହେଲୁ ଭାଗି ମୋ ଧନରେ
୮
ପିତା ଗୁଣବନ୍ତ ତୋରଜାଣି ନ ପାରିଲା ମୃତ୍ୟୁ ତୋହର ରେପାଖରୁ ହେଲା ଅନ୍ତର ମୋ ଧନରେ
୯
କନିଷ୍ଠ ଭାଇ ଭଉଣୀତୋତେ ନ ଦେଖି ସେ ଆକୁଳ ପୁଣି ରେହୃଦୟ ହେଉଛି ହାଣି ମୋ ଧନରେ
୧୦
ଗୋଡ଼ର ଶାଙ୍କୋଳି ତୋର କିଛି ଜାଣିନାହିଁ ବିଧି ବେଭାର ରେକେ ଦିନ ସାରିବ ତାର ମୋ ଧନରେ