କମଳଲୋଚନ ଚଉତିଶା
ଭକ୍ତକବି · ପ୍ରାୟ ୧୪୭୨–୧୫୫୬
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୭୪
- ସ୍ଥିତି
- ସାର୍ବଜନୀନ (Public domain)
କମଳ ଲୋଚନ ଶ୍ରୀହରି ।କରେଣ ଶଙ୍ଖ ଚକ୍ରଧାରୀ।୧।ଖଗ ଆସନେ ଖଗପତି ।ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ।୨।ଗରୁଡ଼ ଆସନେ ମୁରାରୀ ।ଗୋପରେ ରଖିଲେ ବାଛୁରୀ।୩।ଘନ କଠିନ କଳେବର ।ଘଟଣା ଶ୍ରୀମୁଖ ସୁନ୍ଦର।୪।ନନ୍ଦ ନନ୍ଦନ ଗୋପୀନାଥ ।ନିସ୍ତରି ଯିବା ନରେ ଚିନ୍ତ।୫।ଚନ୍ଦ୍ରମା ପ୍ରାୟୋକ ବଦନ ।ଚାହିଁଲେ ଖଣ୍ଡେ ଦୁଃଖମାନ।୬।ଛତ୍ରି ଉତ୍ତମ ଶିରୋମଣି ।ଛଟକେ ଆସିଲେ ରୂକ୍ମିଣୀ।୭।ଜଗଜ୍ଜୀବନ ଦାଶରଥି ।ଜାନକୀ ଦେବୀ ପ୍ରାଣପତି।୮।ଝୀନପତନୀ ଅଙ୍ଗେ ଶୋଭା ।ଝଟକେ ବିଦ୍ୟୁପ୍ରାୟେ ଆଭା।୯।ନୀଳେନ୍ଦ୍ରି ଜଳେ ପଦ୍ମ ଆଖି ।ନିସ୍ତରିଯିବା ନରେ ଦେଖି।୧୦।
ଭାବାର୍ଥ- (୧-୧୦) କବି ଜଗତର ନାଥ ଜଗନ୍ନାଥ କମଳ ଲୋଚନ ଶ୍ରୀହରିଙ୍କୁ ଭକ୍ତି ନିବେଦନ ଜଣାଇ ଗାଇଛନ୍ତି- ହେ ପ୍ରଭୁ କମଳ ଲୋଚନ ଶ୍ରୀହରି, ଶଙ୍ଖ ଚକ୍ର ଧାରୀ । ଗରୁଡ଼ବାହନ ତୁମରି, ସର୍ବଦା ଲକ୍ଷ୍ମୀ, ସରସ୍ୱତୀ ତୁମ ପାଦ ତଳେ ଖଟୁଛନ୍ତି । ହେ ଗରୁଡ଼ ଆସୀନ ମୁରାରୀ ! ତୁମରି ମହିମା ଅସୀମ । ଗୋପରେ ବାଛୁରୀ ରଖିଲ ! ତୁମେ ସୁନ୍ଦର, କଳେବର ତୁମର ଘନ କଠିନ ଶ୍ରୀମୁଖ ଶୋଭାରେ ପରିପୂର୍ଣ୍ଣ ।
ହେ ନନ୍ଦନନ୍ଦନ ଗୋପୀନାଥ, ତୁମକୁ ଚିନ୍ତା କରି, ପ୍ରାର୍ଥନା କରି ମନୁଷ୍ୟ ଏ ଭବ ସଂସାରରୁ ନିସ୍ତାର ପାଇଯିବ । ଚନ୍ଦ୍ରମାପ୍ରାୟ ମୁଖମଣ୍ଡଳ ତୁମର । ତାକୁ ଦେଖିଲେ ମନୁଷ୍ୟର ସବୁ ଦୁଃଖ ଦୂର ହେବ । ହେ ଛତ୍ରି ଉତ୍ତମ ଶିରୋମଣି, ଜଗଜୀବନ ଦାଶରଥି, ଜାନକୀ ଦେବୀ ପ୍ରାଣପତି, ତୁମର ଅଙ୍ଗଶୋଭା ଆକର୍ଷଣୀୟ । ବିଦ୍ୟୁତର ଆଭା ଯେମିତି ଝଟକୁଛି । ହେ କମଳଲୋଚନ ଶ୍ରୀହରି, ତୁମର ଚକ୍ଷୁ ପଦ୍ମ ପରି କମନୀୟ । ତାକୁ ଯିଏ ଦେଖିବ ଏ ପାପ ସଂସାରରୁ ତରିଯିବ ।
ଟେକିଲେ ଦୂବ କଲେ ଦାରୁ ।ଟାଣ ପଣରେ ଭାଙ୍ଗେ ମେରୁ।୧୧।ଠଣ ସୁନ୍ଦର ଶିରୋମଣି ।ଠିକେ କମଳା ଯା’ର ରାଣୀ।୧୨।ଡମ୍ବରୁଧର ଯାକୁ ସେବା ।ଡରେ ଖଟନ୍ତି ସର୍ବଦେବା।୧୩।ଢମ ଯେ କଲା ରାୟେ କଂସ ।ତକେ ଅସୁର ଗଲା ନାଶ।୧୪।ଅନନ୍ତ ନାମେ ଅନ୍ତ ନାହିଁ ।ଅଣ ଅକ୍ଷରେ ଯାର ଦେହୀ।୧୫।ତପନ କୁଳେ ଅବତରି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ