କବିର ସୁନିଆଁ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୭୧
- ସ୍ଥିତି
- ସାର୍ବଜନୀନ (Public domain)
ସୁନିଆଁ ଆଜି ଉତ୍କଳର, ସ୍ୱପ୍ନ ଦେଖେ ହସିଜୀର୍ଣ୍ଣ ଘରେ ତରୁଣ କରି ପଲ୍ଲିପୁରେ ବସି-ଶରତେ ଆଜି ସନ୍ଧ୍ୟାଲୋକେ ଜ୍ୟୋତ୍ସ୍ନା ପଛେ ପଛେତରୁଣୀ ମନେ ପ୍ରଣୟୀ ଆସେ କୁଞ୍ଜବନ ରଚେ ।ସଜାଡ଼ି ତାର ଚିକୁର ଭାର, ଅଧରେ ଚିପି ଭାଷକାହିଁ ସେ ଗିରି ଦୁର୍ଗ ବାସେ କଳ୍ପଇ କି ରାସ ।କାହିଁ ବା କେଉଁ ମହାନଦୀର ସ୍ୱଚ୍ଛ ନୀରଧାରେବାରବାଟୀର ଧୂମ୍ରଛାୟା ଜ୍ୟୋତ୍ସ୍ନା ତଳେ ମିଳେ ।କେଉଁ ବନାନୀ ଅନ୍ଧାରିତ ପଲ୍ଲବ ପରଶେପାନ୍ଥ ଦୂର ପନ୍ଥା ବାରି ଦୁର୍ଗ ପଥେ ଆସେ ।ଏସନ ଦିନେ ପଲ୍ଲିକବି ସ୍ୱପ୍ନ ଦେଖେ ତାର-ସୁନିଆଁ ଆଜି ଉତ୍କଳର ଶତାବ୍ଦୀର ଖେଳ ।ସୁନିଆଁ ଆଜି ଉତ୍କଳର ସ୍ୱପ୍ନ ଦେଖେ କବି,ସୁନିଆଁ ଆଜି ଗୌରବର, ଶତାବ୍ଦୀର ଛବି !ସୌଧପଥେ କିଏ ସେ ବାଳା ପୁଷ୍କରିଣୀ ତୀରେଯୁଦ୍ଧ ଶେଷ ବାର୍ତ୍ତା କହେ ପୋଷା ହଂସିନୀରେ ।ସଜଳ କରେ କଜଳେ ତାର ଅଙ୍କିତ ଚିଟାଉ,ଚମକ ପଶେ ଚିତ୍ତେ କ୍ଷଣେ ସଂଗୀତ କି ଗାଉ-କାହିଁ ସେ କେଉଁ ଦୁର୍ଗଶିରେ କିଏ ସେ ଗଜପତିଜାଳିଲା ତାର ହୃଦୟ ତଳେ ଆଜିର ଶୁଭବତୀ ।କରିଲା ଶୁଭ ନାମକରଣ, ବତ୍ସର ବାରତା-ସ୍ୱପ୍ନ ଦେଖେ ପଲ୍ଲି କବି ଭେଦି ଏ କାତରତା ।ଲଙ୍ଘି ଆଜି ବନ୍ୟାଶୋକ, ଦୁର୍ଭିକ୍ଷର ଦାଉସେ ଦିନ ଛବି ଏ କବି ବୁକେ ଜଳଇ ଦାଉ ଦାଉ ।ପଲ୍ଲି ପଥେ ଚାଲିଛି ବୀର, ଖଡ଼୍ଗ ଶୋହେ କରେକଣ୍ଠ ଶୋହେ ପ୍ରେୟସୀର ସଦ୍ୟ ଫୁଲମାଳେ ।ଗଣ୍ଡେ ଥାପି ଓଷ୍ଠ ତାର ଚୁମ୍ୱି କହେ କଥା,ପଲ୍ଲି କବି ସ୍ୱପ୍ନ ଦେଖେ-ଘୋଟଇ ନୀରବତା ।ସ୍ୱପ୍ନ ଦେଖେ ପଲ୍ଲି କବି, ସୁନିଆଁ ପରା ଆଜି ?ସ୍ୱପ୍ନ ଦେଖେ—ଉଜ୍ଜ୍ୱଳେ କି ମଣିମୁକ୍ତା ରାଜି ।ସ୍ୱପ୍ନ ଦେଖେ—ଚିଲିକା ପାଖେ ବିଜୟ ବାନା ତଳେଚୀନ୍ ତିବତ ସିଂହଳରେ ବୋଇତ ଖେଳି ଚଳେ !ସ୍ୱପ୍ନ ଦେଖେ—ତରୁଣୀ ତାର ତରୁଣ ମୁଖେ ଚାହିଁ,ମଙ୍ଗଳଇ ଆଲିଙ୍ଗନେ ବିଦାୟ ଦେବା ପାଇଁ ।ସ୍ୱପ୍ନ ଦେଖେ—ମାଲ୍ୟଗିରି ରୁକ୍ଷ ଶିଳା ବୁକେଦୁର୍ଦ୍ଦିନର ଯୁଦ୍ଧେ ଜଳି ଅଗ୍ନି କା’ରେ ଡାକେ !ସ୍ୱପ୍ନ ଦେଖେ ଜାହ୍ନବୀ ସେ, ସ୍ୱପ୍ନେ ଗୋଦାବରୀ,ସୁନିଆଁ ଦିନେ ପାଲଟିଥିଲା ସ୍ୱର୍ଣ୍ଣ ଧୂଳି ବାଲି ।ସନ୍ଧ୍ୟା ଯେବେ ସମର ଶେଷେ ଆସିବ ତହିଁ ଥରେସ୍ୱପ୍ନମୟୀ ମଣି ହେବାରେ ଘେନିବ ପ୍ରାଣ ପୁରେ ।ବନ୍ଦିନୀ ସେ ପଞ୍ଜୁରୀର ଶାରିକା ଦୂରେ ଡାକେ,ଚପଳ ଲୋଳ ଲହରୀ ନାଚେ ପଦ୍ମପଦ ପାଖେ ।ଏ ଭଳି ଦିନେ ପଲ୍ଲିକବି ସ୍ୱପ୍ନ ଦେଖେ ତାର—
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର