ବିପ୍ଳବ ପଥେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୨
- ସ୍ଥିତି
- ସାର୍ବଜନୀନ (Public domain)
ବାଜ ରେ ସିଂଗା ମୋରବାଜ ଭେରୀ ତୁରୀ, ବାଜ ରେ ଶଙ୍ଖ,ଜାଗି ଉଠ କଙ୍କାଳ ।ପଦ ଧୂଳି ତଳ ପତିତ ବୁକୁରେଚିର ଲାଞ୍ଛିତ ଚିତ୍ତ-ମୁକୁରେଆଜି ନବ ଯୁଗ ସପନ ମୁକୁଳେନିଦ୍ରିତ ମାନବର ।ରଇତ ରୁଧିରେ ସିକ୍ତ ଯେ ତଳସାହୁକାର ପଦ ଭାରେ ଥରହର,ସେ ମଶାଣି ତଳେ କାପାଳିକ ଦଳସର୍ଜିବେ କୋଳାହଳ ।ମୁକ୍ତି କି ସେଇ ଆଣିବେ ରେ ଭାଇ,ଅନ୍ତରେ ଯା’ର ବିଶ୍ୱାସ ନାଇଁ ?ଦୀନ ଦୁନିଆର ମାନବ ମିଳିଲେକଂପିବ ହିମାଚଳ !!ବାଜ ରେ ସିଂଗା ମୋର,ବାଜ ରେ ଶଙ୍ଖ ମୋରନାଚ ଲାଞ୍ଛିତ, ଜାଗ ବଞ୍ଚିତ,ଉଠ, ଉଠ କଙ୍କାଳ ।ଜୁନ୍—୧୯୩୮
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର