ଯୁଗଳ କଳିକା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୨
- ସ୍ଥିତି
- ସାର୍ବଜନୀନ (Public domain)
ତରୁ ଶ୍ୟାମ କିଶଳୟେ ଯୁଗଳ କଳିକା,କାନନ ସାୟାହ୍ନ ନଭେ ବିମଳ ତାରକା ।ଏକେ ଆନେ ବିମୋହନେ ଗୁନ୍ଥା ପ୍ରୀତିଡୋରେ,ସୁମନ ସୋହାଗ ବହି ଅଧରୁ ଅଧରେ ।ତରୁଣ ବିଭବେ କାର ନ ଫୁଟିଛି ବାସ,ପାଖୁଡ଼ା କେଶର ଶିରେ ନୋହିଛି ପ୍ରକାଶ ।ଭବିଷ୍ୟ କଳ୍ପନା କେତେ ସମ୍ପାଦି ହୃଦୟେ,କୁସୁମପ୍ରେମିକ ଅଳି ଦେଖି ଉଡ଼ିଯାଏ ।ମୃଦୁଳ ମଳୟ ଧାରା ବହି ଅବିରତେ,ଯୁଗଳ ସୋଦର ତନୁ ଖେଳାଏ ଶଙ୍କିତେ ।ଆଉ ଆନ କିଶଳୟେ ପ୍ରୀତି ସହଯୋଗେକେତେ ଆସେ ନବ କଳି ବିକଶି ସରାଗେ ।କିବା ସେ ସମ୍ପଦ ସେହୁ ସାରା ଉପବନେ,ନ ଦେଖେ ଦୋସର ନେତ୍ର ଅବନୀ ଗଗନେ ।ଏବେ ଆହା କାହା କର କଠୋର ପରଶେଛିଡ଼ି କଳିଟିଏ ଢାଳୁ ପଡ଼ିଛି ନିମିଷେ ।ଆନ କଳିଟି ସେ ଡାଳେ ଅବନତ ମୁଖେସୋଦର ମଳିନ ତନୁ ନିରେଖଇ ଦୁଃଖେ ।ବିସୋରିଛି ପରାଣର ସକଳ ବାସନା,ସୁମନ ସୁରଭି ହୃଦେ କି ଆଜି ଭାବନା ।କିପାଁ ଏଡ଼େ ହୀନିମାନ ଏକାକୀ କଳିଟି ?ଝର ତରୁ ଡାଳୁ, ଯାଆ ଭୂଇଁ ,ତଳେ ଲୋଟି ।କିଶଳୟେ ବସି ଯେବେ ସୋଦର ଗହଣେ,ସୁମନ ସମ୍ପଦ ଭୋଗ ନୋହିଲା ଜୀବନେ,ଅନ୍ତିମ ସପନେ ଶୋଇ ଧୂଳି ମାଟି ତଳେ,ସେ ସୁଖ କଣିକା ଆଜି ଭୁଞ୍ଜରେ ନିରୋଳେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ