ଯୋଗୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୩
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ଏକା ଯୋଗିବର ! ତୁମ୍ଭେ ଏ ସଂସାରେ,ସ୍ଥିତ ତବ ମନ, ମାୟା- ପ୍ରପଞ୍ଚର ପାରେ ।ମୃତ୍ତିକାରେ ଲାଗି ସୁଦ୍ଧା ଥାଅ ଅଲଗନ,ପାତ୍ର ମଧ୍ୟ୍ୟେ ଦ୍ରବମୟ- ପାରଦ ଯେସନ ।ପଶେ ନାହିଁ ତବ କର୍ଣ୍ଣେ ଭବ କୋଳାହଳ,ପାରେ ନାହିଁ ହୃଦେ ଦହି ବାସନା-ଅନଳ ।ରିପୁ ହଳାହଳମୟ ତପ୍ତ-ପ୍ରଭଞ୍ଜନ,ଛୁଏ ନାହିଁ ତବ ପୁଣ୍ୟ- ତନୁ କଦାଚନ ।ଚିର ସୁଶୀତଳ ଦିବ୍ୟ ଶାନ୍ତି-ସ୍ୱର୍ଣ୍ଣଜଳେ,ନିମଜ୍ଜି ଶରୀର ଧ୍ୟାନେ ବସିଛ ନିଶ୍ଚଳେ ।ସଂସାର ସମ୍ବଳ ତହିଁ ନାହିଁ କିଛିପାତ୍ର,ସୁପବିତ୍ର ମନ ତବ ସୁପବିତ୍ର ପାତ୍ର ।ଜୀବନସର୍ବସ୍ୱ ଯାର ଧର୍ମ ମହାଧନ,ଅପର ସମ୍ବଳେ ତାର କିବା ପ୍ରୟୋଜନ ।ସମ୍ଭୋଗେ ଯେ ପାରିଜାତ- ସୁବାସ ଆନନ୍ଦେ,କରିବ କି ଆଗ୍ରହ ସେ ପସାରୁଣୀ-ଗନ୍ଧେ ।ମୋ ଲାଗି ଜଣାଅ ଯୋଗି ! ହରି ସନ୍ନିଧାନେ,ତୁମ୍ଭରି ସଂଯମ ନିଷ୍ଠା ଜାଗୁ ମୋର ପ୍ରାଣେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ