ଜ୍ଞାନଭିକ୍ଷା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୮
- ସ୍ଥିତି
- ସାର୍ବଜନୀନ (Public domain)
ଶୁଭ ସାମ୍ୟ ଭାବେ ଉଦାର ଗୁଣରେମଣ୍ଡିଦିଅ ପ୍ରଭୁ ପ୍ରାଣ,ଯେ ମୋତେ କରିବ ଈର୍ଷା,ତାକୁ ଯେହ୍ନେକରିବି ମୁଁ ପ୍ରେମଦାନ । ୧ ।ଅଭିଶାପ ଦେବ ଯେ ପୁଣି, ତାହାକୁ-କରିବି ମୁଁ ଆଶୀର୍ବାଦ,ନିନ୍ଦୁକ ଜନର ପ୍ରଶଂସା ବଖାଣିଲଭିବି ଆତ୍ମପ୍ରସାଦ । ୨ ।କନ୍ଦାଇବ ଯେହୁ ହସାଇବି ତାକୁହେଉ ଏହା ମୋର ପଣ,ତୁ ବୋଲି ବୋଲିବ ଯେ ମୋତେ ତାହାକୁକହିବି ଆଜ୍ଞା ଆପଣ । ୩ ।ଘୃଣା ଯେ କରିବ ହେବ ସେ ନିଶ୍ଚୟଶ୍ରଦ୍ଧା-ଭକ୍ତି-ପାତ୍ର ମୋର,ସାଧୁ ବୋଲି ତାକୁ ଗୌରବେ ଡାକିବିଯେ ମୋତେ କହିବ ଚୋର । ୪ ।ବିଶ୍ୱପ୍ରେମ ଆଣି ମୋ ଭିତରେ ହରିକରାଇଦିଅ ପ୍ରବେଶ,କି କର୍ମ ସାଧିବି କର୍ମଭୂମିରେ ମୁଁକରିଦିଅ ତା ନିର୍ଦ୍ଦେଶ । ୫।ଦିଅ ଦିବ୍ୟ ଜ୍ଞାନ ଅଜ୍ଞତା ମୋହରହୋଇଯାଉ ତହିଁ କ୍ଷୟ,ପରାପର ଭାବ ଛାଡିଯାଉ ହୃଦୁବିଶ୍ୱ ହେଉ ଆତ୍ମମୟ । ୬ ।ଚାଲିବି ସତ୍ୟର ବଜ୍ର ଶିଖା ବକ୍ଷେହେଉ ପଛେ ଭୟଙ୍କର,ମାତ୍ର ପୁଷ୍ପାବୃତ ଅସତ୍ୟ ପଥରେନ ଦେବି କେବେ ପୟର । ୭ ।ରୋଗକୁ ତ ମୋର ଭୟ ନାହିଁ ତିଳେଜାଣେ ମୁଁ ସେ ତୁମ୍ଭ କ୍ରୀଡ଼ା,ଔଷଧି ରୂପରେ ସୁସ୍ଥ କର ତୁମ୍ଭେରୋଗରୂପେ ଦେଇ ପୀଡ଼ା । ୮ ।ଧର୍ମପାଦେ ମୋର ନଶ୍ୱର ଜୀବନଗୁନ୍ଥିଦିଅ ଦୃଢ଼େ ହରି,ବିପଦ ଆସିଲେ ନ ଡରି, ସାନନ୍ଦେ-ନେବି ଆଲିଙ୍ଗନ କରି । ୯ ।ସତ୍ୟ ନ୍ୟାୟ ଧର୍ମ ଦୟା ଦାକ୍ଷିଣ୍ୟରେକରିବି ସଂସ୍କାର ପ୍ରାଣ,ଚିନ୍ତାମଣି ମାଗେ ସୁପ୍ରସନ୍ନେ ପ୍ରଭୁପ୍ରଦାନ ଏ ଶୁଭଜ୍ଞାନ । ୧୦ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ