ଜୀବନଚିନ୍ତା
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୩
- ସ୍ଥିତି
- ସାର୍ବଜନୀନ (Public domain)
ରେ ଆତ୍ମନ୍ ! ନିଦ୍ରା ପରିହରିଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ,ନିଃଶଦ୍ଦେ ଜୀବନସ୍ରୋତ ଧାଉଁଛି କିପରିଭେଟିବାକୁ ମୃତ୍ୟୁ ସିନ୍ଧୁ-କରାଳ-ଲହରୀ ।୧।କି ବେଗରେ ଯାଉଅଛି ଚାଲିସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,ଯାହାର ସ୍ମରଣେ ନର ଶୋକଶ୍ୱାସ ଢାଳିଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି ।୨।ସ୍ୱପ୍ନ ସମ ନିଦ୍ରା-ପାରାବାରେକ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନସଂସାରର ଆଡ଼ମ୍ବର ବୁଦ୍ବୁଦ ଆକାରେ,ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ ।୩।ସେ ସିନ୍ଧୁ-ତରଙ୍ଗ ମୁଖ ପ୍ରତିଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ,ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ୱତୀ,ସୁଦିନ ମନୁଷ୍ୟ, ମହାଯଶା ମହୀପତି ।୪।ଭବସିନ୍ଧୁ ମାୟାଶୈଳମୟ,ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣହୁଅଇ ଆଶାର ତରୀ, କାମନାନିଚୟବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ ।୫।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ