ଜୀବନ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୪
- ସ୍ଥିତି
- ସାର୍ବଜନୀନ (Public domain)
ଜୀବନ - ଦେବତା, ତୁମ୍ଭେ ମୃତ୍ୟୁ ଅଗ୍ରଦୂତ,ମୃତ୍ୟୁରୁ ଜନମ ତବ ମୃତ୍ୟୁ ତୁମ୍ଭ ସୂତ ।ବନ୍ଦୀ ହୋଇ ରହିଅଛି ଦେହ - କାରାଗାରେ,ଦୁର୍ଜ୍ଜୟ ହର୍ଯ୍ୟକ୍ଷ ଯଥା ଲୁହା ପିଞ୍ଜରାରେ ।ତଥାପି ତ ନାହିଁ ତବ ଶକ୍ତିର କଳନା,ଛଳନାରେ ତୁମ୍ଭେ ଏକା ତୁମ୍ଭରି ତୁଳନା ।କେତେବେଳେ କେଉଁ ବାଟେ ଚାରିଯାଅ କାହିଁ,ଦେହ ସଙ୍ଗେ ଦେଖା ଆଉ ସେହିଠାରୁ ନାହିଁ ।ଉଡିଯିବ ତୁମ୍ଭେ, ଦେହ ମିଶିବ ପାଞ୍ଚରେ,ସେ ପାଞ୍ଚେ ମିଶାଇ ତୁମ୍ଭେ ଢ଼ାଳିବ ଛାଞ୍ଚରେ ।ସେ ହେବ ତୁମ୍ଭର ରଥ ତୁମ୍ଭେ ହେବ ରଥୀ,ଚଳାଇବ ସେ ରଥକୁ ବାସନା - ସାରଥି ।ପଞ୍ଚେନ୍ଦ୍ରିୟ ଅଶ୍ୱ ହୋଇ ଟାଣିବେ ସେ ରଥ,ସାଧିବ ସ୍ୱକାର୍ଯ୍ୟ ତୁମ୍ଭେ ଇତର ମହତ ।ଚାଲିଯିବ କେଉଁଠାକୁ ପୁଣି ଅଲକ୍ଷ୍ୟରେ,ଲାଗିଅଛି ଯାତାୟାତ ତବ ନିରନ୍ତରେ ।ବଡ ଅବିଶ୍ୱାସୀ ତୁମ୍ଭେ ମହାଦଗାଦାର,ନ କହି ନ ପୁଚ୍ଛି ଯାଅ ଚାଲି ବାରମ୍ବାର ।ଜନମନେ କେତେ ଆଶା ଭରସା ଖେଳାଇ,ଭଣ୍ଡିଦେଇ ଆଚମ୍ବିତେ ଯାଅ ହେ ପଳାଇ ।ଏ ତୁମ୍ଭର କି କୌତୁକ ଅଥବା କି ଲୀଳା,ଅମୃତ ଭୁଞ୍ଜାଇ ସାରି ଭୁଞ୍ଜାଅ କୋଚିଳା ।ତୁମ୍ଭେ ତ ସାକ୍ଷାତ ବ୍ରହ୍ମ ନିତ୍ୟ ନିରାକାର,ଅଚିନ୍ତ୍ୟ ମହିମା ତବ ଅନନ୍ତ ଅପାର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ