ଝାଡ଼େଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୦
- ସ୍ଥିତି
- ସାର୍ବଜନୀନ (Public domain)
ଦିଅନ୍ତି ତବ ସେବକ,ଭାଙ୍ଗ ମିଶା ପାଦୋଦକ ।ଭାଙ୍ଗରେ ବଡ ଆଦରରଖିଥାଅ ଝାଡ଼େଶ୍ୱର ହେ ।୧।ମୋ ମନେ ଦୁଃଖ ଅପାର,ମନ୍ଦିର ନୁହେ ସଂସ୍କାର ।ଦେଶସ୍ଥିତ ଧନୀମାନେ,ନ ଭାବନ୍ତି ମନଜ୍ଞାନେ ହେ ।୨।ଆପଣତ ଶକ୍ତିଧର,କି କହିବି ଆହେ ହର ।ଦୁଧ ପରି ଯାଏ ଜଣା,ଶକ୍ତିରେ ଉଠେ ଝରଣା ହେ ।୩।ବୋଲନ୍ତି ପ୍ରଭୁ ନିଃଶ୍ୱାସ,ଏଠାରେ ହୁଏ ପ୍ରକାଶ ।ଝାଡ଼ବନେ ଥୁବା ଯୋଗୁଁ,ଝାଡ଼େଶ୍ୱର ନାମ ଭୋଗୁ ହେ ।୪।ଏଥି ଥିଲା ପୂର୍ବେ ବନ ।ଗୁପ୍ତେ ଥିଲ ତ୍ରିଲୋଚନ ।କଅଁଳାବାଛୁରୀ ଗାଈ,ଦୁଧ ଦେଉଥିଲା ପ୍ୟାଇ ହେ ।୫।ଦେଖିଲେ ଗୋପାଳ ଥୋକେ,ପ୍ରକାଶିଲେ ଆସି ଲୋକେ ।ସେହି ଦିନୁ ବଳିଆର,ଶକ୍ତି ହୋଇଲା ପ୍ରଚାର ହେ ।୬।ବିପଣୀର ଯେ ମିଷ୍ଟାନ୍ନ,କେବେ ନ ଆସେ ଏ ସ୍ଥାନ ।ବେଢ଼ାରେ ହୋଇ ପ୍ରସ୍ତୁତ;ଭୋଗଦ୍ରବ୍ୟ ମଜବୁତ ହେ ।୭।ଏ ପ୍ରଥା ବଡ଼ ସୁନ୍ଦର,ପବିତ୍ର ଲୋକଆଦର ।ଉପାଦେୟ ଭୋଗ ପାଇ,ଧର୍ମହାନି ହୁଏ ଏଥି ହେ ।୮।ଶିବରାତ୍ରରେ ଅସଂଖ୍ୟ,ଲୋକ ଦେଖିଲି ପ୍ରତ୍ୟକ୍ଷ ।ଡାଳ ପତ୍ର କୁଞଘର ।ମଧ୍ୟରେ ଜଳେ ଜାଗର ହେ ।୯।ନାରୀ ପୁରୁଷ ଅପାର,ଦୀପ ପାଶେ ଉଜାଗର ।ଆହେ ପ୍ରଭୁ ଝାଡ଼େଶ୍ୱର,ମୋ କାମନା ପୂର୍ଣ୍ଣକର ହେ ।୧୦।ଶ୍ୟାମସୁନ୍ଦରଆହେ ଶ୍ରୀ ଶ୍ୟାମସୁନ୍ଦର,ନଗର ମଧ୍ୟଭାଗର ।ଗଠନ ବଡ଼ ରୁଚିର,ଅଟଇ ତବ ମନ୍ଦିର ହେ ।୧।ତହଁ ସିଂହାସନେ ବସି,ଥାଅ ମୃଦୁ ମୃଦୁ ହସି ।ବାଲେଶ୍ୱରବାସୀମାନେ,ସେବିଥାନ୍ତି ଭକ୍ତିଜ୍ଞାନେ ହେ ।୨।କେତେ ଖାଅ ଭୋଗରାଗ,ମନେ ନ ଥାଏ ବିରାଗ ।କରିଥିଲ ସ୍ତନପାନ,ଅସୁରୁଣୀ ହତଜ୍ଞାନ ହେ ।୩।ବକା ଅଘା ଆଦି ଯେତେ,ଅସୁର ମାଇଲ କେତେ ।