ଯୌବନ ମଧ୍ୟାହ୍ନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ସରଳ, ସହଜ ମଧୁମୟ ଥିଲା ମୋ ବାଲ୍ୟ ଜୀବନପ୍ରକୃତି ପଟରେ ଥିଲେ ପ୍ରକାଶିତ ଦେବ ନାରାୟଣ,ଯାଉଥିଲା ଦିନ ନୃତ୍ୟ ଗୀତେ, ଧୂଳିଖେଳେ, ମିତ୍ରମେଳେ,ପ୍ରବଚନ, ଉପନ୍ୟାସ, ଗୀତ ଶୁଣୁଥିଲି ରାତ୍ରି ବେଳେ ।ମାତା, ପିତା, ଭ୍ରାତା, ଭଗ୍ନୀ, ସ୍ନେହେ ଥିଲା ପ୍ରାଣ ପ୍ରମୋଦିତକ୍ଷୁଦ୍ରଗ୍ରାମାକାଶଭାଲେ କ୍ଷୁଦ୍ର ରବି, ଶଶୀ ସମୁଦିତହୋଇ କ୍ରୀଡ଼ୁଥିଲେ ମୋର ଖେଳସଙ୍ଗୀ ବାଲୁକା−ଆଗାରେଭାଙ୍ଗୁଥିଲି, ଗଢ଼ିଥିଲି ମୁହିଁ ମୋର ଶୈଶବ ସଂସାରେ,ପ୍ରଭାତ ଉଭେଇ କ୍ରମେ ମାଡ଼ି ଆସୁ ପ୍ରଦୀପ୍ତ ମଧ୍ୟାହ୍ନଜୀବନ ସଂଗ୍ରାମ ବହ୍ନି ପ୍ରାଣ−ଖାଣ୍ଡବରେ ଘୋଟେ ଘନ ।ପିତା, ମାତା ନିଜେ ଦେଲେ ନିଜ ନିଜ ଗୁରୁଭାର ଶିରେଲୁଚିଗଲେ ପରଂବ୍ରହ୍ମ “ଦର୍ଶନ”ର ଦୁର୍ଭେଦ୍ୟ−ମନ୍ଦିରେତଥାପି ସେ ଗରୁଡ଼ର ସୁରସେବ୍ୟ ସୁଧା ସୁପ୍ରସାଦକୋଟି ଗୁଣେ ଜିଣି ଶ୍ରେଷ୍ଠ ଶିଶୁସେବ୍ୟ ମାତୃସ୍ତନ୍ୟ−ସ୍ୱାଦ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ