ଈଶ୍ୱର ଉବାଚ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିନମାମି ଶୀତଳାଂ ଦେବୀଂ ରାସଭାସ୍ୟା ଦିଗମ୍ବରାଂ ॥
ମାର୍ଜନୀକଲଶୋପେତାଂ ସୁର୍ପାଳଂକୃତମସ୍ତକାଂ ॥
ବନ୍ଦେଽହଂ ଶୀତଳାଂ ଦେବୀଂ ସର୍ବରୋଗଭୟାପହାଂ ॥
ଯାମାସାଦ୍ୟ ନିବର୍ତ୍ତେତ ବିସ୍ଫୋଟକଭୟଂ ମହତ୍ ॥
ଶୀତଳେ ଶୀତଳେ ଚେଭି ଯୋ ବୃୟାଦାହପୀଡ଼ିତଃ ॥
ବିସ୍ଫୋଟକଭୟଂ ଘୋରଂ କ୍ଷିପ୍ରଂ ତସ୍ୟ ବିନଶ୍ୟତି ॥
ଯସ୍ତ୍ୱାମୁଦକମଧ୍ୟେ ତୁ ଧ୍ୟାତ୍ୱା ସଂପୂଜୟେନ୍ନରଃ ॥
ବିସ୍ଫୋଟକଭୟଂ ଘୋରଂ ଗୃହେ ତସ୍ୟ ନ ଜାୟତେ ॥
ବିସ୍ଫୋଟଜ୍ୱରଦଗ୍ଧସ୍ୟ ପୂତିଗନ୍ଧଗତସ୍ୟ ଚ ॥
ପ୍ରନଷ୍ଟଚକ୍ଷୁଷଃ ପୁଂସସ୍ତ୍ୱାମାହୁର୍ଜୀବନୌଷଧଂ ॥
ଶୀତଳେ ତନୁଜାଦ୍ରୋଗାନ୍ନୃଣାଂ ହରସି ଦୁସ୍ତ୍ୟଜାନ୍ ॥
ବିସ୍ଫୋଟକବିଶୀର୍ଣ୍ଣାନାଂ ତ୍ୱମେକାମୃତବର୍ଷିଣୀ ॥
ଗଳଗଣ୍ଡଗ୍ରହାରୋଗା ଯେ ଚାନ୍ୟେ ଦାରୁଣାନୃଣାଂ ॥
ବଦନୁଧ୍ୟାନମାତ୍ରେଣ ଶୀତଳେ ଯାନ୍ତି ସଂକ୍ଷୟଂ ॥
ନ ମନ୍ତ୍ରୋ ନୌଷଧଂ କିଂଚିତ୍ପାପେରୋଗସ୍ୟ ବିଦ୍ୟତେ ॥
ହିମେକା ଶୀତଳେ ତ୍ରାହି ନାନ୍ୟାଂ ପଶ୍ୟାମି ଦେବତାଂ ॥
ମୃଣାଳତନ୍ତୁସଦୃଶୀଂ ନାଭିହୁନ୍ନଧ୍ୟସଂସ୍ଥିତାଂ ॥
ଯସ୍ତ୍ୱାଂ ସଂଚିନ୍ତୟେଦ୍ଦେବି ତସ୍ୟ ମୄଭୁର୍ନ ଜାୟତେ ॥
ଅଷ୍ଟକଂ ଶୀତଳାଦେବ୍ୟା ଯଃ ପଠେନ୍ନାନବଃ ସଦା ॥
ସର୍ବବ୍ୟାଧି ବିନିର୍ମୁକ୍ତଃ ସ ଚିରାୟୁର୍ଭବେନ୍ନରଃ ॥
ଶ୍ରୋତବ୍ୟଂ ପଠିତବ୍ୟଂ ଚ ଶ୍ରଦ୍ଧାଭକ୍ତିସମନ୍ୱିତଃ ॥
ଉପସର୍ଗୋବିନାଶୟ ପରଂ ସ୍ୱସ୍ତ୍ୟୟନଂ ମହତ୍ ॥
ଇତି ଶ୍ରୀ ସ୍କନ୍ଦପୁରାଣେ ଶୀତଳାସ୍ତୋତ୍ରଂ ସମ୍ପୂର୍ଣ୍ଣଂ ॥
ଶ୍ରୀ ଶୀତଳାଙ୍କ ସ୍ତୁତିପ୍ରଥମତଃ ପୂଜା କରି ତଦନନ୍ତର ସ୍ତୁତି ପାଠ କରିବ ।ଶୀତଳା ଚ ଜଗନ୍ମାତା ଶୀତଳା ଚ ଜଗତ୍ପିତା ॥
ଶୀତଳା ଚ ଜଗଦ୍ଧାତ୍ରୀ ଶୀତଳାୟୈ ନମୋନମଃ ॥
ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡି ॥
ତୋତେ ସୁମରିଲେ ମାଗୋ ବିପତ୍ତି ହୋଏ ଖଣ୍ଡି ॥
ଆତଙ୍କକାଳେ ମାଗୋ ସୁମରେ ଯେଉଁଜନ ॥
ବିପତ୍ତି ଦେଖିଣ ତାର ଫେଡ଼ୁ ତୁ ବନ୍ଧନ ॥
ଗଲି ତୁ ସହୁ ମାଗୋ ଗରବ ନ ସହୁ ॥
ଆତଙ୍କକାଳେ ମାଗୋ ପ୍ରାଣିଙ୍କି ତାରି ନେଉ ॥
ଯେତେବେଳେ ପ୍ରାଣୀଙ୍କି ମାଗୋ ପଡ଼ିଥାଇ କଷ୍ଟ ॥
ତୋ ନାମ ଧଇଲେ ମାଗୋ ଫିଟଇ ଶଙ୍କଟ ॥
ଜୟତୁ ଅମ୍ବିକା ମାଗୋ ଶଙ୍କରଭବାନୀ ॥
କର ତୁ ସୁଦୟା ମାଗୋ ଦନୁଜନାଶିନୀ ॥
ଶୋକ ସମୁଦ୍ରରେ ମାଗୋ ବୁଡ଼ିଲା ମୋ ଭେଳା ॥
ଦୁସ୍ତର ପଡ଼ିଲା ମାଗୋ ଉଦ୍ଧର ମଙ୍ଗଳା ॥
ଶଖା ସହୋଦର ମାଗୋ ବନ୍ଧୁବର୍ଗ ନାହିଁ ॥
ଆତଙ୍କକାଳରେ ସାହା ହୁଅ ମହାମାୟୀ ॥
ଅଦୃଶ୍ୟକୁ ଦୃଶ୍ୟ ମାଗୋ ତୋ ନାମ ଧଇଲେ ॥
ବିପତ୍ତି ନ ଥାଇ ମାଗୋ ତୋତେ ଆଶ୍ରେ କଲେ ॥
ଅନାଥକୁ ବଜ୍ରସେହ୍ନା ମାଗୋ ଦୁବ କରୁ ଦାରୁ ॥
ଶଙ୍କଟ ପଡ଼ିଲେ ମାଗୋ ପ୍ରାଣୀଙ୍କି ଉଦ୍ଧରୁ ॥
ଯେ ତୋହର ବାରବ୍ରତ କରୁଥାଇ ନିତି ॥
ଦେଉ ଧନ ଜନ ମାଗୋ ଖଣ୍ଡ ତା ଦୁର୍ଗତି ॥
ନମୋ କାଳରାତ୍ରି ମାଗୋ ଅପର୍ଣ୍ଣା ପାର୍ବତୀ ॥
ଭ୍ରମଣ କରି ଯାଉ ମାଗୋ ନିଶାଅର୍ଦ୍ଧରାତି ॥
ଚଣ୍ଡୀ ଯେ ଚାମୁଣ୍ଡା ମାଗୋ ଘେନି ସଙ୍ଗତର ॥
ଏକାନ୍ତ ଘେନିଣ ମାଗୋ ଭ୍ରମଣି ତୋହର ॥
ସିଂହର ପିଠିରେ ମାଗୋ ବିଜେ କରି ଯାଉ ॥
ଯେ ମୁଖେ ପଡ଼ିଲେ ମାଗୋ ନ ବର୍ତ୍ତଇ ଆଉ ॥
ବିନ୍ଧ୍ୟଗିରିବାସିନୀ ମାଗୋ ହିମବତର ଦୁହିତା ॥
ଅଷ୍ଟଗୋଟି ନାମ ତୋତେ ଦେଲାକ ବିଧାତା ॥
ଝଙ୍କଡ଼େ ରହିଲୁ ମାଗୋ ଶାରଦା ନାମ ବହି ॥
କାକଟପୁରେ ରହିଲୁ ମାଗୋ ମଙ୍ଗଳା ବୋଲାଇ ॥
କୋଣାର୍କେ ରହିଲୁ ମାଗୋ ଅଭୟାରାମଚଣ୍ଡୀ ॥
ଟହ ଟହ ବଦନୀ ମାଗୋ ସିନ୍ଦୁରେ ମୁଖମଣ୍ଡି ॥
ଶ୍ରୀପୁରୁଷୋତ୍ତମେ ରହିଲୁ ମାଗୋ ନାମ ବିମଳାଇ ॥
ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ॥
ତାଳଚେରେ ରହିଲୁ ମାଗୋ ହେଙ୍ଗୁଳା ନାମ ବହି ॥
ଯାଜପୁରେ ରହିଲୁ ମାଗୋ ବିରଜା ବୋଲାଇ ॥
ବାଣପୁରେ ରହିଲୁ ମାଗୋ ନାମ ତୋ ଭଗବତୀ ॥
ଏମନ୍ତେ ଯେ ଅଷ୍ଟନାମେ ଅଟଇ ତୋ ସ୍ଥିତି ॥
ଏହି ଅଷ୍ଟ ନାମ ମାଗୋ ଧାତା ଗଲା ଦେଇ ॥
ଅଷ୍ଟକୋଶ ମାଡ଼ି ମାଗୋ ରହିଲୁ ମହାମାଇ ॥
ଭୁବନେଶ୍ୱରେ ରହିଲୁ ମାଗୋ ନାମ ତୋ ଗଉରୀ ॥
ନମସ୍ତେ ଚଣ୍ଡିକା ମାଗୋ ଅମ୍ବିକା ଶାକମ୍ବରି ॥
ନମସ୍ତେ ଚଣ୍ଡିକା ମାଗୋ ଦୋଷ କର କ୍ଷମା ॥
କେ କହିପାରିବ ମାଗୋ ତୋହର ମହିଁମା ॥
ଡ଼ମ୍ବରୁମଧ୍ୟା ମାଗୋ ବକ୍ର ତୋ ଚାହାଣି ॥
ବିପତ୍ତିନାଶିନୀ ମାଗୋ ଅଟୁ ଶାଆନ୍ତାଣୀ ॥
ତାଡ ଯେ ତୋହର ମାଗୋ ଭୁଜେ ରତ୍ନ ଚୁଡ଼ି ॥
କନକ କେତକୀ ମାଗୋ ଶୋଭଇ ହୀରାକଢ଼ି ॥
ରଙ୍ଗ ବସ୍ତ୍ର ପହରଣ ମାଗୋ କୁଙ୍କୁମ ଲେପନ ॥
ପୟରେ ଅଳତା ମାଗୋ ଦିଶେ ଶୋଭାବନ ॥
ହୃଦରେ ପଦକ ମାଗୋ ଦୋସରୀ ସୁନାସୂତା ॥
ହରିମନ୍ଦିର ଚିତା ମାଗୋ କନ୍ଧରେ ପଇତା ॥
ନାନାଦି ବର୍ଣ୍ଣରେ ମାଗୋ ଫୁଲମାଳ ଶୋହେ ॥
ଅଶେଷ ମହିମା ମାଗୋ ତ୍ରିଭୁବନ ମୋହେ ॥
ଲହଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି ॥
ନମୋ ଆଦିମାତା ମାଗୋ ବିଜୟେ ସିଂହପିଠି ॥
କାତି ଯେ ଖପର ମାଗୋ ବିଜୟେ ବେନି କର ॥
ଶଙ୍ଖଚକ୍ର ଗଦା ମାଗୋ ଅଙ୍କୁଶ ତୋହର ॥
ପ୍ରସନ୍ନ ବଦନୀ ମାଗୋ ହରିଣୀ ନୟନୀ ॥
ଦାରିଦ୍ର୍ୟଭଞ୍ଜନି ମାଗୋ ସମ୍ପଦ ଦାୟିନୀ ॥
ନମସ୍ତେ କାଳରାତ୍ରି ମାଗୋ ସଞ୍ଜୟୀ ବିଜୟୀ ॥
ତୋତେ ସୁମରିଲେ ମାଗୋ ବିପତ୍ତି ନ ଥାଇ ॥
ତ୍ରେତୟାଯୁଗରେ ମାଗୋ ସୁମରିଲେ ରାମ ॥
ସୀତା ହରାଇଣ ଯେ ବୁଲନ୍ତି ବନେବନ ॥
ଆତଙ୍କ କାଳରେ ଚିନ୍ତା କଲେ ଦାଶରଥି ॥
ଶୂନ୍ୟରେ ଥାଇଣ ଆଜ୍ଞା ଦେଲୁ ଗୋ ଭଗବତୀ ॥
ଶୂନ୍ୟରେ ଥାଇଣ ମାଗୋ ତାଙ୍କୁ ବାର ଦେଲୁ ॥
ରାବଣ ମାରିଣ ସୀତା ଆଣ ତୁ ବୋଇଲୁ ॥
ତୋହର ଆଜ୍ଞାରେ ରାମ ଲଙ୍କା ଜୟ କଲେ ॥
ରାବଣକୁ ମାରିଣ ଯେ ସୀତାଙ୍କୁ ଆଣିଲେ ॥
ସୀତା ଘେନି ଅଯୋଧ୍ୟାକୁ ଗଲେ ଦାଶରଥି ॥
ନମୋ ଆଦି ମାତା ମାଗୋ ନମୋ ଆଦିଶକ୍ତି ॥
ସତ୍ୟଯୁଗେ ବ୍ରହ୍ମାକୁ ଯେ ପଡ଼ିଲା ଅପଜୟେ ॥
ତୋତେ ସୁମରଣା ମାଗୋ କଲେଟି ମହାମାୟେ ॥
ବ୍ରହ୍ମାଙ୍କର କଷ୍ଟ ମାଗୋ ସହି ନ ପାରିଲୁ ॥
ଗୁରୁପୁତ୍ର ଦିଅ ବୋଲି ଯମକୁ ଡାକିଲୁ ॥
ତୋହର ଆଜ୍ଞାରେ ଯମ ଗୁରୁପୁତ୍ର ଦେଲେ ॥
ଗୁରୁପୁତ୍ର ଘେନି ନିଜ ଆଶ୍ରମକୁ ଗଲେ ॥
ସେହି ଦିନ ବ୍ରହ୍ମା ତୋତେ ଦେଇଗଲେ ବାର ॥
ଜନ୍ମେ ଜନ୍ମେ ହୋଇବୁ ତୁ ସିଦ୍ଧ ଯେ ଶଙ୍କର ॥
ତ୍ରେତାଯୁଗେ ସୁଗ୍ରୀବକୁ ପଡ଼ିଲା ବିପତ୍ତି ॥
ସେହି ତୋତେ ସୁମରଣା କଲେ ଗୋ ଭଗବତି ॥
ତାହାଙ୍କର କଷ୍ଟ ମାଗୋ ସହି ନ ପାରିଲୁ ॥
ହନୁମତକୁ ତୁ ମାଗୋ ତାଙ୍କ ସଙ୍ଗେ ଦେଲୁ ॥
ସେହିଦିନଠାରୁ ସେ ଯେ ନିଶ୍ଚଳେ ରହିଲା ॥
ନାମ ଗୋଟି ତୋହର ଅମ୍ବିକା ବୋଲି ଦେଲା ॥
କଳିଯୁଗରେ ମାଗୋ ଅସହଣୀ ବାମା ॥
ସକଳ ଦୁଷ୍ଟଙ୍କର ମାଗୋ ଭାଙ୍ଗୁ ତୁ ଗାରିମା ॥
ସସ୍ନେହ ଲୋଚନେ ମାଗୋ ଅନାଉ ଯାହାକୁ ॥
ଦୁଷ୍ଟ ଯମ ରାଜା ବାନ୍ଧି ନେବକି ତାହାକୁ ॥
ଏମନ୍ତ ବନ୍ଦନା ମାଗୋ କରୁଅଛି ମୁହିଁ ॥
ନମୋ ସିଦ୍ଧେଶ୍ୱରି ମାଗୋ ନମୋ ଅମ୍ବିକାଇ ॥
ମଥାରେ ସିନ୍ଦୁର ମାଗୋ ହୋଇଅଛୁ ମଣ୍ଡି ॥
ଏବେ ଅନାଇବୁ ମାଗୋ ଅଭୟା ରାମଚଣ୍ଡି ॥
ଅଷ୍ଟଗୋଟି ତଣ୍ଡୁଳ ମାଗୋ ଅଷ୍ଟଗୋଟି ଦୁବ ॥
ଷୋଳକୋଠି ସ୍ଥାପିଣ ମାଗୋ ଅନୁକୂଳ ଶୁଭ ॥
ଅଷ୍ଟଗୋଟି ପତ୍ର ମାଗୋ ଅଷ୍ଟଗୋଟି ଫୁଲ ॥
ଅଷ୍ଟବର୍ଣ୍ଣେ ମୁରୁଜ ମାଗୋ ଦେଇ ସମତୁଲ ॥
ଏ କୋଠି ମଧ୍ୟରେ ମାଗୋ ବିଜେ କର ଆସି ॥
ବିଜେ କର ଗୋ ଶାନ୍ତାଣି ସିଂହ ପିଠି ବସି ॥
ଆସ ଆସ ଆସ ମାଗୋ ସିଦ୍ଧଶାରଦାଈ ॥
ଆସ ଆସ ଆସ ମାଗୋ ବାଙ୍କିଚର୍ଚ୍ଚିକାଇ ॥
ବିଜୟେ କର ମାଗୋ ଦେବି ଶମଲାଇ ॥
ଆସ ଆସ ଆସ ମାଗୋ ଦେବି ହିଙ୍ଗୁଳାଇ ॥
ଆସ ଆସ ଆସ ମାଗୋ ଦେବି ନାରାୟଣୀ ॥
ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି ॥
ଆସ ଆସ ଆସ ମାଗୋ ବ୍ରହ୍ମାଙ୍କର ଛାୟା ॥
ବିଜୟେ କର ମାଗୋ ସାବିତ୍ରି ମହାମାୟା ॥
ଆସ ଆସ ଆସ ମାଗୋ ସିଦ୍ଧଶାରଦାଇ ॥
ତୋହର ଚରଣେ ମାଗୋ ଶରଣ ପଶଇଁ ॥
ଏବେ ଅନୁଗ୍ରହ ହୃଦେ କରସି ଗୋ ମାତ ॥
ବିଜୟେ କର କୋଠିରେ ହୋଇ ସମଗାତ୍ର ॥
ଅଷ୍ଟବର୍ଣ୍ଣେ ଉପମା ମାଗୋ ତୋହର ଶୋଭିତା ॥
ବିଜୟେ କର ମାଗୋ ନ କର ମନେ ଚିନ୍ତା ॥
ଆସ ଆସ ଆସ ମାଗୋ ଦେବି ନାରାୟଣୀ ॥
ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି ॥
ଆସ ଆସ ଆସ ମାଗୋ ବ୍ରହ୍ମାଙ୍କର ଛାୟା ॥
ବିଜୟେ କର ମାଗୋ ସାବିତ୍ରି ମହାମୟା ॥
ଆସ ଆସ ଆସ ମାଗୋ ସିଦ୍ଧଶାରଦାଇ ॥
ଏବେ ଅନୁଗ୍ରହ ହୃଦେ କରସି ଗୋ ମାତ ॥
ବିଜୟେ କର ମାଗୋ କୋଟିସମଗାତ୍ର ॥
ଅଷ୍ଟବର୍ଣ୍ଣେ ମୁରୁଜ ମାଗୋ ଯେ ତୋରେ ଶୋଭିତା ॥
ବିଜୟେ କର ମାଗୋ ନ କର ମନେ ଚିନ୍ତା ॥
ଆସ ଆସ ଆସ ମାଗୋ ଦେବି ନାରାୟଣି ॥
ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି ॥
ତ୍ନାସ ତ୍ନାସ ତ୍ନାସ ମାଗୋ ବ୍ରହ୍ମାଙ୍କର ଛାୟା ॥
ଆସ ଆସ ଆସ ମାଗୋ ସାବିତ୍ରି ମହାମାୟା ॥
ତ୍ନାସ ତ୍ନାସ ତ୍ନାସ ମାଗୋ ସିଦ୍ଧଶାରଦାଇ ॥
ତୋହରି ଚରଣେ ମାଗୋ ଶରଣ ପଶଇ ॥
ଏବେ ଅନୁଗ୍ରହ ହୃଦେ କରସି ଗୋ ମାତ ॥
ବିଜୟେ କର ମାଗୋ କୋଟି ସମଗାତ୍ର ॥
ଅଷ୍ଟବର୍ଣ୍ଣେ ମୁରୁଜ ମାଗୋ ଯେ ତୋରେ ଶୋଭିତା ॥
ବିଜୟେ କର ମାଗୋ ନ କର ମନେ ଚିନ୍ତା ॥
ଆସ ଆସ ତ୍ନାସ ମାଗୋ ଦେବି ନାରୟଣି ॥
ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି ॥
ଆସ ଆସ ଆସ ମାଗୋ ବ୍ରହ୍ମାଙ୍କର ଛାୟା ॥
ବିଜୟେ କର ମାଗୋ ସାବିତ୍ରି ମହାମାୟା ॥
ଆସ ଆସ ଆସ ମାଗୋ ସିଦ୍ଧଶାରଦାଇ ॥
କୋଠିରେ ବସି ମାଗୋ ଶୀତଳା ଯାଅ ଖାଇ ॥
ଏମନ୍ତେ ବନ୍ଦନା ମାଗୋ କରୁଅଛି ତୋତେ ॥
ସୁଦୟା କରିଣ ମାଗୋ ବସ ହୃଦଗତେ ॥
ମଣିଭଦ୍ରା ବିନ୍ଧ୍ୟରେ ଯେ ବିଜୟ ତୋହର ॥
କଳାପାଟ ବୋଲିଣ ଯେ ପୁଜନ୍ତି ଜଗତର ॥
ଅଷ୍ଟକଳା ଧରିଣ ବିଜୟେ କରିଅଛ ॥
ହାନି ଲାଭ ଭଲ ମନ୍ଦ ଜଗତ ପାଳୁଛ ॥
ସିଦ୍ଧ ମଙ୍ଗଳା ମାଗୋ ସକଳ ଗୁଣ ଗ୍ରାହି ॥
ସୁଦୟା କରିବ ମାଗୋ ସିଦ୍ଧଶାରଦାଇ ॥
ଭଗବତି ଭାରତି ଯେ ତ୍ରୈଲୋକ୍ୟ ରକ୍ଷଣି ॥
ସର୍ବ ସୁତାରିଣି ଦୁର୍ଗେ ନମୋ ନାରାୟଣି ॥
ଶୁଣ ଶୁଣ ସାଧୁଜନେ ଶୀତଳା କାହାଣି ॥
ଆତଙ୍କକାଳେ ଏହାକୁ ପଢ଼ନ୍ତି ଯେଉଁ ପ୍ରାଣୀ ॥
ବନ୍ଦିଘରେ ଥିଲେ ତାର ସାଙ୍କୋଳି ଫିଟିବ ॥
ମଙ୍ଗଳା ପ୍ରାସାଦରୁ ସେ କ୍ଳେଶରୁ ତରିଯିବ ॥
ଶଙ୍କଟକାଳରେ ଯେହୁ ତ୍ରିରାତ୍ର ଗାଇବ ॥
ପ୍ରାତଃକାଳେ ତାହାର ଯେ ବନ୍ଧନ ଫିଟିବ ॥
ଧନ ଜନ ସମ୍ପଦ ଯେ ହୋଇବ ପ୍ରାପତ ॥
ବୋଲେ ଦୁଃଖୀ ବୃନ୍ଦାବନ ଉଦ୍ଧର ଜଗନ୍ମାତ ॥