ଇଷ୍ଟଦର୍ଶନେ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୦
- ସ୍ଥିତି
- ସାର୍ବଜନୀନ (Public domain)
ଏ କିଏ ହେ ନଟରାଜ, ଚାହୁଁ ଗୋଡ଼ ଟେକି,ଲୁଚ ନାହିଁ ଲୁଚ ନାହିଁ, ସାରିଲିଣି ଦେଖି ।ଆସିଅଛ ଯେବେ ବନ୍ଧୁ ବଳେ ବଳେ ଖାଲି,ଆଗକୁ ନ ଆସି କିପାଁ ଖେଳ ଲୁଚକାଳି ।କି ହୁନ୍ଦରବାଜ ତୁମ୍ଭେ, ନୀଳାଦ୍ରିସୁନ୍ଦର,ଭୃତ୍ୟକୁ ଛଳିବା ବଡ଼ କୌତୁକ ତୁମ୍ଭର ।ଦିଶୁଛ ବୁଜିଲେ ଆଖି ଚାହିଁ ଦେଲେ ନାହଁ,କିଣାଜନେ ଭୋଜବାଜି କାହିଁକି ଦେଖାଅ ।ନ ମିଳେ ଦର୍ଶନ ଯାଙ୍କ କୋଟି ଆରାଧନେ,ବିନା ଆହ୍ୱାନରେ ତାଙ୍କୁ ଦେଖିଲି ନୟନେ ।ଏହାଠାରୁ ଶୁଭ ଭାଗ୍ୟ କି ଅଛି ଅଧିକ,ତୁମ୍ଭେ ତାହା ଜାଣ ମୁଁ ତ ଅଜଣା ପଥିକ ।ବହୁ ତପେ ତୁମ୍ଭର ତ ନ ମିଳେ ଦର୍ଶନ,ବିନା ଅର୍ଚ୍ଚନାରେ ହେଲ ଦୀନେ ସୁପ୍ରସନ୍ନ ।ଏ ଦୟା, ଏ ଆଶୀର୍ବାଦ ନୁହେଁ ଭୁଲିବାର,ଘେନା ହେଉ ସେବକର ଉଲ୍ଲାସ ଜୁହାର ।ଜାତିସ୍ମର
-୧-
ହରି ହେ ମୁଁ ତୁମ୍ଭ ପାଦେ ବଡ ଅବିଶ୍ୱାସୀ,ଫାଙ୍କି ଦେଇଅଛି ମୂଲ ଲାଗିବାକୁ ଆସି,ତୁମ୍ଭ କିଆରିରେ କାମ,କରିବାକୁ ପ୍ରାଣାରାମ,ଆସି ହିଡମୂଳେ ବସି କଟାଇଲି ଦିନ,ସଞ୍ଜବେଳେ ହେଉଅଛି ଅନୁତାପେ ଖିନ୍ନ ।
-୨-
ଏଥର ବି ପୋଡ଼ାବୁଦ୍ଧି ଠକାଇଲା ମୋତେଭାସି ଯାଉଛି ମୁଁ ହାୟ ପଡି ଖରସ୍ରୋତେ,ଏ ସମୟେ ତୁମ୍ଭେ ପ୍ରଭୁ,ସାହାଭରସା ମୋ ସବୁ,ରଖିଲେ ରଖିବ ନତୁ ନାହିଁ ଅନ୍ୟ ଗତି,ମାଗୁଛି ଶରଣ ତେଣୁ ପ୍ରକାଶି ବିନତି ।
-୩-
ଏ ଜନ୍ମ ତ ମାଟି ହେଲା କରଣୀରୁ ମୋର,ବଳେ ବଳେ ବାନ୍ଧି ହେଲି ନିଜ ଗୋଡ଼େ ଡ଼ୋରପରଜନ୍ମେ ଜାତିସ୍ମର,କର ମୋତେ ଦୟାଧର,ତେବେ ସିନା ଭବିଷ୍ୟତେ ହେବି ସାବଧାନ,କିପାଇଁ ସୃଷ୍ଟିରେ ତବ ନାହିଁ ଏ ବିଧାନ ?
-୪-
ସ୍ୱଭାବରେ ମନୁଷ୍ୟ ତ ଭୋଳା ମହେଶ୍ୱର,ସବୁ ଭୁଲିଯାଏ ମାଟି ଛୁଇଁଲେ ସତ୍ୱର,ଗତ ଜୀବନର ସ୍ମୃତି,ନ ଧରିଲେ ଚିତ୍ତେ ମୂର୍ତ୍ତି,ଆତ୍ମଦୋଷ ସଂଶୋଧନ କରିବି କିପରି,ଥିଲେ ଅନ୍ୟ ଉପାୟ ତା କହିଦିଅ ହରି !
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ