ଇଚ୍ଛାବତୀ ହରଣ ସୁଆଙ୍ଗ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୨୯ ମିନିଟ୍
- ଶବ୍ଦ
- ୪୬୧୩
- ସ୍ଥିତି
- ସାର୍ବଜନୀନ (Public domain)
ସୂଚି ଛାନ୍ଦନରେ ହରି ହରି ବୋଲ ମୁଖେ – ବୃତ୍ତେନରେ କ୍ଷମାକାର ମୋର ଦୋଷ ।ଚାଟ ଇଚ୍ଛାବତୀ ନାଟକରେ ମତି ବଳାଇ ହୁଅ ସନ୍ତୋଷ । ପଦ ।ହରଷେ ସରସ ପଦ ମୁଁ ଲେଖିବି ।ଦରଶକ ହୃଦ ପଟରେ ଆଙ୍କିବି ।ଆଦିରସଆଦରଶଏ ହୋଇବ ହରିଯିବ ଭୋକ ଶୋଷ । ୧ ।ଦରପକ ଦେଶେ ମଦନ ନୃପତି ।ଚାରୁବ୍ରହ୍ମ ତାଙ୍କ କୁମର ସମ୍ପତ୍ତି ।ସେ କୁମରେ ବିଭା ଦେବେ ବୋଲି ଦେଶେ ଫେରାଇ ଦେଲେ ସନ୍ଦେଶ । ୨ ।କନ୍ୟା ରୂପ ଚିତ୍ରପଟେ ଲେଖିଆଣି ।କୁମରକୁ ଦେଖାଇଲେ ନରମଣି ।ଏହିଠାରୁ ଭାବ ହୋଇବ ଆରମ୍ଭ ବିପ୍ର ବଇଷ୍ଣବ ଭାଷି । ୩ ।
ମଦନ ରାଜା ଓ ମନ୍ତ୍ରୀର ପ୍ରବେଶଭାଇ ଭୀମ କରିବା କି ବୁଦ୍ଧି – ବୃତ୍ତେମନ୍ତ୍ରୀମଣି କି କରିବା କହ ।ବିଭା ଦେବି ଚାରୁବ୍ରହ୍ମେ କନ୍ୟା ପଟ ଆଣି ଦିଅ । ପଦ ।ସସ୍ତ୍ରୀକ ହେବାକୁ ସୁତ ।ହୋଇଅଛି ଉପଯୁକ୍ତ ।ସେହି ଭାବ ଭାବେ ଅହରହ । ୧ ।ଦେଖି ଏ କାଳର ଗତି ।ହୃଦେ ଉଦେ ହୁଏ ଭୀତି ।ଅଖ୍ୟାତି ରଟିବ ରାଜ୍ୟମୟ । ୨ ।ଧନ ଜୀବନ ଯୌବନ ।ଅଚିର ଅଟେ ଏମାନ ।ଦେଖିବି କୁମର ବଧୂ ସହ ।୩ ।ପୂରୁବେ ମୁଁ ଥିଲି କହି ।ଏହି ଚିତ୍ରପଟ ପାଇଁ ।ବଇ ଭଣି ଆଣ ଯାଅ ଯାଅ । ୪ ।
ମନ୍ତ୍ରୀର ଉତ୍ତରକି କହିବି ପୁତନା ମୋ ଚେତନା – ବୃତ୍ତେପଠାଇଛି ଦୂତକୁ ମୁଁ ଚିତ୍ରପଟ ଆଶେ ହେ ।ଆଣିମ ତାହା ମଣିମା; ଶ୍ରୀଛାମୁ ଆଦେଶେ । ମଣିମା । ୧ ।ସାତଦିବସ ହେଲାଣି ଯାଇଅଛି ସେହି ।ଆଜି କିବା କାଲି ଘେନି ମିଳିବ ଏଠାଇଁ । ମଣିମା ।୨।ପୁତ୍ରେ ଦେଖାଇ ସୀଉକାର କରାଇବା ।ତହୁଁ ରାଜ୍ୟେ ବିବାହ ବାରତା ଫେରାଇବା ।୩ ।ଯେ ଯାହାର ନିଯୋଗହଜୁରେ ଦେବେ ଆସି ।ମଙ୍ଗଳ ଉତ୍ସବ ହେବ ବଇଷ୍ଣବ ଭାଷି । ମଣିମା । ୪ ।
ଦୂତର ଗୀତ ଗାଇ ପ୍ରବେଶଧନ୍ୟ ଧନ୍ୟ ରେ ତୁହି କଳିକାଳ – ବୃତ୍ତେଦେଶ ଦଶାକୁ ଦେଖି ମଶା ମଲେ ଗଡ଼ି ।ଟୋପାଏ ରକତ ନ ପାରନ୍ତି କାଢ଼ି । ପଦ ।ଟଙ୍କାରେ ନଅ ଚାରି, ସେର ହେଲାଣି ବିକିରି ।ଧାନବିନା ଏ ମୂଷାଏ ମରନ୍ତି ଗଡ଼ି ।ହରଡ଼, ଗହମ, ବୁଟ, ସବୁହେଲା ଏକା କଣ୍ଟ ।ଦାନା ଦାନା ବୋଲି ଦେଶେ ଉଠି ରଡ଼ି । ୨ ।ବେଳୁବେଳ ମହରଗ, ବଢ଼ିଲା ସଂସାର ରୋଗ ।ତେବେକେ ଭାଇଭାଇରେ ତଡ଼ାତଡ଼ି । ୩ ।ଘରେ ନାହିଁ ଦାନା କନା, କିଘେନି ଜୀଇବା ନନା,ଏଣେ ମାରୁଚି ଦେଶ ଉଦ୍ଧାର ଘଡ଼ଘଡ଼ି । ୪ ।ବଢ଼ିବାରୁ ସବୁ ନଈ, ଲୋକେ ପଡ଼ୁଛନ୍ତି ନଇଁ ।କାଳ ମାନୁ ନାହିଁ ନାହାକଙ୍କ ଖଡ଼ି । ୫ ।ଛତା ଜୋତା ଖଣ୍ଡେ ଖଣ୍ଡେ, ଇଜତ ରଖିଛି ଦାଣ୍ଡେ ।ଷୋଳବରଷେ ମାଇପେ ହେଲେ ବୁଢ଼ୀ । ୬ ।ବଇଷ୍ଣବ ବଇଷ୍ଣବ; ହେବ ପାଞ୍ଚିଛି ଏ ଭାବ,ବିକିଦେଇ ଆପଣାର ଜମି ବାଡ଼ି । ୭ ।
ରାଜା ପଚାରନ୍ତେ ଦୂତର ଗୀତଏହୁ କାହା ରମଣିମଣିରତନ– ବୃତ୍ତେଚିତ୍ରପଟ ଆଣିଛି ଲୋଡ଼ି ମଣିମା ।ଗରିବ ଗୁହାରି ବାରେ ଶୁଣିମା । ପଦ ।ଯୁବରାଜଙ୍କୁ ବିଭା ଦିଅ ହରଷେ ।ଏହି ଛବି ଦେଖାଇ ମନ ସରସେ ।ଗଣକ ଡକାଇ ଦିନ ଗଣିମା । ୧ ।ରାଜ୍ୟେ ରାଜ୍ୟେ ଘୋଷଣା ଫେରାଇ ଦେବି ।ଆଦେଶ ଦେଲେ ଦେବ ଏକ୍ଷଣି ଯିବି ।ବିଭାଘର ସମ୍ଭାର ମାନ କିଣିମା । ୨ ।ରାଜ୍ୟେ ଯେ ଛନ୍ତି ବଡ଼ ବଡ଼ ପଧାନତାହାଙ୍କୁ ଡାକି କୁଟାଦିଆଅ ଧାନ ।ପାଞ୍ଚି ପାଞ୍ଚି ବଉଳପାଟ ଆଣିମା । ୩ ।ଆସିବେ କେତେ ନାଟ ନାଟକ ଦଳ ।ଭାଟ ସହିତ ଯେତେ ପାଟକ କୁଳ ।ବଇ ଭଣି ବହୁତ ଗୀତ ଶୁଣିମା । ୪ ।
ରାଜାର ଗୀତହରି ହରି ବୋଲ ହରଷେ ରସିକେ – ବୃତ୍ତେଯାଅ ଯାଅ ମନ୍ତ୍ରୀ ଯାଅଯା ବହନ କନ୍ୟାପଟ ଘେନି ଯାଅ ହେ ।ଚାରୁବ୍ରହ୍ମେ ରାଜି କରାଇଣ ଆଜି ତା ଉତ୍ତର ମୋତେ କହ ହେ । ପଦ ।ଏହି ଚିତ୍ରମାନ ଦେଖାଇ କହିବ ।ୟା ମଧ୍ୟରୁ ମନ ଯାହାକୁ ହୋଇବ ।ତାର ସେହି ନାରୀ ହେବ ମନୋହାରୀ ଏ ଗିର ସାର ନିଶ୍ଚୟ ହେ । ୧।ଯେବେ ସେ କାହାକୁ ନ ହୋଇବ ରାଜି ।ସେ ବାରତା ମୋତେ ଜଣାଇବ ଆଜି ।ପ୍ରତିକାର ତାର କରିବି ନିକର ନ କର ଏଥେ ସନ୍ଦେହ ହେ । ୨ ।ମାତ୍ର ପୁତ୍ରବଧୂ ନେତ୍ରେ ପଥେ ଦେଖି ।ଭାବିଛି ହୋଇବି ଚିତ୍ତେ ମହାସୁଖୀ ।ଗୋଧନ ଧନରେ ପୂର୍ଣ୍ଣ ଅଛି ମୋର ଜାଣ ସଦନ ନିଚୟ ହେ । ୩ ।ବିଳମ୍ବ ନ କରି ଚଳ ବତ୍ସପାଶେଯା ବୋଲିବ ସେହି ଜଣାଅ ମୋ ପାଶେ ।ବଇଷ୍ଣବ ଭାଷେ ପୂର୍ବାକାଶେ ପୂର୍ଣ୍ଣଇନ୍ଦୁ ନ ହେବେ ଉଦୟ ହେ । ୪ ।
ମନ୍ତ୍ରୀ ଚିତ୍ରଘେନି ଚାରୁବ୍ରହ୍ମ ପାଶେ ପ୍ରବେଶ – ଚାରୁବ୍ରହ୍ମର ଗୀତପଡ଼ିଲା କପାଳ ରେ – ବୃତ୍ତେକି ଧରିଛ କର ହେ ସଚିବ ତୁମ୍ଭର ।କିପାଁ ଆସିଛ ମୋ ପାଶେ ଘେନିଣ କେଉଁ ଖବର । ପଦ ।ଆନନ୍ଦେ ପୂରିଛି ମୁଖ ଯେସନ ବସନ୍ତେ ପିକ ।ତେସନ ଜାଣୁଛି ଚିତ୍ତେ ନାହିଁ, ଦୁଃଖର ବିକାର । ୧ ।କି ଅବା ପେଷିଲେ ପିତା, ଜାଣିବାକୁ ମୋ ବାରତା ।ଜନମେ ଜନମେ ମୁହିଁ ଜନକ ପଦେ କିଙ୍କର । ୨ ।ପିତା ଜପ, ପିତା ତପ, ପିତା ମନ୍ତ୍ର ତନ୍ତ୍ରରୂପ ।ପିତା କ୍ଷିତି ତେଜ ଆପ ବାୟୁ ଆକାଶ ନିକର । ୩ ।ଭାଷେ ବୈଷ୍ଣବ ଚରଣ, ଭାଷ ଆଗମ କାରଣ ।ଧାରଣ ସଦା ମୋ ହୃଦେ ଦେବ ଉମେଶ ଶଙ୍କର । ୪।
ମନ୍ତ୍ରୀ ଉକ୍ତି ଗୀତମାନ କର ଦାନ ଧନ – ବୃତ୍ତେଆଣିଅଛି ଚିତ୍ରପଟ ଦେଖ ରାଜକୁମାର ।ଜୀବଧନ ହେବ ତୁମ୍ଭେ କେଉଁ ରାଜଜେମାର । ପଦ ।ଅଛନ୍ତି ନୃପକୁମାରୀ ଜଗତେ ଅସୁମାର ।ତାଙ୍କ ଛବି ଆଙ୍କି ପିତା ଦେଲେ ମୋହ ଜିମାର । ୧ ।ଯାପରେ ବଳିବ ଚିତ୍ତ ଉଚିତ ଯେ ତୁମ୍ଭର ।ସୁଚିତ୍ତେ ପରାଣପତି ହେବ ସେହି ବାମାର । ୨ ।ଅଙ୍କ ପଲ୍ୟଙ୍କେ ପହୁଡ଼, ଘେନିଣ ତ୍ରିଯାମାର ।ଯେଉଁ ପରକାରେ ଶ୍ୟାମ ହୋଇଛନ୍ତି ଶ୍ୟାମାର । ୩ ।ଅଙ୍ଗ ସଙ୍ଗ ବାଞ୍ଛାକର ଭାଷ କେଉଁ ରାମାର ।ସ୍ପଷ୍ଟ ଭାଷ ବଇ ଭଣେ ଯୋଗ୍ୟ ସିନା ଜେମାର । ୪ ।
ଚାରୁବ୍ରହ୍ମର ଗୀତଦିଅ ସରବେ ମିଳି କୁସୁମାଞ୍ଜଳି – ବୃତ୍ତେମନ୍ତ୍ରୀ ଶୁଣ ମୋ ବାଣୀ ନଭୁଲା ଆଣି ଏତେ ଚିତ୍ରପଟ ।ବିଭାହେବି ମୁଁ ତାକୁ ଯେଉଁ ରମଣୀ ପଢ଼ିଥିବ ପାଠ । ପଦ ।ଶୋଭା ହେବ ସଂସାରରେ ବରିଲେ ସେ ଯୋଷାରେ ।ସେ ତ ହେବ ମୋହର ମୁଁ ହେବି ତାର ରହିବ ମୋ ଆଣ୍ଟ । ୧ ।ଲୁହା ଚୁମ୍ବକ ସମ ଉଦୟ ହେବ ପ୍ରେମ ।ଶ୍ରମ ନକର ବୃଥା ମାନ ମୋ କଥା ସାଧନାହିଁ ହଟ । ୨ ।ମଣିକାଞ୍ଚନ ଯୋଗ କରଣେ ଅନୁରାଗ ।ଏହା ବହି ହୃଦୟେ ହୁଅ ବିଦାଏ ଦେଖ ଭଲବାଟ । ୩ ।ଏହା ନୋହିବ ଯେବେ ବିଭା ନ ହେବି ତେବେ ।ବଇ ବୋଲଇ ବ୍ରହ୍ମଚର୍ଯ୍ୟ ଆଶ୍ରମ ଅଛି ଭାଲପଟ । ୪ ।
ମନ୍ତ୍ରୀର ପ୍ରସ୍ଥାନ – ରାଜାପାଶେ ଜଣାଇବାମନ୍ତ୍ରୀ–ମାନିଲା ନାହିଁ ମୋ କଥା ଛାମୁଙ୍କ କୁମର ।ରାଜା–କି ଉତ୍ତର ଦେଲା ଚାରୁବ୍ରହ୍ମ ତୋ ଛାମୁର ।ମନ୍ତ୍ରୀ–ସେ କହିଲା ଶିକ୍ଷିତା ଯୁବତୀ ହେବ ବିଭା ।ରାଜା–ଯଦି ରୂପ ହୋଇଥିବ ତାହାର ଅଶୋଭା ।ମନ୍ତ୍ରୀ–ଶୋଭା ଅଶୋଭାରେ ନାହିଁ ଆପତ୍ତି ତାଙ୍କର ।ରାଜା–ମୋ ଆଜ୍ଞା ଅବଜ୍ଞା କଲା ହୋଇଣ କୁମର ।ମନ୍ତ୍ରୀ–ଏଥର ଉତ୍ତର ଯାହା କରନ୍ତୁ ମଣିମା ।ରାଜା–ଆଜି ତାକୁ ପାରକର ଏ ନଗର ସୀମା ।ମନ୍ତ୍ରୀ–ଛାମୁଙ୍କ ହୁକୁମ କିଏ ଅବଜ୍ଞା କରିବ ।ରାଜା–ତା ହେତୁ କଳଙ୍କ ବିଷ ମୋ କୁଳେ ଘାରିବ ।ମନ୍ତ୍ରୀ–ଏକ୍ଷଣି ତାହାକୁ ନଗ୍ରୁ ଦେଉଅଛୁ କାଢ଼ି ।ରାଜା–ଯାଅ ଦୂତ ରାଜ୍ୟସୀମା ପାରେ ଆସ ଛାଡ଼ି ।
ସମସ୍ତ ପ୍ରସ୍ଥାନ – ଦୂତର ଚାରୁବ୍ରହ୍ମ ପ୍ରତି ଗୀତମହିଷାସୁରକୁ ଆଶା – ବୃତ୍ତେନନ୍ଦନ ହେ ସଦନୁ ହୁଅ ବାହାର ।ରାଜାଙ୍କ ଆଦେଶ ଏଥି ନ କର ଆହାର । ପଦ ।କୋପ ବହି ତୁମ୍ଭ ପାଇଁ ମୋତେ ଅଛନ୍ତି ପଠାଇ ।ଫିଟାଇ କହିଲି ଦୋଷ ନାହିଁଟି ମୋହର । ୧ ।ମନ୍ତ୍ରୀକି ବୋଇଲେ ପାଶେ ଶୁଣି ତାଙ୍କ ବାଣୀ ରୋଷେ ।ଆଦେଶ ଦେଲେ ଏ ଦେଶେ କରନା ବିହାର । ୨ ।କ୍ରୋଧେ ଚକ୍ଷୁରଙ୍ଗ ରଙ୍ଗ କମ୍ପୁଛି ସରବ ଅଙ୍ଗ ।ସେ ରଙ୍ଗ ଦେଖିଲେ ତୁଣ୍ଡ ଫିଟିବ କାହାର । ୩ ।ଆସ ଆସ ବେଗ କରି ନହରୁ ଯିବା ବାହାରି ।ବଇଷ୍ଣବ ଭଣେ ତବ ଚରଣେ ଜୁହାର । ୪ ।
ଚାରୁବ୍ରହ୍ମ ମାତାପାଶେ ମେଲାଣି ମାଗନ୍ତେ ଗୀତଛାଡ଼ ମୋତେ ବାଟ ନଟ ନାଗର ଲମ୍ପଟ – ବୃତ୍ତେକାହିଁକି ବିରସ ଭାଷ ମୋ ଦୁଃଖୀ ସଂଖାଳି ରେ ।ଚନ୍ଦ୍ରମାବଦନ କିପାଁ ପଡ଼ିଅଛି କାଳୀ ରେ । ପଦ ।ଫିଟାଅ କାରଣ ତାର ତୁଟାଅ ସନ୍ଦେହ ଭାର ।କହ କହ ତୋତେ କିଏ ଦେଇଚି କି ଗାଳି ରେ । ୧ ।କିପାଁ ବେନିପାତ୍ର ଜଳ କରୁଅଛୁ ଟଳମଳ ।ବିଭା ଦେବେ କନ୍ୟା ଦୂତ ଯାଇଛି ସଂଖୋଳି ରେ । ୨ ।ଭାଙ୍ଗିଥିଲେ ଗଢ଼ାଇବି, ହଜିଥିଲେ ଲୋଡ଼ାଇବି ।ପୂଜି ପାଇଛି ମୁଁ ତୋତେ ନର ମୁଣ୍ଡ ମାଳିରେ । ୩ ।ଗତ ରଜନୀରେ ପିତା ପକାଇଥିଲେ ତୋ କଥା ।ବଇଷ୍ଣବ ବୋଲି କେ କି କରିଅଛି କଳି ରେ । ୪ ।
ଚାରୁବ୍ରହ୍ମର ମେଲାଣି ଗୀତକାହିଁଗଲ ଜୀବିତେଶ – ବୃତ୍ତଅଳି କରୁଚି ଜନନୀ ପଦ ଧୂଳି ଦେଇ ବିଦାକର ।ତୋଳିଣ ବିଧାତା ପିତାସଙ୍ଗେ ଗୋଳି ଦେଇଛି ଶାକର । ପଦ ।ଯେହ୍ନେ ଜଳିଯାଏ ପଦ୍ମବନ ଗଳିପଡ଼ି ନିଶିରେ କାକର ।ତେସନ ଘଟିଛି ଦଶା ମୋର ରସାରେ ଜାଣ ନିକର । ୧ ।ଗିଳିଅଛି ଦୁଃଖରାହୁ ଆଜି ତୋର ସୁଖ ନିଶାକର ।ମିଳିଗଲା ପୂର୍ଣ୍ଣିମାରେ ଆସି ଘୋର ଅମାଅନ୍ଧକାର । ୨ ।ମନ୍ତ୍ରୀମଣି ଆଣି ଦେଖାଇଲେ କନ୍ୟା ଚିତ୍ରମାନ ମୋ ପାଖର ।ମନାକଲି ହେବି ବୋଲି ବିଭା ବାଛିଲି ମୁଁ କ୍ଷୀର ଏକ ଖାର । ୩ ।ହେଲେ ଶିକ୍ଷିତା ଜିତା ରମଣୀ ମଣି ଧରିବ ସେ ମୋର କର ।ଏତିକି ଦୋଷ କରିଚି ବଇଷ୍ଣବ ଭଣି ତୋ କିଂକର । ୪ ।ରାଣୀ–ଏତିକିରେ କି ଦୋଷ ତୋ ହେଲା ରେ ନନ୍ଦନ ?ଚାରୁ–ସେହିଁ ଦୋଷେ ଜନନି ଗୋ ତେଜିବି ସଦନ ।ରାଣୀ–ଏହା କେ କହିଲା ତୋତେ ଯିବୁ ଘର ଛାଡ଼ି ?ଚାରୁ–ଯେ ଜନ୍ମଦାତା ସେ ମୋତେ ଦେଉଛନ୍ତି କାଢ଼ି ।ରାଣୀ–ଏଡ଼ିକି ଅବୁଝା ପିତା ହେଲେ ରେ ତୋହର ?ଚାରୁ–ନାହିଁ ତାଙ୍କ ଦୋଷ ପୋଡ଼ା କପାଳ ମୋହର ।ରାଣୀ–ବୁଝାଇ ନ ଦେଲେ ଏତେ ଥିଲେ ପାତ୍ର ମନ୍ତ୍ରୀ ।ଚାରୁ–ପୋଡ଼ା କରମକୁ ଦେବେ ପଥର ହୁଅନ୍ତି ।ରାଣୀ–ଚାଲ ବାପା ବୁଝାଇ କହିବି ମୁହିଁ ପଦେ ।ଚାରୁ–କିପାଁ ଘୃତ ଢାଳିବ ପାଉଁଶ କୁଣ୍ଡେ ଖେଦେ ।ରାଣୀ–ଆହା ରେ ଦଇବ ଆଣି ଦେଲୁ ଏ ଦୁର୍ଗତି ।ଚାରୁ–ତାହାର ବିନା ଜଗତେ ନାହିଁ ଗତି ।
ରାଣୀର ରୋଦନ ଗୀତତୁହି ପ୍ରାଣେ ଥାଉଁ ଥାଉଁ ରେ ପଥ ମୁଁ – ବୃତ୍ତେପିଣ୍ଡରଖି ପ୍ରାଣ ନେଇ ଯାଉ ଚାଣ୍ଡେ ଆରେ ରେ କୁମରମଣି ।ସପନ ହୋଇବ ଶୁଣିମାକୁ ତୁଣ୍ଡେ ମାଆ ମାଆ ଖଣ୍ଡବାଣୀ । ପଦ ।ଦଣ୍ଡ ଦେବ ଭଣ୍ଡ ଦଇବ ମୋତେ ତଣ୍ଡକାର ପରା ଆଜୁ ରେ କେତେ ।ଖଣ୍ଡମଣ୍ଡଳ ମୋ ଲୋତକେ ତିନ୍ତିବ ମୁଣ୍ଡେ କୋଡ଼ୁ କୋଡ଼ୁ ପାଣି । ୧ ।ତାଣ୍ଡବ ପରାଏ ହୃଦୟ ହଣ୍ଡା ।ନାଚିବ ରେ ଦଣ୍ଡେ ନ ହେବ ଥଣ୍ଡା ।ଅଣ୍ଡାଳି ହେବି ମୁଁ ଅନ୍ଧୁଣୀ ପରାଏ ନୟନୁ ବୁହାଇ ପାଣି । ୨ ।ଖଣ୍ଡ ଖଣ୍ଡ କରି କାଟିବ ପିଣ୍ଡ ।ନିରତେ ସୁତ ତୋ ବିଚ୍ଛେଦ କାଣ୍ଡ ।ଅଣ୍ଡଜ କପୋତ ପରି ରାବୁଥିବିସଦାତୋର ଗୁଣ ଗୁଣୀ । ୩ ।ଜଳିଯାଏ ହୃଦଖାଣ୍ଡବ ମୋର ।ପାଣ୍ଡବ ସଖା ଏ କଷଣ ହର ।ଆରତନାଶନ ଡିଣ୍ଡିମ ଶୁଭୁଛି ସଂସାରରେ ବୈଷ୍ଣବ ଭଣି । ୪ ।(ଚାର, ଚାରୁବ୍ରହ୍ମ ଓ ରାଣୀର ପ୍ରସ୍ଥାନ ଓ ଇଚ୍ଛାବତୀ ଗୁରୁପରେ ପ୍ରବେଶ ।)
ଗୁରୁଙ୍କର ଇଚ୍ଛାପ୍ରତି ଗୀତକହ କହ ଏତେବେଳେ କେଣେ ଯାଅ ଗୁଣମଣି – ବୃତ୍ତେପାଠପଢ଼ ଇଚ୍ଛାବତୀ ସ୍ୱଇଚ୍ଛାରେ ଦେଇ ମନ ।ତୁଛାରେ କରିଲେ ହେଳା ଆଉ ନମିଳିବ ଦିନ । ପଦ ।ବିଦ୍ୟା ଅବିଦ୍ୟାକୁ ନାଶେ, ବିଦ୍ୟା ଶ୍ରେଷ୍ଠ ସର୍ବଦେଶେ ।ଅନ୍ଧାରେ ଆଲୋକ ଆସେ ପର୍ବତେ ଫଳାଏ ଧାନ । ୧ ।ବିଦ୍ୟାସାଗର ଶୋଷଇ, ଶୂନ୍ୟରେ ନାବ ଭାସଇ ।ଅନ୍ଧକୁ ବାଟ ଦିଶଇ ବିଦ୍ୟାର ବଳ ଏସନ । ୨ ।ଚଣ୍ଡାଳ ପଢ଼ିଲେ ପାଠ, ମୂର୍ଖ ଦ୍ୱିଜରୁ ସେ ଶ୍ରେଷ୍ଠ ।ବେଦରେ ଲିହିତ ତାକୁ ଚଣ୍ଡାଳୁ କରିବ ସାନ । ୩ ।ବିଦ୍ୟା ନ ମାନଇ ଜାତି ବିଦ୍ୟାରେ ବଶ ଧରିତ୍ରୀବିଦ୍ୟାର ଏତେ ଶକତି ଭାଷେ ବଇଷ୍ଣବ ଦୀନ । ୪ ।
ଚାରୁବ୍ରହ୍ମ ତହିଁ ପ୍ରବେଶ – ଇଚ୍ଛାକୁ ଦେଖି ଗୀତସଖି କହ ଏ ନେତ୍ର ସମ୍ପତ୍ତି କାହାର ଗୋ – ବୃତ୍ତେଆହାକି ଦେଖିଲି ଦେଖିଲି ମୋର ନେତ୍ରପଥୁଟା ରେ ।ଏହାପରା ଥିବେ ଆଉ କେତୁଟା ରେ । ପଦ ।କିବା ସ୍ୱର୍ଗ ବିଦ୍ୟାଧରୀ ।ମର୍ତ୍ତ୍ୟେଅଛି ଅବତରି ।ବିଦ୍ୟା ଧନେ ବଳାଇଛି ଚିତ୍ତୁଟା ରେ । ୧ ।ଘନକେଶୀ ପୀନସ୍ତନୀ ସ୍ଫୁଟ ବନଜ ଆନନୀ ।କରକାକୁ ନିନ୍ଦେ ଦନ୍ତପନ୍ତିଟା ରେ । ୨ ।ଜନ୍ମାନ୍ତେ ଯେଉଁ ପୁରୁଷ ।ସାଗରସଙ୍ଗମେ ଝାସ ।ଦେଇଥିବ ହେବ ୟାର କାନ୍ତୁଟା ରେ । ୩ ।ହାବ ଭାବରୁ ଚିହ୍ନା ।ଯାଉଛି ରଜନନ୍ଦନା ।ବଇ ବୋଲେ ଧରନ୍ତା ମୋ ହାତୁଟା ରେ । ୪ ।ଇଚ୍ଛା ଗୀତମନାକଲେ ଯେତେ ଭୁଲିବି କି – ବୃତ୍ତେଏହି କାହା ସୁତ ମୋହିନିଏ ଚିତ୍ତ ଥରେ ଥରେ ଚାହିଁ ଆଡ଼ରେ ।ଅନଙ୍ଗ ଅଥୟେଅଙ୍କ ଦେଶ ହେଳେ ଯେପରି ମାଘ ଜାଡ଼ରେ । ପଦ ।କରୀଶୁଣ୍ଢ ପରି ବାହୁଦଣ୍ଡ ଝଲେ ମଣ୍ଡନ୍ତେ ମୋତେ କୋଡ଼ରେ ।ଗଣ୍ଡମଣ୍ଡକପାଟଳରଙ୍ଗ ପ୍ରଭା ଜବା କିବା କାଚ ବାଡ଼ରେ । ୧ ।କଟାକ୍ଷ ବଡ଼ଶୀ ରସି ଖେଳାଇଣ ମନ – ମୀନେ ଟାଣେ ତୋଡ଼ରେ ।ଦମ୍ଭଦ୍ରୁମ ହେଳେ ଉପାଡ଼ି ଦେଲାଣି ପଡ଼ନ୍ତେ ମୋ ନେତ୍ରଆଡ଼ରେ । ୨ ।ଜଡ଼ପରି ହାତଗୋଡ଼ ମୋ ନଚଳେ ରହନ୍ତେ କି ଆମ୍ଭ ଗଡ଼ରେ ।ଗୁପତରେ ପ୍ରୀତି କଥା ମୁଁ କହନ୍ତି ପୂଜି ଉମା ଚନ୍ଦ୍ରଚୂଡ଼ରେ । ୩ ।ସତେ ଏ କାମନା ସଫଳ ହେବ କି ପଣ ମୋ ନ ହେଉ ହୁଡ଼ରେ ।ବଇଷ୍ଣବ ବୋଲେ ବିଧି କୃପା ଥିଲେ ଯୋଗହୁଏ ଦୁଧ ଗୁଡ଼ରେ । ୪ ।
ଗୁରୁ ଚାରୁବ୍ରହ୍ମ ପାଶକୁ ଯାଇ ପ୍ରଶ୍ନ ଗୀତଏ ଫଳ ପାଇଲୁ କାହୁଁ ରେ ବାନ୍ଧିବି – ବୃତ୍ତେକେଉଁ ଦେଶେ ତୋର ଘର ରେ କୁମର, କେଉଁ ଦେଶେ ତୋର ଘର ।ନାମ କିସ କହ ମୋ ସନ୍ଦେହ ଦହ ହୃଦୟେ ନରଖି ଡର ରେ । ପଦ ।କିଏ ତୋର ପିତା, ଘେନି କେଉଁ କଥା, ଭ୍ରମଣ କରୁ ସଂସାର ରେ ।କେଉଁଠାକୁ ଯିବୁ ବିଚାରୁଛି ବାବୁ ଏ ଭୋଜରାଜ ନବର ରେ । ୧ ।ଦେଖୁ ରାଜକଳା ତୋ ଅଙ୍ଗରେ ବଳା କହ ତୁ ହେଳା ନ କର ରେ ।ରସାରେ ଏ ଦଶା କେସନେ ଘଟିଲା ବସା କରୁ କେଉଁଠାର ରେ । ୨ ।ଶିଶିରେ ନଳୀନ ସମାନ ଅବସ୍ଥା ବତ୍ସ ଘଟିଅଛି ତୋର ରେ ।ବଇଷ୍ଣବ ବୋଲେ ଫିଟାଇ କହିଲେ କରିବା ତା ପ୍ରତିକାର ରେ । ୩ ।
ଚାରୁବ୍ରହ୍ମର ଉତ୍ତର ଗୀତଦୁଧ ଭାଣ୍ଡ ଥୋଇ ବ୍ରହ୍ମାଣ୍ଡ ଗୋସାଇଁ – ବୃତ୍ତେଶୁଣ ଗୁରୁଦେବ ମୋର ଦୁରୁଦଶା ମୋପରି ନ ଥିବେ ରସାରେ ।ଦର୍ପକ ଦେଶର ମଦନ ରାଜାର କୁମର ମୁଁ ଅଟେ ସଂସାରେ । ପଦ ।ନାମ ଚାରୁବ୍ରହ୍ମ ଏଡ଼େ ହୀନ କର୍ମ ମିଳୁ ନାହିଁ ଖଣ୍ଡେ ବସାରେ ।ସୁବାହୁ ନୃପତି ବାହୁବଳେ ଆମ୍ଭ ରାଜ୍ୟ ହରି ନେଲା ନିଶାରେ । ୧ ।ପିତା ମାତା ବେନିଜନେ ନାଶି ମୋତେ ପକାଇଲା ଦୀନ ଦଶାରେ ।ପଳାଇ ଆସିଲି ରାଜ୍ୟ ତେଜ୍ୟାକରି ଚୋର ନେଲେ ବେଶ ଭୂଷାରେ । ୨ ।ଯେହୁ ଅନ୍ନପାଣି ଦେବ ମୋତେ ଆଣି ମୁହିଁ ହୋଇବି ତା ପୋଷା ରେ ।ପିତା ମାତା ମଣି ସେବିବି ସର୍ବଦା ତେଜି ମନୁ ଦମ୍ଭ ହିଂସା ରେ । ୩ ।ପଢ଼ାଶୁଣା କରାଇଲେ ଗୁରୁ ମୋତେ ପାସୋରିବି ରାଜ୍ୟ ଆଶା ରେ ।ମହୀଦେବ ବଇଷ୍ଣବ ଗୀତେ ଭାଷେ ସୁନା କି ମିଶିବ ସିସାରେ । ୪ ।
ଆସ ଉତ୍କଳ ସନ୍ତାନେ – ବୃତ୍ତେଥାଅ ରେ ବାଳକ ଆମ୍ଭ ଗୃହେ ହୋଇ ଧର୍ମଚାଟ ।ନିତି ଆସି ଏଥି ଇଚ୍ଛାବତୀ ତୁଲେ ପଢ଼ ପାଠ । ପଦ ।ନାହିଁ ସୁତା ସୁତ କେହି ରହ ରେ ହରଷେ ତୁହି,ପାଳିବ ବ୍ରାହ୍ମଣୀ ହେଳେ କହୁଛି କରି ଆକଟ । ୧ ।ତୋ ମନ ଜଗାଇ ଅନ୍ନ ଜଳ ଦେବ ରେ ନନ୍ଦନ,ଭୁଲିଯିବୁ ବାପ ମାଏ ଚାଲିଯିବ ଯେତେ କଷ୍ଟ । ୨ ।ଭାବନା ଭାବନା ବତ୍ସ, ପଛକଥା ମନୁ ପୋଚ୍ଛ,ଉଚ୍ଚକୁ କରଇ ନୀଚ ସେ ସବୁ ଦଇବ କୂଟ । ୩ ।ଆମ୍ଭ ତୁଲେ ଚାଲ ବାପ, ଭୁଲି ଯାଅ ଶୋକ ତାପ,ଇଚ୍ଛାବତୀ ଚଳ ବାସେ ଭାଷେ ବଇଷ୍ଣବ ଭାଟ । ୪ ।
ଚାଟ ଓ ଗୁରୁ ବ୍ରାହ୍ମଣୀ ପାଶେ ପ୍ରବେଶ । ବ୍ରାହ୍ମଣୀର ଗୀତ -ପୀତପଟ ଧିଟ ନଟକୁଟିଆରେ ଫାନ୍ଦେ ନ ପଡ଼ିବୁଟି – ବୃତ୍ତେପଣ୍ଡା– ନିଅ ନିଅ ନିଅ ଆଣିଛି ବ୍ରାହ୍ମଣୀ କେମନ୍ତ ପିଲାଟି । ପଦ ।ବ୍ରାହ୍ମଣୀ– କେଉଁଠାରେ ୟାକୁ ପାଇଲ ହେ ପଣ୍ଡା ଥିଲା ଏ କେଉଁଠି ?ପଣ୍ଡା– ବୁଲୁଥିଲା ପରା ପାଇଲି ବଜାରୁ ରଜାର ଚେଲାଟି ।ବ୍ରାହ୍ମଣୀ– କେମନ୍ତେ ରହିବ କି ବୋଲି କହିବ ସହଜେ ବୁଲାଟି ।ପଣ୍ଡା– ଧରମ ଚାଟ ହେଲା ଲୋ ଆମ୍ଭର କରମ ଖୋଲାଟି । ୧ ।ବ୍ରାହ୍ମଣୀ– ଏଡ଼େବଡ଼ ଟୋକା ପୋଷା କି ମାନିବ କହନି ଭଲାଟି ।ପଣ୍ଡା– ରଜା ପୁଅ ଯୋଗୀ ହେଲେ ଭୁଲିବ କି ସାବକ ଚାଲଟି ।ବ୍ରାହ୍ମଣୀ– ଶେଷକୁ ଯେମନ୍ତେ ଅଡ଼ୁଆ ନ ଲାଗି ନ ଉଠେ ପିଲାଟି ।ପଣ୍ଡା– ଚୋରୀକରି କି ମୁଁ ଘେନି ଆସିଅଛି ପରର ଝୁଲାଟି ।ବ୍ରାହ୍ମଣୀ– ସେତେବେଳେ ଆଉ ରଡ଼ି ନ ଛାଡ଼ିବ ନେଲାଟି ନେଲାଟି ।ପଣ୍ଡା– ବଇଆ ବୋଲେ ତୁ ମୋ ସଙ୍ଗେ ନ କର ଲଢ଼େଇ ପାଲାଟି । ୩ ।(ସମସ୍ତଙ୍କର ପ୍ରସ୍ଥାନ)
ଇଚ୍ଛାବତୀ ଓ ସଖୀର ପ୍ରବେଶ – ଗୀତକେତେ ନଟକୂଟ ଜାଣୁ ଶ୍ରୀଖଣ୍ଡଚୂଳିଆ – ବୃତ୍ତେକାହିଁପାଇଁ ରାଜଜେମା ମନେ ସୁଖ ନାହିଁ ଗୋ ।କି ଦୁଃଖ ହୋଇଛି ଆଖି ପଡ଼ିଅଛି କାହିଁ ଗୋ । ପଦ ।ଭାବିଲା ପରାଏ ନିତି । ବସୁ ଗୋରାଜଦୁହିତି ।ଭାଷ କାହା ପ୍ରେମ ଫାଶେ ଅଛ ବନ୍ଦୀ ହୋଇଗୋ । ୧ ।ଧରିଣ କିତାପ ଖଡ଼ି ।ନିତି ଯାଉ ପାଠ ପଢ଼ି ।କି ତାପରେ ତାପିତ ହେଲୁଣି ସୁନାଦେହୀଗୋ । ୨ ।ମୀନନେତ୍ରୀମନଗତି ।ମନ କହ ମୋର କତି ପରକାଶ ରସବତୀ ନ କହିବି କାହିଁ ଗୋ । ୩ ।କୃଷ୍ଣପକ୍ଷେ ଶଶଧର ।ପରାୟେ ହେଲା ଶରୀର ।ଦେଖିଲ ରୋଷିବେ ରାଜା ବଇଷ୍ଣବ କହି ଗୋ । ୪ ।
ଇଚ୍ଛାର ଗୀତଡେମ୍ଫ ବିନା କି ଫୁଲ ସମ୍ଭାଳି ରହେ – ବୃତ୍ତେକହିବୁ ନାହିଁ ଦାସୀ କାହିଁ ଏକଥା ।ଅହି ପରାୟେ ମୋତେ ଦଂଶୁଛି ଚିନ୍ତା । ପଦ ।ମୋ ସଙ୍ଗେ ପାଠ, ପଢ଼େ ଯେ ଚାଟ ।ତାହାଙ୍କ ପରେ ବଳିଛି ମୋ ମମତା । ୧ ।ସେ ସଙ୍ଗେ ମନ, ମଜ୍ଜିଛି ଘେନ,ନାହିଁ ଏ ପିଣ୍ଡ ଦଣ୍ଡେ ପରାଣ ସତ୍ତା । ୨ ।ନିଦ୍ରା ଆହାର, କଲିଣି ଦୂର ।ହରହାର ଲାଗୁଛି ଗଳା ମୁକୁତା । ୩ ।ଆଗେ ମୁଁ ଯାଇଁ, ତା ବାଟ ଚାହିଁ ।ବସଇ ବଇଷ୍ଣବ ରଚେ କବିତା । ୪ ।
ଦାସୀର ପ୍ରବୋଧନା ଗୀତସହିରେ ଚାହାଁ ଚାହାଁ ଚମତ୍କାର – ବୃତ୍ତେଭାବନା ଭାବନା ଗୋ ଭାବଦାଇନି । ପଦ ।ଯାର ଯହିଁ ବଳେ ମନ ମିଳେ ତାକୁ ସେହି ଧନ ।ଆଗତେ, ଢଗତେ ; ଜାଣିଚି, ଶୁଣିଚି, ମଣିକି ଗୋ ଋଷିମୋହିନୀ । ୧ ।କଳିଆ କଳପଣା ମୁଣି ସଂସାରେ ।କଳିକଣ୍ଠି ଅଳପରେ ବସିବୁ ତା ତଳପରେ ।ଧନରେ ମନରେ, ରଖିଥା, ଶିଖିଥା, ପ୍ରେମ ଜଳ ନାବ ବାହିନୀ । ୨ ।ଛାତିକି କରି ରଖିଥିଲେ ପଥର ।ନାଥର ପାଇବୁ ଭେଟ, ପରେ ନ ହୁଅ ରାଟ ।ନନ୍ଦନା ବେଦନା ; ଯିବଟି; ଶିବଟି , ବଇ ବୋଲେ କର ଦଇନି । ୩ ।ଇଚ୍ଛା–ଯାଉଛି ମୁଁ ପଢ଼ିବାକୁ ପାଠ ।ଦାସୀ–ଏହିକ୍ଷଣି ହେବ ପରା ଭେଟ ।ଇଚ୍ଛା–ମନ ମୋର ନ ଲାଗଇ ଏଥି ।ଦାସୀ–ପାଇବ ତ ହଜିଲା ସମ୍ପତ୍ତି ।ଇଚ୍ଛା–ଗୁରୁ ଆସି ଲୋଡ଼ୁଥିବେ ତେଣେ ।ଦାସୀ–ଡେରି ହେବ ନାହିଁ ଆଉ କ୍ଷଣେ ।ଇଚ୍ଛା–ଆଣ ଆଣ ମୋ କିତାପ ଖଡ଼ି ।ଦାସୀ–ଚାଲ, ତହିଁ ଦେଇଆସେ ଛାଡ଼ି ।(ସମସ୍ତଙ୍କ ପ୍ରସ୍ଥାନ)
ଚାଟର ଚାଟଶାଳେ ଏକାକୀ ଗୀତକାହିଁପାଇଁ ରଜା ଖୋଜା ପଡ଼ିଅଛି ସାପୁଆକେଳା – ବୃତ୍ତେଆସି ନାହିଁ ଶଶୀହାସୀ କାହିଁପାଇଁ ଆଜି ଚାଟଶାଳାରେ ।ଆଗେ ଆସି ବସି ବାଟ ଚାହୁଁ ଥାଏ ମୋର ଗଳାମାଳିରେ । ପଦ ।ଗଜରାଜ – ଗତି ମତି କି ମୋ ପରୁ ଯାଇଅଛି ଟଳି ରେ ।ପବନେ ନଳିନୀ ନୀରେ ଦୋହଲାନ୍ତେ ତେଜନ୍ତି କି ଅଳି ରେ । ୧ ।କାଲି ଖଡ଼ି କଲାବେଳେ ଗଡ଼ି ତାକୁ ଦେଇଥିଲି ତୋଳି ରେ ।ମାଗିବି ଯା ମୋତେ ଦେବ ବୋଲି ସତ୍ୟ କଲା ନବବାଳୀ ରେ । ୨ ।ବଳୟଶୋଭିନୀ ନିକଟେ ମୁଁ ଆଜି କରିଥାନ୍ତି ଅଳି ରେ ।କଳିଥିଲେ ମୋର ହୃଦୟ ସୁନାରୀ ଯାଆନ୍ତା ତରଳି ରେ । ୩ ।ଏକାନ୍ତରେ କାନ୍ତା କାନ୍ତକୁ ଭେଟିଲେ ହୁଏ କି ସମ୍ଭାଳି ରେ ।ବଇ ବୋଲେ ଯୋଗିଭଙ୍ଗିନୀ ସଙ୍ଗୀନି ଆସଇ କି ଢଳି ରେ । ୪ ।ପଛରୁ ଆସି ଇଚ୍ଛାବତୀ ଚାଟର ନେତ୍ର ବୁଜିବାଚାଟ–କଳାମେଘେ ଚନ୍ଦ୍ରମା ଲୁଚିବ କେତେ କାଳ ।ଇଚ୍ଛା–କେମନ୍ତେ ଚିହ୍ନିଲ ମୋତେ ଭାଷ ହେ କୁଟିଳ ।ଚାଟ–କୋମଳ ଲାଗିଲା କର ନେତ୍ରକୁ ମୋହର ।ଇଚ୍ଛା–ଏପରି କୋମଳ କର ନାହିଁକି କାହାର ?ଚାଟ–ଗିରୀଶ ମୋହିନୀ କର ଶିରୀଷୁ – ନରମ ।ଇଚ୍ଛା–ଜାଣୁ ଜାଣୁ ଅରଜିଲ ଏତକ ସରମ ।ଚାଟ–କାଲି ସତ୍ୟକଲା କଥା ଯାଇଛ କି ଭୁଲି ।ଇଚ୍ଛା–କି ଇଚ୍ଛା ତୁମ୍ଭର ମୋତେ କହୁନାହିଁ ଖୋଲି ।ଚାଟ–ଇଚ୍ଛାପାଶେ ମୋ ଇଚ୍ଛା ଜାଣିବା କିବା ଛାର ।ଇଚ୍ଛା–ଜାଣିଲି ନାଗର ତୁମ୍ଭ କଥାର ଚତୁର ।ଚାଟ–ଦରିଦ୍ର ବୋଲି ମୁଁ ଡରେ ନ କହଇ ଖୋଲି ।ଇଚ୍ଛା-ଆସିଲା ବେଳୁ ମୁଁ ଦେଖି ଯାଇଅଛି ଭୁଲି ।ଚାଟ-ଧନହୀନ ପୁରୁଷଙ୍କୁ ନାରୀ ନ ରସନ୍ତି ।ଇଚ୍ଛା–ବେଶ୍ୟା ସିନା ଧନୀ ନର ଦେଖିଲେ ତୋଷନ୍ତି ।ଚାଟ–ଏହି ସ୍ନେହ ରହିଥିବ ମୋହଠାରେ ନିତି ।ଇଚ୍ଛା–ଦେଲି ମାଳ କାଳେ କାଳେ ତୁମ୍ଭେ ମୋର ପତି ।ଚାଟ–ସତ୍ୟକଲି ତୁମ୍ଭଛଡ଼ା ନାହିଁ ମୋର ଆନ ।ଇଚ୍ଛା–ତୁମ୍ଭେପରା ଜୀବ ମୁହିଁ ତୁମ୍ଭରି ଜୀବନ ।
ଗୁରୁଙ୍କ ପ୍ରବେଶ – ଗୀତଆଜ୍ଞାଦିଅ ଭୋଜରାଜ ଯିବି ବ୍ରଜପୁରକୁ ହେ– ବୃତ୍ତେକାଲି ଚାଟ ଇଚ୍ଛାବତୀ ଯିବ ଫୁଲ ତୋଳି ବନେ ।ପଡ଼ିବ ହରିତାଳିକା ପୂଜିବ ଗୋ ଗଜାନନେ । ପଦ ।ଚମ୍ପା ଯାଇ ଯୂଇ କୁନ୍ଦ ମନ୍ଦାର ହୋଇ ଆନନ୍ଦ ।ତୋଳିବ ଜଳୁ କୁମୁଦ ଫେରିବ ହରଷ ମନେ । ୧ ।ତରାଟ ଟଗର ମଲ୍ଲୀ ଘେନିଣ ଆସିବ ଚାଲି ।ଭୁଲିଯିବ ନାହିଁ ମୋର କଥା ଚିତ୍ତୁ ବେନିଜନେ । ୨ ।ଦୁହେଁ ରହି ଉପବାସେ ତୋଷିବ ଦେବ ଗଣେଶେ ।ଜାଣିଥା ତୋଷିବେ ଶେଷେ ତୁମ୍ଭଙ୍କୁ ସେ ବିଦ୍ୟାଦାନେ । ୩ ।ହେଲା ଆସି ସନ୍ଧ୍ୟାକାଳ, ଦୁହେଁ ନିଜ ଆଳେ ଚଳ ।ବଇ ବୋଲେ ଅନ୍ନ ଭକ୍ଷି ଆନନ୍ଦ କର ଜୀବନେ ।(ସମସ୍ତଙ୍କ ପ୍ରସ୍ଥାନ) – ପ୍ରଭାତୁ ଇଚ୍ଛା ଫୁଲଡାଲା କରେ ଧରି
ଚାଟପାଶେ – ଗୀତକୀର୍ତ୍ତନ ସୁରଯିବା ଫୁଲବନେ ଚାଲ ଫୁଲ୍ଲମନେ ପୁଲକେ ରଜନୀ ପାହିଲାଣି ।ଉଇଁଲାଣି ଭାନୁ ପୂରୁବ ଆକାଶେ ଦକ୍ଷିଣା ପବନ ବହିଲାଣି । ପଦ ।ଉଠ ଉଠ ମଠ କରନା ହେ ଚାଟ କାଆ କାଆ କାକ ଗାଇଲାଣି ।କାଆ କାଆ ନୁହେ ଆଆ ଆଆ ଡାକ ଡାକି ଆମ୍ଭଚିତ୍ତ ମୋହିଲାଣି । ୧ ।ନାନାଦି ସୁମନ ଫୁଟି ଉପବନ ମହ ମହ ବାସ ଅଇଲାଣି ।ନୀଳଜଳ ନୀଳ ଲହରୀ ମାଳାରେ କଳ କଳ କଳ କହିଲାଣି । ୨ ।ବଳଦ କନ୍ଧରେ ହଳଲଦି ଚଷା ସହସା କେଦାରେ ଧାଇଁଲାଣି ।କୁଳବଧୁ ଉଠି କଳଙ୍କକୁ ନ ଡରି ନିଜ ମୁଖ ନିଜେ ଧୋଇଲାଣି । ୩ ।କାଳ କାଳ କଣ୍ଠ ଜଳରେ ପହଁରି କୁହୁ କୁହୁ ରାଇଲାଣି ।ବଇଷ୍ଣବ ବୋଲେ ବେଳୁବେଳ ମୋର ଲେଖନୀରୁ ବଳ ଲଇଁଲାଣି । ୪ ।
କେ ରକ୍ଷା କରିବ ଆଜି ଚାଣ୍ଡାଳୀ ମୋ କରୁ –ବୃତ୍ତେତଳେ ଥାଅଡାଳେ ମୁହିଁ ଚଢ଼ୁଛି ରସିକବର ।ତୋଳି ଫୁଲ ଦେବି ତଳୁ ଗୋଟାଇ ଚାଙ୍ଗଡ଼ାଭର । ପଦ ।ଏହିଠାରୁ ବାହୁଡ଼ିବା ଆଉ ତେଣିକି ନଯିବା ।କି ପା ବିପଦେ ପଡ଼ିବା ଦଣ୍ଡିବେ ଗୁରୁ ଆବର । ୧ ।ଗଲେଣି ସରବେ ଚାଲି ବନ ହୋଇଲାଣି ଖାଲି ।ଭୟେ ଉଭୟେ କି ପାଇଁ ହେବା ଏଥେ ହରବର । ୨ ।କାଲି ଗୁରୁ ଛନ୍ତି କହି ଆକଟ କରି ବୁଝାଇ ।ହେଜାଇ ଦେଉଚି ଏହା ଖୋଜିବ ରାଜନବର । ୩ ।ପଡ଼ିଯାନ୍ତେ ରବିତେଜ ମଉଳିବ ଫୁଲ ତେଜ ।ବୃଥା ହେବ ସବୁକାର୍ଯ୍ୟ ଏ ଭାଷ ବଇଷ୍ଣବର । ୪ ।ଇଚ୍ଛା ଗଛେ ଚଢ଼ନ୍ତେ ଚାଟ ତାହାର ଯୌବନ ଦେଖି ମୂର୍ଚ୍ଛାଯିବାର ।
ଇଚ୍ଛା ଗଛରୁ ଉତୁରି ଚାଟକୁ କୋଳେ ବସାଇ ଗୀତସଙ୍ଗିନିରେ ସଙ୍ଗେ ଜଣେ ଆସ – ବୃତ୍ତେରସିକ ହେ ବସି କହ ପଦେ କଥା ।କିପାଁ ଧରା ପରେ ପଡ଼ି ହରାଇଲ ଚେତା । ପଦ ।କିସ ବ୍ୟାଧି ଅକସ୍ମାତ, କରିଦେଲା ଅନାୟତ୍ତ,ସେହେତୁ ଭୋଗିଲ ରୋଗୀ ସମାନ ଅବସ୍ଥା । ୧ ।କିବା ବିଷଧର ଆସି ଅଙ୍ଗରେ ଯାଇଛି ଦଂଶି,ଅକ୍ଷତ ତନୁରେ ଲକ୍ଷ୍ୟ ନୁହେ କ୍ଷତ ସତ୍ତା । ୨ ।ଦେଖ ଦେଖ ଏ ବିଜନ, ବନେ ନାହିଁ ଆନ ଜନ,ମନ ଫେଇ ଧନ ଥରେ ଭାଷ ସେ ବାରତା । ୩ ।କରିବି ତା ପ୍ରତିକାର, କହୁଛି ମୁହିଁ ନିକର,ବଇଷ୍ଣବ ବୋଲେ ତେଜି ସଂସାର ମମତା । ୪ ।
ଇଚ୍ଛା ସଙ୍ଗେ ଚାଟର ପ୍ରଣୟ (ଉଭୟଙ୍କର ପ୍ରସ୍ଥାନ)ଗୁରୁଙ୍କର ପ୍ରବେଶ ଗୀତରଥ ରଖ ପଥେ ଦେଖୁ ବଙ୍କା ବଂଶୀପାଣିକି – ବୃତ୍ତେଚାଟ ଇଚ୍ଛାବତୀ ରେ ଉଛୁର ହେଲା କାହିଁକି ।ଯାଇଥିଲେ କାନନକୁ ଦୁହେଁ ଫୁଲ ପାଇଁକି । ପଦ ।ପାଞ୍ଚଘଡ଼ି ହେଳା ଦିନ କି ପାଞ୍ଚି ରହିଲେ ମନ ।ଗୁରୁ ଦେବେ ଗାଳି ଲବେ ମନ ହେଲା ନାହିଁକି । ୧ ।ବିଜନ ଗହନେ ମିଳି କି ଅବା ବସିଲେ ଖେଳି ।ନ ବୁଝି ନ ସୁଝି ପଠାଇଲି କିମ୍ପା ଦୁହିଁଙ୍କି । ୨ ।ସେ ତ ଯୁବକଯବତୀ ସହଜେ ତ ଭୋଳ ମତି ।ପାରଦ ଅନଳ ଏକଠାବେ ହୁଏ ଥୟ କି । ୩ ।ଯେବେ ଜାଣେ ଭୋଜରାଜା ।ମୋର ଭାଲେ ଲେଖା ସଜା ।ବଇଷ୍ଣବ ଭାଷି କ୍ଷୀର ଖୁଆଇଲି ଅହୀକି । ୪ ।ଚାଟ ଇଚ୍ଛା ଫୁଲଡାଲା ହସ୍ତେ ଧରି ପ୍ରବେଶ – ଗୀତବଙ୍ଗଳା କୀର୍ତ୍ତନ ସୁରନିଅ ନିଅ ଫୁଲ ଗୁରୁ ଆଣିଅଛୁ ତୋଳି ।ଚମ୍ପା କରବୀର ମଧୁମାଳତୀ ନିଆଳୀ ।ଇନ୍ଦ୍ର ବନ୍ଧୁ କଇଁ ହେ ।ବକୁଳ ନିଆଳୀ ଜାଇ ଯୂଇ ହେ । ୧ ।କୁରୁବକ ମନ୍ଦାର ସିହାଁରହାର କୁନ୍ଦ ।ଶତବର୍ଗ କୁସୁମ ତରାଟ ଅରବିନ୍ଦ ।ସୁବାସିତ ମଲ୍ଲୀ ହେ ।ସୁନୀଳ ଅପରାଜିତା ବଳି ହେ । ୨ ।ସଦାବିହାରୀ କଦମ୍ବ ଅରଖ କୋରକ ।ନୀଳୋତ୍ପଳ ପଲାଶ ଏ ବଧୂଲି ଅଶୋକ ।ଗଣଫୁଲ ଏହି ହେ ।ନାଗେଶ୍ୱର ଗୋଲାପ ଗୋସାଇଁ ହେ । ୩ ।ମୁଚୁକୁନ୍ଦ କଦମ୍ବ କେଦାର ପାରିଜାତ ।ହରଗଉରା ରଙ୍ଗଣୀ ମାଧବୀଏସାତ ।ବଇଷ୍ଣବ ଭଣି ହେ ।ଆଜ୍ଞା ହେଲେ ହୋଇବୁ ମେଳାଣି ହେ । ୪ ।
ଗୁରୁଙ୍କର ସ୍ୱାଗତ କଥାଜଣାଯାଉଅଛି ବେନି ରୂପ ଆନ ଆନ ।ଦେଖୁଛି ଇଚ୍ଛାର ଗଣ୍ଡେ ଭିନ୍ନ ଭିନ୍ନ ଚିହ୍ନ ॥
ଚାଟର ମୁଖମଣ୍ଡଳ ଶୁଖିଲା ଦିଶଇ ।କି କର୍ମ କଲା ଚଣ୍ଡାଳ କନ୍ୟାକୁ ରସାଇ ॥
ସଙ୍କେତ ସ୍ଥାନ ସମସ୍ତ ବିକୃତ ହୋଇଛି ।ନିଶ୍ଚେ ନିଶ୍ଚେ ଇଚ୍ଛା ଚାଟ ମନକୁ ମୋହିଛି ॥
ଏହାଙ୍କର ପ୍ରେମ ଯେବେ ଧରାଯିବ ପଡ଼ି ।ନିଶ୍ଚେ ଭୋଜପତି ମୋତେ ରାଜ୍ୟୁ ଦେବେ ତଡ଼ି ॥
ଆଜିଠାରୁ ଦୁହିଁଙ୍କ କରିବି ଭିନ୍ନାଭିନ୍ନ ।ଯେଉଁ ପରି ଏହାଙ୍କର ନ ହୁଏ ମିଳନ ॥
ଚାଟକୁ ଆକଟ ଆଜୁ ରଖାଇବି ଘରେ ।ଇଚ୍ଛାକୁ ପଢ଼ାଉଥିବି ଏ ରାଜା ନହରେ ॥(ପ୍ରକାଶ୍ୟେ)ଯାଅ ଦୁହେଁ ଯେଝା ବାସେ ମାନି ମୋହ ବାଣୀ ।ନ ଆସିବୁ ଧର୍ମ ଚାଟ ଏଠାକୁ ତୁ ପୁଣି ॥
ଚାଲ ପୂଜା ବଢ଼ାଇବ ଗଜାନନଙ୍କର ।ଆସ ଇଚ୍ଛାବତୀ ତିଳେ ନ କରୁ ଉଛୁର ॥
(ସମସ୍ତଙ୍କର ପ୍ରସ୍ଥାନ)
ସଖୀମାନଙ୍କ ସଙ୍ଗେ ଇଚ୍ଛାର ପ୍ରବେଶ – ସଖିମାନଙ୍କ ଗୀତଧିରେ ଘେନ ଧିରେ ବ୍ରଜେଶ୍ୱରୀ – ବୃତ୍ତେକହ କହ ଇଚ୍ଛାବତୀ କହ,କି ହେଉଛି ନିତି ତୋର ଦେହ,ଅନ୍ନଜଳ ତୋତେ ନ ରୁଚେ କାହିଁକି ଘଡ଼ିଘଡ଼ି ହେଉଅଛୁ ମୋହ ।ଆଗୋ ରାଜବାଳା ।ସୁନା ଦେହ ହୋଇଲାଣି କଳା । ୧।କହିଲେ ବଇଦ ଡକାଇବେ ନାହାକେ ଜାତକ ଦେଖାଇବେ ।ଗ୍ରହଶାନ୍ତି ପୂଜା କରାଇବେ ରାଜା ଅଉଷଧିମାନ ଚଖାଇବେ ।ଆଗୋ ନବବାଳୀ ।କାଳ କାଟୁ କିସ ଭାଳି ଭାଳି । ୨ ।ପଦ୍ମପତ୍ରେ ଶୁଆଇଲେ ନେଇ, ତେବେ ତ କହୁ ଜଳଇ ଦେହି ।ଚନ୍ଦନ କର୍ପୂର ବୋଳିଲୁ ଯେତେକ ବିଅର୍ଥ ହେଲା ସରବ ସେହି ।ଆରେ କଳକଣ୍ଠୀ ।କେ ଫେଇବ ତୋର ମନ ଗଣ୍ଠି । ୩ ।ବସାଇଲେ ବିଧୁ କିରଣରେ, ସଖି ନୋହୁ କେଉଁ କାରଣରେ ।ବାରଣଗମନା କାହିଁରେ କାମନା ଭାଷ ବଇଷ୍ଣବ ଚରଣରେ ।ଆରେ ଜବାଧରି ।କେଉଁ ବ୍ୟାଧି ନେଲା ଚିତ୍ତମୃଗ ଧରି । ୪ ।
ଇଚ୍ଛାର ଉତ୍ତରଆଜ କେଳି କଉତୁକୀ– ବୃତ୍ତେଜାଣିବ କେ ମୋର ମନର ବେଦନା ଆଣିବ ବଇଦ ଯାଇଁ ।ଘଡ଼ିଘଡ଼ି ପୋଡ଼ି ଯାଉଛି ଏ ଦେହ ଛାଡ଼ିଯିବ ଜୀବ କହିଲି ବୁଝାଇ ।ଦଂଶିଚି ମାର ସାପ,ପଶିଚି ହୃଦେ ତାପ,ଶୋଷିଛି ଏ ପିଣ୍ଡକୁ, ରସିଛି ହେବ ଲୋପ,ଆସିବି ଯଦି ମୋର ରସିକ ରସକୂପ ।ନାଶିବ ନିଶ୍ଚେ ସେ ତୋ ମୋହ ଶୋକ ସନ୍ତାପ ।ଆଣିବ କେ ଯାଇଁ ଚାଟ ବିଟରାଟଙ୍କୁ ଗୋପନେ ଗୁରୁଙ୍କ ଘରୁ ।ଜାଣିବେ ନାହିଁ ଅନ୍ୟ ଜଣେ ଏ ବାଣୀ ତୁମ୍ଭ ବିନା ।ରସିଲେ ତାହା ପ୍ରେମେ ମୋ ଶ୍ରମ ଯିବ ଗୁରୁ ଇତ୍ୟାଦି ।ଆଗୋ ସଖି ବ୍ରାତ ଯାଗେ ଏହି ରାତ୍ର ମଧ୍ୟରେ ଭେଟାଇ ଦିଅ ।ନାହା ମୋ ଆଣିଦେଲେ ଯାହା ମାଗିବ ଭଲେ ପରାଣ ବିନା ଆନ ମାନ ମୋଠାରୁ ନିଅ ।ଦଂଶିଚି ମାର ସାପ ।କେତେଦିନ ହେଲା ଯେତେ ଅନାଇଛି ମୋତେ ନ ଦେଲେ ଦେଖା ।ଏତେ ଏତେ କଥା କହିଲେ ଗୋସାଇଁ ହାତେ ହାତେ ଫଳ କପାଳେ ଥଲେ ଲେଖା ।ଦଂଶିଚି ମାର ସାପ । ୩ ।ଜଣାଥିଲା କି ମୁଁ ବଣାହେବି ପ୍ରେମଖଣାରେ ଯିବି ପଡ଼ି ।ଅଣାୟତ୍ତ ହୋଇ ଛଣାସୁଧା ମୁହିଁ, ବଇଷ୍ଣବ ଭଣି, ପାଇ ଯା ଦେଲି ଇଡ଼ି । ୪ ।
ଜମ୍ବୁବତୀର ଗୀତଯମୁନାକୁ ଜଳ ଆଣିଯିବା – ବୃତ୍ତେଏଣୀନେତ୍ରା ଆଣିଦେବି ଜାଣିଥା ତୋ ପତି କରେ ।ଛଳେ ବଳେ କଉଶଳେ ଭେଟିବ ଏ ରାତିକିରେ । ପଦ ।ଚାଟ ସଙ୍ଗେ ହେଲେ ଭେଟ ମେଣ୍ଟିଯବ ମନକଷ୍ଟ ।ଭାଷିବୁ ତା ସଙ୍ଗେ ବସି ବୀଣାଜିଣା ବାଣୀକି ରେ । ୧ ।କି ଛାର କଥାକୁ ସଖି, ମନରେ ହୋଇଚୁ ଦୁଃଖି,ବଧୂଲୀ ଅଧରା ମଧୁ ଚାଖିବୁ ତୁ ଏତିକି ରେ । ୨ ।ପଛେ ହେଲେ ହାନିଲାଭ ଆମ୍ଭଙ୍କୁ ଦୋଷ ନ ଦେବ ।ସୁଖ ଯାଇ ଦୁଃଖ ତାର ସ୍ଥିର କର ମତିକି ରେ । ୩ ।ଘନ ଜଘନା କାମନା, ପୂରିବ ନୁହ ବିମନା ।ବଇଷ୍ଣବ ବୋଲେ କ୍ଷିତି ପରେ ରଖ ଖ୍ୟାତିକି ରେ । ୪ ।(ପ୍ରସ୍ଥାନ)
ରାଜାର ମନ୍ତ୍ରୀ ପ୍ରତି ଗୀତଆଜି ଫୋପାଡ଼ି ଦେବି ଏ ମୃଗ ଛାଲକୁ ତ – ବୃତ୍ତେଡାକ ଡାକ ମନ୍ତ୍ରୀ ବେଗେ କଟୁଆଳକୁ ।କଳଙ୍କ ଘୋଟିଲା ମୋର କୁଳକୁ । ପଦ ।ମୁଦୁସୁଲୀ କହିଲା ଯା କହିବାକୁ ହୁଏ ଲଜ୍ଜା ।ତେଜ୍ୟା କଲା ଜେମା କୁଳଶୀଳକୁ । ୧ ।ଏକକାଠିପୁରେ ଚୋର ଆସି ପ୍ରବେଶ ନିଶାର ।ଭୁଜଙ୍ଗ ଗଳଇ ଯେହ୍ନେ ବିଳକୁ । ୨ ।ଶୁଣି ତାହା କମ୍ପେ ଛାତି ଅଖ୍ୟାତି ଘୋଷିବ ରାତି ।ଏ ନିନ୍ଦା ରହିଲା କାଳକାଳକୁ । ୩ ।ନ ଦେଲେ ଚୋରକୁ ଧରି, ଶୂଳି ପାଇବେ ପ୍ରହରୀ ।ବଇଷ୍ଣବ ପୋଛେ ଶ୍ରମ ଝାଳକୁ । ୪ ।
କଟୁଆଳ ପ୍ରତି ମନ୍ତ୍ରୀ ଆଦେଶ ଦିଅନ୍ତେ ତାର ଗୀତଚାଲ ଦେଖିଯିବା ଗୋ ଶୂନ୍ୟବେଦୀ ତିନିକୋଣିଆ- ବୃତ୍ତେଥାଆ ଥାଅ ମଣିମା ଚୋର ଧରିଦେବି ଯାଉଛି ।କାଲି ଆଣି ଚୋର ହଜୁରେ ହାଜର କରିବି ମୁଁ ଆଜି କହୁଛି । ପଦ ।ଆଜି ମୁଦୁସୁଲୀ ଘରେ ମୁଁ ଲୁଚିବି ସନ୍ଧ୍ୟା ସମୟରୁ ପହୁଞ୍ଚି ।ପାତ୍ରସହ ରାତ୍ରେ ଚୋରକୁ ଧରିବି ହାତକଡ଼ି ନେଇ ଧାଉଁଛି ।୧।ନ ଦେଲେ ତୋ ପାଶ ମାରିବ ସବଂଶ ଏହି କଥା କହି ଦେଉଛି ।କାଲିସବୁ ଗୋଳ ମେଣ୍ଟିବ ଜଞ୍ଜାଳ ବେଳ ଥାଉଁ ବିଦା ନେଉଛି ।୨।ଏଡ଼େ ବଡ଼ ଛାତି କାହାର ହୋଇବ ରାଜାଘରୋ ରାତି ପୋହୁଛି ।ଏବେ କାହିଁ ଯିବ ଛାଡ଼ିଲା ଦଇବ ବଇଷ୍ଣବ ପଦ ଗାଉଛି ।୩।(ସମସ୍ତଙ୍କର ପ୍ରସ୍ଥାନ)
ଚାଟ ଓ ଇଚ୍ଛା ପଲଙ୍କରେ ବସିଥିବାର ଦେଖି କଟୁଆଳ ଚାଟକୁ ହଠାତ୍ ଧରିବାକଂସ ଆଜ୍ଞାରେ ଡଗର- ବୃତ୍ତେଏଡ଼େକ ସାହସ ତୋର ପଶିଲୁ ରାଜନବର ଯମପୁର ନିଶ୍ଚେ ଯିବୁ ତୁହି ରେ ଚାଣ୍ଡାଳ ।ଏକ୍ଷଣି ଦେଖିଲେ ରାଜା ପାଇବୁ ପ୍ରୀତିର ମଜା ସଜା ଭାଲେ ଲିହିଅଛି ବିହି ରେ ଚାଣ୍ଡାଳ ।୧।ହଜୁରେ ହାଜିର ଦେଇ ଦୋଷୁ ପାର ହେବି ମୁହିଁ ବେଜାର ହୋଇଲେ ରାଜା ଯେତେ ।ନଜରବନ୍ଦିରେ ଥିବୁ ବୁଝିବେ ନାଜର ବାବୁ, ତୋର ହାନି ଲାଭମାନ କେତେ ।୨।ନୁହେଁ ଏ ବଜାର ହାଟ ବଜାରି କରିବେ ନାଟ, ଭୋଜରାଜ ନହରଟି ଏହି ।ତୋହର ନିଜର ଲୋକ ଜଣେ କେହି ନାହିଁ ଦେଖ, ପିଞ୍ଜରାବଦ୍ଧ ପକ୍ଷୀଟି ତୁହି ।୩।ବଜର ବଜର ନୁହ ହଜୁରେହଜାର ଦିଅ ଚାରର ଚାରା ଅଛି କାହିଁ ।ବଇଷ୍ଣବ ଭାଷେ ରସେ ରହ ନାହିଁ ଏଥେ ଲେଶେ ଯା କରିବେ ଦେବ ଉମାସାଇ ।୪।ଜେମା:- ନିଅ ନାହିଁ କଟୁଆଳ ବିଦେଶୀ କୁମରେ ।କଟୁଆଳ:- ପ୍ରାଣୀ ନାଶ ଦୋଷ କିଏ ଦେଇଛି ଯମରେ । ୧ ।ଜେମା:- ଛାଡ଼ିଦିଅ ଏହାକୁ ନ ମାର କଟୁଆଳ ।କଟୁଆଳ:- ଏହାକୁ ନ ଦେଲେ କାଲି ପୂରିବ ମୋ କାଳ । ୨ ।ଜେମା:- ନାରୀ ହତ୍ୟା ଦୋଷ ନେବ ଜାଣିଥା ନିଶ୍ଚୟ ।କଟୁଆଳ:- ଯାର ଆଜ୍ଞା ତାର ଦୋଷ ମୋର କିସ ଭୟ ।୩।(ସମସ୍ତଙ୍କ ପ୍ରସ୍ଥାନ)
ରାଜା କୁମରକୁ ଦେଖନ୍ତେ ଗୀତକାଳ କି ଅକାଳ ହୋଇଲା- ବୃତ୍ତେଦେଖ ଦେଖ ମନ୍ତ୍ରୀରାଜ ଚକ୍ରବର୍ତ୍ତୀ ଲକ୍ଷଣ ।ଏ କୁମରଠାରେ ତାହା ଦେଖଇ ବିଲକ୍ଷଣ । ପଦ ।ତା ନୋହିଲେ ଇଚ୍ଛା ବଳାଇ ମତି କରନ୍ତା କି ୟାକୁ ପରାଣପତି ।ଧାରଣ କରିକି ଗଳାମାଳା ପରା ରଖନ୍ତା ଅନୁକ୍ଷଣ ।୧।ନ ମାରି ଏ ସୁତେ ବନ୍ଦୀରେ ରଖନ୍ତି, ଜେମାକୁ ପାଶେ ପଚାରିବ ଡାକି ।କି ଭାଳି ବାଳୀଶ ମଜ୍ଜିଲା ୟାତୁଲେ ଏଥେ କରୁ ବଖାଣ ।୨।ଏ କୁମରେ ବାନ୍ଧି ନିଅ ଡଗର ବନ୍ଦିକରି ଭାଷ ଜେମା ଆଗର ।କହ ରତିଚୋର ଗଲା ଯମପୁର କଲନାହିଁ ରକ୍ଷଣ ।୩।ଶୁଣିକ ଗୁଣମଣି ଭଣିବ କିସ,ଯେବେ ଆସିବାକୁ ଇଚ୍ଛେ ମୋ ପାଶ ।ଆଣିବ ତକ୍ଷଣେ ବଇଷ୍ଣବ ଭଣେ ଚଳ ଚଳଏକ୍ଷଣ ।୪।
ଜେମାକୁ କଟୁଆଳ ଜଣାନ୍ତେ ଜେମା ରାଜାପାଶେ ପ୍ରବେଶି ଗୀତଆରେ ମନ୍ଦ ଦଇବ ନାରୀଜନ୍ମ ହୋଇ କିଏ ଏହା- ବୃତ୍ତେବାଣୀ ଶୁଣ ମୋ ପିତା, କାହିଁପାଇଁ ବିଦେଶୀର କାଟିଲ ମଥା ହେ । ପଦ ।କଟୁଆଳଠାରୁ ଶୁଣିଆସିଲି ଏଣେ ଏକ୍ଷଣି ଦେଖା ଶବ କେଉଁ ସ୍ଥାନେ ହୋଇଛି ପୋତା ହେ ।୧।କହ କହ ଇଚ୍ଛାବତୀ କିପାଇଁ କଲୁ ଅନୀତି ଜାତି ଗୋତ୍ର ନ ବିଚାରି ହେଲୁ ତା କାନ୍ତା ହେ ।୨।ଜାଣେ ମୁଁ ତା କୁଳଶୀଳ ଦର୍ମକ ରାଜା ଦୁଲାଳ ।ନାମ ଚାରୁବ୍ରହ୍ମ ଗୁଣେ ଜଗତଜିତା ହେ ।୩।ଗୁରୁଙ୍କର ଧର୍ମଚାଟ ହୋଇଣ ପଢ଼ନ୍ତେ ପାଠ ଘଟାଇଲା ବିହି ବଇ ରଚେ କବିତା ହେ ।୪।ରାଜା-ଶୁଣ ଇଚ୍ଛାବତି ! ରାଜପୁତ୍ର ହୋଇ କିଁପା ହେଲା ସେ ଅତିଥି, ଦୋଷ ନ ଥିଲେ ତା ଠାରେ ଭୋଗନ୍ତା କି ଏମନ୍ତ ଦୁର୍ଗତି ।
ଇଚ୍ଛା-ପିତା ! ଶୁଣ ତାଙ୍କ ପୂର୍ବର ବାରତା । ପୁତ୍ରେ ଦେବାପାଇଁ ବିଭା ଦର୍ପକ ନରେଶ ସ୍ନେହେ ବଳାଇଲେ ମତି । ଦେଶେ ଦେଶେ ବୁଲି ଚାର କନ୍ୟା ରୂପମାନ ଆଣିଦେଲେ ରାଜା କତି । ଏହା ଦେଖି କୁମରର ନ ଟଳିଲା ମତି, ରାଜପୁତ୍ର ବୋଇଲେ ଭାରତୀ, ଯେହୁ କନ୍ୟା ବିଦ୍ୟାରେ ବଳିବ ମୋହ ପ୍ରତି, ମୁହିଁ ହେବି ତାର ପତି । ଶୁଣି କୋପେ ଦର୍ପକାଧିପତି, ଆଜ୍ଞା ଅବଜ୍ଞା ଦୋଷରୁ ତଡ଼ି ଦେଲେ ଘରୁ କିଛି ନ ଦେଇ ସମ୍ପତ୍ତି । ନାନା ଦେଶେ ଭ୍ରମି ରାଜପୁତ୍ର ପ୍ରବେଶିଲେ ଏଥି । ପାଠ ପଢୁ ମମସହ ଦେଖି ମୋତେ ବୁଦ୍ଧିମତୀ ମନ ବଳିଲା ମୋ ପ୍ରତି ।
ରାଜାର ଗୀତକାହିଁଗଲା ସଖି ଯମୁନାକୂଳିଆ କଦମ୍ବମୂଳିଆ- ବୃତ୍ତେଯାଅ କଟୁଆଳ ଆଣ ବନ୍ଦିଶାଳୁ ବେଗ କରି ସେହି କୁମରେ ।ଚାଟ ଇଚ୍ଛାବତୀ ବିଭାଘର ହେବ କହିଦିଅ ଗ୍ରାମ ଗ୍ରାମରେ । ପଦ ।ଆଗତ ତିଥିରେ ସ୍ଥିର କର ଲଗ୍ନ ଡର ନାହିଁ ପରିଶ୍ରମରେ ।ଇଚ୍ଛା ଇଚ୍ଛାମତେ ବର ଲୋଡ଼ିଅଛି ପଡ଼ିନାହିଁ ତିଳେ ଭ୍ରମରେ ।୧।ଧନ୍ୟ ଧନ୍ୟ ଗୁରୁ ତାଙ୍କର କୃପାରୁ ହେଲା ଦୂର ଦୁଃଖ ହିମରେ ।ପଙ୍କଜିନୀ ଦଶା ତୁଟିଲା ସହସା ମଧୁପ ଜୁଟିଲା ପ୍ରେମରେ ।୨।ଜାଣି ତ ନଥିଲି ଏଡ଼େ ସୁଖ ଧାତା ଲେଖିଥିଲା ଜେମା କର୍ମରେ ।ମଳୟାଚଳରୁ ସମୀର ଆସିଣ ଲାଗିଅଛି କାଷ୍ଠ ଦ୍ରୁମରେ ।୩।ଦିଅ ହୁଳହୁଳୀ ନାଦ କର୍ଣ୍ଣ ଡେରି ଶୁଣନ୍ତୁ ସ୍ୱରଗ ଅମରେ ।ବଇଷ୍ଣବ ଗିର ବିଷ୍ଣୁ ଆଶ୍ରା ଯାର ତାର ନାହିଁ ଡର ଯମରେ ।୪।
ଚାଟ ଓ ଇଚ୍ଛାର ମିଳନ ଓ ବିଭା ଗୀତଦଇବ ବଶେ ବିଦେଶେ ରହି-ବୃତ୍ତେଚାଟ ଇଚ୍ଛାବତୀ ବିଭାଘର ।ଦେଖ ନରେ ହୋଇ ତତପର ।ପଦ ।ଆଜି ଭୋଜରାଜା ନଗ୍ରେ ବାଜେ ବାଜା ମଙ୍ଗୁଳିଲେ ଦିଅଁ ନାରୀବର ।ଆଣି କନ୍ୟାବରେ ।୧।ସ୍ନାନ କଲେ ସପ୍ତଘର ନୀରେ ।ନାପିତ ସ୍ଥାପିତ ବେଦି ଗୋଟି ।ତା ଉପରେ ପକାଇଲେ ଝୋଟି ।ବାଟବରଣ ଚରଣ ଧୂଆ ଆଦି ସାରି ବେଦି ପରେ ଦ୍ୱିଜ ଗୋଷ୍ଠୀ ।କନ୍ୟା ବରବେଶ, ସାରି ବେଦିପରେ ପରବେଶ ।୨।ହସ୍ତଗ୍ରନ୍ଥି ଯଉତୁକ ଯେତେ ।କଉତୁକ ସୂତ୍ର ବାନ୍ଧି ହସ୍ତେ ।ହସ୍ତଗ୍ରନ୍ଥି ସାରି ବନ୍ଦାଇଲେ ନାରୀ ଯେ ଯେତେ ଥିଲେ ସଧବା ଯୁଥେ ।ହାତଗଣ୍ଠି ଫେରାଇ ।ବର କନ୍ୟା ପୁରେ ଗଲେ ନେଇ ।୩।ଜୁଆ ଖେଳ ସ୍ୱଚ୍ଛେ ବଢ଼ାଇଲେ ।ମଧୁଶଯ୍ୟାର ମଣ୍ଡାଇଲେ ।ବର କନ୍ୟା ବିଭା ହେଲେ, ନିଜ ଦେଶ ଚିତ୍ତୁ ଚିନ୍ତାମାନ ଛଡ଼ାଇଲେ ।ବଇଷ୍ଣବ ଭାଷ ।ଚାଟ ଇଚ୍ଛାବତୀ ହେଲା ଶେଷ ।୪।
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷା
ବୈଷ୍ଣବ ପାଣି
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ
ବୈଷ୍ଣବ ପାଣି
ଗୀତିନାଟ୍ୟ କର୍ଣ୍ଣବଧ
ବୈଷ୍ଣବ ପାଣି
ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ
ବୈଷ୍ଣବ ପାଣି