ଗ୍ରାମ୍ୟରସ ଚଉତିଶା
ବନମାଳୀ ଦାସ
ଭକ୍ତକବି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
(ରାଗ – ବୟନ୍ତ – ତାଳ-ଝୁଲା)କଳାବତୀ ଖଞ୍ଜନାକ୍ଷୀ ଗୁରୁ ନିତମ୍ବିନୀଘନ କେଶୀ ଊରୁ ଶୋଭୀ ଚମ୍ପକ ବରନୀଛାନ୍ଦ ପଠିନୀରେ ।୧।ଜଳଜ ବାସିନୀ ଝୀନ ବସନୀ ନବୀନାଟେକସ୍ତନା ଠଣମୁଖୀ ଡାଳିମ୍ବ ଦଶନାଢଗବଚନାରେ ।୨।ଅରୁଣାଧରୀ ତରୁଣୀମଣି ଥିର ଗତିଦରହାସୀ ଧାରାହୀରେ ନବ ରସବତୀପ୍ରୀତି ମୂରତିରେ ।୩।ଫୁଲ କୋମଳା ବିବିଧ ବିଳାସ ମଣ୍ଡନାଭାବମୟୀ ମୋତି ଦନ୍ତୀ ଯତି ଧୈର୍ଯ୍ୟ ଘେନାରସ ବର୍ଦ୍ଧନାରେ ।୪।ଲାବଣ୍ୟନିଧି ବିଚିତ୍ର ବେଶ ମନୋହରଶଚୀପତି ଶିରୀଦାୟୀ ସୁରଦର୍ପହରାସିଦ୍ଧି ପସରାରେ ।୫।ହାସ ମଞ୍ଜୁଳା ହୃଦୟା ତାପ ଧ୍ୱଂସକରାକ୍ଷଣଦା କାନ୍ତ ତୁ ବନମାଳୀ ଦିନସରାକ୍ଷମା ନିଧାନୀରେ ।୬।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ